Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏବେ ରିଲାଏନ୍ସ ଜିଓ ଆରମ୍ଭ କରିବ ଏଆଇ ଶକ୍ତି ସମ୍ପନ୍ନ ଇନ୍‌-ହୋମ୍ (ଗୃହ) ସେବା

ଭୁବନେଶ୍ୱର: ଗ୍ରାହକମାନଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ର ଶକ୍ତି ସମ୍ପନ୍ନ ସ୍ମାର୍ଟ ହୋମ୍ ଓ କ୍ଷୁଦ୍ର ବ୍ୟବସାୟ ସେବା ପ୍ରଦାନ କରିବା ଲାଗି ପ୍ଲମ୍ ସହ ସହଭାଗିତା କରିଛି ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍। ପ୍ଲମ୍‌ର ବ୍ୟାପକ କ୍ଲାଉଡ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ସହଯୋଗିତା ଭାରତରେ ପ୍ରାୟ ୨୦ କୋଟି ପରିସରକୁ ଅତ୍ୟାଧୁନିକ ସେବା ପ୍ରଦାନ କରିବ।

ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ଲାଗି ପ୍ଲମ୍‌ର ଏଆଇଭିତିକ ଓ କ୍ଲାଉଡ୍ ପ୍ଲାଟଫର୍ମ ଉପରେ ଆଧାରିତ ହୋମ୍‌ପାସ୍ ଓ ୱାର୍କପାସ ସେବାର ଶୁଭାରମ୍ଭ କରିବ। ହୋମ୍‌ପାସ୍ ଜରିଆରେ ଘର ଏକ ସ୍ମାର୍ଟ ହୋମ୍‌ରେ ପରିଣତ ହେବ। ଘର ସାରାର ଡିଭାଇସ୍ ସମୂହ ୱାଇ-ଫାଇରେ ଯୋଡ଼ିହୋଇପାରିବେ। ଆପ୍ଲିକେସନ୍‌ର ପ୍ରଦର୍ଶନରେ ସୁଧାର ଆସିବ, କନେକ୍ଟେଡ୍ ଡିଭାଇସ୍‌କୁ ସାଇବର ଆକ୍ରମଣରୁ ସୁରକ୍ଷା ମିଳିବ ଏବଂ ଶିଶୁମାନଙ୍କ ଲାଗି ବିଷୟବସ୍ତୁକୁ ଅଭିଭାବକମାନେ ଭଲ ଭାବେ ନିୟନ୍ତ୍ରଣ କରିପାରିବେ। ୱାଇ-ଫାଇ ମୋସନ ସେନ୍‌ସିଂ ଭଳି ସୁବିଧା ମଧ୍ୟ ମିଳିବ।

କ୍ଷୁଦ୍ର ବ୍ୟବସାୟୀମାନଙ୍କ ଲାଗି ପ୍ଲମ୍‌ର ୱାର୍କପାସ୍ ମଧ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ୱାର୍କପାସ୍ ହେଉଛି ଏକ ବିଜନେସ୍ ଇଂଟେଲିଜେନ୍ସ ପ୍ଲାଟଫର୍ମ ଯାହା କ୍ଷୁଦ୍ର ବ୍ୟବସାୟ ପାଇଁ ସରଳ ସମାଧାନ ଏବଂ ତାହାର ସୁଗମତା ସହିତ ଏଂଟରପ୍ରାଇଜ୍ ମାନର ଔଦ୍ୟୋଗିକ କ୍ଷମତାର ସନ୍ତୁଳନ ବଜାୟ ରଖିବ। ଏଥିରେ ଆବଶ୍ୟକ କନେକ୍ଟିଭିଟି (ସଂଯୋଗ), ଉତ୍ପାଦକତା ଓ ସୁରକ୍ଷା ଟୁଲ୍ ମଧ୍ୟ ରହିଛି।

ଗ୍ରାହକମାନଙ୍କୁ ଉତ୍ତମ ଅନୁଭବ ପ୍ରଦାନ କରିବା ଲାଗି ପ୍ଲମ୍‌ର ହେଷ୍ଟେକ୍ ସପୋର୍ଟ ଓ ଅପରେସନ୍ସ ସୁଟ୍‌କୁ ଜିଓ ବ୍ୟବହାର କରିବ। ଏହା ମାଧ୍ୟମରେ ଜିଓର ଗ୍ରାହକ ସହାୟତା ଓ ପରିଚାଳନା ଟିମ୍‌ର ପ୍ରଦର୍ଶନ ଅଧିକ ସମୃଦ୍ଧ ହେବ। ଏଥି ସହିତ ନେଟ୍‌ୱର୍କକୁ ସୁଦୃଢ଼ କରିବା, ଗ୍ରାହକ ସମ୍ପର୍କିତ ବିଷୟକୁ ଚିହ୍ନଟ କରିବା, ବିଶ୍ଳେଷଣ କରିବା ଏବଂ ଦ୍ରୁତ ଗତିରେ କାର୍ଯ୍ୟ ସମ୍ପାଦନ କରିବାରେ ତାହା ସହାୟକ ହୋଇପାରିବ।

ରିଲାଏନ୍ସ ଜିଓର ସଭାପତି ମାଥ୍ୟୁ ଓମ୍ମନ କହିଛନ୍ତି ଯେ, “କନେକ୍ଟେଡ୍ ହୋମ୍ ସେବା ଲାଗି ଆମେ ନିରନ୍ତର ଭାବେ ଆମର ପୋର୍ଟଫୋଲିଓର ସମ୍ପ୍ରସାରଣ କରୁଛୁ। ନିଜ ଗ୍ରାହକମାନଙ୍କୁ ଉନ୍ନତ ଓ ସୁରକ୍ଷିତ ଇନ୍‌-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବା ଜିଓ ପାଇଁ ବେଶ ମହତ୍ୱପୂର୍ଣ୍ଣ। ପ୍ଲମ୍ ଭଳି ସହଯୋଗୀଙ୍କ ସହ ବ୍ୟାପକ ଓ ଅଗ୍ରଣୀ ପ୍ଲାଟଫର୍ମ ସହିତ ଜିଓ ନିଜର କନେକ୍ଟେଡ୍ ହୋମ୍ ସେବାକୁ ଆହୁରି ସୁଦୃଢ଼ କରିବ।’’

ପ୍ଲମ୍‌ର ମୁଖ୍ୟ ରାଜସ୍ୱ ଅଧିକାରୀ ଆଡ୍ରିଆନ୍ ଫିଟଜରାଲ୍ଡ କହିଛନ୍ତି ଯେ, “ସାରା ଭାରତରେ ଗ୍ରାହକମାନଙ୍କୁ ଅଦ୍ୱିତୀୟ ଓ ବ୍ୟକ୍ତିଗତ ସୁହାଇବା ଭଳି ଇନ୍‌-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବାରେ ଆମେ ଜିଓକୁ ସହାୟତା ପ୍ରଦାନ କରିବୁ। ଜିଓକୁ ଏହି ବିକାଶ ଯାତ୍ରାରେ ସହଯୋଗ ପ୍ରଦାନ କରିବା ଲାଗି ଆମେ ବେଶ ଉତ୍ସାହିତ ରହିଛୁ।’’

ଫିକ୍ସଡ୍ ଲାଇନ୍ ଓ ଓୟାରଲେସ୍ ସେବା ଜରିଆରେ ଭାରତରେ ଗ୍ରାହକମାନଙ୍କ ଡିଜିଟାଲ୍ ଆବଶ୍ୟକତାକୁ ଜିଓ ପୂରଣ କରୁଛି। ଦେଶରେ ପ୍ରତିଟି ଘରେ ବିଶ୍ୱସନୀୟ ଓ ହାଇ-ସ୍ପିଡ୍ ଇଂଟରନେଟ୍ ଓ ମନୋରଂଜନ ସେବା ପ୍ରଦାନ କରିବା ଲାଗି ବିଶ୍ୱସ୍ତରୀୟ ଜିଓଫାଇବର ଓ ଜିଓ ଏୟାରଫାଇବର ନେଟ୍‌ୱର୍କକୁ ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କଲା ଜିଓଫାଇବର: ଓଡ଼ିଶାରେ ଯୋଡ଼ିଲା ୨ ଲକ୍ଷରୁ ଅଧିକ ଘର

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା କ୍ରମେ, ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ଗୃହ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓଫାଇବର୍ ଓଡ଼ିଶାରେ ୨ ଲକ୍ଷରୁ ଅଧିକ ଘରକୁ ଏହାର ହାଇ-ସ୍ପିଡ୍ ଓୟାରଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ସହ ଯୋଡ଼ିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଓୟାରଲାଇନ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ ୨୦୨୩ ଫେବ୍ରୁଆରି ୨୮ ସୁଦ୍ଧା ୨.୦୨ ଲକ୍ଷ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକଙ୍କ ସହିତ ରାଜ୍ୟର ଏକ ନମ୍ବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ଜିଓ ଏହାର ସ୍ଥିତିକୁ ଆହୁରି ମଜଭୁତ କରିଛି। ରିଲାଏନ୍ସ ଜିଓ ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ଭାବେ ୨୦୨୩ ଫେବ୍ରୁଆରିରେ ଓୟାରଲାଇନ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ୨୦୨୩ ଫେବ୍ରୁଆରି ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୩.୮୮ ଲକ୍ଷକୁ ବୃଦ୍ଧି ପାଇଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୩ ଫେବ୍ରୁଆରିରେ ୧.୮୮ ଲକ୍ଷରୁ ଅଧିକ ନୂଆ ଓୟାରଲାଇନ ଗ୍ରାହକ ଯୋଡ଼ି ଦେଶର ଏକ ନମ୍ବର ଓୟାରଲାଇନ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

ଉଲ୍ଲେଖଯୋଗ୍ୟ, ସାରା ଓଡ଼ିଶାରେ ନିଜ ଉପସ୍ଥିତିକୁ ଆହୁରି ସମ୍ପ୍ରସାରିତ କରି ଜିଓଫାଇବର୍ ଏବେ ରାଜ୍ୟର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ହୋଇଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବା ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି। ସମ୍ପ୍ରତି ଜିଓଫାଇବର ସେବା ଉପଲବ୍ଧ ହୋଇଥିବା ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ବାରିପଦା, ଉମରକୋଟ, ପାରଳାଖେମୁଣ୍ଡି ଓ ସୋନପୁର।

ଜିଓଫାଇବର ସେବାର ଦ୍ରୁତ ଗତିରେ ସମ୍ପ୍ରସାରଣ ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ଯେଉଁଥିରେ ସାମିଲ ରହିଛନ୍ତି ବ୍ୟକ୍ତିଗତ ଘରଠାରୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲ୍। ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ଲାଟଫର୍ମ ପହଂଚାଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି ଜିଓଫାଇବର୍।

ନିକଟରେ ଜିଓ ପକ୍ଷରୁ ମାସିକ ମାତ୍ର ୧୯୮ ଟଙ୍କାରେ ୧୦ ଏମ୍‌ବିପିଏସ୍‌ର ଅସୀମିତ ହୋମ୍ ବ୍ରଡ୍‌ବ୍ୟାଣ୍ଡ୍ ସହ ନୂଆ ବ୍ରଡ୍‌ବ୍ୟାଣ୍ଡ୍ “ବ୍ୟାକ୍‌-ଅପ୍ ପ୍ଲାନ୍‌’ ଘୋଷଣା କରାଯାଇଛି। ମାଗଣା ଲ୍ୟାଣ୍ଡ୍‌ଲାଇନ୍ ସଂଯୋଗ ଓ ଅସୀମିତ କଲିଂ ସୁବିଧା ସହିତ ଏହି ପ୍ଲାନ୍‌ରେ ଗ୍ରାହକମାନଙ୍କୁ ୧ କିମ୍ବା ୨ କିମ୍ବା ୭ ଦିନିଆ ବିକଳ୍ପରେ ସେମାନେ ଯେତବେଳେ ଚାହିଁବେ ସେମାନଙ୍କ ସ୍ପିଡ୍‌କୁ ୧୦ ଏମ୍‌ବିପିଏସ୍‌ରୁ ୩୦ କିମ୍ବା ୧୦୦ ଏମ୍‌ବିପିଏସ୍ ପର୍ଯ୍ୟନ୍ତ ବୃଦ୍ଧି କରିପାରିବାର ସୁବିଧା ପ୍ରଦାନ କରାଯାଉଛି। ୨୪ ଘଂଟିଆ ଭରସାଯୋଗ୍ୟ, ସର୍ବଦା ପ୍ରସ୍ତୁତ ବ୍ୟାକ୍‌-ଅପ୍ ସଂଯୋଗ ପ୍ରଦାନ କରି ଏହି ପ୍ଲାନ୍ ଅଣ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଥିବା ଘରଗୁଡ଼ିକ ପାଇଁ ସହାୟକ ହୋଇଥିବା ବେଳେ ସଂଯୋଗ ହୋଇନଥିବା ଘରଗୁଡ଼ିକ ପାଇଁ ପରିବର୍ତନର ବାର୍ତାବହ ହୋଇଛି ଯାହା ଶିକ୍ଷା, କାର୍ଯ୍ୟ, ମନୋରଂଜନ ଏବଂ ଆହୁରି ଅନେକ କିଛି ପାଇଁ ନିରବଚ୍ଛିନ୍ନ ଅନୁଭୂତିକୁ ସକ୍ଷମ କରିଛି। ମାସିକ ମାତ୍ର ୧୦୦ କିମ୍ବା ୨୦୦ ଟଙ୍କା ଦେଇ ଗ୍ରାହକମାନେ ଜିଓ ସିନେମା ସହିତ ଲାଇଭ୍ ଓ ମାଗଣାରେ ଆଇପିଏଲ୍‌କୁ ମଲ୍‌ଟି କ୍ୟାମେରା ଆଙ୍ଗେଲ୍‌ରୁ ଦେଖିବା, ୫୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ୧୪ଟି ପର୍ଯ୍ୟନ୍ତ ଓଟିଟି ଆପ୍‌, ୟୁଟ୍ୟୁବ୍‌, ଗେମିଂ ଓ ଶତାଧିକ ଆପ୍‌କୁ ଉପଭୋଗ କରିବା ନେଇ ଅପ୍‌ଗ୍ରେଡ୍ ହୋଇପାରିବେ।

ଗ୍ରାହକମାନେ ମାତ୍ର ୯୯ ଟଙ୍କା ଦେଇ ଯେକୌଣସି ଜିଓ ରିଟେଲର କିମ୍ବା ପାର୍ଟନରଙ୍କ ନିକଟରୁ କିମ୍ବା ୬୦୦୦୮ ୬୦୦୦୮କୁ କଲ୍ କରି କିମ୍ବା  ହସକ୍ଟ.ମକ୍ଟଜ୍ଞ/ଲସଭରକ୍ସକୁ ପରିଦର୍ଶନ କରି ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍‌ଅପ୍ ପ୍ଲାନ୍‌ର ବୁକିଂ କରିପାରିବେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓଫାଇବର ପକ୍ଷରୁ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରକୁ ସେବା ସମ୍ପ୍ରସାରଣ

ଭୁବନେଶ୍ୱର: ସାରା ଓଡ଼ିଶାରେ ନିଜ ଉପସ୍ଥିତିକୁ ଆହୁରି ସମ୍ପ୍ରସାରିତ କରି ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍ ଏବେ ରାଜ୍ୟର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ହୋଇଛି। ନିକଟରେ ବାରିପଦା, ଉମରକୋଟ୍‌, ପାରଳାଖେମୁଣ୍ଡି ଓ ସୋନପୁର ସହରର ପ୍ରମୁଖ ଅଂଚଳରେ ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ସେବା ଶୁଭାରମ୍ଭ ହୋଇଥିବା ବେଳେ କଂପାନି ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବା ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି। ଜିଓଫାଇବର ସେବା ଉପଲବ୍ଧ ହୋଇଥିବା ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ବାରିପଦା, ଉମରକୋଟ, ପାରଳାଖେମୁଣ୍ଡି ଓ ସୋନପୁର।

ପୂର୍ବରୁ ଜିଓଫାଇବର ଉପଲବ୍ଧ ରହିଥିବା ସହରଗୁଡ଼ିକର ନୂଆ ଅଂଚଳ ତଥା ସହର ଉପକଣ୍ଠକୁ ସେବାର ବ୍ୟାପକ ଭାବେ ସମ୍ପ୍ରସାରଣ କରାଯାଉଥିବା ବେଳେ ବ୍ୟକ୍ତିଗତ ପରିବାରଠାରୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଛୋଟ ବ୍ୟବସାୟ ଓ ବିଭିନ୍ନ କ୍ଷେତ୍ରର ପେସାଦାରମାନଙ୍କ ଭଳି ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରି ସେମାନଙ୍କ ପାଖରେ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ଲାଟଫର୍ମ ପହଂଚାଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି ଜିଓଫାଇବର୍। ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୩ ଜାନୁଆରି ୩୧ ସୁଦ୍ଧା ଓଡ଼ିଶାରେ ୧.୯୭ ଲକ୍ଷରୁ ଅଧିକ ଜିଓଫାଇବର୍ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ରହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଜିଓ ପକ୍ଷରୁ ମାସିକ ମାତ୍ର ୧୯୮ ଟଙ୍କାରେ ୧୦ ଏମ୍‌ବିପିଏସ୍‌ର ଅସୀମିତ ହୋମ୍ ବ୍ରଡ୍‌ବ୍ୟାଣ୍ଡ୍ ସହ ନୂଆ ବ୍ରଡ୍‌ବ୍ୟାଣ୍ଡ୍ “ବ୍ୟାକ୍‌-ଅପ୍ ପ୍ଲାନ୍‌’ ଘୋଷଣା କରାଯାଇଛି। ମାଗଣା ଲ୍ୟାଣ୍ଡ୍‌ଲାଇନ୍ ସଂଯୋଗ ଓ ଅସୀମିତ କଲିଂ ସୁବିଧା ସହିତ ଏହି ପ୍ଲାନ୍‌ରେ ଗ୍ରାହକମାନଙ୍କୁ ୧ କିମ୍ବା ୨ କିମ୍ବା ୭ ଦିନିଆ ବିକଳ୍ପରେ ସେମାନେ ଯେତବେଳେ ଚାହିଁବେ ସେମାନଙ୍କ ସ୍ପିଡ୍‌କୁ ୧୦ ଏମ୍‌ବିପିଏସ୍‌ରୁ ୩୦ କିମ୍ବା ୧୦୦ ଏମ୍‌ବିପିଏସ୍ ପର୍ଯ୍ୟନ୍ତ ବୃଦ୍ଧି କରିପାରିବାର ସୁବିଧା ପ୍ରଦାନ କରାଯାଉଛି। ୨୪ ଘଂଟିଆ ଭରସାଯୋଗ୍ୟ, ସର୍ବଦା ପ୍ରସ୍ତୁତ ବ୍ୟାକ୍‌-ଅପ୍ ସଂଯୋଗ ପ୍ରଦାନ କରି ଏହି ପ୍ଲାନ୍ ଅଣ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଥିବା ଘରଗୁଡ଼ିକ ପାଇଁ ସହାୟକ ହୋଇଥିବା ବେଳେ ସଂଯୋଗ ହୋଇନଥିବା ଘରଗୁଡ଼ିକ ପାଇଁ ପରିବର୍ତନର ବାର୍ତାବହ ହୋଇଛି ଯାହା ଶିକ୍ଷା, କାର୍ଯ୍ୟ, ମନୋରଂଜନ ଏବଂ ଆହୁରି ଅନେକ କିଛି ପାଇଁ ନିରବଚ୍ଛିନ୍ନ ଅନୁଭୂତିକୁ ସକ୍ଷମ କରିଛି। ମାସିକ ମାତ୍ର ୧୦୦ କିମ୍ବା ୨୦୦ ଟଙ୍କା ଦେଇ ଗ୍ରାହକମାନେ ଜିଓ ସିନେମା ସହିତ ଲାଇଭ୍ ଓ ମାଗଣାରେ ଆଇପିଏଲ୍‌କୁ ମଲ୍‌ଟି କ୍ୟାମେରା ଆଙ୍ଗେଲ୍‌ରୁ ଦେଖିବା, ୫୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ୧୪ଟି ପର୍ଯ୍ୟନ୍ତ ଓଟିଟି ଆପ୍‌, ୟୁଟ୍ୟୁବ୍‌, ଗେମିଂ ଓ ଶତାଧିକ ଆପ୍‌କୁ ଉପଭୋଗ କରିବା ନେଇ ଅପ୍‌ଗ୍ରେଡ୍ ହୋଇପାରିବେ। ଗ୍ରାହକମାନେ ମାତ୍ର ୯୯ ଟଙ୍କା ଦେଇ ଯେକୌଣସି ଜିଓ ରିଟେଲର କିମ୍ବା ପାର୍ଟନରଙ୍କ ନିକଟରୁ କିମ୍ବା ୬୦୦୦୮ ୬୦୦୦୮କୁ କଲ୍ କରି କିମ୍ବା ହସକ୍ଟ.ମକ୍ଟଜ୍ଞ/ଲସଭରକ୍ସକୁ ପରିଦର୍ଶନ କରି ଜିଓଫାଇବର ବ୍ରଡ୍‌ବ୍ୟାଣ୍ଡ୍ ବ୍ୟାକ୍‌ଅପ୍ ପ୍ଲାନ୍‌ର ବୁକିଂ କରିପାରିବେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ପ୍ରମୁଖ ସହରରେ ଉପସ୍ଥିତି ବଢ଼ାଇଲା ଜିଓଫାଇବର: ବରଗଡ଼, ସେମିଳିଗୁଡ଼ାରେ ଆରମ୍ଭ କଲା ସେବା

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଦ୍ରୁତ ସମ୍ପ୍ରସାରଣ ଧାରା ଜାରି ରଖି ଦେଶର ଲୋକପ୍ରିୟ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ “ଜିଓଫାଇବର’ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏହାର ସେବା ଆରମ୍ଭ କରିଛି। ରାଜ୍ୟରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ନିଜର ନେତୃତ୍ୱକୁ ଆହୁରି ମଜଭୁତ କରି ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଏବେ ବଗରଡ଼ ଓ ସେମିଳିଗୁଡ଼ା ସହରରେ ଉପଲବ୍ଧ ହୋଇଛି। ଏଥି ସହିତ ଜିଓଫାଇବର୍ ସେବା ଓଡ଼ିଶାର ୨୯ଟି ସହରର ପ୍ରମୁଖ ଅଂଚଳଗୁଡ଼ିକରେ ଉପଲବ୍ଧ ହୋଇଛି। ଏହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା ଓ ବରଗଡ଼।

ବରଗଡ଼ରେ ଜିଓଫାଇବର ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଏବେ ଶିବାନନ୍ଦନଗର, ଖଜୁର ଟିକ୍ରା, ଭଟଲି ଛକ, ମିଲନ ବିହାର, ଜର୍ଜ ହାଇସ୍କୁଲ ଅଂଚଳରେ ଉପଲବ୍ଧ ହୋଇଛି। ସେବାକୁ ସହରର ଅନ୍ୟ ଅଂଚଳକୁ ଦ୍ରୁତ ବେଗରେ ସମ୍ପ୍ରସାରଣ ପ୍ରକ୍ରିୟା ଚାଲିଛି। ସେହିଭଳି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ସହରରେ ଶାସ୍ତ୍ରୀ ନଗର, ଇନ୍ଦ୍ର ନଗର, ଅରବିନ୍ଦ ନଗର, ସତ୍ୟ ନଗର, ସରସ୍ୱତୀ ନଗର, କୋଡ଼ିଗାଁ, ସନ୍ତୋଷୀ ମା’ ନଗର, ଗୋପବନ୍ଧୁ ନଗର, କୈଳାସ ନଗର, ଶାନ୍ତି ନଗର, ତଳସାହି ଓ ନିକଟସ୍ଥ ଅଂଚଳଗୁଡ଼ିକରେ ମଧ୍ୟ ଜିଓଫାଇବର ସେବା ଊପଲବ୍ଧ ହୋଇଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ସହରର ଅନ୍ୟାନ୍ୟ ସ୍ଥାନକୁ ସେବାର ଦ୍ରୁତ ସମ୍ପ୍ରସାରଣ ନେଇ ଯୋଜନା ରହିଛି।

ପ୍ରକାଶଯୋଗ୍ୟ, ଜିଓଫାଇବର ମଧ୍ୟ ପୂର୍ବରୁ ଉପସ୍ଥିତ ଥିବା ସହରଗୁଡ଼ିକରେ ଏହାର ସେବାକୁ ଦ୍ରୁତ ବେଗରେ ସମ୍ପ୍ରସାରଣ କରିଛି ଏବଂ ସହର ଉପକଣ୍ଠ ଅଂଚଳଗୁଡ଼ିକରେ ଏହାର ସେବା ଉପଲବ୍ଧ କରାଇଛି।

ଜିଓଫାଇବର୍‌ର ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ଇଟଂରନେଟ୍ ଯୋଗୁଁ ହଜାର ହଜାର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଉପକୃତ ହେଉଛନ୍ତି। ସେବାର ସମ୍ପ୍ରସାରଣ ଯୋଗୁଁ ଶହ ଶହ ପେସାଦାର ବିଶେଷ କରି ଆଇଟି ଓ ଅନ୍ୟାନ୍ୟ କ୍ଷେତ୍ରର କର୍ମଚାରୀମାନେ ବିନା ବାଧାରେ ନିଜ ନିଜ ସ୍ଥାନରେ ରହି ସହଜରେ ୱାର୍କ ଫ୍ରମ୍ ହୋମ୍ କରିପାରିଛନ୍ତି। ବ୍ୟବସାୟ ତଥା ପେସାର ଚାହିଦା ଅନୁସାରେ ସହରଗୁଡ଼ିକରେ ଥିବା ଅନ୍ୟାନ୍ୟ କ୍ଷୁଦ୍ର ଉଦ୍ୟୋଗ ଏବଂ ଶିକ୍ଷାନୁଷ୍ଠାନ ସହଜରେ ଡିଜିଟାଲ୍ ମୋଡ୍‌କୁ ଆପଣେଇପାରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜିଓଫାଇବର ଏବେ ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀଙ୍କ ପାଇଁ “ଶୂନ ପ୍ରବେଶ ମୂଲ୍ୟ’ ସୁବିଧା ପ୍ରଦାନ କରୁଛି। ଏଠାରେ ବ୍ୟବହାରକାରୀ ଏକ ଜିଓଫାଇବର ପୋଷ୍ଟପେଡ୍ ସଂଯୋଗ ପାଇଁ ବିନା ଦେୟରେ ୧୦ ହଜାର ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର୍‌), ସେଟ୍ ଟପ୍ ବକ୍ସ ଏବଂ ଇନଷ୍ଟଲେସନ୍ ପାଇପାରିବେ। ଆଉ ଏକ ଯୁଗାନ୍ତକାରୀ ବୈଶିଷ୍ଟ୍ୟ ହେଉଛି ଜିଓଫାଇବର ଏଟଂରଟେନ୍‌ମେଂଟ୍ ବୋନାଞ୍ଜା। ମାତ୍ର ୧୦୦ରୁ ୨୦୦ ଟଙ୍କା ଅତିିରିକ୍ତ ଦେଇ ଗ୍ରାହକମାନେ ଅସୀମିତ ମନୋରଂଜନ ପାଇପାରିବେ। ମାସକୁ ୩୯୯ ଟଙ୍କାରୁ ଆରମ୍ଭ ଦେୟ ସହିତ ଗ୍ରାହକମାନଙ୍କ ପାଇଁ ଅସୀମିତ ହାଇ ସ୍ପିଡ୍ ଇଟଂରନେଟ୍ ସେବା ଜାରି ରହିବ। ଏହା ବାଦ ଅତିରିକ୍ତ ୧୦୦ରୁ ୨୦୦ ଟଙ୍କା ଦେଇ ସେମାନେ ୧୪ଟି ପର୍ଯ୍ୟନ୍ତ ଲୋକପ୍ରିୟ ଓଟିଟି ଆପ୍ ସମ୍ଭାରରୁ ନିଜ ପସନ୍ଦର ବିଷୟବସ୍ତୁ ପାଇପାରିବେ।

ଓଡ଼ିଶାରେ ଜିଓଫାଇବର ଲକ୍ଷାଧିକ ଗ୍ରାହକଙ୍କ ଚାହିଦା ପୂରଣ କରୁଛି। ଏହା ମଧ୍ୟରେ ବ୍ୟକ୍ତିଗତ ପରିବାରଠାରୁ ଆରମ୍ଭ କରି କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେସାଦାର ରହିଛନ୍ତି। ଜିଓଫାଇବର୍‌ର ଅସୀମିତ ମନୋରଂଜନ, ନିଉଜ, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ଲାଟଫର୍ମ ଜରିଆରେ ଏମାନେ ଅନନ୍ୟ ଅନୁଭୂତି ପାଇପାରୁଛନ୍ତି।

Categories
ଆଜିର ଖବର ବ୍ୟବସାୟ

୧ ଲକ୍ଷ ଟପିଲା ଜିଓ ଫାଇବର ଗ୍ରାହକ ସଂଖ୍ୟା, ରାଜ୍ୟର ୨୭ ସହର ଓ ନଗରକୁ ସମ୍ପ୍ରସାରିତ ହେଲା ସେବା

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ଭାବରେ ରିଲାଏନ୍ସ ଜିଓର ଲୋକପ୍ରିୟ ଅଲ୍‌ଟ୍ରା ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ‘ଜିଓଫାଇବର୍‌’ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଡିସେମ୍ବରରେ ଏକ ଲକ୍ଷ ଅତିକ୍ରମ କରିଛି। ଏଥିସହିତ ଏହା ରାଜ୍ୟରେ ଦ୍ରୁତତମ ଅଭିବୃଦ୍ଧିଶୀଳ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍‌ସେବା ପ୍ରଦାନକାରୀ ହେବାର ଗୌରବ ଲାଭ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଫିକ୍ସ୍‌ଡ୍‌-ଲାଇନ୍ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ର ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ଓଡ଼ିଶାରେ ଗ୍ରାହକ ସଂଖ୍ୟା ୧,୦୧,୧୯୦ ରହିଛି। ଜାତୀୟ ସ୍ତରରେ ମଧ୍ୟ ଜିଓଫାଇବର୍ ଡିସେମ୍ବର ଶେଷ ସୁଦ୍ଧା ୪.୫୭ ନିୟୁତରୁ ଅଧିକ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ହାସଲ ସହିତ ଏକ ନମ୍ବର ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଭାବରେ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିଛି।

ଓଡ଼ିଶାରେ ସେବାର ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର୍ ରାଜ୍ୟରେ ସର୍ବାଧିକ ପସନ୍ଦର ଅଲ୍‌ଟ୍ରା ହାଇ-ସ୍ପିଡ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହୋଇଛି। ମହାମାରୀ ଆରମ୍ଭ ସମୟରେ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୮୦୦୦ ଥିବା ବେଳେ ଏଥିରେ ଲଗାତାର ବୃଦ୍ଧି ଘଟି ଜିଓଫାଇବର ଗ୍ରାହକ ସଂଖ୍ୟା ୧୨୦୦% ରୁ ଅଧିକ ଅଭିବୃଦ୍ଧି ସହ ଡିସେମ୍ବର ୨୦୨୧ରେ ଏକ ଲକ୍ଷ ଅତିକ୍ରମ କରିଛି।

ନାଗରିକମାନଙ୍କୁ ସାମ୍ପ୍ରତିକ ମହାମାରୀ ସମୟରେ ସଂଯୁକ୍ତ ରହିବାର ଏକ ଭରସାଯୋଗ୍ୟ ମାଧ୍ୟମ ଯୋଗାଇଦେଇ ଜିଓଫାଇବର୍ ଗତ ଦୁଇବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ତାହାର ସେବାକୁ ଦ୍ରୁତ ସମ୍ପ୍ରସାରିତ କରିଛି। ଜିଓଫାଇବର୍ ସେବା ସମ୍ପ୍ରତି ଓଡ଼ିଶାରେ ଭୁବନେଶ୍ୱରକଟକପୁରୀଜଟଣୀଅନଗୁଳସମ୍ବଲପୁରରାଉରକେଲାଝାରସୁଗୁଡାବେଲପାହାଡବ୍ରଜରାଜନଗରସୁନ୍ଦରଗଡବଲାଙ୍ଗୀରକେନ୍ଦୁଝରଭବାନିପାଟଣାକୋରାପୁଟରାୟଗଡାକେନ୍ଦ୍ରାପଡାଜଗତସିଂହପୁରଯାଜପୁରରୋଡଭଦ୍ରକତାଳଚେରଖୋର୍ଦ୍ଧାବ୍ରହ୍ମପୁରବାଲେଶ୍ୱରଜୟପୁରରାଜଗାଙ୍ଗପୁରଢେଙ୍କାନାଳ ସମେତ ୨୭ଟି ସହର ଓ ନଗରର ପ୍ରମୁଖ ଅଂଚଳଗୁଡିକରେ ଉପଲବ୍ଧ ହେଉଛି ଏବଂ ଏହାର ସେବାକୁ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ନଗର ଓ ସହରଗୁଡିକୁ ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି। ଏହି ସମସ୍ତ ସହରଗୁଡିକରେ ବ୍ୟବହାରକାରୀମାନେ ସାମ୍ପ୍ରତିକ ମହାମାରୀ ସମୟରେ ଦ୍ରୁତ ଇଂଟରନେଟ୍ ଜରିଆରେ ବାହ୍ୟ ଜଗତ ସହିତ ଯୋଡିହୋଇ ରହିବାର ଏକ ନିର୍ଭରଯୋଗ୍ୟ ମାଧ୍ୟମ ପାଇପାରୁଛନ୍ତି। ଛାତ୍ରଛାତ୍ରୀ ଅନ୍‌ଲାଇନ ଶିକ୍ଷା ଆହରଣ ସମୟରେ ନିରବଚ୍ଛିନ୍ନ ସଂଯୋଗ ପାଇପାରୁଥିବାବେଳେ ରୋଗୀମାନେ ସେମାନଙ୍କ ଘରେଥାଇ ଡାକ୍ତର ପରାମର୍ଶ ପାଇପାରୁଛନ୍ତି ଏବଂ ୱାର୍କ-ଫ୍ରମ୍‌-ହୋମ୍ କରୁଥିବା ପ୍ରଫେସନାଲ୍ ମାନେ ଜିଓଫାଇବର ବଳରେ ସହଜରେ ଘରେ ରହି ସହଜରେ କାମ କରିପାରୁଛନ୍ତି।

ଜିଓଫାଇବର୍ ପୋଷ୍ଟ-ପେଡ ପ୍ଲାନଗୁଡିକ ଗ୍ରାହକଙ୍କୁ ବିନା କୌଣସି ଇନଷ୍ଟଲେସନ ଚାର୍ଜ ଏବଂ ଅପ୍‌ଟିକାଲ ନେଟୱର୍କ ଟର୍ମିନାଲ ଡିଭାଇସ ପାଇଁ କୌଣସି ସିକ୍ୟୁରିଟି ଜମା ବିନା ଜିଓଫାଇବର ସଂଯୋଗ ନେଇପାରିବା ଭଳି ଅତୁଳନୀୟ ଫାଇଦା ପ୍ରଦାନ କରୁଛି। ଏତଦ୍‌ବ୍ୟତୀତ ଜିଓଜଏନ୍ ଆପ୍‌କୁ ବ୍ୟବହାର କରି ଗ୍ରାହକମାନେ ସେମାନଙ୍କର ଜିଓଫାଇବର ଲ୍ୟାଣ୍ଡଲାଇନ ନମ୍ବରକୁ ଆସୁଥିବା ସମସ୍ତ କଲ୍‌କୁ ସ୍ମାର୍ଟଫୋନ୍‌ରେ ଗ୍ରହଣ କରିପାରିବା ସୁବିଧା ରହିଛି।

ଜିଓଫାଇବର୍ ସେବା ମାସକୁ ମାତ୍ର ୩୯୯ ଟଙ୍କା ଭଳି ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେଉଛିଯାହା ଅସୀମିତ ଡାଟା ଏବଂ ମାଗଣା ଏଚଡି ଭଏସ୍ କଲିଂ ସୁବିଧା ପ୍ରଦାନ କରୁଛି। ବିବିଧ କମ୍ବୋ ଯୋଜନାରେ ମାଗଣା ସେଟ୍‌-ଟପ ବକ୍ସ ଏବଂ ଭଏସ ଏନେବଲ୍‌ଡ ରିମୋଟ ସହିତ ବ୍ୟବହାରକାରୀମାନେ ସଂପ୍ରତି ୩୫୦ରୁ ଅଧିକ ଟିଭି ଚାନେଲ ଉପଭୋଗ କରିପାରିବେ ଏବଂ ସେମାନଙ୍କର ସାଧାରଣ ଟିଭି ସେଟ୍‌ଗୁଡିକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ସ୍ମାର୍ଟ ଟିଭିରେ ରୂପାନ୍ତରିତ କରିପାରିବେ। ବ୍ୟବହାରକାରୀମାନେ ଜିଓଫାଇବର୍‌ର ଅନନ୍ୟ ଟ୍ରିପଲ ପ୍ଲେ ସଂଯୁକ୍ତ ପ୍ଲାନ୍‌କୁ ଉପଭୋଗ କରିପାରିବେ ଯେଉଁଥିରେ ଅଲ୍‌ଟ୍ରା-ହାଇ ସ୍ପିଡ ଇଂଟରନେଟ ଯାହାର ସ୍ପିଡ ୧୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍‌ଅସୀମିତ ଲୋକାଲ ଏବଂ ଏସଟିଡି ଏଚଡି କଲ୍ ସୁବିଧା ଥିବା ଫିକ୍ସଡ ଲାଇନ ସେବା ଏବଂ ନେଟ୍‌ଫ୍ଲିକ୍ସଆମାଜନ ପ୍ରାଇମଡିଜ୍‌ନି+ ହଟଷ୍ଟାରଜି୫ୟୁଟ୍ୟୁବଭୁଟ୍‌ସୋନିଲିଭ୍ ଆଦି ୧୭ଟି ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ ସୁବିଧା ରହିଛି। ଏଥିସହିତ ଜିଓଫାଇବର ବ୍ୟବହାରକାରୀମାନେ ମଧ୍ୟ ସମାନୁପାତିକ ସ୍ପିଡ୍ ଉପଭୋଗ କରିବେଯାହାର ଅର୍ଥ ହେଉଛି ଡାଉନଲୋଡ ଓ ଅପ୍‌ଲୋଡ ସ୍ପିଡ ସମାନ ରହିବଏବଂ ପାଣିପାଗ ପରିସ୍ଥିତିରେ ବ୍ୟାଘାତ କାରଣରୁ ସେବା ବାଧାପ୍ରାପ୍ତ ହେବନାହିଁ।

ବହୁ ସଂଖ୍ୟକ କାର୍ଯ୍ୟରତ ପ୍ରଫେସନାଲ୍‌ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଏବେ ମଧ୍ୟ ଘରେ ରହି କାର୍ଯ୍ୟକରୁଥିବା ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସରେ ଯୋଗ ଦେଉଥିବାରୁଜିଓଫାଇବର ନିଜର ଭରସାଯୋଗ୍ୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଦ୍ୱାରା ସାରା ଓଡ଼ିଶାର ନାଗରିକମାନଙ୍କୁ ସହାୟତା କରିବାକୁ ନିରନ୍ତର ଭାବରେ ନିଜ ନେଟୱର୍କରେ ବୃଦ୍ଧି ଜାରି ରଖିଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜଟଣୀ ଓ ପୁରୀ ସହରକୁ ଆସିଲା ଜିଓଫାଇବର ସେବା, ଜାଣନ୍ତୁ ଓଡିଶାର କେଉଁ ନିର୍ଦ୍ଧିଷ୍ଠ ସ୍ଥାନରେ ଏହା ଉପଲବ୍ଧ

ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ସମୟରେ ଘରେ ରହି କାର୍ଯ୍ୟ କରିବା (ୱାର୍କ ଫ୍ରମ ହୋମ) ଏବଂ ଅନ୍‌ଲାଇନ ଶ୍ରେଣୀଶିକ୍ଷା ଏକ ପ୍ରକାର ନିୟମ ହୋଇପଡିଥିବାବେଳେ ଅନେକଙ୍କ ପାଇଁ ନିର୍ଭରଯୋଗ୍ୟ ହାଇସ୍ପିଡ ଇଂଟରନେଟ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି । ଏଭଳି ସମୟରେ ଜଟଣୀ ଓ ପୁରୀ ସହରରେ ଆରମ୍ଭ ହୋଇଛି ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ଜିଓଫାଇବର ସେବା।

ଓଡ଼ିଶାରେ ନିଜ ଉପସ୍ଥିତିକୁ ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର ପର୍ଯ୍ୟାୟକ୍ରମେ ଓଡ଼ିଶାର ବିଭିନ୍ନ ସହର ଓ ନଗରଗୁଡିକରେ ସେବା ପ୍ରଚଳନ କରୁଛି । ନିକଟରେ ଝାରସୁଗୁଡା, ସମ୍ବଲପୁର, ବ୍ରଜରାଜନଗର, ରାଉରକେଲା, ସୁନ୍ଦରଗଡ, ବଲାଙ୍ଗୀର ଓ ଭବାନୀପାଟଣା ଭଳି ସହରରେ ପ୍ରମୁଖ ଅଂଚଳଗୁଡିକରେ ସେବା ଯୋଗାଣ ଆରମ୍ଭ କରିଥିବା ଜିଓ ଫାଇବର ଏବେ ଜଟଣୀ ଓ ପୁରୀ ସହରର କେତେକ ଅଂଚଳରେ ସେବା ଆରମ୍ଭ କରିଛି ।  ଏଥିସହିତ ଜିଓ ଫାଇବର ସେବା ଓଡିଶାର ଭୁବନେଶ୍ୱର, କଟକ, କୋରାପୁଟ, ଯାଜପୁର ରୋଡ୍‌, ଅନୁଗୁଳ, କେନ୍ଦ୍ରାପଡା ସମେତ ୧୫ ଟି ପ୍ରମୁଖ ସହର ଓ ନଗରରେ ନିଜ ଉପସ୍ଥିତି ଜାହିର କରିଛି ।

ଜଟଣୀର ମହୁଲ ଗାଡିଆ ଛକରୁ ମୁଣ୍ଡିଆ ସାହି ପର୍ଯ୍ୟନ୍ତ ଅଂଚଳ, ଥାନା ଛକ, ଆନ୍ଧ୍ରା ବ୍ୟାଙ୍କ ଲେନ୍‌, ବାଲିଛକ ସାହି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଲେନ୍‌, ମୁଣ୍ଡିଆ ସାହି, ଗାର୍ଲ୍ସ ହାଇ ସ୍କୁଲ୍ ରୋଡ୍‌, ଲକ୍ଷ୍ମୀ ନାରାୟଣ ମନ୍ଦିର ଏବଂ ନିକଟବର୍ତ୍ତୀ ଅଂଚଳରେ ପ୍ରଥମ ପର୍ଯ୍ୟାୟରେ ଜିଓ ଫାଇବର ସେବା ଆରମ୍ଭ ହୋଇଛି । ସେହିଭଳି ପୁରୀ ସହରର ମାରୁତି ନଗର, ବାଲିଘାଟ, ପୁରୁଷୋତ୍ତମ ନଗର, ବ୍ୟାଙ୍କ କଲୋନୀ, ଟିକେଆର୍‌ଆଇଟି କଲୋନୀ, ସିଦ୍ଧ ମହାବୀର ପାଟଣା, ଗଉଡ ସାହି ଆଦି ଅଂଚଳରେ ଜିଓ ଫାଇବର ସେବା ଉପଲବ୍ଧ ହୋଇଛି ।

ପୂର୍ବରୁ ଭୁବନେଶ୍ୱର ଓ କଟକର ବିଭନ୍ନ ଅଂଚଳରେ ଉପଲବ୍ଧ ହୋଇଥିବା ଜିଓ ଫାଇବର ସେବା ଏବେ ଟୁଇନ୍‌ସିଟିର ଅଧିକ ଅଂଚଳକୁ ସଂପ୍ରସାରିତ ହୋଇଛି । ସମ୍ପ୍ରତି ଭୁବନେଶ୍ୱରର ନୟାପଲ୍ଲୀ, ଆଇଆର୍‌ସି ଭିଲେଜ୍‌, ନୟାପଲ୍ଲୀ ବ୍ରିଟ୍ କଲୋନୀ, ଜୟଦେବ ବିହାର, ମୈତ୍ରୀ ବିହାର, ଜଗନ୍ନାଥ ବିହାର, ନୀଳାଦ୍ରୀ ବିହାର, ଓୟୁଏଟି, ଖାରବେଳ ନଗର, ୟୁନିଟ୍ ୯ ଓ ଭୋଇନଗର, ବ୍ରହ୍ମେଶ୍ୱର ପାଟଣା, ଶହୀଦ ନଗରର ପ୍ରମୁଖ ଅଂଚଳ, ଡୁମୁଡୁମା, ଆଇଗିଣିଆ, ପ୍ରେସ୍ ଛକ, ସତ୍ୟସାଇ ଏନ୍‌କ୍ଲେଭ୍‌, କସ୍‌ମୋପଲିସ୍‌, ଡିଏନ୍ ଅକ୍ସି ପାର୍କ ଏବଂ ପଞ୍ଚସଖାନଗର ଅଂଚଳରେ ଏହା ଏବେ ଉପଲବ୍ଧ ହୋଇଛି ।

ଅନୁରୂପ ଭାବେ ଜିଓଫାଇବର କଟକର ସିଡିଏ ସେକ୍ଟର ୬, ସେକ୍ଟର ୭, ସେକ୍ଟର ୮ ଓ ସେକ୍ଟର ୯, ଜୋବ୍ରା, ମହାନଦୀ ବିହାର, ଗଣ୍ଡରପୁର, ବାଲିପାଟଣା, ଡଗରପଡା, କାଫଲା୍‌, ସେଲ୍‌ଟର କଲୋନୀ, ନିମଚୌଡି, ବିଡାନାସୀ, ଚହଟା, ଦରଘା ବଜାର, ଅପର୍ଣ୍ଣା ନଗର, ରାଉସ ପାଟଣା, ମେରିଆ ବଜାର, ଅପାଣିଆ, ଆନନ୍ଦ ବିହାର ଓ ସାମନ୍ତ ସାହି ଆଦି ଅଂଚଳରେ ଉପଲବ୍ଧ ହୋଇଛି ।

ସୂଚନା ଯୋଗ୍ୟ ଯେ, ଜିଓଫାଇବର ନିକଟରେ ତାହାର ତାରିଫ ପ୍ଲାନଗୁଡିକରେ ପୁନର୍ବିନ୍ୟାସ କରିଛି । ଏହି ନୂଆ ଜିଓଫାଇବର ତାରିଫ ପ୍ଲାନଗୁଡିକ ଅତ୍ୟନ୍ତ ସୁଲଭ୍ୟ ହେବା ସହିତ ବାସ୍ତବରେ ଅସୀମିତ ଇଂଟରନେଟ, ଅସୀମିତ ଭଏସ କଲ୍‌, ଉଭୟ ଅପ୍‌ଲୋଡ ଏବଂ ଡାଉନଲୋଡ କ୍ଷେତ୍ରରେ ସମାନ ସ୍ପିଡ (ସିମେଟ୍ରିକ ସ୍ପିଡ) ପ୍ରଦାନ କରୁଛି  ଏବଂ ସୁଲଭ୍ୟ ପ୍ଲାନଗୁଡିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଛି ।

ଜିଓଫାଇବର ତାହାର ନୂଆ ଗ୍ରାହକଙ୍କ ପାଇଁ ସର୍ତ୍ତବିହୀନ ୩୦ଦିନର ମାଗଣା ଟ୍ରାଏଲ ପ୍ରଚଳନ କରିଛି, ଯାହା ପୂର୍ବରୁ କେବେ ହୋଇନଥିଲା, ଯେଉଁଥିରେ ଏହା ଗ୍ରାହକଙ୍କୁ ୩୦ଦିନ ପାଇଁ ମାଗଣାରେ ୧୫୦ ଏମବିପିଏସ ଏବଂ ଅସୀମିତ ଇଂଟରନେଟ ସହିତ ୧୦ ମାଗଣା ଓଟିଟି ଆପ୍ ଯୋଗାଇଦେଉଛି ଏବଂ ମାଗଣା ଟ୍ରାଏଲ ପରେ ଗ୍ରାହକ ଯଦି ତାହା ନଚାହାନ୍ତି ତେବେ ଏହା ଉକ୍ତ ସଂଯୋଗ ଫେରସ୍ତ ନେବାର ବିକଳ୍ପ ମଧ୍ୟ ରଖୁଛି । ଜିଓଫାଇବର ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ହାଇ-ସ୍ପିଡ ଇଂଟରନେଟ ଏବଂ ୱାଇଫାଇ ଘରଗୁଡିକୁ ଯୋଗାଇଦେଉଛି ଯାହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଏବଂ ସପିଂ ଅନୁଭୂତି ପ୍ରଦାନ କରୁଛି ।