Categories
ଅପରାଧ ଆଜିର ଖବର ଜାତୀୟ ଖବର

ସତ୍ୟେନ୍ଦ୍ର ଜୈନଙ୍କୁ ବଡ ଝଟକା, ଅର୍ଥ ହେରଫେର ମାମଲାରେ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ କୋର୍ଟରୁ ଏକ ବଡ଼ ଧରଣର ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଆଜି ଅର୍ଥ ହେରଫେର ମାମଲାରେ ଜୈନ ଏବଂ ଅନ୍ୟ ଦୁଇଜଣଙ୍କ ଜାମିନ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ତାଙ୍କ ସହ ବୈଭବ ଏବଂ ଅଙ୍କୁଷ ଜୈନ ମଧ୍ୟ ଅଭିଯୁକ୍ତ ଅଛନ୍ତି। ସେମାନଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରାଯାଇଛି।

ମନି ଲଣ୍ଡରିଂ ଆକ୍ଟ ଅଧିନିୟମ ଅନୁଯାୟୀ ଜେନଙ୍କୁ ମେ ୩୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଜାମିନ ନ ପାଇ ସତ୍ୟେନ୍ଦ୍ର ଜେନାଙ୍କ ଅସୁବିଧା ବଢିବାରେ ଲାଗିଛି। ଜୈନ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି ଏବଂ ତାଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି। ଆଜି ଅପରାହ୍ନ ୨ ଟାରେ କୋର୍ଟ ଏହି ରାୟ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜେଲ ଗଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର

ଭୁବନେଶ୍ବର: କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଆଜି ଜେଲ ପଠାଯାଇଛି। ଜାମିନ ଆବେଦନ ଖାରଜ ପରେ ଆଜି ତାଙ୍କୁ ଜେଲ ପଠାଯାଇଛି। ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ସାରଦାଙ୍କୁ ଗିରଫ କରଯାଇଥିଲା। ତାଙ୍କ ଘରୁ ୩ ଲକ୍ଷ ୩ ହଜାର ଟଙ୍କା ଜବତ କରାଯାଇଥିଲା। ବିଭିନ୍ନ ସ୍ଥାନରେ ତାଙ୍କର ପ୍ଳଟ ଠାବ କରାଯାଇଛି। ବ୍ୟାଙ୍କ ଏବଂ ବୀମାରେ ସାରଦା ୧୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଖୋର୍ଦ୍ଧା ଏଡିଜେ-୧ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।ଫଳରେ ସେ ଜେଲ ଯିବା ନିଶ୍ଚିତ ହୋଇଛି। ଗତ ୫ ତାରିଖରେ ଉଚ୍ଚନ୍ୟାୟଳୟ ମଧ୍ୟ ପ୍ରଶାନ୍ତଙ୍କ ଜାବେଦନ ଖାରଜ କରିବା ସହ ତଳ କୋର୍ଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଆଜି ଜାମିନ ଆବେଦନର ଶୁଣାଣି ପାଖାପାଖି ୧୧.୩୦ ମିନିଟରେ ସମାପ୍ତ ହୋଇଥିଲା। ହେଲେ ରାୟ ସଂରକ୍ଷିତ ରଖାଯାଇଥିଲା। ବିଧାୟକ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହେପାଜତକୁ ପଠାଇଦେଇଥିବା ଖବର ହସ୍ତଗତ ହୋଇଛି।

ବାଲୁଗାଁ ମଣ୍ଡଳର ଜଣେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ଆଜି ସେ ଖୋର୍ଦ୍ଧା ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।