Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ପୁଣି ଚୀନରେ କରୋନା ମାମଲା ଚିହ୍ନଟ: ଦେଶର ଅନେକ ଅଞ୍ଚଳରେ ଜାରି ହେଲା କଟକଣା

ନୂଆଦିଲ୍ଲୀ: କରୋନା ଭୂତାଣୁ ସମଗ୍ର ବିଶ୍ଵକୁ କବଳିତ କରି ରଖିଛି। କିନ୍ତୁ ଯେଉଁ ଦେଶରୁ ଏହାର ଉତ୍ପତ୍ତି ହୋଇଛି, ସେଠାରେ ସଂକ୍ରମଣ ହ୍ରାସ ପାଇଛି। ଚୀନରୁ ଏହି ଭୂତାଣୁର ଉତ୍ପତ୍ତି ହୋଇ ସାରା ବିଶ୍ଵକୁ ବ୍ୟାପୀଯାଇଥିବା ବେଳେ ସେଠାରେ ସଂକ୍ରମଣ ଆଉ ଦେଖିବାକୁ ମିଳିନଥିଲା। କିନ୍ତୁ ପୁଣି ଚୀନରେ ଏବେ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ୨୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ତାରିଖ ଦିନ ୨୭ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଫଳରେ ଚୀନର ଗ୍ବାନଗନ୍ଦୋଗ ଅଞ୍ଚଳରେ କଟକଣା ଲଗାଯାଇଛି। ଏହି ଅଞ୍ଚଳରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହାସହ ଏହି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ମଧ୍ୟ କୋଭିଡ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ସହରର ସବୁ ଅଞ୍ଚଳରେ କୋଭିଡ ପରୀକ୍ଷା ଲ୍ୟାବ ସ୍ଥାପିତ କରାଇ ଟେଷ୍ଟିଙ୍ଗକୁ ବୃଦ୍ଧି କରାଯାଇଛି। ହଙ୍ଗକଙ୍ଗ ସୀମାକୁ ଗ୍ବାନଗନ୍ଦୋଗ ଅଞ୍ଚଳ ଲାଗିଛି।