Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓର ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କକୁ ସପୋର୍ଟ କରିବ ନୂଆ ରିଅଲ୍‌ମି ୧୦ ପ୍ରୋ ସିରିଜ୍ ୫ଜି ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ରିଅଲ୍‌ମି ପକ୍ଷରୁ ଗୁରୁବାର ନୂଆ ୫ଜି ସ୍ମାର୍ଟଫୋନ୍ ୧୦ ପ୍ରୋ ସିରିଜ୍‌କୁ ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ୧୭,୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ରିଅଲ୍‌ମି ପକ୍ଷରୁ କୁହାଯାଇଛି ଯେ ଜିଓ ସହିତ ମିଶି କଂପାନି ଅନେକ ପ୍ରକାରର ବଣ୍ଡଲ୍‌ଡ ଅଫର ଶୁଭାରମ୍ଭ କରିବ। ଏହି ସ୍ମାର୍ଟଫୋନ୍‌ର ବିକ୍ରି ଡିସେମ୍ବର ୧୪ରୁ ଆରମ୍ଭ ହେବ।

ଏହି ଅବସରରେ ରିଅଲ୍‌ମି ଇଣ୍ଡିଆର ସିଇଓ ମାଧବ ସେଠ୍ କହିଛନ୍ତି ଯେ, “୫ଜି ଷ୍ଟାଣ୍ଡ୍‌-ଏଲୋନ୍‌, ଏନ୍‌ଆର୍‌ସିଏ, ବିଓଏନ୍‌ଆର୍ ଭଳି ପ୍ରଯୁକ୍ତି ଲାଗି ଜିଓ ସହିତ ରିଅଲ୍‌ମି ହାତ ମିଳାଇଛି। ଗ୍ରାହକମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ଜିଓ ସହ ସହଭାଗିତାରେ ରିଅଲ୍‌ମି ପକ୍ଷରୁ ନିର୍ଦିଷ୍ଟ କେତେକ ସୋ’ରୁମ୍‌ରେ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ମଧ୍ୟ ସ୍ଥାପନ କରାଯାଇଛି।’’

ଏହି ସହଯୋଗିତା ସମ୍ପର୍କରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ସିଇଓ କିରଣ ଥୋମାସ୍ କହିଛନ୍ତି ଯେ, “ରିଅଲମି ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ରିଅଲ୍‌ମି ୧୦ପ୍ରୋ+ ଭଳି ଶକ୍ତିଶାଳୀ ୫ଜି ସ୍ମାର୍ଟଫୋନ୍‌ର ଦକ୍ଷତାକୁ କେବଳ ଜିଓ ଭଳି ଟ୍ରୁ-୫ଜି ନେଟ୍‌ୱର୍କ ଜରିଆରେ ପ୍ରଦର୍ଶିତ କରାଯାଇପାରିବ । ଜିଓ ଟ୍ରୁ-୫ଜି ହେଉଛି ଭାରତ ସମେତ ବିଶ୍ୱର ସବୁଠୁ ଉନ୍ନତ ନେଟ୍‌ୱର୍କ ଅଟେ।’’

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଅପରେଟର ଯାହା ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରୁଛି । ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କର ବିଶେଷତ୍ୱ ହେଉଛି ଏହା ୪ଜି ନେଟ୍‌ୱର୍କ ଉପରେ ଆଦୌ ନିର୍ଭରଶୀଳ ନୁହେଁ। ଏହା ହାଇ ସ୍ପିଡ୍ “ଡାଟା ହାଇୱେ’ ମଧ୍ୟ ପ୍ରସ୍ତୁତ କରିଥାଏ।

ରିଅଲ୍‌ମି ୧୦ପ୍ରୋ+ ୫ଜି ଫ୍ଲାଗ୍‌ସିପ୍ ଲେବଲ୍‌ରେ ୧୨୦ ହର୍ଜ କର୍ଭଡ୍ ଭିଜନ ଡିସ୍‌ପ୍ଲେ ରହିଛି ଏବଂ ଏହି ବର୍ଗର ପ୍ରଥମ ସ୍ମାର୍ଟଫୋନ୍ ଭାବେ ଏଥିରେ ଏହି ସୁବିଧା ଉପଲବ୍ଧ ହୋଇଛି । ଅତି ହାଲୁକା ବଡି ଏବଂ ଆକର୍ଷଣୀୟ ହାଇପର୍‌ସ୍ପେସ୍ ଡିଜାଇନ୍‌ରେ ରିଅଲ୍‌ମି ୧୦ପ୍ରୋ+ ୫ଜି ଆସିଛି। ଏହାର ଓଜନ ହେଉଛି ମାତ୍ର ୧୭୩ ଗ୍ରାମ ଏବଂ ଏଥିରେ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରି ରହିଛି ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ। ଫଟୋପ୍ରେମୀମାନଙ୍କ ପାଇଁ ଏଥିରେ ଫ୍ଲାଗ୍‌ସିପ୍ ମୋବାଇଲ୍ ଫୋନ୍ ସ୍ତରର ୧୦୮ ଏମ୍‌ପି ପ୍ରୋଲାଇଟ୍ କ୍ୟାମେରା ରହିଛି। ରିଅଲ୍‌ମି ୧୦ପ୍ରୋ+ ୫ଜି ହାଇପରସ୍ପେସ୍ ଗୋଲ୍ଡ, ଡାର୍କ ମେଟର ଓ ନେବୁଲା ବ୍ଲୁ ଭଳି ତିନିଟି ରଙ୍ଗରେ ଉପଲବ୍ଧ।