Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରଥଯାତ୍ରା ଅବସରରେ ଜିଓର ଅଭିନବ ଜିଓ ଡାଇଭ ଓ ଜିଓ ଟ୍ରୁ ୫ଜି ନେଇ ବିପୁଳ ଉତ୍ସାହ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀରେ ଗୁଣ୍ଡିଚା ମନ୍ଦିର ନିକଟରେ ଜୁନ ୨୧ ତାରିଖରୁ ଆରମ୍ଭ ହୋଇଥିବା ଜିଓ ଷ୍ଟଲରେ ଜିଓର ଭରଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ ଏବଂ ଜିଓ ଟ୍ରୁ ୫ଜି ସେବାକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଜୁନ ୨୧ ରୁ ୨୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଜିଓ ଷ୍ଟଲରେ ଜିଓ ଡାଇଭ ର ମଜା ନେଇଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢ଼ି। ଏଥି ସହିତ ଜିଓ ଟ୍ରୁ ୫ଜି ସେବା ଙ ଏହାର ବ୍ୟବହାରିକ ଉପଯୋଗୀତାକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ରୁତଗତିରେ ବାସ୍ତବ ୫ଜି ସେବା ସମ୍ପ୍ରସାରଣ ଜାରି ରଖିଥିବା ରିଲାଏନ୍ସ ଜିଓ ଏବେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସହର ଏବଂ ୨୦୦ ରୁ ଉର୍ଧ୍ୱ ସହର ଓ ନଗରରେ ଟ୍ରୁ ୫ଜି ସେବା ଶୁଭାରମ୍ଭ କରିସାରିଥିବା ବେଳେ ୨୦୨୩ ଶେଷ ସୁଦ୍ଧା ସାରା ରାଜ୍ୟରେ ୫ଜି ସେବା ପହଞ୍ଚାଇବାକୁ ଲକ୍ଷ୍ୟରଖିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପକ୍ଷରୁ ଏକକାଳୀନ ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶର ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା କଂପାନି ତରଫରୁ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଥିବା ଏହା ଏକକାଳୀନ ସର୍ବାଧିକ ସଂଖ୍ୟକ ସହର। ଆଜି ଲକ୍ଷ୍ନୌ, ତ୍ରିଭେନ୍ଦ୍ରମ, ମହୀଶୂର, ନାସିକ, ଔରଙ୍ଗାବାଦ, ଚଣ୍ଡିଗଡ଼, ମୋହାଲି, ପଂଚକୁଲା, ଜୀରକପୁର, ଖରଡ଼ ଏବଂ ଡେରାବସୀ ଭଳି ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି। ପ୍ରଥମ ଟେଲିକମ ଅପରେଟର ଭାବେ ଜିଓ ପକ୍ଷରୁ ମୋହାଲି, ପଂଚକୁଲା, ଜୀରକପୁର, ଖରଡ଼ ଓ ଡେବାବସୀ କ୍ଷେତ୍ର ସମେତ ତ୍ରିଭେନ୍ଦ୍ରମ, ମହିଶୂର, ନାସିକ, ଔରଙ୍ଗାବାଦ, ଚଣ୍ଡିଗଡ଼ ଟ୍ରାଇସିଟି ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି।

ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ି ହୋଇଥିବା ଏହି ୧୧ଟି ସହରରେ ଜିଓ ବ୍ୟବହାରକାରୀମାନଙ୍କୁ “ଜିଓ ୱେଲକମ୍ ଅଫର’ ଅଧୀନରେ ଆମନ୍ତ୍ରଣ କରାଯିବ। ଆମନ୍ତ୍ରୀତ ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ରେ ଅସୀମିତ ଡାଟା ମିଳିବ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏକକାଳୀନ ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରି ଆମେ ଗର୍ବିତ ମନେ କରୁଛୁ। ଯେବେଠାରୁ ଆମେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛୁ, ସେହିଦିନଠାରୁ ଏହା ହେଉଛି ଆମର ଏକକାଳୀନ ସର୍ବାଧିକ ସହରରେ ୫ଜି ସେବାର ଶୁଭାରମ୍ଭ। ଏହି ୧୧ଟି ସହରର ଲକ୍ଷ ଲକ୍ଷ ଗ୍ରାହକ ଜିଓର ଟ୍ରୁ-୫ଜି ପ୍ରଯୁକ୍ତିର ଲାଭ ସହିତ ନୂଆବର୍ଷ ୨୦୨୩କୁ ଆରମ୍ଭ କରିବେ।

ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ବ୍ୟତୀତ ଏହି ସହରଗୁଡ଼ିକ ହେଉଛି ଆମ ଦେଶର ପ୍ରମୁଖ ଶିକ୍ଷା କେନ୍ଦ୍ର ମଧ୍ୟ। ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହିତ ଏହି ଅଂଚଳଗୁଡ଼ିକରେ ଉନ୍ନତ ଟେଲିକମ୍ ନେଟ୍‌ୱର୍କ ମିଳିବା ସହିତ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଟେଂଲିଜେନ୍ସ, ଗେମିଂ, ହେଲ୍‌ଥକେୟାର, କୃଷି, ଆଇଟି ଏବଂ ଏସ୍‌ଏମ୍‌ଇ ବ୍ୟବସାୟ କ୍ଷେତ୍ରରେ ବିକାଶର ନୂଆ ପଥ ଉନ୍ମୁକ୍ତ ହେବ।’’

ଏହି ଅଂଚଳଗୁଡ଼ିକର ଡିଜିଟାଇଜ୍ କରିବାରେ ନିରନ୍ତର ସହଯୋଗ ଓ ସମର୍ଥନ ପ୍ରଦାନ କରିଥିବା ଚଣ୍ଡିଗଡ଼ ପ୍ରଶାସନ, ପଂଜାବ, ହରିୟାଣା, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତର ପ୍ରଦେଶ ସରକାରଙ୍କ ନିକଟରେ ଆମେ କୃତଜ୍ଞ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ୱେଲକମ୍ ଅଫର ଅଧୀନରେ ଗ୍ରାହକମାନଙ୍କୁ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ମିଳିବ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ କେରଳର କୋଚି ସହର ଏବଂ ଗୁରୁବାୟୁର ମନ୍ଦିର ପରିସରରେ ଜିଓ ଟ୍ରୁ-୫ଜି ସେବା ଏବଂ ୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଛି। କୋଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଜିଟାଲ ମାଧ୍ୟମରେ ତ୍ରିଭେନ୍ଦ୍ରମରୁ ଯୋଡ଼ି ହୋଇଥିବା କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛନ୍ତି।

କୋଚି ସହର ହେଉଛି ଦେଶ ତଥା ଏସିଆର ଅନ୍ୟତମ ଅଗ୍ରଣୀ ଷ୍ଟାର୍ଟଅପ୍ ହବ୍ । ଜିଓ ଟ୍ରୁ-୫ଜିର ଅଲ୍‌ଟ୍ରା ହାଇ ସ୍ପିଡ୍ ମାଧ୍ୟମରେ କୋଚି ସହର କେରଳର ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ଆହୁରି ଉଚ୍ଚ ସୋପାନରେ ପହଂଚାଇବ ବୋଲି ଆଶା କରାଯାଉଛି।

ଭାରତର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ି ହୋଇଥିବା ଚତୁର୍ଥ ବଡ଼ ଧାର୍ମିକ ସ୍ଥଳ ହେଉଛି ଗୁରୁବାୟୁର ମନ୍ଦିର। ଏହା ପୂର୍ବରୁ ଉଜ୍ଜୟିନର ଶ୍ରୀ ମହାକାଳ ମନ୍ଦିର ଏବଂ ଶ୍ରୀ ମହାକାଳ ଲୋକ କରିଡର, ରାଜସ୍ଥାନର ନାଥଦ୍ୱାରାର ଶ୍ରୀନାଥଜୀ ମନ୍ଦିର ଏବଂ ଉତ୍ତରପ୍ରଦେଶର ବାରାଣାସୀ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ହୋଇସାରିଛି।

ଏହି ଅବସରରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ, “ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କେରଳ ଏବଂ ଏହାର ଲୋକମାନଙ୍କ ପାଇଁ ମାଇଲଖୁଂଟ ସାବ୍ୟସ୍ତ ହେବ। ରାଜ୍ୟର ଜନସାଧାରଣ ଏହା ଦ୍ୱାରା ଲାଭବାନ ହେବେ। ଟ୍ରୁ-୫ଜି ନେଟ୍‌ୱର୍କ ପ୍ରସ୍ତୁତ କରିବା ଲାଗି ଜିଓ ପକ୍ଷରୁ କେରଳରେ ୬,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି । ଆମ ରାଜ୍ୟ ପ୍ରତି ଜିଓର ପ୍ରତିବଦ୍ଧତାର ଏହି ନିବେଶ ହେଉଛି ପ୍ରତିଫଳନ। ୨୦୨୩ ଜାନୁଆରି ସୁଦ୍ଧା ତ୍ରିଭେନ୍ଦ୍ରମ, କୋଝିକୋଡ, ଥ୍ରୀଶୂର, ମଲ୍ଲପୂରମରେ ଏବଂ ୨୦୨୩ ସୁଦ୍ଧା କେରଳର ସବୁ ତହସିଲ ଓ ତାଲୁକାରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବାକୁ ଜିଓ ପ୍ରତିବଦ୍ଧ ରହିଛି।’’

ସେ କହିଛନ୍ତି ଯେ ଜିଓ ଟ୍ରୁ-୫ଜିର ଲାଭ ସମସ୍ତଙ୍କୁ ମିଳିବ। ଏହା ଦ୍ୱାରା ନୂତନ ନିଯୁକ୍ତି ସୃଷ୍ଟି ହେବ, ସାଧାରଣ ଜନତା ଓ ସରକାର ବାସ୍ତବ ସମୟରେ ପରସ୍ପର ସହ ଯୋଡିହୋଇପାରିବେ ଏବଂ ସରକାରୀ ଯୋଜନାର ଲାଭ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ପହଂଚିପାରିବ। ସରକାରୀ କାମ ଶୀଘ୍ର ହେବ।

ଜିଓ ଟ୍ରୁ-୫ଜି ଲାଭ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ଲାଗି କଂପାନି ପକ୍ଷରୁ ଜିଓ କମ୍ୟୁନିଟି କ୍ଲିନିକ୍ ମେଡିକାଲ୍ କିଟ୍‌, ଏଆର୍‌-ଭିଆର୍ ଡିଭାଇସ୍ ସହିତ ଜିଓ ଗ୍ଲାସ୍‌କୁ ପ୍ରଦର୍ଶନ କରାଯାଇଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “କେରଳର କୋଚି ଏବଂ ଗୁରୁବାୟୁର ମନ୍ଦିରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ଖୁବ୍‌ଶୀଘ୍ର ସାରା କେରଳ ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ିହେବ। ଜିଓ ହେଉଛି ପ୍ରଥମ ଟେଲିକମ୍ ଅପରେଟର ଯାହା କେରଳରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି। ସବୁ ଭାରତୀୟଙ୍କୁ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ିବା ଲାଗି ଜିଓର ଇଞ୍ଜିନିୟରମାନେ ଚବିଶ ଘଂଟା କାମ କରୁଛନ୍ତି। କେରଳର ଡିଜିଟାଲକରଣକୁ ଆଗକୁ ବଢ଼ାଇବା ଲାଗି ଆମକୁ ପୂର୍ଣ୍ଣ ସମର୍ଥନ ଦେଇଥିବାରୁ ଆମେ କେରଳ ମୁଖ୍ୟମନ୍ତ୍ରୀ ଓ କେରଳ ସରକାରଙ୍କ ନିକଟରେ କୃତଜ୍ଞ।’’

ଜିଓ ୱେଲକମ୍ ଅଫର ଅଧୀନରେ ଜିଓ ଗ୍ରାହକମାନେ ଡିସେମ୍ବର ୨୦ ତାରିଖରୁ କୋଚି ଏବଂ ଗୁରୁବାୟୁର ମନ୍ଦିରରେ କୌଣସି ଅତିରିକ୍ତ ଶୁଳ୍କ ବିନା ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଲାଭ ଉଠାଇପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଇଫୋନ୍ ର ଏହି ମଡେଲ୍‌ଗୁଡ଼ିକ ପାଇଁ ଅସୀମିତ ଡାଟା ସହ ୫ଜି ସେବାର ଶୁଭାରମ୍ଭ କଲା ଜିଓ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ ପରବର୍ତ୍ତୀ ଆଇଫୋନ୍ ମଡେଲଗୁଡ଼ିକ୍‌ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ।

ବ୍ୟବହାରକାରୀମାନଙ୍କୁ ଆଇଫୋନ୍‌ର ସଦ୍ୟତମ ଆଇଓଏସ୍ ଏବଂ କ୍ୟାରିୟର ସେଟିଂକୁ ଅପ୍‌ଡେଟ୍ କରିବାକୁ ପଡ଼ିବ। ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇସାରିଥିବା ସହରଗୁଡ଼ିକରେ ଅସୀମିତ ୫ଜି ବ୍ୟବହାର ପାଇଁ ଆଇଫୋନ୍ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି କଂପାନି ପକ୍ଷରୁ ସେମାନଙ୍କ ନମ୍ବରରେ ଜିଓ ୱେଲ୍‌କମ୍ ଅଫର ପ୍ରଦାନ କରାଯାଇଛି। ଆଇଫୋନ୍ ୧୨ ମିନି, ଆଇଫୋନ୍ ୧୨, ଆଇଫୋନ୍ ୧୨ ପ୍ରୋ, ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ, ଆଇଫୋନ୍ ୧୩ ମିନି, ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ, ଆଇଫୋନ୍ ଏସ୍‌ଇ ୨୦୨୨ (ଥାର୍ଡ ଜେନେରେସେନ), ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍‌, ଆଇଫୋନ୍ ୧୪ ପ୍ରୋ, ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସରେ ଏବେ ଜିଓର ଟ୍ରୁ-୫ଜି ସେବା ହାସଲ କରିହେବ।

ଭାରତରେ ଆଇଫୋନ୍ ଡିଭାଇସ୍‌ରେ ୫ଜି ସେବାକୁ ବ୍ୟବହାର କରିବା ସୁବିଧା ପ୍ରଦାନ କରିବା ଲାଗି ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆପଲ୍ ପକ୍ଷରୁ କଂପାନିର ବିଟା ସଫଟଓୟାର ପ୍ଲାଟ୍‌ଫର୍ମରେ ଅପ୍‌ଡେଟ୍ ଜାରି କରାଯାଇଥିଲା।

ଜିଓ ଟ୍ରୁ-୫ଜି ବ୍ୟବହାର କରିବା ପାଇଁ ଆଇଫୋନ୍ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଡିଭାଇସ୍ ସଫ୍ଟଓୟାରକୁ ଆଇଓଏସ୍ ୧୬.୨ କିମ୍ବା ତା’ଠାରୁ ପରବର୍ତୀକୁୁ ଅପ୍‌ଡେଟ୍ କରିବାକୁ ପଡ଼ିବ ଏବଂ ତା’ପରେ ସେଟିଂରେ ୫ଜିକୁ ସକ୍ରିୟ କରିବାକୁ ହେବ ଏବଂ ଶେଷରେ ଷ୍ଟାଣ୍ଡ୍‌-ଏଲୋନ୍ ୫ଜିକୁ ସକ୍ରିୟ କରିବାକୁ ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରଥମ ରାଜ୍ୟ ଭାବେ ଗୁଜରାଟର ୧୦୦% ଜିଲ୍ଲା ମୁଖ୍ୟାଳୟରେ ମିଳିବ ଜିଓ ଟ୍ରୁ-୫ଜି ସେବା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି। ଗୁଜରାଟର ୩୩ ଜିଲ୍ଲା ମୁଖ୍ୟ କର୍ଯ୍ୟାଳୟରେ ଜିଓ ପକ୍ଷରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ଗୁଜରାଟ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟରେ ଜିଓ ଟ୍ରୁ-୫ଜି କଭରେଜ୍ ମିଳିବ।

ରିଲାଏନ୍ସର ଜନ୍ମଭୂମି ହୋଇଥିବାରୁ କଂପାନି ପାଇଁ ଗୁଜରାଟ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି। ସେଠାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଗୁଜରାଟ ଏବଂ ଏହାର ବାସିନ୍ଦାଙ୍କ ପ୍ରତି ଏକ ସମର୍ପଣ ସଦୃଶ। ଏକ ମଡେଲ୍ ରାଜ୍ୟ ଭାବେ ଜିଓ ପକ୍ଷରୁ ଗୁଜରାଟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶିଳ୍ପ ୪.୦ ଏବଂ ଆଇଓଟି ଆଦି କ୍ଷେତ୍ରରେ ଟ୍ରୁ-୫ଜି ପାୱାରଡ୍ ଅଭିଯାନର ଶୁଭାରମ୍ଭ କରାଯିବ ଓ ଏହା ପରେ ତାହାକୁ ସାରା ଦେଶରେ ସମ୍ପ୍ରସାରଣ କରାଯିବ।

“ଏଜୁକେସନ ଫର ଅଲ୍‌’ ନାମକ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ପାୱାରଡ୍ ଅଭିଯାନ ଜରିଆରେ ଗୁଜରାଟରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି। ଏହି ଅଭିଯାନରେ ରାଜ୍ୟର ୧୦୦ ସ୍କୁଲକୁ ଡିଜିଟାଇଜ୍ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ଓ ଜିଓ ପରସ୍ପର ସହ ହାତ ମିଳାଇଛନ୍ତି। ଏହି ଅଭିଯାନରେ ସ୍କୁଲ୍‌ଗୁଡ଼ିକରେ ଜିଓ ଟ୍ରୁ-୫ଜି ସଂଯୋଗ, ଉନ୍ନତ କଟେଂଟ୍ ପ୍ଲାଟଫର୍ମ, ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗିତା ପ୍ଲାଟଫର୍ମ ଏବଂ ସ୍କୁଲ ପରିଚାଳନା ପ୍ଲାଟଫର୍ମ ଆଦି ସୁବିଧା ମିଳିବ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ଆମେ ଗର୍ବର ସହିତ ଏହା ଘୋଷଣା କରୁଛୁ ଯେ ଗୁଜରାଟ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ୧୦୦% ଜିଲ୍ଲା ମୁଖ୍ୟାଳୟ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ି ହୋଇଛନ୍ତି। ଏହି ପ୍ରଯୁକ୍ତିର ବାସ୍ତବ ଶକ୍ତି ଏବଂ ଏହା କିଭଳି କୋଟି କୋଟି ଜୀବନକୁ ପ୍ରଭାବିତ କରୁଛି ତାହା ଆମେ ପ୍ରଦର୍ଶିତ କରିବାକୁ ଚାହୁଛୁ।

ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଶିକ୍ଷା ହେଉଛି ଏକ ଗୁରୁତ୍ୱର କ୍ଷେତ୍ର। ଆସନ୍ତା ୧୦-୧୫ ବର୍ଷରେ ୩୦-୪୦ କୋଟି କୁଶଳୀ ଭାରତୀୟ ଶ୍ରମ ଶକ୍ତିରେ ଯୋଗ ଦେବାର ଶକ୍ତି ବିଷୟରେ କଳ୍ପନା କରନ୍ତୁ। ଏହା କେବଳ ପ୍ରତି ଭାରତୀୟଙ୍କୁ ଉତମ ଜୀବନ ଧାରଣ ମାନ ପ୍ରଦାନ କରିବ ନାହିଁ, ବରଂ ୨୦୪୭ ସୁଦ୍ଧା ଏକ ବିକାଶଶୀଳ ଦେଶରେ ପରିଣତ ହେବା ଲାଗି ଆମ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ରହିଥିବା ଲକ୍ଷ୍ୟକୁ ଏହା ପୂରଣ କରିବ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ଏଜୁକେସନ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ (ଇଏସଏ) କାର୍ଯ୍ୟକ୍ରମ ଜାରି ରହିଛି ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଏବଂ କ୍ରୀଡ଼ାରେ ସୁଯୋଗ ଜରିଆରେ ତୃଣମୂଳ ସ୍ତରରେ ଯୁବବର୍ଗଙ୍କୁ ସଶକ୍ତ ଓ ସକ୍ଷମ କରାଯାଉଛି। ଜିଓର ଟ୍ରୁ-୫ଜିକୁ ବ୍ୟବହାର କରି ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନ “ଏଜୁକେସନ ଫର ଅଲ୍‌’ ଅଭିଯାନକୁ ସମ୍ପୂର୍ଣ୍ଣ ଏକ ନୂଆ ସ୍ତରକୁ ନେବେ ଯାହା ସ୍କୁଲଗୁଡ଼ିକୁ ଡିଜିଟାଇଜ୍ କରିବ ଏବଂ ସେଗୁଡ଼ିକୁ ଭାରତ ଏବଂ ଦୁନିଆର ଶ୍ରେଷ୍ଠ ସ୍ତରକୁ ଆଣିବ।

ଆମ ବଡ଼ ସହରଗୁଡ଼ିକରେ ବାସ କରୁଥିବା ସ୍ୱଚ୍ଛଳ ବର୍ଗର ଲୋକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ହୋଇ ରହିବନି ୫ଜି। ଏହା ନିଶ୍ଚିତ ରୂପେ ଭାରତର ପ୍ରତି ନାଗରିକ, ପ୍ରତି ଗୃହ ଏବଂ ପ୍ରତି ବ୍ୟବସାୟ ପାଖରେ ପହଂଚିବା ଦରକାର। କେବଳ ସେତେବେଳେ ଆମେ ସାରା ଅର୍ଥନୀତିରେ ଉତ୍ପାଦକତା, ଆୟ ଏବଂ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆଣିପାରିବା, ଯାହା ଫଳରେ ଆମ ଦେଶ ଏକ ସମୃଦ୍ଧ ଓ ଅନ୍ତର୍ଭୁକ୍ତୀକରଣ ସମାଜରେ ପରିଣତ ହୋଇପାରିବ।’’

୨୦୨୨ ନଭେମ୍ବର ୨୫ରୁ ଗୁଜରାଟରେ ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବ ଯେଉଁଥିରେ ସେମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ପାଇପାରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ଭୁବନେଶ୍ୱର/ମୁମ୍ବାଇ: ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ବାରାଣାସୀ ଏବଂ ନାଥଦ୍ୱାରାରେ ଜିଓ ଟ୍ରୁ-୫ଜି ସେବାର ସଫଳ ବିଟା ପରୀକ୍ଷଣ ଶୁଭାରମ୍ଭ ପରେ ରିଲାଏନ୍ସ ଜିଓ ପକ୍ଷରୁ ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏହି ଦୁଇ ସହର ଭାରତର ସାଇବର ଓ ଡିଜିଟାଲ୍ ହବ ଭାବରେ ପରିଗଣିତ ହେଉଥିବାରୁ ଜିଓ ଟ୍ରୁ-୫ଜିର ପ୍ରକୃତ ପରୀକ୍ଷା ଏହି ସହରରେ ହେବ ।

ଜିଓର ଟ୍ରୁ-୫ଜି ସେବା ପୂର୍ବରୁ ଛଅଟି ସହରରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ଦ୍ୱାରା ବ୍ୟବହାର କରାଯାଉଛି ଏବଂ ସେମାନଙ୍କଠାରୁ ମିଳୁଥିବା ପ୍ରତିକ୍ରିୟା ବେଶ ସକାରାତ୍ମକ ରହିଛି । ଗ୍ରାହକମାନଙ୍କ ପ୍ରତିକ୍ରିୟା ଆଧାରରେ କଂପାନି ଏହାର ନେଟ୍‌ୱର୍କକୁ ନିୟମିତ ଭାବେ ମଜଭୁତ କରିବା କାର୍ଯ୍ୟ ଜାରି ରଖିଛି । ଜିଓ ନିଜର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରୁଛି, ଯଦ୍ୱାରା ଗ୍ରାହକମାନଙ୍କୁ ସର୍ବୋତ୍କୃଷ୍ଟ ଅନୁଭବ ମିଳିପାରିବ ।

ଜିଓ ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନେ ନିଜ ସ୍ମାର୍ଟଫୋନ୍‌ରେ ୫୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍ ଭଳି ସ୍ପିଡ୍‌ରେ ଡାଟା ହାସଲ କରୁଛନ୍ତି ଏବଂ ଗ୍ରାହକମାନେ ବିପୁଳ ପରିମାଣର ଡାଟା ବ୍ୟବହାର କରୁଛନ୍ତି ।

କଂପାନି ମତରେ ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ । ତାହାର ଭଲ ଦିଗଗୁଡ଼ିକ ହେଉଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହାର ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳତା ଶୂନ ଅଟେ । ଅର୍ଥାତ ଏହାକୁ ୪ଜି ନେଟ୍‌ୱର୍କ ଉପରେ ଆଦୌଁ ନିର୍ଭରଶୀଳ ରହିବାକୁ ପଡ଼ିବନି । କଂପାନି ପାଖରେ ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଏବଂ ଉତମ ମିଶ୍ରଣ ରହିଛି । କ୍ୟାରିୟର ଏଗ୍ରିଗେସନ କୌଶଳକୁ ବ୍ୟବହାର କରି ଜିଓ ଏହି ୫ଜି ଫ୍ରିକ୍ୟୁଏନ୍ସିଗୁଡ଼ିକର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରୁଛି ।

ନଭେମ୍ବର ୧୦ ତାରିଖରୁ ବେଙ୍ଗାଲରୁରୁ ଏବଂ ହାଇଦ୍ରାବାଦରେ ଜିଓ ବ୍ୟବହାରକାରୀମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଅଫରରେ ଗ୍ରାହକମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ଏବଂ ଅସୀମିତ ୫ଜି ଡାଟା ପାଇପାରିବେ ।