Categories
ବିଶେଷ ଖବର ରାଜ୍ୟ ଖବର

ଜିଲ୍ଲା ଯୋଜନା ବୋର୍ଡ ପୁନଃଗଠିତ, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲା ନିଯୁକ୍ତ

ଭୁବନେଶ୍ବର:  ଆଜି ରାଜ୍ୟ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବିଧାୟକ ତଥା ମନ୍ତ୍ରୀମାନଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଗଲା ତାହା ହେଲା..

ଅଶୋକ ଚନ୍ଦ୍ର ପଣ୍ଡା – ଅନୁଗୁଳ

ରୋହିତ ପୂଜାରୀ – ବଲାଙ୍ଗୀର

ଅନନ୍ତ ଦାସ – ବାଲେଶ୍ୱର

ଦେବେଶ ଆଚାର୍ଯ୍ୟ – ବରଗଡ଼

ବ୍ୟୋମେକେଶ ରାୟ – ଭଦ୍ରକ

ମହୀଧର ରଣା – ବୌଦ୍ଧ

ଡାକ୍ତର ପ୍ରମୋଦ ମଲ୍ଲିକ – କଟକ

ରାଜେନ୍ଦ୍ର ଢେ଼ାଲକିଆ – ଦେବଗଡ଼

ବାସନ୍ତୀ ହେମ୍ବ୍ରମ- ଢେଙ୍କାନାଳ

ଜଗନ୍ନାଥ ସାରକା – ଗଜପତି

ପ୍ରଫୁଲ୍ଲ ମଲ୍ଲିକ-ଗଞ୍ଜାମ

ପ୍ରମିଳା ମଲ୍ଲିକ – ଜଗତସିଂହପୁର

ସମୀର ରଞ୍ଜନ ଦାସ-ଯାଜପୁର

ପ୍ରୀତିରଞ୍ଜନ ଘଡେ଼ଇ – ଝାରସୁଗୁଡ଼ା

ନବକିଶୋର ଦାସ – କଳାହାଣ୍ଡି

ଶ୍ରୀକାନ୍ତ ସାହୁ – କନ୍ଧମାଳ

ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କେନ୍ଦ୍ରାପଡ଼ା

ଜଗନ୍ନାଥ ନାୟକ-କେନ୍ଦୁଝର

ରାଜେନ୍ଦ୍ର କୁମାର ସାହୁ-ଖୋର୍ଦ୍ଧା

ରଘୁରାମ ପଡ଼ାଲ – କୋରାପୁଟ

ତୁଷାରକାନ୍ତି ବେହେରା-ମାଲକାନାଗିରି

ଅଶ୍ୱିନୀ ପାତ୍ର-ମୟୂରଭଞ୍ଜ

ମନୋହର ରାନ୍ଧାରୀ-ନବରଙ୍ଗପୁର

ସତ୍ୟନାରାୟଣ ପ୍ରଧାନ-ନୟାଗଡ଼

ଟୁକୁନି ସାହୁ-ନୂଆପଡ଼ା

ନିରଞ୍ଜନ ପୂଜାରୀ-ପୁରୀ

ଅତନୁ ସବ୍ୟସାଚୀ ନାୟକ-ରାୟଗଡ଼ା

ପ୍ରତାପ କେଶରୀ ଦେବ-ସମ୍ବଲପୁର

ପ୍ରଦୀପ କୁମାର ଅମାତ-ସୁବର୍ଣ୍ଣପୁର

ଶାରଦା ପ୍ରସାଦ ନାୟକ-ସୁନ୍ଦରଗଡ଼

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିରୋଧୀ ଦଳର କର୍ମୀଙ୍କୁ ଆକ୍ରମଣ ଏବଂ ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବାହର ଘଟଣାରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିନ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରୁ ମୁଖ୍ୟମନ୍ତ୍ରୀ ବହିସ୍କୃତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା।

ଅନୁରୂପ ଭାବେ ଉକ୍ତ ଘଟଣାର ଭିଡ଼ିଓକୁ ସାମ୍ବାଦିକ ଦିବ୍ୟକାନ୍ତ ବେହେରା ନିଜ ମୋବାଇଲରେ କଏଦ କରୁଥିବା ସମୟରେ ଚିଲିକା ବିଧାୟକ ଜନୈକ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲଟିକୁ ଛଡାଇ ନେଇଯାଇଥିବାର ମଧ୍ୟ ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ବାଲୁଗାଁ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଥିଲା। ବିଜେପି ନଗର ମଣ୍ଡଳ ସଭାପତିଙ୍କ ଅଭିଯୋଗ କ୍ରମେ ଚିଲିକା ବିଧାୟକଙ୍କ ବିରୋଧରେ ବାଲୁଗାଁ ଥାନାରେ ୧୫୬/୨୧ କେସ ନମ୍ବରରେ ଏକ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ ହୋଇଥିବାର ଖୋର୍ଦ୍ଧା ଜିଲ୍ଲା ଅତରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ସରକାରୀ ଚିଠାରେ ଦଳୀୟ ନିଯୁକ୍ତି: ସୋସିଆଲ ମିଡିଆରେ ଘୂରିବୁଲୁଛି ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ସରକାରୀ ଲେଟର ହେଡ

ଭୁବନେଶ୍ବର: “ଓଡିଶା ଶାସନ”ର ସରକାରୀ ଚିଠାରେ ବିଜୁ ଜନତା ଦଳର ଦଳୀୟ ନିଯୁକ୍ତି। ଶୁଣିଲେ ଟିକେ ଅପ୍ରାସଙ୍ଗିକ ଲାଗୁଛି, କିନ୍ତୁ ଏଭଳି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି ବାଣପୁର ଏନଏସି ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତିକୁ ନେଇ। ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ସରକାରୀ ଲେଟର ହେଡରେ ଦଳୀୟ ନିଯୁକ୍ତି ଲାଗି ଦେଇଥିବା ନିର୍ଦ୍ଦେଶନାମାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଲେଟର ହେଡ୍‌ ଘୂରି ବୁଲିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି।

ଗତ ଦୁଇ ତାରିଖରେ ବିଧାୟକଙ୍କ ସରକାରୀ ସିଲ ଥାଇ ବିଜେଡି କର୍ମୀ ଉମାକାନ୍ତ ଲାଠିଙ୍କୁ ଦଳର ବାଣପୁର ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ଖୋଦ ବିଧାୟକ ମହୋଦୟ।

ମୁଖ୍ୟତଃ ସେ ହେଉଛନ୍ତି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ। ଏହି ଦୁଇଟି ପଦବୀ ହେଉଛି ସରକାରୀ ପଦବୀ। ବିଧାୟକ ବିଧାନସଭାର ପଦବୀ ହୋଇଥିବା ବେଳେ ଯୋଜନା ବୋର୍ଡର ଅଧ୍ୟକ୍ଷ ହେଉଛି ସଂପୂର୍ଣ୍ଣ ସରକାରୀ ପଦବୀ। ଏହିପରି ପଦବୀରେ ଥିବା ବିଧାୟକମାନଙ୍କୁ ଦୁଇ ପ୍ରକାରର ଲେଟର ହେଡ ପ୍ରଦାନ କରାଯାଇଥାଏ। ଗୋଟିଏ ବିଧାୟକ ଭାବେ ବିଧାନସଭାର ଅନ୍ୟଟି ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଜିଲ୍ଲାର ଲେଟର ହେଡ।

ଯେତେବେଳେ ବିଧାୟକଙ୍କ ବିଧାନସଭା ନିର୍ବାଚନ ସଂପର୍କିତ କାମ ପାଇଁ ସୁପାରିଶ କରିବେ ସେତେବେଳେ ସେ ବିଧାୟକ ଭାବେ ମିଳିଥିବା ଲେଟର ହେଡକୁ ବ୍ୟବହାର କରିପାରିବେ। ସେହିପରି ଯୋଜନା ବୋର୍ଡ ସଂପର୍କିତ କୌଣସି କାମ ପାଇଁ ଜିଲ୍ଲାରେ ସେ ଜିଲ୍ଲା ଅଧ୍ୟକ୍ଷ ଲେଟରହେଡ ବ୍ୟବହାର କରିବେ। ଏହା ସରକାରୀ ନିୟମ ରହିଛି। କିନ୍ତୁ ଯେତେବେଳେ ଦଳୀୟ କାମ କରିବେ ସେତେବେଳେ ଏହି ଦୁଇଟି ସେ ବ୍ୟବହାର କରିପାରିବେ ନାହିଁ। ସେଥିପାଇଁ ଦଳ ତରଫରୁ କିମ୍ବା ଦଳୀୟ ଚିହ୍ନ ଥାଇ ଲେଟର ହେଡରେ ସେ କାହାକୁ ଲେଖି ଦେଇପାରନ୍ତି।

ହେଲେ ବିଧାୟକ ସଂପୂର୍ଣ୍ଣ ଭାବେ ସରକାରୀ ନିୟମକୁ ଫୁ କରି ବେଫିକର ଭାବେ ଜିଲ୍ଲା ଯୋଜନା ବୋର୍ଡର ଲେଟର ହେଡକୁ ଦଳୀୟ କାମରେ ବ୍ୟବହାର କରିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧର ସ୍ବର ଉଠିବାରେ ଲାଗିଛି।