Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩/୨୪ ଅନୁଷ୍ଠିତ, ୫ ଦିନ ବ୍ୟାପୀ ଚାଲିବ ମେଳା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ହେବାଳୀ ପଡିଆ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରାୟ ୬୦ ଟି ଷ୍ଟଲରେ ବିଭିନ୍ନ କମ୍ପାନୀର କୃଷି ଯନ୍ତ୍ରପାତି ପ୍ରଦର୍ଶନ ହେବା ସହିତ କୃଷି ଓ ଆନୁଷଙ୍ଗିକ ବିଭାଗୀୟ ଷ୍ଟଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି ମେଳାରେ ଉଦଘାଟନ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ତଥା ମତ୍ସ୍ୟ ଓ ପ୍ରାଣୀଧନ ସମ୍ବଳ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦାନ କରି ସଭା ମଣ୍ଡିତ କରିଥିଲେ।

ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡା ମେଳାର ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। କୃଷି ମନ୍ତ୍ରୀ କୃଷି ଯାନ୍ତ୍ରିକ ମେଳା ସବୁ ଜିଲ୍ଲାରେ ହେବା ଦ୍ଵାରା କିଭଳି କୃଷି କ୍ଷେତ୍ରରେ ଉତ୍ପାଦନ ବଢିପାରିଛି ଏବଂ ଓଡିଶା ଧାନ ଉତ୍ପାଦନରେ ସ୍ବାବଲମ୍ବୀ ହେବା ସହ ଧାନ ରପ୍ତାନୀ ପାଇଁ ଯୋଗ୍ୟ ହୋଇପାରିଛି ତାହାର ବିବରଣୀ ପ୍ରଦାନ କରିଥିଲେ।

ଏହି ମେଳା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଆୟୋଜନ କରାଯାଇଛି। ମେଳାରେ ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାର ୨ ଟି ଲେଖାଏଁ ବ୍ଲକର ୫୦ ଜଣ ଚାଷୀମାନଙ୍କ ପାଇଁ କୃଷି ପାଠଶାଳାରେ ଚାଷୀମାନେ ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ସହ ଯନ୍ତ୍ରପାତି ବିଷୟରେ ବିସ୍ତୃତ ଭାବେ ଜ୍ଞାନ ଆହାରଣ କରିଛନ୍ତି।

ସନ୍ଧ୍ୟାରେ ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ ଏହାର ମୁଖ୍ୟ ଆକର୍ଷଣ ସାଜିପାରିଛି। ଏହି ମେଳାରେ ବହୁଳ  ଭାବରେ ଯୋଗଦାନ କରି ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଜ୍ଞାନ ଆହରଣ ପାଇଁ ଜିଲ୍ଲାର ଚାଷୀଭାଇମାନଙ୍କୁ ଅନୁରୋଧ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲାପାଳ ଡ଼ଃ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା ଖେସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଲୋଭ ଲାଳସାରୁ ଦୁରେଇ ରହିବା ସହ ମନ୍ଦ ଉଦ୍ଦେଶ୍ୟକୁ ମନରୁ ବାହାର କରି ସତ୍ କର୍ମରେ ଲିପ୍ତ ରହି ନିଜ ପରିବାରରୁ ଛୋଟ ଛୋଟ ଭୁଲ୍ କୁ ସୁଧାରିଲେ ଦୁର୍ନୀତି ଲୋପ ପାଇବ ବୋଲି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରି ରାଷ୍ଟ୍ର ବିକାଶ କ୍ଷେତ୍ରରେ ଦୁର୍ନୀତି ନିବାରଣର ଆବଶ୍ୟକତା ରହିଛି ଓ ଅବାଳବୃଦ୍ଧ ବନିତା ଙ୍କ ଏହି କ୍ଷେତ୍ରରେ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଡେପୁଟି କଲେକ୍ଟର ଆୟୁଷୀ ପତି ଓ ଦୀପ୍ତିମୟୀ ପାତ୍ର ନିଜର ବକ୍ତବ୍ୟ ରଖି ଆଜିର ସମାଜରେ ଦୁର୍ନୀତିର ମୁଳ ଉତ୍ପାଟନ ପାଇଁ ସମସ୍ତଙ୍କର ଉତ୍ତର ଦାୟିତ୍ଵ ରହିଛି ବୋଲି କହିଛନ୍ତି।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ବ୍ୟଵହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଜିଲ୍ଲାସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜତୀୟ ନିଶା ବ୍ୟବହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ସକାଳ ୮.୦୦ ଟା ରେ ଏକ ସଚେତନ ଶୋଭାଯାତ୍ରାକୁ ଅତିରିକ୍ତ ଜଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ଜିଲ୍ଲା ଅବକାରୀ ଅଧିକ୍ଷକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉପଖଣ୍ଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ, ପ୍ରଜାପତି ବ୍ରହ୍ମକୁମାରୀ ଆଶ୍ରମ କର୍ମକର୍ତ୍ତା ଗଣ, ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ଛାତ୍ରଛାତ୍ରୀ, ଏନ୍ ସି ସି, ସ୍କାଉଟ୍, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ।

ପୂର୍ବାହ୍ନ ୧୦.୦୦ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୁରସ୍କାର ବିତରଣୀ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସୁବ୍ରତ କୁମାର ନାୟକ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଅନ୍ୟାନ୍ୟ ଅତିଥି ରୂପେ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ଧର୍ମଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଶୁଭାଶିଷ ମହାନ୍ତି, କଳାହାଣ୍ଡି ବିଶ୍ଵବିଦ୍ୟାଲୟର ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଏବଂ ପ୍ରଜ୍ଜପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଭବାନୀପାଟଣା ଶାଖା ମୁଖ୍ୟ ଯୋଗ ଦେଇ ଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାକୁ ଜୁନାଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ ପରିଚାଳନା କରିଥିଲେ।

ଏହି ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା (ପ୍ରବନ୍ଧ/ତର୍କ/ସାଧାରଣ ଜ୍ଞାନ) ର ଉତ୍ତିର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲ।

ଏହି ଅବସରରେ ନିଶାରୁ ସଂପୂର୍ଣ୍ଣ ମୁକ୍ତି ପାଇଥିବା ଦୁଇ ଜଣ ବ୍ୟକ୍ତି ଭିକାରୀ ଚରଣ ନାଏକ  ଏବଂ ଦେବାର୍ଚ୍ଚନ୍ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଜାପତି ବ୍ରହ୍ମାକୁମାରୀ ଆଶ୍ରମ ସହଯୋଗରେ ସେମାନେ ନିଶାରୁ ମୁକ୍ତି ପାଇଥିବାର ଅନୁଭୂତି ସଭାରେ ପ୍ରକାଶ କରିଥିଲେ।

ସଭାରେ ଅତିଥିଗଣ ନିଶା ସେବନକୁ ପ୍ରତିରୋଧ କରିବା ପାଇଁ ସଚେତନତା ସୃଷ୍ଟି ସହ ନିଜକୁ ବିଭିନ୍ନ ସକାରାତ୍ମକ ଓ ସୃଜନଶୀଳତା ବୃତ୍ତିରେ ନିୟୋଜନ କରିବା ଉଚିତ ବୋଲି କହିଥିଲେ।

ନିକଟ ଅତୀତରେ ଅବକାରୀ ବିଭାଗ ଦ୍ଵାରା ବିଶେଷ ଚଢାଉ କରାଯାଇ ବହୁ ମାତ୍ରାରେ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ରାଉନ ସୁଗର ଜବତ କରାଯାଇଥିବା ଯୋଗୁଁ ଅବକାରୀ ବିଭାଗ କର୍ମଚାରୀଙ୍କୁ ପ୍ରଶଂସା କରଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ “ମୋ ସ୍କୁଲ୍” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ପ୍ରଦାନ ଉତ୍ସବ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ “ମୋ ସ୍କୁଲ୍” ଯୋଜନା ଅଧିନରେ ପୁରାତନ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟକୁ ଦାନ କରିଥିବା ପୁରାତନ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ବଣ୍ଟନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ଉଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଯେଉଁମାନେ ଅର୍ଥଦାନ କରି ବିଦ୍ୟାଳୟ ରୂପରେଖ ବଦଳାଇବାକୁ ପ୍ରଚେଷ୍ଟା କରିଛନ୍ତି ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ।

ମୁଖ୍ୟ ବକ୍ତାଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକ ସରୋଜକାନ୍ତ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ସମଗ୍ରଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ବିଗ୍ୟାନ ପରିଦର୍ଶକ ସୁଭାସ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ମୋ ସ୍କୁଲ୍ ଅଭିଯାନ କମିଟିର ସଭାପତି ଓ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଆଭିମୁଖ୍ୟ ପ୍ରକାଶ କରିଥିଲେ।

ଏଥିସହିତ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜଗତସିଂହପୁର ବ୍ଲକ ଶିକ୍ଷାଧିକାରୀ ଗଣେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୨ଟି ପ୍ରମୁଖ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟତ୍ରୀ, ପରିଚାଳନା କମିଟି ସଭାପତି, ମୋ ସ୍କୁଲ୍ ଅଭିଯାନର ସଭାପତି ମାନେ ଯୋଗଦେଇଥିଲେ। ଶେଷରେ ମୋ ସ୍କୁଲ୍ ଅଭିଯାନର ଧନ୍ୟବାଦ ପତ୍ର ଜିଲ୍ଲାପାଳ ସମସ୍ତଙ୍କୁ ବଣ୍ଟନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁର ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଅଛି। ଚଳିତ ବର୍ଷ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ନିରାଡମ୍ବର ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ପାଳନ ହେବା ସହିତ “ମିତବ୍ୟୟୀ ହୋଇ ସଂଚୟ କୁରନ୍ତୁ, ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ” ଏକ ବାର୍ତା ସମ୍ପର୍କରେ ଜନସାଧାରଣମାନଙ୍କୁ ସଚେତନତା କରାଯାଇଥିଲା।

ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନ ସୃଷ୍ଟି କରିବା ଓ ଆଗାମୀ ଭବିଷ୍ୟତ ପ୍ରତି ସଂଚୟ ମନବଳ ଜାଗ୍ରତ କରିବା। ପ୍ରଥମେ ସଂଚୟ କରିବା ଓ ପରେ ବ୍ୟୟ କରିବା। ଜଳ ବିନ୍ଦୁଟିଏ ପରି ଯଦି ସଂଚୟ କରିବା, ସାଗର ପରି ଧନ ପାଇପାରିବା। ଋଣ ଠାରୁ ଭଲ ସଂଚୟ ଅଭ୍ୟାସ, ସୁଧ ନିଏ ନାହିଁ ସୁଧ ଦେଇଥାଏ। ବିପଦରେ ବନ୍ଧୁ ହୋଇଥାଏ। ତେଣୁ ଅପବ୍ୟୟ ରୋକି ମିତବ୍ୟୟି ହୋଇ ନିଜର ଭବିଷ୍ୟତ ଓ ଦେଶ ଗଢ଼ିବାର ଆହ୍ୱାନ। ବିଶେଷଭାବରେ ନିଜର ଅର୍ଥକୁ ସୁରକ୍ଷିତ ରଖିବା ପାଇଁ କେବଳ ସ୍ୱୀକୃତିପ୍ରାପ୍ତ, ଅଧିକୃତ ଓ ପଂଞ୍ଜିକୃତ ସଂସ୍ଥା, ବ୍ୟାଙ୍କ୍‌, ପୋଷ୍ଟ ଅଫିସ୍‌ରେ ଅର୍ଥ ଜମା ରଖିବାକୁ ଆହ୍ୱାନ କରାଯାଉଛି। ସ୍ୱଳ୍ପ ସଂଚୟ ଯୋଜନାରେ ଯେକୌଣସି ଡାକଘରେ କିମ୍ବା ବ୍ୟାଙ୍କ୍‌ରେ ସଂଚୟ କରି ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଉଠାଣରେ ଅଂଶ ଗ୍ରହଣ କରି ଭାଗ୍ୟଶାଳୀ ବିଜେତା ହୋଇପାରିବା।

ଏହି ଜଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ବାଲିକୁଦା ତହସିଲଦାର ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ, ଡେପୁଟି କଲେକ୍ଟର ଶ୍ରୀ ଅଜୟ କୁମାର ମହାନ୍ତି ଓ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱଳ୍ପ ସଂଚୟ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଶାରଦା ପ୍ରସନ୍ନ ସାହୁ, ଦିଲ୍ଲୀପ କୁମାର ପରିଡ଼ା ଓ ରାଧାମୋହନ ଜେନା ପରିଚାଳନା କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଜିଲ୍ଲା ସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଅନୁଷ୍ଠିତ

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଡି.ଇ.ଆଇ.ସି ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରକୁ ହୃଦରୋଗ ବିଶେଷଜ୍ଞ ଡଃ. ପଙ୍କଜ ଗୁପ୍ତା ଇକୋ ମେସିନ ଜରିଆରେ ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରୁ ଏକ ଶହରୁ ଉର୍ଦ୍ଧ୍ଵ ଜନ୍ମରୁ ୧୮ ବର୍ଷ ବୟଷ୍କ ଶିଶୁଙ୍କୁ ପରୀକ୍ଷଣ କରି ଆବଶ୍ୟକ ମୁତାବକ ଔଷଧ ବଣ୍ଟନ କରାଯାଇଥିଲା। ଡଃ. ଗୁପ୍ତାଙ୍କ ସହିତ ନାରାୟଣ ହୃଦୟାଳୟର ତିନି ଜଣ ଟେକ୍ନିସିଆନ, ବି.ଏନ.ଏମ.ଏଚ ଜାମସେଦପୁର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଥିରେ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଓଡିଶା ଶାଖା ତରଫରୁ ପ୍ରଶାନ୍ତ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ବିଜୟା ପଣ୍ଡା, ଏ.ଡି.ପି.ଏଚ.ଓ, ଡଃ. ପ୍ରମୋଦ କୁମାର ବାରିକ, ଡଃ.ଲାଲମୋହନ ରାଉତ, ଡଃ. ବସନ୍ତ କୁମାର ବାରିକ, ଡଃ. ଗୁଞ୍ଜର ଚରଣ ମହନ୍ତ, ଡଃ. ଅଜୟ କୁମାର ସ୍ଵାଇଁ, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡି.ପି.ଏମ ଚକ୍ରଧର ଜେନା।, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସମେତ ବ୍ଲକସ୍ତରୀୟ ମୋବାଇଲ ହେଲଥ ଟିମ, ପୁରୀ ଜିଲ୍ଲାର ଡାକ୍ତର ଓ ଫାର୍ମାସିଷ୍ଟ ଏବଂ ସ୍ଟାଫ ନର୍ସମାନେ ସହାୟତା କରିଥିଲେ। ହୃଦରୋଗ ପରୀକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରସଂଶା କରିଥିଲେ। ଜଗତସିଂହପୁର ଜିଲ୍ଲାରେ ଆୟୋଜିତ ଏହି ହୃଦରୋଗ ପରୀକ୍ଷଣ ଶିବିର ଆସିଥିବା  ଶିଶୁମାନଙ୍କୁ ମୋବାଇଲ ହେଲଥ ଟିମ ଦ୍ବାରା ସଠିକ ଚିହ୍ନଟ ହୋଇଥିବାରୁ ଡଃ. ପଙ୍କଜ ଗୁପ୍ତା ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ପ୍ରସଂଶା  କରିଥିଲେ। ଏହି ଶିବିରରେ ରକ୍ତଚାପ ପରୀକ୍ଷା, ହାର୍ଟ ରେଟ ପରୀକ୍ଷା, ବି.ଏସ.ଆଇ ଟେଷ୍ଟ କରାଯାଇଥିଲା।