Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ଚଳିତ ବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଜି ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା, ପରିବାର ଅଦାଲତ ଜଜ୍ ଡ. ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକ ଭୂୟାଁ, ସି.ଜେ.ଏମ୍  ପ୍ରିୟରଞ୍ଜନ ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢୀ, ସବଜଜ୍  ଶଶୀରେଖା ମିଶ୍ର, ସବଜଜ୍ (ଏଲ୍.ଆର୍) ଅଭୟ କୁମାର ଦାସ, ସିଭିଲ୍ କୋର୍ଟ ରେଜିଷ୍ଟାର ସୁଦିପା ପାତ୍ର, ମହିଳା କୋର୍ଟ ଜଜ୍ ରଶ୍ମିତା ସାହୁ, ମୁନସିଫ୍ ବିଷ୍ଣୁ ପ୍ରସାଦ ଦେବତା, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ସୁପରିଚାଳନା କରିଥିଲେ।

ଉକ୍ତ ଲୋକ ଅଦାଲତରେ କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ସମସ୍ତ ନିୟମ ପାଳନ କରାଯିବା ସହିତ ସାମାଜିକ ଦୂରତା ରକ୍ଷାକରି ମୋକଦ୍ଦମା ଗୁଡିକର ବିଚାର କରାଯାଇ ଆପୋଷ ସମାଧାନ କରାଯାଇଥିଲା। ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ପି.ପି ନଳିନୀ କାନ୍ତ ମହାରଣା ,ଜି.ପି ସଲିଲ ଘୋଷ, ଆଇନଜୀବୀ ଧିରେନ୍ଦ୍ର ନାଥ ଆଚାର୍ଯ୍ୟ ଓ ସମାଜସେବୀ ସୁଷମା ପ୍ରଧାନ ସଭ୍ୟ ଭାବରେ ମୋକଦ୍ଦମାର ପରିଚାଳନା କରିଥିଲେ।

ବିଶେଷକରି ଦୁର୍ଘଟଣା ଜନିତ କ୍ଷତିପୂରଣ, ଫୌଜଦାରୀ, ଦେୱାନୀ, ପାରିବାରିକ ଏବଂ ଅନ୍ୟାନ୍ୟ ମାମଲା ସହିତ ଜଗତସିଂହପୁର ଅଞ୍ଚଳରେ ଥିବା ବ୍ୟାଙ୍କ୍ କେସ୍ ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଥିଲା।

ସମୁଦାୟ ୯୬୬ ମାମଲାରୁ ୧୩୦ଟି ସଫଳତାର ସହ ଫଇସଲା ହେବା ସହିତ ୧.୦୬.୫୮.୦୧୧ ଟଙ୍କା ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କ୍ କେସ୍ ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଦମାରେ ୯୬୦ଟି ମାମଲାରୁ ୪୮ଟି ସଫଳତାର ସହିତ ଫଇସଲା ହେବା ସହ ୬.୫୮.୯୦୦ ଟଙ୍କା ଆଦାୟ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଅନଲାଇନ୍ ମାଧ୍ୟମରେ ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ଶିବିର

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଅନଲାଇନ୍ ମାଧ୍ୟମରେ ସାମ୍ବିଧାନିକ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀ କମଳାକାନ୍ତ ରାଉତ ଏବଂ ସ୍ୱେଚ୍ଛାସେବୀ ବୃନ୍ଦ ଉପସ୍ଥିତ ରହି ଅନଲାଇନ୍ ମାଧ୍ୟମରେ ଅଂଶ ଗ୍ରହଣ କରିଥିବା ପ୍ୟାନେଲ ଲୟର ,ପାରାଲିଗାଲ ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ସଚେତନ କରାଯାଇଥିଲା।

 

ଏଥିସହିତ ଯେପରି ମାଗଣା ଆଇନସେବା ,ମଧ୍ୟସ୍ଥତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ, କିଶୋର ନ୍ୟାୟ (ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା) ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଅଧିନିୟମ , କନ୍ୟାସନ୍ତାନର ମହତ୍ତ୍ୱ, ପ୍ରାକ୍ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧିନିୟମ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ପାରିବାରିକ ଘରୋଇ ହିଂସା, ଯୌତୁକ ନିର୍ଯ୍ୟାତନା, ଲିଙ୍ଗ ଚୟନ ଏହିସବୁ କ୍ଷେତ୍ରରେ କିପରି ଜଣେ ମହିଳା ନିଜକୁ ସୁରକ୍ଷା କରିପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଶିବିରରେ କୋଭିଡ୍ ୧୯ ମହାମାରୀ ଉପରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।