Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ଶାସନ ପାଇଁ ଡାଟା ଉପରେ ଘୋଷଣାନାମା

ନୂଆଦିଲ୍ଲୀ: ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ ପ୍ରତିଶତରୁ ସାମାନ୍ୟ ଉପରେ ରହିଛି ଯାହାକି ଚଳିତ ଶତାବ୍ଦୀ ଆରମ୍ଭ ପରଠାରୁ ସର୍ବନିମ୍ନ। ଏହାସହିତ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହାକୁ ଯଦି ସମାନ ଭାବରେ ପ୍ରୟୋଗ କରାଯାଏ, ତେବେ ଏହା ଆମକୁ ବିକାଶହାର ବୃଦ୍ଧି କରିବା, ଅସମାନତା ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ନେବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିବ।

ଏସଡିଜି ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ସମାବେଶୀ ଡିଜିଟାଲ ପରିବର୍ତ୍ତନର ଆବଶ୍ୟକତା ରହିଛି। ଅନେକ ଜି-୨୦ ଦେଶର ଅଭିଜ୍ଞତା ଦର୍ଶାଇଛି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ବିକାଶ, ନୂତନ ନିଯୁକ୍ତି ସୃଷ୍ଟି ଏବଂ ଉନ୍ନତ ସ୍ୱାସ୍ଥ୍ୟ ଓ ଶିକ୍ଷା ଫଳାଫଳ ପ୍ରଦାନ ପାଇଁ ଡାଟା ବ୍ୟବହାରକୁ ସକ୍ଷମ କରିପାରିବ। ଜି-୨୦ ଦେଶଗୁଡ଼ିକ ଏଗୁଡ଼ିକୁ ଅଧିକ ବ୍ୟାପକ ଭାବରେ ଗ୍ରହଣ କରିବା ଦ୍ୱାରା ନାଗରିକମାନଙ୍କ ଜୀବନରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର କ୍ଷମତା ରହିଛି ଯାହାଦ୍ୱାରା ଜୀବନ୍ତ ଗଣତାନ୍ତ୍ରିକ ନୀତି ଉପରେ ସେମାନଙ୍କର ବିଶ୍ୱାସ ନବୀକରଣ ହୋଇପାରିବ। ଏହି ପରିପ୍ରେକ୍ଷୀରେ, ଆମେ ଭବିଷ୍ୟତର ଜାତିସଂଘ ଶିଖର ସମ୍ମିଳନୀରେ ଗ୍ଲୋବାଲ ଡିଜିଟାଲ କମ୍ପ୍ୟାକ୍ଟ ଗ୍ରହଣ କରିଥିବା କଥା ମନେ ପକାଉଛୁ।

୨୦୨୪ରେ ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ଗ୍ଲୋବାଲ ଡିପିଆଇ ଶିଖର ସମ୍ମିଳନୀକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ନିଯୁକ୍ତି ସୃଷ୍ଟି ସହିତ ଅଭିବୃଦ୍ଧିର ଲାଭ ସେତେବେଳେ ହିଁ ମିଳିବ ଯେତେବେଳେ ବୈଷୟିକ ବ୍ୟବସ୍ଥା ପ୍ରତ୍ୟେକ ନାଗରିକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବ, ଯାହାଦ୍ୱାରା ପରିବାର ଏବଂ ପଡ଼ୋଶୀମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ କ୍ଷୁଦ୍ର ଓ ବୃହତ ବ୍ୟବସାୟୀମାନେ ଏଗୁଡ଼ିକ ସହ ଯୋଡ଼ି ହେବାକୁ ସକ୍ଷମ ହେବେ। ଏଭଳି ବ୍ୟବସ୍ଥାକୁ ସମାବେଶୀ, ବିକାଶଭିତ୍ତିକ, ସୁରକ୍ଷିତ ଏବଂ ବ୍ୟକ୍ତିବିଶେଷଙ୍କ ଗୋପନୀୟତାକୁ ସମ୍ମାନ ଦେବା ପାଇଁ ଡିଜାଇନ୍ କରାଗଲେ ଏପରି ସମ୍ଭବ ହେବ।

ବଜାରରେ, ଖୋଲା, ମଡ୍ୟୁଲାର, ଇଣ୍ଟର ଅପରେବଲ ଓ ସ୍କେଲେବଲ ଭଳି ସାଧାରଣ ଡିଜାଇନ ସିଦ୍ଧାନ୍ତକୁ ପାଳନ କରୁଥିବା ବ୍ୟବସ୍ଥା ଇ-କମର୍ସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅର୍ଥ ଭଳି ବିବିଧ କ୍ଷେତ୍ରକୁ ସେବା କରୁଥିବା ଘରୋଇ କ୍ଷେତ୍ରକୁ ବୈଷୟିକ ପ୍ରଣାଳୀ ଏବଂ ପରସ୍ପର ସହ ଯୋଡ଼ି ହେବା ଲାଗି ସକ୍ଷମ କରିଥାଏ। ସମୟକ୍ରମେ ଜନସଂଖ୍ୟା ବୃଦ୍ଧି ପାଇବା ଏବଂ ଜାତୀୟ ଆବଶ୍ୟକତା ବଦଳିବା ସହିତ ବ୍ୟବସ୍ଥାଗୁଡ଼ିକ ସହଜରେ ଅନୁକୂଳ ହୋଇଥାଏ।

ସମୟ କ୍ରମେ ପ୍ରଯୁକ୍ତିବିଦ୍ୟାର ନିରବଚ୍ଛିନ୍ନ ପରିବର୍ତ୍ତନ ପାଇଁ ବଜାର ଅଂଶଗ୍ରହଣକାରୀଙ୍କ ନିମନ୍ତେ ଏକ ସମାନ ସୁଯୋଗ ସୃଷ୍ଟି କରିବା ଏବଂ ବିକାଶ ଲାଗି ଡିପିଆଇ, ଏଆଇ ଏବଂ ଡାଟାର ନିୟୋଜନ ଓ ପ୍ରସାର ସକାଶେ ପ୍ରଯୁକ୍ତି ନିରପେକ୍ଷ ଆଭିମୁଖ୍ୟ ଅନୁସରଣ କରିବା ଆବଶ୍ୟକ। ଏହି ଆଭିମୁଖ୍ୟ ଅଧିକ ପ୍ରତିଯୋଗିତା ଓ ଉଦ୍ଭାବନକୁ ସମର୍ଥନ କରିବା ଏବଂ ବ୍ୟାପକ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ତଥା ଡିଜିଟାଲ ଅର୍ଥବ୍ୟବସ୍ଥାରେ ଅସମାନତା ହ୍ରାସ କରିବା ଦିଗରେ ଅନୁକୂଳ ଅଟେ।

ଏହି ନିୟୋଜନର ଚାବିକାଠି ହେଉଛି ଡାଟା ସୁରକ୍ଷା ଓ ପରିଚାଳନା, ଗୋପନୀୟତା ଓ ସୁରକ୍ଷା ଆବଶ୍ୟକତା ପୂରଣ ଲାଗି ଡାଟା ପ୍ରଶାସନ ପାଇଁ ନିରପେକ୍ଷ ଓ ସମାନ ନୀତି ପ୍ରତିଷ୍ଠା କରିବା ଏବଂ ବଜାର ଅଂଶଗ୍ରହଣକାରୀମାନଙ୍କୁ ବୌଦ୍ଧିକ ସମ୍ପତ୍ତି ଅଧିକାର ତଥା ସେମାନଙ୍କର ଗୋପନୀୟ ସୂଚନାକୁ ସୁରକ୍ଷା ପ୍ରଦାନ କରିବା।

ବିଶ୍ୱାସ ସବୁଠୁ ସମୃଦ୍ଧ ଗଣତନ୍ତ୍ରର ମୂଳଦୁଆ ଏବଂ ବୈଷୟିକ ବ୍ୟବସ୍ଥା ପାଇଁ ଏହା ଅଲଗା ନୁହେଁ। ଏହି ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିବା ପାଇଁ କାର୍ଯ୍ୟରେ ସ୍ୱଚ୍ଛତା, ନାଗରିକଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଶାସନରେ ନିରପେକ୍ଷତା ଆବଶ୍ୟକ। ଏହି କାରଣରୁ, ବିବିଧ ଓ ଉପଯୁକ୍ତ ପ୍ରତିନିଧି ଆଧାରିତ ଡାଟା ସେଟ୍‌ ଉପରେ ପ୍ରଶିକ୍ଷିତ ଫାଉଣ୍ଡେସନ ଓ ଏଆଇ ମଡେଲଗୁଡ଼ିକ ଭାଷା ଓ ସଂସ୍କୃତିଗତ ବିବିଧତା ପ୍ରତି ଅବଗତ ହେବା ଜରୁରୀ ଯାହାଦ୍ୱାରା ସେଗୁଡ଼ିକ ସାରା ବିଶ୍ୱର ବିବିଧ ସମାଜକୁ ଲାଭ ପହଞ୍ଚାଇପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ ଭାରତକୁ ଜି-୨୦ ଦେଶ ଗୁଡିକ ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ଆଧାରରେ ଭାରତକୁ ବିଶ୍ୱର ଶୀର୍ଷ ୫ଟି ଦେଶ ଗୁଡିକ ମଧ୍ୟରେ ଏବଂ ଜି ୨୦ ଦେଶ ଗୁଡିକ ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ମିଳିଛି। ଜର୍ମାନସ୍ଥିତ ଜର୍ମାନ୍ ୱାଚ, ନ୍ୟୁ କ୍ଲାଇମେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଆଣ୍ଡ କ୍ଲାଇମେଟ୍ ଆକ୍ସନ ନେଟୱର୍କ ଇଣ୍ଟରନ୍ୟାସନାଲ୍ ଦ୍ୱାରା ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ, ୨୦୨୩) ଅନୁସାରେ ଭାରତ ତାଲିକାରେ ୨ଟି ସ୍ଥାନ ଉପରକୁ ଉଠିଛି ଏବଂ ଏବେ ଅଷ୍ଟମ ସ୍ଥାନରେ ରହିଛି। ନଭେମ୍ବର ୨୦୨୨ରେ ସିଓପି ୨୭ରେ ଜାରି ସିସିପିଆଇର ନୂତନ ରିପୋର୍ଟରେ କେବଳ ଚାରୋଟି ଛୋଟ ଦେଶ, ଡେନମାର୍କ, ସ୍ୱିଡେନ୍‌, ଚିଲି ଏବଂ ମରକ୍କୋକୁ ଭାରତ ଉପରେ କ୍ରମାନୁସାରେ ୫ମ, ୬ଷ୍ଠ ଏବଂ ୭ମ ସ୍ଥାନ ମିଳିଛି। ଏହି ଅନୁସାରେ ଦେଖିଲେ, ସମସ୍ତ ବୃହତ୍ ଅର୍ଥବ୍ୟବସ୍ଥା ଗୁଡିକ ମଧ୍ୟରେ ଭାରତର ସ୍ଥିତି ସବୁଠାରୁ ଭଲ ରହିଛି।

ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ସ୍ୱଚ୍ଛତା ବୃଦ୍ଧି କରିବାକୁ ସିସିପିଆଇ ଲକ୍ଷ୍ୟ ରଖିଛି ଏବଂ ଜଳବାୟୁ ସୁରକ୍ଷା ପ୍ରୟାସ ଏବଂ ବିଭିନ୍ନ ଦେଶ ଦ୍ୱାରା କରାଯାଇଥିବା ପ୍ରଗତିର ତୁଳନାକୁ ଏହା ସକ୍ଷମ କରିଥାଏ। ୨୦୦୫ ଠାରୁ ପ୍ରତି ବର୍ଷ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ) ପ୍ରକାଶିତ ହେଉଛି। ୫୯ଟି ଦେଶ ଏବଂ ୟୁରୋପୀୟ ସଂଘର ଜଳବାୟୁ ସୁରକ୍ଷା ପ୍ରଦର୍ଶନ ଉପରେ ନଜର ରଖିବା ପାଇଁ ଏକ ନିରପେକ୍ଷ ଅନୁଧ୍ୟାନ ବ୍ୟବସ୍ଥା। ପ୍ରତି ବର୍ଷ, ସିସିପିଆଇ ମୂଲ୍ୟାଙ୍କିତ ଦେଶ ଗୁଡିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସାର୍ବଜନିନ ଏବଂ ରାଜନୈତିକ ବିତର୍କ ଆରମ୍ଭ କରେ। ଏହି ୫୯ ଟି ଦେଶର ଜଳବାୟୁ ସୁରକ୍ଷା ପ୍ରଦର୍ଶନ, ଯାହା ବିଶ୍ୱର ଗ୍ରୀନ୍‌ହାଉସ୍ ଗ୍ୟାସ୍ (ଜିଏଚ୍‌ଜି) ନିର୍ଗମନର ୯୨%ର ଅଂଶବିଶେଷ, ଯାହାର ମୂଲ୍ୟାଙ୍କନ ଚାରୋଟି ଶ୍ରେଣୀରେ କରା ଯାଇଛି: ଜିଏଚ୍‌ଜି  ନିର୍ଗମନ (ସାମଗ୍ରିକ ସ୍କୋରର ୪୦%), ନବୀକରଣ ଯୋଗ୍ୟ ଶକ୍ତି (ସାମଗ୍ରିକ ସ୍କୋରର ୨୦%), ଶକ୍ତି ବ୍ୟବହାର (ସାମଗ୍ରିକ ସ୍କୋରର ୨୦%) ଏବଂ ଜଳବାୟୁ ନୀତି (ସାମଗ୍ରିକ ସ୍କୋରର ୨୦%)।

ଜିଏଚ୍‌ଜି ନିର୍ଗମନ ଏବଂ ଶକ୍ତି ବ୍ୟବହାର ବର୍ଗରେ ଭାରତ ଏକ ଉଚ୍ଚ ମାନ୍ୟତା ପାଇଥିବାବେଳେ ଜଳବାୟୁ ନୀତି ଏବଂ ନବୀକରଣ ଯୋଗ୍ୟ ଶକ୍ତି ପାଇଁ ଏକ ମାଧ୍ୟମ ମାନ୍ୟତା ଲାଭ କରିଛି। ନବୀକରଣ ଯୋଗ୍ୟ ଶକ୍ତିର ଦ୍ରୁତ ନିୟୋଜନ ଏବଂ ଶକ୍ତି ଦକ୍ଷତା ପ୍ରୋଗ୍ରାମ ପାଇଁ ଦୃଢ଼ ସଂରଚନା ଦିଗରେ ଭାରତର ଆକ୍ରମଣାତ୍ମକ ନୀତି ଗୁଡିକ ଯଥେଷ୍ଟ ପ୍ରଭାବ ପକାଇଛି। ସିସିପିଆଇ ରିପୋର୍ଟ ଅନୁଯାୟୀ, ଭାରତ ଏହାର ୨୦୩୦ ନିର୍ଗମନ ଲକ୍ଷ୍ୟ ପୂରଣ କରିବାକୁ ଟ୍ରାକରେ ଅଛି (ଏକ ନିମ୍ନ – ୨ ଡିଗ୍ରୀ ସେଲ୍‌ସିଅସସ୍ ସହିତ ସୁସଙ୍ଗତ)।

ସିସିପିଆଇ ଦ୍ୱାରା ଦିଆ ଯାଇଥିବା ର଼୍ୟାଙ୍କିଙ୍ଗ୍ ଭାରତକୁ ଏକମାତ୍ର ଜି -୨୦ ଦେଶ ଭାବରେ ଶ୍ରେଷ୍ଠ ୧୦ ମାନ୍ୟତାରେ ସ୍ଥାନିତ କରିଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଭାରତ ବର୍ତ୍ତମାନ ଜି -୨୦ ଅଧ୍ୟକ୍ଷତା ଗ୍ରହଣ କରିବ ଏବଂ ବିଶ୍ୱକୁ ନିଜର ଜଳବାୟୁ ହ୍ରାସ ନୀତି ଯେପରିକି ଶକ୍ତିର ଅକ୍ଷୟ ଉତ୍ସ ନିୟୋଜନ ଏବଂ ଅନ୍ୟାନ୍ୟ ଶକ୍ତି ପରିବର୍ତ୍ତନ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିବା ପାଇଁ ଏହା ଏକ ଉପଯୁକ୍ତ ସମୟ ହେବ।

କେନ୍ଦ୍ର ଶକ୍ତି ଏବଂ ନୂତନ ତଥା ନବୀକରଣ ଯୋଗ୍ୟ ମନ୍ତ୍ରୀ ଆର. କେ. ସିଂହ ଏହା ଉପରେ ଆଲୋକପାତ କରି କହିଛନ୍ତି ଯେ ଭାରତର ସିସିପିଆଇ ମାନ୍ୟତା ମହାମାରୀ ତଥା କଠିନ ଅର୍ଥନୈତିକ ସମୟ ସତ୍ତ୍ୱେ  ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦର୍ଶିତ ନେତୃତ୍ୱର ପ୍ରମାଣ ଅଟେ। ବିଶ୍ୱ ସ୍ତରରେ ଶ୍ରେଷ୍ଠ ୫ମ ମାନ୍ୟତା ପ୍ରତିଫଳିତ କରୁଛି ଯେ ବିଶ୍ୱର ଯେକୌଣସି ସ୍ଥାନ ଅପେକ୍ଷା ନବୀକରଣ ଯୋଗ୍ୟ କ୍ଷମତା ସ୍ଥାପନ ଭଳି ଭାରତ ଶକ୍ତି ପରିବର୍ତ୍ତନ କାର୍ଯ୍ୟକ୍ରମ ଗୁଡିକୁ ବହୁତ ଦ୍ରୁତ ଗତିରେ କାର୍ଯ୍ୟକାରୀ କରୁଛି। ସେ ବିଭିନ୍ନ ଚାହିଦା ଥିବା ପ୍ରମୁଖ କାର୍ଯ୍ୟକ୍ରମ ଯେପରିକି ଉଜାଲା, ପିଏଟି ଯୋଜନା ଏବଂ ଷ୍ଟାଣ୍ଡାର୍ଡ ଏବଂ ଲେବେଲିଂ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଶେଷ ଅବଦାନ ଦେଇଛି।