Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଆଜି ବିଜେଡିର ଜଣେ ଜିଲ୍ଲାପରିଷଦ ସଭ୍ୟ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ଗୋପ ବ୍ଲକର 11 ନମ୍ବର ଜିଲ୍ଲାପରିଷଦ ସଭା ଧର୍ମେନ୍ଦ୍ର ସାହୁ। ସେ ଭୁବନେଶ୍ବରର ଶିଶୁପାଳଗଡ ଲକ୍ଷ୍ମୀବିହାର ଘରେ ଆତ୍ମହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଏହାର କାରଣ ପରିବାରିକ କଳହ ବୋଲି ଅନୁମାନ କରାଯାଇଛି।

ତେବେ ସେ ଫେସବୁକରେ ଏକ ପୋଷ୍ଟିଂ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୋବାଇଲରେ ଦୁଇଟି ଭିଡିଓ ରହିଛି। ତାହା ଦେଖିଲେ ଜାଣିପାରିବେ ବୋଲି ସେ କହିଛନ୍ତି। ତେବେ ସେ ଏହି ଭିଡିଓରେ ଆତ୍ମହତ୍ୟାର କାରଣ କଣ ତାହା ରେକଡିଂ କରିଥିବାର ଜଣାପଡିଛି। ତେବେ ଏ ନେଇ ପୋଲିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଗାଡି ବ୍ୟବହାର ଆଉ ଖର୍ଚ୍ଚର ପରିମାଣ, ଜାଣନ୍ତୁ କେତେ

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ  ପ୍ରାର୍ଥୀ ବା ପ୍ରାର୍ଥିନୀମାନେ କେତେ ଖର୍ଚ୍ଚ କରିବେ, କେତେ ଗାଡି ବ୍ୟବହାର କରିପାରିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଓଡିଶା ରାଜ୍ୟ ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁସାରେ ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟିଂ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି।

ଏହି ନିର୍ବାଚନରେ ପୁଲିଂ ବୁଥ ବା ଭୋଟ ଗ୍ରହଣ କେନ୍ଦ୍ରରେ ସକାଳ ସାତଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ହେଲେ ଯେଉଁ ବୁଥରେ ଅଧିକ ଲୋକ ରହିବେ ସେଠାରେ ଶେଷ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏ ନେଇ ପୁଲିଂ ଅଧିକାରୀଙ୍କୁ କମିଶନର ଅବଗତ କରାଇବା ସହିତ ସର୍ବସାଧାରଣ ଅବଗତି ପାଇଁ ପ୍ରକାଶ କରିଛନ୍ତି।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଖର୍ଚ୍ଚର ସୀମା ଯାହା ନିର୍ଦ୍ଧାରଣ ହୋଇଛି ତାହା ହେଲା

1- ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ 5 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି।

2-ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ 2 ଲକ୍ଷ ଟଙ୍କା ଭିତରେ ସୀମିତ ରଖିବେ।

3-ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2 ଲକ୍ଷ ଟଙ୍କା ଭିତରେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ସୀମିତ ରଖିବେ।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଗାଡି ବ୍ୟବହାର ପାଇଁ ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା

1- ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 5ଟି କାର ଏବଂ 10ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

2-ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2ଟି କାର ଏବଂ 5 ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

3-ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2 ଟି କାର ଏବଂ 5 ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

ଗାଡି ବ୍ୟବହାର ପାଇଁ ନିର୍ଦ୍ଧାରଣ କରାଯାଇଥିବା ନିୟମ ଓ କଟକଣା

1-ଯେଉଁ ପ୍ରତିଦ୍ବନ୍ଦିମାନେ ଚାହିଁବେ ଅଟୋ ବ୍ୟବହାର କରିବା ପାଇଁ ସେମାନେ ମଧ୍ୟ ତାହା କରିପାରିବେ। ତେବେ ସେମାନଙ୍କୁ ଦିଆଯାଇଥିବା ଯେ କୌଣସି ଗାଡି ପରିବର୍ତ୍ତେ ଏହାକୁ ବ୍ୟବହାର କରିପାରିବେ। ଅର୍ଥାତ ଯଦି ଆପଣ ଗୋଟିଏ ଅଟୋ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଦିଆଯାଇଥିବା କାର କିମ୍ବା ମୋଟର ସାଇକେଲ ସଂଖ୍ୟାରୁ ଗୋଟିଏ କମ କରିବାକୁ ପଡିବ।

2- ନିର୍ବାଚନ ପୂର୍ବରୁ ପ୍ରତିଦ୍ବନ୍ଦିମାନେ ବ୍ୟବହାର କରିବାକୁ ଥିବା ଗାଡିର ସଂପୂର୍ଣ୍ଣ ବିବରଣୀ ଯଥା- ଗାଡିର ପ୍ରକାର, ଗାଡିର ପଂଜିକୃତ ପ୍ରମାଣପତ୍ର, ଗାଡିର ମାଲିକ ପ୍ରଭୃତି ତିନୋଟି ଲେଖାଏଁ କପି ଦାଖଲ କରିବାକୁ ପଡିବ।

3-ଏହି ଗାଡିର ବିବରଣୀ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଉପଜିଲ୍ଲାପାଳ ଏବଂ ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀମାନେ ବିଡିଓଙ୍କ ନିକଟରେ ଦାଖଲ କରିବେ।

4-ଏହି ସବୁ କାଗଜ ତିନିଟି କପି କରିବା ଆବଶ୍ୟକ। ଏସବୁ କପି ସଂପୃକ୍ତ ଅଧିକାରୀମାନେ ଦସ୍ତଖତ ତଥା ଷ୍ଟାମ୍ପ ମାରିବା ପରେ ଗୋଟିଏ ସେମାନେ ରଖିବେ, ଗୋଟିଏ କପି ପ୍ରାର୍ଥୀ ନିଜେ ଆଣି ସ୍ଥାନୀୟ ମୋଟରଯାନ ଅଧିକାରୀଙ୍କୁ ଦେବେ। ଆଉ ଏକ କପି ପ୍ରାର୍ଥୀ ନିଜ ପାଖରେ ରଖିବେ।

ଯଦି ଗାଡି ବ୍ୟବହାର ଉପରେ କୌଣସି ଅଭିଯୋଗ ଆସେ ତେବେ ନିର୍ବାଚନ କମିଶନର ସଂପୃକ୍ତ ସ୍ଥାନୀୟ ମୋଟରଯାନ ଅଧିକାରୀଙ୍କଠାରୁ ସବିଶେଷ ବିବରଣୀ ମଗାଇପାରିବେ। ଏହି ନିୟମ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Categories
ଆଞ୍ଚଳିକ

ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହେଲେ ବାଣପୁରର ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଓଡିଶା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରାଯାଇଛି। ତେବେ ଏହି ନୂତନ ରାଜ୍ୟ ଟିମରେ ସାମିଲ ହୋଇଛନ୍ତି ଚିଲିକା ନିର୍ବାଚନମଣ୍ଡଳୀର ବିଜେପି ଯୁବ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ। ଶ୍ରୀ ରଣସିଂହଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ କରାଯାଇଛି। ବାଣପୁର ବ୍ଲକ ଭେଟେଶ୍ୱର ଗ୍ରାମର ଶ୍ରୀ ରଣସିଂହ ଖୋର୍ଦ୍ଧା ଜିଲ୍ଲା ୧୩ ନମ୍ବର ଜୋନର ସର୍ବକନିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ରୂପେ ୨୦୧୭ ରେ ନିର୍ବାଚିତ ହୋଇଥିଲେ।

ଛାତ୍ର ଜୀବନରୁ ନେତୃତ୍ୱ ନେବାର ଦକ୍ଷତା ରଖୁଥିବା ଶ୍ରୀ ରଣସିଂହ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଲୋକଙ୍କ ସେବା ଜାରି ରଖିଛନ୍ତି। ତେବେ ଜଣେ କର୍ତ୍ତବ୍ୟବାନ, ମିଷ୍ଟଭାସି ତଥା କଠିନ ପରିଶ୍ରମ ବଳରେ ସେ ଆଜି ସମସ୍ତଙ୍କ ଗହଣରେ ଆଦୃତ ହୋଇପାରିଛନ୍ତି।

ତେବେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ଦାୟିତ୍ୱ ପାଇବାପରେ ଆଗାମୀ ଦିନରେ ଦଳ ପାଇଁ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି ଶ୍ରୀ ରଣସିଂହ। ଏହା ସହିତ ବରିଷ୍ଠ କର୍ମୀମାନଙ୍କ ଆଶୀର୍ବାଦ ନେଇ ଦଳର ସାଙ୍ଗଠନିକ କାର୍ଯ୍ୟକୁ ମଜବୁତ କରିବା ଲାଗି ଶତ ପ୍ରତିଶତ ପ୍ରୟାସ କରିବି ବୋଲି ସେ କହିଛନ୍ତି।