Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

Jammu and Kashmir Election: ୨୬ଟି ବିଧାନସଭା ଆସନରେ ଚାଲିଛି ୨ୟ ପର୍ଯ୍ୟାୟ ମତଦାନ

Jammu and Kashmir Election: ଜାମ୍ମୁ କାଶ୍ମୀରରେ ୨୬ଟି ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଆରମ୍ଭ ହୋଇଛି। ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇଛି ଯାହା ସନ୍ଧ୍ୟା ୬ ଟାରେ ଶେଷ ହେବ। ସର୍ବାଧିକ ସଂଖ୍ୟକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଭୋଟ୍ ଦେବାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମୁକ୍ତ, ନିରପେକ୍ଷ ଏବଂ ସୁଗମ ମତଦାନ ନିଶ୍ଚିତ କରିବାକୁ ୩୫୦୨ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସେଥିମଧ୍ୟରୁ ୧୦୫୬ ସହରାଞ୍ଚଳ ଏବଂ ୨୪୪୬ ଗ୍ରାମାଞ୍ଚଳ ବୁଥରେ ୱେବକାଷ୍ଟିଂ ସୁବିଧା କରାଯାଇଛି। ନ୍ୟାସନାଲ କନଫ୍ରେନସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କଂଗ୍ରେସ ପ୍ରଦେଶ ମୁଖ୍ୟ ତାରିକ ହମିଦ କରରା, ଜାମ୍ମୁ କାଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନା ଏବଂ ଆପନୀ ପାର୍ଟି ସଭାପତି ଅଲତାଫ ବୁଖାରୀ ପ୍ରମୁଖ ନେତାଙ୍କ ଭାଗ୍ୟ ଆଜି ସ୍ଥିର ହେବ।

ଜାମ୍ମୁ କାଶ୍ମୀରରେ ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ତୃତୀୟ ପର୍ଯ୍ୟୟରେ ୪୦ ଟି ଆସନ ପାଇଁ ଭୋଟ୍ ଅକ୍ଟୋବର ୧ ରେ ଅନୁଷ୍ଠିତ ହେଉଥିବା ବେଳେ ଅକ୍ଟୋବର ୮ ରେ ଭୋଟ୍ ଗଣନା କରାଯିବ।