Categories
ଆଜିର ଖବର ରାଜ୍ୟ ଖବର

ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କଲା କଂଗ୍ରେସ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ, କର୍ମୀ ଏବଂ ଶୁଭେଚ୍ଛୁ କେନ୍ଦ୍ର ବିଜେପି ସରକାରର ଇଣ୍ଡିଆମେଂଟର ବିରୋଧି ୧୪୬ ସାଂସଦଙ୍କ ନିଲମ୍ବନ ପ୍ରତିବାଦ, ଗଣତନ୍ତ୍ରର ହତ୍ୟା ଏବଂ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ସାମାନ୍ୟତମ ନିଷ୍ଠା ଓ ସମ୍ମାନ ନଥିବାକୁ ପ୍ରତିବାଦ କରି ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ।

ତୁରନ୍ତ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଉ ଏବଂ ସଂସଦୀୟ ଗଣତାନ୍ତ୍ରୀକ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସୁବ୍ରତ ମହାପାତ୍ର, ରଜତ ଚୌଧୁରୀ, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରଶାନ୍ତ ଚମ୍ପତି, ମୋହନ ଜେନା, ପ୍ରସନ୍ନ ନାୟକ, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ଅଜୟ ସାହୁ, ଅକ୍ଷୟ ଦାସ, ପ୍ରଭାତ ପ୍ରତାପି ସିଂ, ସଙ୍ଗିତା ମିଶ୍ର, ମହମ୍ମଦ ଗୁଲଫାମ, ପୁଷ୍ପିତା ଦାସ, ସଂକୁନା କହଁର, ଜୟଶ୍ରୀ ପାତ୍ର, ସୌମେନ୍ଦ୍ର ମହାନ୍ତି, ଶ୍ରେୟା ପଣ୍ଡା, ଗୀତାଞ୍ଜଳି ମହାନ୍ତି, ସମିର ରାଉତ, ରାକେଶ ମହାନ୍ତି, ମନୋଜ ସାହୁ, ଏସକ୍‌କେ ତାକୱିମ୍ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

 

Categories
ଆଜିର ଖବର ରାଜ୍ୟ ଖବର

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଆଜି
ଭୁବନେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ମନ୍ତ୍ରୀ ଏବଂ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ପର୍ଯ୍ୟବେକ୍ଷକ ହିସାବରେ ଅଂଶଗ୍ରହଣ କରିଥିଲେ।

ଶ୍ରୀ ହରିଚନ୍ଦନ କେନ୍ଦ୍ର ସରକାରଙ୍କର ଦେଶବିରୋଧି, ସମ୍ବିଧାନ ବିରୋଧି ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହିତ ତିରସ୍କାର କରିଥିଲେ।

ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ସୁଜିତ ପ୍ରଧାନ, ସାଧାରଣ ସଂପାଦକ ସମାଜବାଦୀ ପାର୍ଟି, କିଶୋର ଜେନା, ମନୋରଞ୍ଜନ ଦାଶ, ନବଜ୍ୟୋତି ପଟ୍ଟନାୟକ, ସାମାଜିକ କର୍ମୀ ଦେବୀ ପୃଷ୍ଟି, ଜାନକୀ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ତରୁଣ ମିଶ୍ର, ରସିକ ପଟ୍ଟନାୟକ, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରଶନ୍ନ ନାୟକ, ରାଜକିଶୋର ବାରିକ, ଗୀତାଞ୍ଜଳି ମହାନ୍ତି, ରଶ୍ମି ମହାପାତ୍ର, କୁସୁମ ପ୍ରଧାନ, ମିନତୀ ସାହୁ, ମାମିନା ବେହେରା, ଚୈତଳା ପଟ୍ଟନାୟକ, ମଧୁମିତା ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର, ଆଲୋକ ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଅମିୟ ପାଣ୍ଡବ, ପ୍ରକାଶ ମିଶ୍ର, ଅକ୍ଷୟ ଦାସ, ଶ୍ରୀଧର ବଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ସୁବ୍ରତ ସେନାପତି, ଅନୁୱର ଖାନ, ଉଦିତ ପ୍ରଧାନ, ସାଗର ପରିଡ଼ା, ସୁଶାନ୍ତ ତ୍ରିପାଠୀ, ସମୀର କୁମାର ରାଉତ, ସୌମେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ସ୍ପନ୍ଦନ ସ୍ୱାଇଁ, ଖଗେଶ୍ୱର ମଲ୍ଲିକ, ସୁରଜ ରାଉତ, ଅନିଲ କୁମାର ଦାସ, ମାନସ ସେଠୀ, ଜିତେନ୍ଦ୍ର ବିଶ୍ୱାଳ, କୁଳମଣି ସାହୁ, ରଞ୍ଜିତ ସେନାପତି, ଏସ୍‌କେ ତାକୱିନ, ଏମଡି ସାହାଦୁଲ୍ଲା, ରଞ୍ଜନ କୁମାର ଭୋଇ, ବସନ୍ତ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ପୁନଃ ଟ୍ରେନ ରହଣି ନେଇ ଦାବି କଲା ଜିଲ୍ଲା କଂଗ୍ରେସ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ସରକାର ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ବ୍ରହ୍ମପୁର ତଥା ଜିଲ୍ଲାରେ ଟ୍ରେନ ସେବା ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ। ଓଡ଼ିଶାରୁ ପ୍ରାୟ ୨୦ଟି ଯାତ୍ରୀବାହୀ ଟ୍ରେନ ବିଭିନ୍ନ ରୁଟ୍‌ରେ ଯାତାୟତ କରୁଛି। ବ୍ରହ୍ମପୁର ରେଳ ଷ୍ଟେସନ ଅତିକ୍ରମ କରି ବମ୍ବେ, ଦିଲ୍ଲୀ, ବେଙ୍ଗାଲୁରୁ, ଅହମ୍ମଦାବାଦ, କଲିକତା ଭଳି ସହରକୁ ଟ୍ରେନ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଟ୍ରେନ ବ୍ରହ୍ମପୁର ରେଳଷ୍ଟେସନରେ ରହୁନାହିଁ। ଗଂଜାମ ସୀମା ବାଲୁଗାଁ ଓ ଇଚ୍ଛାପୁରରେ ରହୁଛି। କେବଳ ବ୍ରହ୍ମପୁର ନୁହେଁ ଗଂଜାମ ଜିଲ୍ଲାର କୌଣସି ଷ୍ଟେସନରେ ଟ୍ରେନ ରହୁନାହିଁ। ରାଜ୍ୟ ସରକାରଙ୍କ ଅନୁରୋଧ ଫଳରେ ରେଳ ମନ୍ତ୍ରଣାଳୟ ଚିଠି ଲେଖି ଟ୍ରେନ ଷ୍ଟପେଜ୍ ବାତିଲ କରିଥିବା ସୂଚନା ରହିଛି।

ବ୍ରହ୍ମପୁର ଷ୍ଟେସନରୁ ପ୍ରତିଦିନ ପ୍ରାୟ ୫ ହଜାର ଲୋକ ଦେଶର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ବ୍ରହ୍ମପୁର ଷ୍ଟେସନ ଏକ ବଡ଼ ଲିଙ୍କ ହୋଇଥିବାରୁ ସରକାର ପ୍ରଚୁର ରାଜସ୍ୱ ମଧ୍ୟ ପାଇଥାନ୍ତି। ରହଣି ବାତିଲ ହେତୁ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇ ବ୍ରହ୍ମପୁର ଆସନ୍ତି। ଫଳରେ ଅଯଥା ଖର୍ଚ୍ଚାନ୍ତ ହେବା ସହ ଅଧିକ ସମୟ ନଷ୍ଟ ହେଉଛି। ସେହିପରି ବ୍ରହ୍ମପୁର ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଡ଼ିଏମ୍‌ୟୁକୁ ମଧ୍ୟ ପୁନଃ ଚାଲୁ କରିବା ପାଇଁ ମଧ୍ୟ ଗଂଜାମ ଜିଲ୍ଲା କଂଗ୍ରେସ ଦାବି କରିଛି। ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁର ସମେତ ଜିଲ୍ଲାର ଅନ୍ୟାନ୍ୟ ରେଳ ଷ୍ଟେସନରେ ପୂର୍ବଭଳି ଟ୍ରେନ ରହଣୀ ପୁନଃ ଚାଲୁ କରିବାକୁ ଗଂଜାମ ଜିଲ୍ଲା କଂଗ୍ରେସ ଦାବି କରୁଛି।

ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରେଳରହଣୀ ସ୍ୱାଭାବିକ ହେବା ଜରୁରୀ। ଏହାକୁ ତୁରନ୍ତ କାର୍ଯ୍ୟକାରୀ ନକଲେ କଂଗ୍ରେସ ବ୍ରହ୍ମପୁର ଦେଇ ଯାଉଥିବା ଟ୍ରେନଗୁଡ଼ିକୁ ଅଟକାଇବାକୁ ବାଧ୍ୟ ହେବ। ଅତଏବ ରାଜ୍ୟ ସରକାର ତୁରନ୍ତ ବ୍ରହ୍ମପୁର ଷ୍ଟେସନରେ ପୁନଃ ଟ୍ରେନ ରହିବାର ବ୍ୟବସ୍ଥା କରିବାକୁ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।