Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଭବନରେ ପ୍ରଜ୍ଞାପୁରୁଷ ଜାନକୀ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଆସାମର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ସାହିତ୍ୟିକ, ବିକଶୀତ ଓଡ଼ିଶାର ପ୍ରକୃତ ବିନ୍ଧାଣୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୨ ତମ ଜୟନ୍ତୀ ଉପଲକ୍ଷେ ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ବିଶିଷ୍ଟ ବ୍ୟକ୍ତିମାନେ ଭକ୍ତିପୂତ ଶ୍ରଦ୍ଧାସୁମନ ଜଣାଇଥିଲେ।

ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଲେ ଯେ ଜାନକୀ ବାବୁଙ୍କ ୧୪ ବର୍ଷର ଶାସନ କାଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିଳ୍ପ ଗମନାଗମନ କ୍ଷେତୟରେ ଦୃତ ଭିତିଭୂମି ପଡ଼ିଥିଲା।

ଯାହା ଉପରେ ଆଜିର ଶାସକମାନେ ବାହାଦୂରୀ ନେଉଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଜାନକୀ ବାବୁଙ୍କୁ ବିକଶିତ ଓଡ଼ିଶାର ପ୍ରକୃତ ବିକାଶ ପୁରୁଷ କହିବା ସହ ତାଙ୍କ ୧୪ ବର୍ଷ ଶାସନ ଓଡ଼ିଶା ପାଇଁ ସୁବର୍ଣ୍ଣଯୁଗ ବୋଲି କହିଥିଲେ।

ପୂର୍ବତନ ବରିଷ୍ଠ ପ୍ରଶାସକ ପଂଚାନନ ଦାସ ସ୍ୱର୍ଗତ ଜାନକୀ ପଟ୍ଟନାୟକଙ୍କୁ ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାସ ଓ ମୁଖପାତ୍ର ମନୋରଞ୍ଜନ ଦାଶ କୃଷକ ମାନଙ୍କ ସାମଗ୍ରୀକ ଉନ୍ନତି ପାଇଁ ସେ ଜଳସେଚନକୁ ସବୁଠାରୁ ଗୁରୁତ୍ୱ ଦେବା ସହ ଶସ୍ୟ ସଂରକ୍ଷଣ ପାଇଁ ୪୭ ଗୋଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲେ। ବର୍ତମାନ ସରକାର ବିକାଶର ଡେଙ୍ଗୁରା ପିଟୁଛନ୍ତି କିନ୍ତୁ ଓଡ଼ିଶାରେ ଶୀତଳ ଭଣ୍ଡାର ସଂଖ୍ୟା ୭ ରେ ପହଂଚାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଜାନକୀ ବାବୁଙ୍କୁ ଯୁବ ନେତୃତ୍ୱ ସୃଷ୍ଟିର ମହାନାୟକ ବୋଲି ବର୍ଣ୍ଣନା କରିଥିଲେ। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ସ୍ମୃତି ଚାରଣ କରି କହିଲେ ଯେ ଛାତ୍ର ମାନଙ୍କର ସର୍ବାଙ୍ଗିନ ଉନ୍ନତି ସହ ଭବିଷ୍ୟତ ଗଠନରେ ଛାତ୍ର ମାନଙ୍କ ଭୂମିକା ପ୍ରତି ସଚେତନ ଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜିତ ପାତ୍ର, ଆଲୋକ ମହାନ୍ତି, ଅଜୟ ସାହୁ, ମିହିର ଆଚର୍ଯ୍ୟ, ଜ୍ୟୋତିଷ କୁମାର ସାହୁ, କୁଳମଣି ସାହୁ, ମହମ୍ମଦ ସାହାଦୁଲା, ବଟକୃଷ୍ଣ ରାଉତରାୟ, ପ୍ରସନ୍ନ କୁମାର ପାଇକରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସେତେବେଳେ ପ୍ରିନସ ଚାର୍ଲସ ଓଡିଶାର ଗାଁ ବୁଲିଥିଲେ ଆଉ ନଡିଆଗଛ ଚଢା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ

ଭୁବନେଶ୍ବର: ଆଜି ବିଧବଧ ଭାବେ ବ୍ରିଟେନର ରାଜା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରିନସ ଚାର୍ଲସ। ଏବେ ସେ କିଙ୍ଗ୍ ଚାର୍ଲସ। ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ଦାୟିତ୍ବ ମିଳିଛି। ଏ ନେଇ ବ୍ରିଟେନରେ ବେଶ ଖୁସିର ଲହର ଖେଳିଯାଇଛି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହା ମଧ୍ୟ ଓଡିଶା ପାଇଁ ଏକ ସ୍ମରଣୀୟ ଦିନ। କାରଣ ସେ ଏକଦା ଓଡିଶା ଗସ୍ତରେ ଆସିଥିଲେ।

ବିଶ୍ବ ପ୍ରସିଦ୍ଧ ଏହି ରାଜକୁମାର ଚାର୍ଲସ, ୧୯୮୦ ମସିହା ଡିସେମ୍ବର ୪ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ। ସେତେବେଳେ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। ସେ  ଭୁବନେଶ୍ବରରେ ପହଞ୍ଚି ରାଜଭବନରେ ଅତିଥୀ ଭାବେ ରହିଥିଲେ। ସେତେବେଳେ ଓଡିଶାର ରାଜ୍ୟପାଳ ଥିଲେ ସିଏମ ପୁନାଚା ଏବଂ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।

ପ୍ରିନସ ଚାର୍ଲସଙ୍କୁ ସ୍ବାଗତ କରୁଛନ୍ତି ତତକାଳିନ ଓଡିଶାର ଲେଡି ଗର୍ଭଣ୍ଣର ଏବଂ ଗଭର୍ଣ୍ଣର ସିଏମ ପୁନାଚା

ଏ ସଂପର୍କରେ ବିସ୍ତୁତ ତଥ୍ୟ ରଖିଛନ୍ତି ସିଏମ ପୁନାଚାଙ୍କ ପୁତ୍ର ଦେଶର ପ୍ରତିଷ୍ଠିତ ଲେଖକ ସି.ପି ବାଲିଆପ୍ପା। ସେ ସମୟର କେତେକ ଫଟୋ ମଧ୍ୟ ସେ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ମୋ ବାପା ଓଡିଶାର ରାଜ୍ୟପାଳ ଥିବା ବେଳେ ପ୍ରିନସ ଚାର୍ଲସ ଓଡିଶା ଆସିଥିଲେ। ରାଜଭବନରେ ସେ ରାଜ୍ୟ ଅତିଥୀ ଭାବେ ରହିଥିଲେ। ମୋ ବାପା ଓ ମାଆ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ।

ଚାର୍ଲସଙ୍କର ଓଡିଶା ଗସ୍ତ ଥିଲା ସଂପୂର୍ଣ୍ଣ ସରକାରୀ ଗସ୍ତ। ସେଥିପାଇଁ ତାଙ୍କର ସୁରକ୍ଷା ସେତେବେଳେ କେନ୍ଦ୍ର ସରକାର ଦେଖୁଥିଲେ। ଚାର୍ଲସ ଭୁବନେଶ୍ବର ରହଣି ସମୟରେ ସେ ପିପିଲି ନିକଟସ୍ଥ ହରିପୁର ଗାଁକୁ ବୁଲିବାକୁ ଯାଇଥିଲେ। ସେତେବେଳେ ତାଙ୍କର ଗାଁ ପରିବେଶ ଦେଖିବା ପାଇଁ ବେଶ ଆଗ୍ରହ ଥିଲା। ସେଥିପାଇଁ ବ୍ୟାପକ ସୁରକ୍ଷା ଯୋଗାଇ ଦେଇ ତାଙ୍କୁ ସେହି ଗାଁକୁ ନିଆଯାଇଥିଲା। ସେତେବେଳେ ଗାଁ ର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ନୁଆଁଣିଆ ଚାଳ ଘର ସବୁ ଥିଲା।

ରାଜଭବନରେ ପ୍ରିନସ ଚାର୍ଲସ ରାଜ୍ୟପାଳ ସିଏମ ପୁନାଚାଙ୍କଠାରୁ ଉପହାର ଗ୍ରହଣ କରୁଛନ୍ତି। ପାଖରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ

ଚାର୍ଲସ ସେତେବେଳେ ଗାଁ ର ଘର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗାଁ ରେ ଥିବା ନଡିଆ ଗଛ ଦେଖି ସେ ବେଶ ଖୁସି ମଧ୍ୟ ହୋଇ ଯାଇଥିଲେ। ସେତେବେଳେ ଗାଁ ରେ ହେଉଥିବା ନଡିଆ ତୋଳା ପ୍ରତିଯୋଗୀତା ମଧ୍ୟ ଦେଖିଥିଲେ। ଲୋକମାନେ ଏତେ ବଡ ଗଛ ଉପରକୁ କିପରି ଶିଘ୍ର ଚଢିଯାଉଛନ୍ତି ତାହା ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ସେ ସେତେବେଳେ ଏକ ପଇଡ ମଧ୍ୟ ପିଇଥିଲେ। ଏଥିସହିତ ସେହି ଗାଁରେ ହେଉଥିବା ବେଙ୍ଗଳା ପକା ମଧ୍ୟ ଦେଖିଥିଲେ। ଏପରିକି ଜଣେ ପଖାଳ ଭାତ ଖାଉଥିବାର ଦେଖି ତାହା କେମିତି ହୁଏ ବୋଲି ସେ ସେତେବେଳେ ପାଖରେ ଥିବା ଅଫିସରଙ୍କୁ ପଚାରିଥିଲେ।

ହିରାପୁର ଗାଁରେ ପଇଡ ପିଉଛନ୍ତି ପିର୍ନସ ଚାର୍ଲସ

ବର୍ତ୍ତମାନ ସେ ବ୍ରିଟେନର ରାଜା ଭାବେ ଦାୟିତ୍ବ ନେଇଥିବାରୁ ଓଡିଶାର ସେହି ସ୍ମରଣୀୟ ମୂହୁର୍ତ୍ତକୁ କେବଳ ହରିପୁର ଗାଁ କାହିଁକି ସେତେବେଳର ଅନେକ ବ୍ୟକ୍ତିଙ୍କର ସ୍ମୃତି ପୁଣି ଥରେ ଉଦଜୀବିତ ହୋଇପଡିଛି।