Categories
ଆଜିର ଖବର ବିଶେଷ ଖବର ସ୍ବାସ୍ଥ୍ୟ

ନଭେମ୍ବରରେ ୪ଜି ଡାଉନଲୋଡ ସ୍ପିଡରେ ଜିଓ ସର୍ବାଗ୍ରେ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ମାସରେ ସେକେଣ୍ଡ ପ୍ରତି ୨୪.୧ ମେଗାବିଟ୍‍ (ଏମ୍‍ବିପିଏସ) ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ରିଲାଏନ୍ସ ଜିଓ ତାହାର ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରଖିଥିବା ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି।

ନଭେମ୍ବରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓ ନେଟୱର୍କ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହାସଲ କରିବା ସହିତ ୨୪.୧ ଏମ୍‍ବିପିଏସ ସ୍ପିଡରେ ପହଞ୍ଚିଥିବାବେଳେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ନେଟୱର୍କରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏହି ମାସରେ ଯଥାକ୍ରମେ ୧୭ ଏମ୍‍ବିପିଏସ ଏବଂ ୧୩.୯ ଏମ୍‍ବିପିଏସ ରହିଥିଲା। ନଭେମ୍ବର ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲ ଅପେକ୍ଷା ୧୦.୨ ଏମ୍‍ବିପିଏସ ଏବଂ ଭୋଡାଫୋନ ଆଇଡିଆ ତୁଳନାରେ ୭.୧ ଏମ୍‍ବିପିଏସ ଅଧିକ ରହିଥିଲା।

ତେବେ ନଭେମ୍ବରରେ ୪ଜି ଅପ୍‍ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆ ଶୀର୍ଷରେ ରହିବା ସହିତ ହାରାହାରି ୪ଜି ଅପ୍‍ଲୋଡ ୮ ଏମ୍‍ବିପିଏସ ହାସଲ କରିଥିଲା। ଜିଓ ମଧ୍ୟ ନଭେମ୍ବରରେ ହାରାହାରି ୪ଜି ଅପ୍‍ଲୋଡ ସ୍ପିଡ ୭.୧ ଏମ୍‍ବିପିଏସ  ହାସଲ କରିଥିଲା, ଯାହା ପାଞ୍ଚମାସ ମଧ୍ୟରେ ସର୍ବାଧିକ। ଅନ୍ୟପକ୍ଷରେ ଏୟାରଟେଲ ଏହି ମାସରେ ୫.୬ ଏମ୍‍ବିପିଏସ ହାରାହାରି ଅପ୍‍ଲୋଡ ସ୍ପିଡ ସହିତ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଣ୍ଟରନେଟରୁ ବିଭିନ୍ନ ବିଷୟବସ୍ତୁର ସୁଯୋଗ ନେବାରେ ସହାୟତା କରିଥାଏ, ଅନ୍ୟପକ୍ଷରେ ଅପ୍‍ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସହିତ ଯୋଗାଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଡାଟା ପଠାଇବା ଅଥବା ଛବି ଅଥବା ଫଟୋ ଆଦି ପ୍ରେରଣରେ ସହାୟକ ହୋଇଥାଏ।

ଟ୍ରାଇ ସମଗ୍ର ଦେଶରୁ ଏହାର ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରୁଥିବା ତଥ୍ୟକୁ ନେଇ ହାରାହାରି ସ୍ପିଡ ହିସାବ କରିଥାଏ।

ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ୩୮.୧ ଏମ୍‍ବିପିଏସ ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ସର୍ବାଗ୍ରେ ରହିଥିବାବେଳେ ଭୋଡାଫୋନ ଆଇଡିଆ ୧୦.୩ ଏମ୍‍ବିପିଏସ ଏବଂ ଏୟାରଟେଲ ୮.୯ ଏମ୍‍ବିପିଏସ  ହାରାହାରି ଡାଉନଲୋଡ ସ୍ପିଡ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟରେ ହାରାହାରି ୪ଜି ଅପ୍‍ଲୋଡ ସ୍ପିଡ କ୍ଷେତ୍ରରେ ଭୋଡାଫୋନ ଆଇଡିଆ ୯.୩ ଏମ୍‍ବିପିଏସ ସହିତ ଆଗରେ ରହିଥିବାବେଳେ ଜିଓ ୮.୧ ଏମ୍‍ବିପିଏସ ଏବଂ ଏୟାରେଟଲ ୩.୧ ଏମ୍‍ବିପିଏସ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ସେପ୍ଟେମ୍ବରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓ ସର୍ବାଗ୍ରେ: ଟ୍ରାଇ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ୨୦୨୧ ସେପ୍ଟେମ୍ବର ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଥିବା ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି। ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓର ହାରାହାରି ଡାଉନଲୋଡ ସ୍ପିଡ ୨୦.୯ ଏମବିପିଏସ୍ ରହିଥିବା ବେଳେ ଏହା ପ୍ରତି ମାସ ପରି ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପଛରେ ପକାଇବା ସହିତ ସେମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି। ଟ୍ରାଇ ପ୍ରଦତ ତଥ୍ୟ ଅନୁଯାୟୀ ସେପ୍ଟେମ୍ବରରେ ରିଲାଏନ୍ସ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡଠାରୁ ୯ ଏମବିପିଏସ୍ ଅଧିକ ଏବଂ ଭୋଡାଫୋନ ଆଇଡିଆ ଠାରୁ ୬.୫ ଏମବିପିଏସ୍ ଅଧିକ ରହିଥିବା ଜଣାଯାଇଛି। ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ଜିଓର ହରାହାରି ୪ଜି ଡାଉନଲୋଡ ସ୍ପିଡ ଯଥେଷ୍ଟ ବୃଦ୍ଧି ଘଟିଛି । ଅଗଷ୍ଟରେ ଏହା ୧୮.୨ ଏମବିପିଏସ୍ ରହିଥିଲା।

ଏଥିସହିତ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ କ୍ରମାଗତ ଭାବରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି। ସେପ୍ଟେମ୍ବର ମାସରେ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୧.୯ ଏମବିପିଏସ୍ ରହିଥିବା ବେଳେ ଏହା ବିଗତ କିଛି ମାସ ଧରି ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଆସୁଛି। ସେହିଭଳି ସେପ୍ଟେମ୍ବରରେ ଭୋଡାଫୋନ ଆଇଡିଆର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୪.୪ ଏମବିପିଏସ ରହିଥିବା ଜଣାପଡିଛି। ଭୋଡାଫୋନ ଆଇଡିଆ ଏ କ୍ଷେତ୍ରରେ ଏୟାରଟେଲକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସେହିଭଳି ସେପ୍ଟେମ୍ବରରେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆ ୭.୨ ଏମବିପିଏସ୍ ସହିତ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୬.୨ ଏମବିପିଏସ ଅପ୍‌ଲୋଡ ସ୍ପିଡ ସହିତ ରିଲାଏନ୍ସ ଜିଓ ରହିଥିଲା ଏବଂ ତୃତୀୟ ସ୍ଥାନରେ ହାରାହାରି ୪.୫ ଏମବିପିଏସ୍ ଅପ୍‌ଲୋଡ ସ୍ପିଡ ସହିତ ଏୟାରଟେଲ ରହିଥିଲା। ଟ୍ରାଇ ପକ୍ଷରୁ ଏହାର ମାଇଁ ସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସାରା ଦେଶରେ ସଂଗୃହୀତ ତଥ୍ୟ  ଆଧାରରେ ଏହି ଗଣନା କରାଯାଇଥାଏ।