Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାତିସଂଘ ମହାସଚିବଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବ (ୟୁଏନଏସଜି) ଆଣ୍ଟୋନିଓ ଗୁଟେରେସଙ୍କୁ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ସହଯୋଗ କରିଥିବାରୁ ୟୁଏନଏସଜିକୁ ଧନ୍ୟବାଦ ଜଣାଇଥିଲେ। ସେ ଜଳବାୟୁ ଲକ୍ଷ୍ୟ ହାସଲ ରେ ଭାରତର ପଦକ୍ଷେପ ଏବଂ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ।

ଉଭୟ ନେତା ଜଳବାୟୁ କାର୍ଯ୍ୟ, ଜଳବାୟୁ ଅର୍ଥ, ପ୍ରଯୁକ୍ତି ବିଦ୍ୟା ଏବଂ ଜାତିସଂଘ ସମେତ ବହୁପକ୍ଷୀୟ ଶାସନ ଏବଂ ଆର୍ଥିକ ଅନୁଷ୍ଠାନର ସଂସ୍କାର ସମ୍ବନ୍ଧୀୟ ଗ୍ଲୋବାଲ ସାଉଥର ପ୍ରାଥମିକତା ଏବଂ ଚିନ୍ତା ଉପରେ ମତ ବିନିମୟ କରିଥିଲେ।

ଜାତିସଂଘ ମହାସଚିବ ଜି-୨୦ ଅଧ୍ୟକ୍ଷତା ଅଧୀନରେ ସ୍ଥାୟୀ ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଏମଡିବି ସଂସ୍କାର ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗ୍ରୀନ୍ କ୍ରେଡିଟ୍ ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ। ୨୦୨୪ ମସିହାରେ ମିଳିତ ଜାତିସଂଘ ଶିଖର ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାର ଉପଲବ୍ଧିକୁ ଆଗକୁ ବଢ଼ାଇବା ପାଇଁ ସେ ଭାରତ ସହ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ 

ନୂଆଦିଲ୍ଲୀ: ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାର କାର୍ଯ୍ୟକାରିତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୀତି ଆୟୋଗର ଉପାଧ୍ୟକ୍ଷ, ଜି-୨୦ ସେର୍ପା, ଜି-୨୦ ମୁଖ୍ୟ ସଂଯୋଜକ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଆର୍ଥିକ ବ୍ୟାପାର ବିଭାଗ (ଡିଇଏ) ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବର୍ତ୍ତମାନ ଜାରି ରହିଥିବା ପ୍ରୟାସର ଅଂଶବିଶେଷ ସ୍ୱରୂପ ବିଭିନ୍ନ ଅଂଶୀଦାର ମନ୍ତ୍ରଣାଳୟ ନେତୃତ୍ୱରେ ସମସ୍ତ ସମ୍ପୃକ୍ତ ବିଭାଗକୁ ସାମିଲ କରି ସାତଟି ୱେବିନାର ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ୱେବିନାରଗୁଡ଼ିକ (୧) ସୁଦୃଢ଼, ଦୀର୍ଘସ୍ଥାୟୀ, ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି, (୨) ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) (୩) ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, (୪)ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀୟ ଅନୁଷ୍ଠାନ, (୫) ବୈଷୟିକ ପରିବର୍ତ୍ତନ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, (୬) ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ (୭) ଆତଙ୍କବାଦ ଓ ବେଆଇନ ଅର୍ଥ କାରବାର ମୁକାବିଲା ବିଷୟ ଉପରେ ଆୟୋଜନ କରାଯିବ।

ଏହାବ୍ୟତୀତ ନୂଆଦିଲ୍ଲୀ ନେତାଙ୍କ ଘୋଷଣାର ପ୍ରଭାବଶାଳୀ କାର୍ଯ୍ୟକାରିତା ସମ୍ପର୍କରେ କ୍ଷେତ୍ର ବିଶେଷଜ୍ଞଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ସାରା ଦେଶର ବିଭିନ୍ନ ବୁଦ୍ଧିଜୀବୀ ମଣ୍ଡଳୀ ବା ଥିଙ୍କ୍ ଟ୍ୟାଙ୍କଙ୍କୁ ସମ୍ପୃକ୍ତ କରିବା ପାଇଁ ଏକ ସେମିନାରର ଯୋଜନା କରାଯାଉଛି।

ଏହି ଘୋଷଣାପତ୍ରର କାର୍ଯ୍ୟକାରିତାକୁ ନିୟମିତ ତଦାରଖ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି।

ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଜି-୨୦ ଭର୍ଚୁଆଲ ବା ଆଭାସୀ ଶିଖର ସମ୍ମିଳନୀ ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲେ। ଏହି ଆଭାସୀ ଶିଖର ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ଉପରେ ମଧ୍ୟ ପ୍ରମୁଖ ସଚିବ ଆଜିର ବୈଠକରେ ଆଲୋଚନା କରିଥିଲେ। ମୁଖ୍ୟ ଶିଖର ସମ୍ମିଳନୀ ପରେ ପ୍ରଥମ ଥର ପାଇଁ କୌଣସି ଦେଶ ଏଭଳି ଆଭାସୀ ଶିଖର ସମ୍ମିଳନୀ ଆୟୋଜନ କରିବେ, ତେଣୁ ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ଅତିଥି ଦେଶମାନଙ୍କୁ ତୁରନ୍ତ ସୂଚନା ପ୍ରଦାନ ଉପରେ ପ୍ରମୁଖ ସଚିବ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ବୈଦେଶିକ ସଚିବ ଶ୍ରୀ ବିନୟ କ୍ୱାତ୍ରା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।

ଜି-୨୦ ନେତାମାନଙ୍କ ଘୋଷଣାନାମାର ସଫଳ ରୂପାୟନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଏବଂ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ସମର୍ପଣ ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

Categories
ବିଶେଷ ଖବର

ଆଇଓସି ଅଧିବେଶନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଜିଓ ୱାର୍ଲଡ ସେଣ୍ଟରରେ ପ୍ରସ୍ତୁତି ଚୂଡାନ୍ତ

ମୁମ୍ବାଇ: ଜି-୨୦ ର ସଫଳ ଆୟୋଜନ ପରେ ବର୍ତ୍ତମାନ ଭାରତରେ ଆଉ ଏକ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ର ୧୪୧ ତମ ଅଧିବେଶନ ୧୫ ରୁ ୧୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୪ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆଇଓସି ଅଧିବେଶନ ଉଦଘାଟିତ ହେବ। ଏହା ବ୍ୟତୀତ କ୍ରୀଡା ସହ ଜଡିତ ଭାରତ ତଥା ବିଦେଶର ବହୁ ସେଲିବ୍ରିଟି ଏଥିରେ ଅଂଶଗ୍ରହଣ କରିବେ।

ଏହି ଅଧିବେଶନରେ କାତାର, ଜୋର୍ଡାନ, ମୋନାକୋ, ଲକ୍ସମବର୍ଗ ଏବଂ ଭୁଟାନର ରାଷ୍ଟ୍ରମୁଖ୍ୟମାନଙ୍କ ସମେତ ଗ୍ରେଟର ବ୍ରିଟେନ ଏବଂ ଲିଚଟେଷ୍ଟାଇନ୍‌ର ରାଜ ପରିବାରର ସଦସ୍ୟମାନେ ଉପସ୍ଥିତ ରହିବେ। ଏତଦ ବ୍ୟତୀତ ସାତଥର ଅଲିମ୍ପିକ୍ ସନ୍ତରଣ ପଦକ ବିଜେତା କିର୍ଷ୍ଟି କୋଭେନଟ୍ରି, ଦୁଇଥର ଅଲିମ୍ପିକ୍ ପୋଲ୍ ଭଲ୍ଟ ସ୍ୱର୍ଣ୍ଣ ପଦକ ବିଜେତା ୟେଲେନା ଇସେନବାଏଭା, ଦୁଇଥର ଅଲିମ୍ପିକ୍ ୧୦,୦୦୦ ମିଟର ରୌପ୍ୟ ପଦକ ବିଜେତା ତଥା କେନିଆର ଜାତୀୟ ଅଲିମ୍ପିକ୍ କମିଟି ସଭାପତି ପଲ୍ ଟର୍ଗଟ୍‌, ଅଲିମ୍ପିକ୍ ପୋଲ୍ ଭଲ୍ଟ ସ୍ୱର୍ଣ୍ଣ ପଦକ ବିଜେତା ସରୋଜ ବୁବ୍କା ଏବଂ ଅଲିମ୍ପିକ୍ ସୁଟିଂ ଚାମ୍ପିଅନ୍ ଅଭିନ୍ୱ ବିନ୍ଦ୍ରା। ଏଥିସହିତ ଅଲିମ୍ପିକ୍ ୧୫୦୦ ମିଟର ଚାମ୍ପିଅନ୍ ତଥା ବିଶ୍ୱ ଆଥଲେଟିକ୍ସ ସଭାପତି ସେବାଷ୍ଟିଆନ୍ କୋଏ ଏବଂ ଫିଫା ସଭାପତି ଜିଆନି ଇନଫେଣ୍ଟିନୋ ମଧ୍ୟ ଉପସ୍ଥିତ ରହିବେ। ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ ବାକ୍‌, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ତଥା ବିଭିନ୍ନ କ୍ରୀଡା ମହାସଂଘର ପ୍ରତିନିଧିଗଣ ଏହି ଅଧିବେଶନରେ ଅଂଶଗ୍ରହଣ କରିବେ।

ସୂଚନା ଯୋଗ୍ୟ ଯେ ଫେବୃଆରୀ ୨୦୨୨ ରେ ଚୀନ୍‌ର ରାଜଧାନୀ ବେଜିଂରେ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଆଇଓସି ଅଧିବେଶନ ପାଇଁ ବିଡ଼ିଙ୍ଗ କରାଯାଇଥିଲା । ଏହି ଐତିହାସିକ ବୈଠକରେ ଭାରତ ସପକ୍ଷରେ ୭୫ ଭୋଟ ମିଳିଥିବାବେଳେ ବିପକ୍ଷରେ ମାତ୍ର ଗୋଟିଏ ଭୋଟ ପଡିଥିଲା । ଭାରତରେ ଦୀର୍ଘ ୪୦ ବର୍ଷ ପରେ ଏହି ଆଇଓସି ଅଧିବେଶନ ଅନୁଷ୍ଠିତ ହେଉଥିବାରୁ ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆକଳନ କରାଯାଇପାରିବ ।

ଆଇଓସି ଅଧିବେଶନ ହେଉଛି ସର୍ବୋଚ୍ଚ ସଂସ୍ଥା ଯାହା ଅଲିମ୍ପିକ୍ ଗେମ୍ସ ଉପରେ ନିଷ୍ପତ୍ତି ନିଏ । ଏଥିରେ ଅଲିମ୍ପିକ୍ ଚାର୍ଟର ଗ୍ରହଣ କିମ୍ବା ସଂଶୋଧନ, ଆଇଓସି ସଦସ୍ୟ ଏବଂ ପଦାଧିକାରୀଙ୍କ ଚୟନ କରିବା ଏବଂ ଅଲିମ୍ପିକ୍ସର ଆୟୋଜକ ସହର ବାଛିବା ଅନ୍ତର୍ଭୁକ୍ତ । ଉଦାହରଣ ସ୍ୱରୂପ, ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି ଏବଂ ଯଦି ଏହାକୁ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ଗେମ୍ସରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଏ, ତେବେ ତାହା ମୁମ୍ବାଇର ଆଇଓସି ଅଧିବେଶନରେ ଘୋଷଣା କରାଯିବ ।

Categories
ବିଶେଷ ଖବର

ନବମ ଜି – ୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦) କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଯଶୋଭୂମି ଠାରେ ନବମ ଜି – ୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି ୨୦) କୁ ଉଦ୍ଘାଟନ କରିଛନ୍ତି। ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ’ ଶୀର୍ଷକକୁ ନେଇ ଜି – ୨୦ ଅଧ୍ୟକ୍ଷତାର ବ୍ୟାପକ ଢାଞ୍ଚାରେ ଭାରତୀୟ ସଂସଦ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଛି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଜି -୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। “ଏହି ଶିଖର ସମ୍ମିଳନୀ ବିଶ୍ୱର ସମସ୍ତ ସଂସଦୀୟ ପ୍ରଥା ଗୁଡିକର ଏକ ‘ମହାକୁମ୍ଭ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ଉପସ୍ଥିତ ସମସ୍ତ ପ୍ରତିନିଧି ବିଭିନ୍ନ ଦେଶର ସଂସଦୀୟ ଢାଞ୍ଚାର ଅଭିଜ୍ଞତା ରଖିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଜିର କାର୍ଯ୍ୟକ୍ରମରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ।

ଭାରତରେ ପାର୍ବଣ ଋତୁ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି – ୨୦ ବର୍ଷ ସାରା ଉତ୍ସବର ଉତ୍ସାହ ବଜାୟ ରଖିଥିଲା। କାରଣ ଜି – ୨୦ ଉତ୍ସବ ଅନେକ ସହରରେ ବ୍ୟାପିଥିଲା ଯେଉଁଠାରେ ଭାରତର ଅଧ୍ୟକ୍ଷତା କାଳରେ ଜି – ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଚନ୍ଦ୍ରଯାନର ଚନ୍ଦ୍ର ଅବତରଣ, ସଫଳ ଜି -୨୦ ଶିଖର ସମ୍ମିଳନୀ ଏବଂ ପି – ୨୦ ଶିଖର ସମ୍ମିଳନୀ ଭଳି ଘଟଣା ଯୋଗୁଁ ଏହି ଉତ୍ସବର ଉତ୍ସାହ ବୃଦ୍ଧି ପାଇଥିଲା। ଯେକୌଣସି ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସେଠାକାର ଜନସାଧାରଣ ଏବଂ ସେମାନଙ୍କର ଇଚ୍ଛାଶକ୍ତି ଏବଂ ଏହି ଶିଖର ସମ୍ମିଳନୀ ଏହାକୁ ପାଳନ କରିବାର ଏକ ମାଧ୍ୟମ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସେହି ଭୂମିରେ ପି -୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି ଯାହା କେବଳ ଗଣତନ୍ତ୍ରର ଜନନୀ ଭାବରେ ପରିଚିତ ନୁହେଁ , ବରଂ ଏହା ବିଶ୍ୱର ସର୍ବବୃହତ ଗଣତନ୍ତ୍ର ମଧ୍ୟ ଅଟେ। ବିଶ୍ୱର ବିଭିନ୍ନ ସଂସଦ ଗୁଡିକର ପ୍ରତିନିଧି ମାନଙ୍କ ରୂପରେ ପ୍ରଧାନମନ୍ତ୍ରୀ ଇତିହାସରୁ ଏଭଳି ବିତର୍କର ସଠିକ ଉଦାହରଣ ଉଲ୍ଲେଖ କରିବା ସହିତ ବିତର୍କ ଏବଂ ବିଚାରବିମର୍ଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଭାରତର ପାଞ୍ଚ ହଜାର ବର୍ଷ ପୁରୁଣା ବେଦ ଓ ଶାସ୍ତ୍ରରେ ସମାଜର ଉନ୍ନତି ପାଇଁ ସାମୂହିକ ନିଷ୍ପତ୍ତି ନିଆଯାଇଥିବା ବେଳେ ବିଧାନସଭା ଓ କମିଟିର ଉଲ୍ଲେଖ ରହିଛି ବୋଲି ସେ ସୂଚନା ଦେଇଥିଲେ। ଭାରତର ସର୍ବପୁରାତନ ଗ୍ରନ୍ଥ ଋଗ୍ ବେଦ ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ଶ୍ଲୋକ ପାଠ କରିଥିଲେ ଯାହାର ଅର୍ଥ ହେଉଛି ‘ଆମକୁ ଏକାଠି ଚାଲିବାକୁ ହେବ, ଏକାଠି କଥା ବାର୍ତ୍ତା କରିବାକୁ ହେବ ଏବଂ ଆମ ମନକୁ ଏକାଠି କରିବାକୁ ହେବ’। ସେ ସୂଚନା ଦେଇଥିଲେ ଯେ , ଗ୍ରାମ ସ୍ତର ସହିତ ଜଡିତ ସମସ୍ୟା ଗୁଡିକ ବିତର୍କରେ ଲିପ୍ତ ହୋଇ ସମାଧାନ କରାଯାଇଥିଲା ଯାହା ଗ୍ରୀକ ରାଷ୍ଟ୍ରଦୂତ ମେଘାସ୍ଥିନିସ୍ଙ୍କ ପାଇଁ ଏକ ବଡ ଆଶ୍ଚର୍ଯ୍ୟର ଉତ୍ସ ପାଲଟିଥିଲା , ଯିଏ କି ଏ ବିଷୟରେ ବହୁତ ବିସ୍ତୃତ ଭାବରେ ଲେଖିଥିଲେ।

ପ୍ରଧାନମନ୍ତ୍ରୀ ତାମିଲନାଡୁରେ ନବମ ଶତାବ୍ଦୀର ଏକ ଶିଳାଲେଖ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁଥିରେ ଗ୍ରାମ ବିଧାନର ନିୟମ ଏବଂ କୋଡ୍ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରା ଯାଇଥିଲା। ୧୨୦୦ ବର୍ଷ ପୁରୁଣା ଏହି ଶିଳାଲେଖରେ ଜଣେ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବାର ନିୟମ ମଧ୍ୟ ଉଲ୍ଲେଖ ରହିଛି।

ଭାରତରେ ଦ୍ୱାଦଶ ଶତାବ୍ଦୀରୁ ଚାଲି ଆସୁଥିବା ଅନୁଭବ ମନ୍ତପ୍ପା ପରମ୍ପରା ବିଷୟରେ ଏବଂ ମାଗ୍ନା କାର୍ଟା ପ୍ରତିଷ୍ଠା ହେବାର ଅନେକ ବର୍ଷ ପୂର୍ବରୁ ଆଲୋଚନାକୁ ପ୍ରୋତ୍ସାହିତ କରାଯାଇଥିଲା ଯେଉଁଠାରେ ପ୍ରତ୍ୟେକ ଜାତି, ବର୍ଣ୍ଣ ଏବଂ ଧର୍ମର ଲୋକମାନେ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବାକୁ ସ୍ୱାଧୀନ ଥିଲେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। “ଜଗତଗୁରୁ ବାସ୍ୱେଶ୍ୱରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନୁଭବ ମନ୍ତପ୍ପା ଆଜି ମଧ୍ୟ ଭାରତକୁ ଗର୍ବିତ କରିଛି’ , ବୋଲି ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିବା ସହିତ ଏହା ମଧ୍ୟ କହିଥିଲେ ଯେ ୫୦୦୦ ବର୍ଷ ପୁରୁଣା ଶାସ୍ତ୍ରରୁ ଆଜି ପର୍ଯ୍ୟନ୍ତ ଭାରତର ଯାତ୍ରା କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ସଂସଦୀୟ ପରମ୍ପରାର ଐତିହ୍ୟ।

ସମୟ କ୍ରମେ ଭାରତର ସଂସଦୀୟ ପରମ୍ପରାର ନିରନ୍ତର ବିକାଶ ଓ ସୁଦୃଢ଼ୀକରଣ ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସ୍ୱାଧୀନତା ପର ଠାରୁ ଭାରତରେ ୧୭ଟି ସାଧାରଣ ନିର୍ବାଚନ ଏବଂ ୩୦୦ ରୁ ଅଧିକ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ସର୍ବବୃହତ୍ ନିର୍ବାଚନୀ ଅଭିଯାନରେ ଜନସାଧାରଣଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନ ଯେଉଁଠାରେ ତାଙ୍କ ଦଳ କ୍ଷମତାକୁ ନିର୍ବାଚିତ ହୋଇଥିଲା ତାହା ମାନବ ଇତିହାସର ସବୁଠାରୁ ବଡ ନିର୍ବାଚନୀ ଅଭ୍ୟାସ ଥିଲା କାରଣ ଏଥିରେ ୬୦୦ ନିୟୁତ ଭୋଟର ଅଂଶଗ୍ରହଣ କରିଥିଲେ।

ସେତେବେଳେ ୯୧୦ ନିୟୁତ ପଞ୍ଜୀକୃତ ଭୋଟର ଥିଲେ, ଯାହା ସମଗ୍ର ୟୁରୋପର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ । ଏତେ ଅଧିକ ଭୋଟର ମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ମତଦାନ ଭାରତୀୟ ମାନଙ୍କର ସଂସଦୀୟ ଅଭ୍ୟାସ ଉପରେ ଗଭୀର ବିଶ୍ୱାସକୁ ପ୍ରଦର୍ଶିତ କରୁଛି। ୨୦୧୯ ନିର୍ବାଚନରେ ରେକର୍ଡ ସଂଖ୍ୟକ ମହିଳା ଅଂଶଗ୍ରହଣ କରିଥିଲେ। ରାଜନୈତିକ ଅଂଶଗ୍ରହଣର ବିସ୍ତାରିତ କ୍ୟାନଭାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାଧାରଣ ନିର୍ବାଚନରେ ୬୦୦ରୁ ଅଧିକ ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ ଏବଂ ୧୦ ନିୟୁତ ସରକାରୀ କର୍ମଚାରୀ ନିର୍ବାଚନ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଏବଂ ମତଦାନ ପାଇଁ ୧ ନିୟୁତ ମତଦାନ କେନ୍ଦ୍ର ନିର୍ମାଣ କରା ଯାଇଥିଲା।

ନିର୍ବାଚନ ପ୍ରକ୍ରିୟାର ଆଧୁନିକୀକରଣ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଗତ ୨୫ ବର୍ଷ ଧରି ଇଭିଏମ୍ର ବ୍ୟବହାର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଦକ୍ଷତା ଆଣିଛି , ଯାହା ଫଳରେ ଭୋଟ ଗଣତି ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ୧ ବିଲିୟନ ଲୋକ ଅଂଶଗ୍ରହଣ କରିବେ ବୋଲି ସେ ସୂଚନା ଦେଇଥିଲେ ଏବଂ ପ୍ରତିନିଧି ମାନଙ୍କୁ ନିର୍ବାଚନ ଦେଖିବାକୁ ଆମନ୍ତ୍ରଣ କରିଥିଲେ।

ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ପ୍ରତିନିଧି ମାନଙ୍କୁ ମଧ୍ୟ ଅବଗତ କରାଇଥିଲେ । ସ୍ଥାନୀୟ ସ୍ୱୟଂଶାସିତ ଅନୁଷ୍ଠାନରେ ୩ ନିୟୁତରୁ ଅଧିକ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ହେଉଛନ୍ତି ମହିଳା। ଭାରତ ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରୁଛି। ନିକଟରେ ଆମ ସଂସଦ ନେଇଥିବା ନିଷ୍ପତ୍ତି ଆମ ସଂସଦୀୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଭାରତର ସଂସଦୀୟ ପରମ୍ପରା ଉପରେ ନାଗରିକ ମାନଙ୍କର ଅତୁଟ ବିଶ୍ୱାସ ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଏହାର ବିବିଧତା ଏବଂ ସ୍ଫୂର୍ତ୍ତିଶୀଳତାକୁ ଶ୍ରେୟ ଦେଇଥିଲେ। “ଏଠାରେ ସବୁ ଧର୍ମର ଲୋକ ବସବାସ କରୁଛନ୍ତି। ଶହ ଶହ ପ୍ରକାରର ଖାଦ୍ୟ, ଜୀବନଶୈଳୀ, ଭାଷା, ଉପଭାଷା” ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲୋକ ମାନଙ୍କୁ ବାସ୍ତବ ସମୟ ସୂଚନା ପ୍ରଦାନ କରିବା ପାଇଁ ଭାରତରେ ୨୮ ଟି ଭାଷାରେ ୯୦୦ ରୁ ଅଧିକ ଟିଭି ଚ୍ୟାନେଲ ଅଛି, ପ୍ରାୟ ୨୦୦ ଭାଷାରେ ୩୩ ହଜାରରୁ ଅଧିକ ବିଭିନ୍ନ ଖବରକାଗଜ ଏଠାରେ ପ୍ରକାଶିତ ହୁଏ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରାୟ ୩ ବିଲିୟନ ବ୍ୟବହାରକାରୀ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଶ୍ରୀ ମୋଦୀ ଭାରତରେ ସୂଚନାର ବିପୁଳ ପ୍ରବାହ ଏବଂ ବାକ୍ ସ୍ୱାଧୀନତାର ସ୍ତର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏକବିଂଶ ଶତାବ୍ଦୀର ଏହି ବିଶ୍ୱରେ ଭାରତର ସ୍ଫୂର୍ତ୍ତିଶୀଳତା, ବିବିଧତା ମଧ୍ୟରେ ଏକତା ହିଁ ଆମର ସବୁଠାରୁ ବଡ଼ ଶକ୍ତି । ଏହି ସ୍ଫୂର୍ତ୍ତିଶୀଳତା ଆମକୁ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିବା ନିମନ୍ତେ ଏବଂ ପ୍ରତ୍ୟେକ ଅସୁବିଧାକୁ ମିଳିତ ଭାବେ ସମାଧାନ କରିବାକୁ ପ୍ରେରଣା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ବିଶ୍ୱର ପରସ୍ପର ସହ ଜଡିତ ପ୍ରକୃତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ସଂଘର୍ଷ ଏବଂ ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ ବିଶ୍ୱ କାହାର ସ୍ୱାର୍ଥସାଧନ କରେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, “ଏକ ବିଭାଜିତ ବିଶ୍ୱ ମାନବତା ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନ ଗୁଡିକର ସମାଧାନ ପ୍ରଦାନ କରିପାରିବ ନାହିଁ । ଏହା ଶାନ୍ତି ଓ ଭାଇଚାରାର ସମୟ, ଏକାଠି ଆଗକୁ ବଢ଼ିବାର ସମୟ । ଏହା ସମସ୍ତଙ୍କ ଅଭିବୃଦ୍ଧି ଏବଂ କଲ୍ୟାଣର ସମୟ ଅଟେ । ଆମକୁ ବିଶ୍ୱ ବିଶ୍ୱାସ ସଙ୍କଟକୁ ଦୂର କରି ମାନବ କେନ୍ଦ୍ରିତ ଚିନ୍ତାଧାରା ସହିତ ଆଗକୁ ବଢ଼ିବାକୁ ହେବ । ଆମକୁ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଭାବନାରେ ଦୁନିଆକୁ ଦେଖିବାକୁ ପଡିବ । ବୈଶ୍ୱିକ ନିଷ୍ପତ୍ତି ନେବାରେ ବ୍ୟାପକ ଅଂଶଗ୍ରହଣର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି – ୨୦ରେ ଆଫ୍ରିକୀୟ ସଂଘକୁ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ପଛରେ ଏହା ରହିଛି , ଯାହାକୁ ସମସ୍ତ ସଦସ୍ୟ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ପି -୨୦ ର ମଂଚରେ ପାନ୍ ଆଫ୍ରିକାର ଅଂଶଗ୍ରହଣ ପାଇଁ ଖୁସି ବ୍ୟକ୍ତ କରିଥିଲେ ।

ଲୋକସଭା ବାଚସ୍ପତି ପ୍ରତିନିଧି ମାନଙ୍କୁ ନୂତନ ସଂସଦ ପରିଦର୍ଶନ କରିବା ବିଷୟରେ କହିବା ସହ ପ୍ରଧାନମନ୍ତ୍ରୀ ଏହି ଅବସରରେ ହଜାର ହଜାର ନିରୀହ ଲୋକଙ୍କ ଜୀବନ ନେଉଥିବା ଭାରତ ସମ୍ମୁଖୀନ ହେଉଥିବା ସୀମାପାର ଆତଙ୍କବାଦ ଉପରେ ଆଲୋକପାତ କରିଥିଲେ । ପ୍ରାୟ ୨୦ ବର୍ଷ ପୂର୍ବେ ସଂସଦର ଅଧିବେଶନ ଚାଲିଥିବା ବେଳେ ଭାରତୀୟ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କିପରି ଆତଙ୍କବାଦୀମାନେ ସାଂସଦ ମାନଙ୍କୁ ବନ୍ଧକ ରଖି ସେମାନଙ୍କୁ ନିପାତ କରିବାକୁ ପ୍ରସ୍ତୁତ ଥିଲେ ବୋଲି ଶ୍ରୀ ମୋଦୀ ମନେ ପକାଇଥିଲେ।

ବିଶ୍ୱରେ ଆତଙ୍କବାଦର ବିରାଟ ଆହ୍ୱାନକୁ ବିଶ୍ୱ ମଧ୍ୟ ଅନୁଭବ କରୁଥିବା ବେଳେ ସେ କହିଛନ୍ତି, “ଏଭଳି ଅନେକ ଆତଙ୍କବାଦ ଘଟଣାର ମୁକାବିଲା କରିବା ପରେ ଭାରତ ଆଜି ଏଠାରେ ପହଞ୍ଚିଛି । ଆତଙ୍କବାଦ ଯେକୌଣସି କାରଣରୁ ହେଉ ନା କାହିଁକି, ଏହା ମାନବତାର ବିରୁଦ୍ଧାଚରଣ କରିଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି ଏବଂ ଏଭଳି ପରିସ୍ଥିତିର ମୁକାବିଲା କରିବା ସମୟରେ ଆପୋସ ବୁଝାମଣା କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆତଙ୍କବାଦର ସଂଜ୍ଞା ସମ୍ପର୍କରେ ସର୍ବସମ୍ମତି ହାସଲ ହେଉନଥିବା ବିଶ୍ୱସ୍ତରୀୟ ଦିଗ ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ । ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ଅନ୍ତର୍ଜାତୀୟ ସମ୍ମିଳନୀ ଆଜି ବି ଜାତିସଂଘରେ ସହମତିକୁ ଅପେକ୍ଷା କରିଛି ବୋଲି ସେ ଆଲୋକପାତ କରିଥିଲେ । ଆତଙ୍କବାଦ ବିରୋଧରେ ଲଢ଼େଇରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସମଗ୍ର ବିଶ୍ୱର ସଂସଦ ଓ ପ୍ରତିନିଧି ମାନଙ୍କୁ ଅନୁରୋଧ କରିବା ସହ ମାନବତାର ଶତ୍ରୁମାନେ ବିଶ୍ୱର ଏହି ମନୋଭାବର ଫାଇଦା ଉଠାଉଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବିଶ୍ୱର ଆହ୍ୱାନର ମୁକାବିଲା କରିବା ପାଇଁ ଜନଭାଗିଦାରୀ ଠାରୁ ଉତ୍ତମ ମାଧ୍ୟମ ଆଉ କିଛି ହୋଇ ପାରିବ ନାହିଁ । ମୁଁ ସର୍ବଦା ବିଶ୍ୱାସ କରି ଆସିଛି ଯେ ସରକାର ସଂଖ୍ୟାଗରିଷ୍ଠତା ଦ୍ୱାରା ଗଠିତ ହୁଏ, କିନ୍ତୁ ଦେଶ ସର୍ବସମ୍ମତି କ୍ରମେ ପରିଚାଳିତ ହୁଏ । ଆମ ସଂସଦ ଏବଂ ଏହି ପି – ୨୦ ମଂଚ ମଧ୍ୟ ଏହି ଭାବନାକୁ ସୁଦୃଢ଼ କରି ପାରିବ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ବିତର୍କ ଏବଂ ବିଚାର ବିମର୍ଶ ମାଧ୍ୟମରେ ଏହି ଦୁନିଆକୁ ସୁଧାରିବା ପାଇଁ ପ୍ରୟାସ ନିଶ୍ଚିତ ସଫଳ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଏବଂ ଆନ୍ତଃ ସଂସଦୀୟ ସଂଘର ସଭାପତି ଦୁଆର୍ତେ ପାଚେକୋ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଭାରତର ଜି – ୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଅନୁଯାୟୀ ନବମ ପି -୨୦ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ’ । ଏହି କାର୍ଯ୍ୟକ୍ରମରେ ଜି – ୨୦ ସଦସ୍ୟ ଏବଂ ଆମନ୍ତ୍ରିତ ଦେଶର ସଂସଦର ବାଚସ୍ପତିମାନେ ଯୋଗ ଦେଇଥିଲେ । ସେପ୍ଟେମ୍ବର ୯ ରୁ ୧୦, ୨୦୨୩ ରେ ନୂଆଦିଲ୍ଲୀ ଜି – ୨୦ ନେତା ସମ୍ମିଳନୀରେ ଆଫ୍ରିକୀୟ ସଂଘ ଜି – ୨୦ର ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ପି – ୨୦ ଶିଖର ସମ୍ମିଳନୀରେ ପାନ୍ – ଆଫ୍ରିକା ସଂସଦ ମଧ୍ୟ ଅଂଶଗ୍ରହଣ କରିଥିଲା ।

ଏହି ପି -୨୦ ଶିଖର ସମ୍ମିଳନୀରେ ବିଷୟବସ୍ତୁଗତ ଅଧିବେଶନରେ ଯେଉଁ ଚାରିଟି ବିଷୟ ଉପରେ ଧ୍ୟାନ ଦିଆଯିବ ସେଗୁଡିକ ହେଉଛି, ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ; ମହିଳାଙ୍କ ନେତୃତ୍ୱରେ ବିକାଶ ; ଏସଡିଜିକୁ ତ୍ୱରାନ୍ୱିତ କରିବା ; ଏବଂ ସ୍ଥାୟୀ ଶକ୍ତି ପରିବର୍ତ୍ତନ ।

ପ୍ରକୃତି ସହ ସମନ୍ୱୟ ରକ୍ଷା କରି ସବୁଜ ଓ ସ୍ଥାୟୀ ଭବିଷ୍ୟତ ଦିଗରେ ପଦକ୍ଷେପ ଉପରେ ବିଚାର ବିମର୍ଶ କରିବା ପାଇଁ ୧୨ ଅକ୍ଟୋବର ୨୦୨୩ରେ ଏଲ୍ଆଇଏଫ୍ଇ (ପରିବେଶ ପାଇଁ ଜୀବନଶୈଳୀ) ଉପରେ ଏକ ପ୍ରାକ୍ ଶିଖର ସଂସଦୀୟ ଫୋରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Categories
ବିଶେଷ ଖବର

ଅକ୍ଟୋବର ୧୩ରେ ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୩, ୨୦୨୩ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଯଶୋଭୂମିଠାରେ ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦)କୁ ଉଦଘାଟନ କରିବେ। ଭାରତର ଜି-୨୦ ଅଧ୍ୟକ୍ଷତାର ବ୍ୟାପକ ଢାଞ୍ଚା ରେ ଭାରତୀୟ ସଂସଦ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଛି।

ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଅନୁଯାୟୀ, ନବମ ପି୨୦ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ” । ଏହି କାର୍ଯ୍ୟକ୍ରମରେ ଜି-୨୦ ସଦସ୍ୟ ଏବଂ ଆମନ୍ତ୍ରିତ ଦେଶର ସଂସଦର ବାଚସ୍ପତିମାନେ ଯୋଗଦେବେ। ସେପ୍ଟେମ୍ବର ୯-୧୦, ୨୦୨୩ରେ ନୂଆଦିଲ୍ଲୀ ଜି-୨୦ ନେତୃତ୍ବ ସମ୍ମିଳନୀରେ ଆଫ୍ରିକୀୟ ସଂଘ ଜି-୨୦ର ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ପାନ୍-ଆଫ୍ରିକା ସଂସଦ ପି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବ।

ଏହି ପି-୨୦ ଶିଖର ସମ୍ମିଳନୀରେ ବିଷୟବସ୍ତୁଗତ ଅଧିବେଶନରେ ନିମ୍ନଲିଖିତ ଚାରିଟି ବିଷୟ ଉପରେ ଧ୍ୟାନ ଦିଆଯିବ – ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ଜୀବନରେ ପରିବର୍ତ୍ତନ; ମହିଳାଙ୍କ ନେତୃତ୍ବ ଭିତ୍ତିକ ବିକାଶ; ଏସଡିଜିକୁ ତ୍ୱରାନ୍ୱିତ କରିବା; ଏବଂ ଦୀର୍ଘସ୍ଥାୟୀ ଶକ୍ତି ରୂପାନ୍ତରଣ।

ପ୍ରକୃତି ସହ ସମନ୍ୱୟ ରକ୍ଷା କରି ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ଦିଗରେ ପଦକ୍ଷେପ ଉପରେ ଆଲୋଚନା କରିବା ପାଇଁ ୧୨ ଅକ୍ଟୋବର ୨୦୨୩ରେ ମିଶନ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ) ଉପରେ ଏକ ପ୍ରାକ୍ ଶିଖର ସଂସଦୀୟ ଫୋରମ୍ ମଧ୍ୟ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଜି – ୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି – ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା: ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ, ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍‌;  ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ।

ଦୁଇ ସପ୍ତାହ ତଳେ ଜି -୨୦ ଶିଖର ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ଲାଗି ରହିଥିବା ଜନଗହଳିକୁ  ମନେ ପକାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ ଯେ ଏହା ଏକ ସମ୍ପୂର୍ଣ୍ଣ ଭାବରେ ଘଟଣା ଘଟୁଥିବା ସ୍ଥାନରେ ପରିଣତ ହୋଇଛି। ସେହି ସ୍ଥାନରେ ଆଜି ଭାରତର ଭବିଷ୍ୟତ ଦେଖିବାକୁ ମିଳୁଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି। ଭାରତ ଜି-୨୦ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାର ମାନଦଣ୍ଡକୁ ଉନ୍ନତ କରିଛି ଏବଂ ବିଶ୍ୱ ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ,  ସେ କିନ୍ତୁ ଏଥିରେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି , କାରଣ ଭାରତର ପ୍ରତିଭାବାନ ଯୁବକମାନେ ହିଁ ଏଭଳି ଏକ କାର୍ଯ୍ୟକ୍ରମ ସହିତ ନିଜକୁ ଯୋଡ଼ିଥିଲେ। ଯୁବପିଢ଼ି ଏଥିରେ ନିଜକୁ ଯୋଡ଼ିଲେ ଏଭଳି ଘଟଣା ସଫଳ ହେବା ନିଶ୍ଚିତ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ଅନୁଷ୍ଠିତ ଏହି ସଫଳ କାର୍ଯ୍ୟକ୍ରମ ପାଇଁ ଦେଶର ଯୁବ ଶକ୍ତିକୁ ଶ୍ରେୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଘଟଣା ଘଟୁଥିବା ସ୍ଥାନରେ ପରିଣତ ହେଉଛି । ଗତ ୩୦ ଦିନର କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ହୋଇଛି । ବିଗତ ୩୦ ଦିନର କାର୍ଯ୍ୟର ସାରାଂଶ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସଫଳ ଚନ୍ଦ୍ରଯାନ ଅଭିଯାନକୁ ମନେ ପକାଇ ଆରମ୍ଭ କରିଥିଲେ ସେ ଏହା ଘଟିବା ସମୟରେ ସମଗ୍ର ବିଶ୍ୱ ‘ଭାରତ ଚନ୍ଦ୍ରରେ ଅଛି’ ବୋଲି ଅନୁଭବ କରିଥିଲା । “ଅଗଷ୍ଟ ୨୩ ଆମ ଦେଶରେ ଜାତୀୟ ମହାକାଶ ଦିବସ ଭାବରେ ଅମର ହୋଇ ଯାଇଛି”,  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସଫଳତାକୁ ଦୃଷ୍ଟିରେ ରଖି ଭାରତ ନିଜର ସୌର ଅଭିଯାନକୁ ସଫଳତାର ସହ ଉତକ୍ଷେପଣ କରିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଚନ୍ଦ୍ରଯାନ ୩ ଲକ୍ଷ କିଲୋମିଟର ଯାତ୍ରା କରିଛି ଏବଂ ସୌର ପ୍ରକଳ୍ପ ୧୫ ଲକ୍ଷ କିଲୋମିଟର ଅତିକ୍ରମ କରିବ । “ଭାରତର ପରିସୀମାର କୌଣସି ତୁଳନା ଅଛି କି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗତ ୩୦ ଦିନ ମଧ୍ୟରେ ଭାରତର କୂଟନୀତି ନୂତନ ଉଚ୍ଚତାକୁ ଛୁଇଁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜି -୨୦ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ,  ଯେଉଁଠାରେ ଭାରତର ପ୍ରୟାସରେ ୬ଟି ନୂତନ ରାଷ୍ଟ୍ରକୁ ଏହାର ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ପରେ ପ୍ରଧାନମନ୍ତ୍ରୀ ତାଙ୍କର ଗ୍ରୀସ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ,  ଯାହା ଚାରି ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା । ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଇଣ୍ଡୋନେସିଆରେ ବିଶ୍ୱର ଅନେକ ନେତାଙ୍କୁ ଭେଟିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଏହି  ଭାରତ ମଣ୍ଡପମରେ ବିଶ୍ୱର ଉନ୍ନତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ଧ୍ରୁବୀକରଣ ପରିବେଶରେ ସମାନ ମଞ୍ଚରେ ସମସ୍ତ ସଦସ୍ୟ ରାଷ୍ଟ୍ର ପାଇଁ ଏକ ସମାନ ଆଧାର ଖୋଜିବା ସରକାରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପଲବ୍ଧି । ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଫଳାଫଳର ନେତୃତ୍ୱ ନେଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ସର୍ବସମ୍ମତିକ୍ରମେ ନୂଆଦିଲ୍ଲୀ ଘୋଷଣାନାମା ସମଗ୍ର ବିଶ୍ୱରେ  ଚର୍ଚ୍ଚାର ବିଷୟ ପାଲଟିଛି” । ଏକବିଂଶ ଶତାବ୍ଦୀର ଦିଗକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାର କ୍ଷମତା ରଖିଥିବା ଜି -୨୦ର ପରିବର୍ତନକାରୀ ନିଷ୍ପତ୍ତି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଭାରତ, ଭାରତ ମଧ୍ୟପ୍ରାଚ୍ୟ ୟୁରୋପୀୟ କ୍ଷେତ୍ର ନେତୃତ୍ୱରେ ଅନ୍ତର୍ଜାତୀୟ ଜୈବ ଇନ୍ଧନ ମେଂଟର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘକୁ ଜି – ୨୦ରେ ଅନ୍ତର୍ଭୁକ୍ତ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଜି-୨୦ ଶିଖର ସମ୍ମିଳନୀ ଶେଷ ହେବା ମାତ୍ରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ଭାରତକୁ  ରାଷ୍ଟ୍ରୀୟ ଗସ୍ତରେ ଆସିଥିଲେ ଏବଂ ସାଉଦି ଆରବ ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସେ ଗତ ୩୦ ଦିନ ମଧ୍ୟରେ ବିଶ୍ୱର ପ୍ରାୟ ଅଧା ଅଞ୍ଚଳରେ ୮୫ ଜଣ ବିଶ୍ୱ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଭାରତର ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ପ୍ରୋଫାଇଲର ଲାଭ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଭାରତକୁ ନୂତନ ସୁଯୋଗ, ନୂତନ ବନ୍ଧୁ ଏବଂ ନୂତନ ବଜାର ମିଳିଥାଏ ଏବଂ ଯୁବକ ମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିଥାଏ ।

ଗତ ୩୦ ଦିନ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ଓବିସି ସମ୍ପ୍ରଦାୟ ଏବଂ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଜୟନ୍ତୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ ଯାହା କାରିଗର, ଶିଳ୍ପକାର ଏବଂ ପାରମ୍ପରିକ ଶ୍ରମିକ ମାନଙ୍କୁ ବହୁ ପରିମାଣରେ ଉପକୃତ କରିବ ।

୧ ଲକ୍ଷରୁ ଅଧିକ ଯୁବକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ସେ ରୋଜଗାର ମେଳା ଆୟୋଜନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ରୋଜଗାର ମେଳା ଆରମ୍ଭ ହେବା ପର ଠାରୁ ୬ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦର ଉଦ୍‌ଘାଟନୀ ଅଧିବେଶନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ , ଯେଉଁଠାରେ ପ୍ରଥମ ବିଲ୍ ଭାବରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା ।

ଇଲେକ୍ଟ୍ରିକ୍ ମୋବିଲିଟିର ସଦ୍ୟତମ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ ବିଷୟରେ ଉଲ୍ଲେଖ କରିଥିଲେ । ଅନ୍ୟାନ୍ୟ ଘଟଣାକ୍ରମ ମଧ୍ୟରେ ଶ୍ରୀ ମୋଦୀ ନୂଆଦିଲ୍ଲୀର ଦ୍ୱାରକା ଠାରେ ଯଶୋଭୂମି ସମ୍ମିଳନୀ କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ ସମ୍ପର୍କରେ , ବାରଣାସୀ ଠାରେ ଏକ ନୂତନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ ବିଷୟରେ ଏବଂ ୯ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବା ସମ୍ବନ୍ଧରେ ଆଲୋଚନା କରିଥିଲେ ।  ମଧ୍ୟପ୍ରଦେଶର ଏକ ବିଶୋଧନାଗାରରେ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସହିତ ଅକ୍ଷୟ ଶକ୍ତି ଆଇଟି ପାର୍କ, ଏକ ମେଗା ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ରାଜ୍ୟରେ ଛଅଟି ନୂତନ ଶିଳ୍ପ କ୍ଷେତ୍ରର ଶିଳାନ୍ୟାସ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ସମସ୍ତ ବିକାଶ ନିଯୁକ୍ତି ସୃଷ୍ଟି ଏବଂ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ସହିତ ଜଡ଼ିତ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଯେଉଁଠାରେ ଆଶାବାଦ, ସୁଯୋଗ ଏବଂ ମୁକ୍ତ ଚିନ୍ତାଧାରା ଅଛି ସେଠାରେ ଯୁବଗୋଷ୍ଠୀ ପ୍ରଗତି କରନ୍ତି । ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ବଡ଼ କଥା ଚିନ୍ତା କରିବାକୁ କହିଥିଲେ ।  “ଏପରି କୌଣସି ଉପଲବ୍ଧି ନାହିଁ ଯାହା ଆପଣ ମାନଙ୍କ ପରିସୀମା ବାହାରେ ଅଛି କିମ୍ବା ଦେଶ ଆପଣଙ୍କ ପଛରେ ନାହିଁ” ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କୌଣସି ଅବସରକୁ ଛୋଟ ଭାବରେ ବିବେଚନା କରାଯିବା ଉଚିତ  ନୁହେଁ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ଏକ ମାନଦଣ୍ଡରେ ପରିଣତ କରିବାକୁ ପ୍ରୟାସ କରାଯିବା ଉଚିତ୍ ।

ଜି-୨୦ର ଉଦାହରଣ ଦେଇ ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହ ିକାର୍ଯ୍ୟକ୍ରମ କେବଳ କୂଟନୈତିକ ଏବଂ ଦିଲ୍ଲୀ କେନ୍ଦ୍ରିତ ଘଟଣା ହୋଇଥାନ୍ତା । କିନ୍ତୁ ଭାରତ ଜି-୨୦କୁ ଏକ ଜନଚାଳିତ ଜାତୀୟ ଆନ୍ଦୋଳନରେ ପରିଣତ କରିଛି । ଜି – ୨୦ ବିଶ୍ୱ ବିଦ୍ୟାଳୟ ସଯୋଗ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବିଶ୍ୱ ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଅଂଶଗ୍ରହଣକୁ ମଧ୍ୟ ପ୍ରଶଂସା କରିଥିଲେ । ବିଦ୍ୟାଳୟ, ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡିକର ୫ କୋଟି ଛାତ୍ରଛାତ୍ରୀଙ୍କ ନିକଟରେ ଜି-୨୦କୁ କେନ୍ଦ୍ର ସରକାର ପହଂଚାଇଛନ୍ତି । “ଆମର ଲୋକମାନେ ବଡ଼ କଥା ସମ୍ପର୍କରେ ଭାବୁଛନ୍ତି ଏବଂ ଆହୁରି ଅଧିକ ମହାନ ପ୍ରଦର୍ଶନ କରୁଛନ୍ତି\”,  ବୋଲି ସେ ଆହୁରି ମଧ୍ୟ କହିଛନ୍ତି ।

ଅମୃତ କାଳର ପରବର୍ତ୍ତୀ ୨୫ ବର୍ଷର ଗୁରୁତ୍ୱକୁ ଦୋହରାଇ ପ୍ରଧାନମନ୍ତ୍ରୀ ଉଭୟ ଦେଶ ଏବଂ ଯୁବବର୍ଗଙ୍କ ପାଇଁ ଏହି ସମୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଯୋଗଦାନକାରୀ କାରଣ ଗୁଡ଼ିକର ସମନ୍ୱୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ କାରଣ ଦେଶ ଖୁବ୍ କମ୍ ସମୟ ମଧ୍ୟରେ ଦଶମ ସ୍ଥାନରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଉପରେ ବିଶ୍ୱର ବିଶ୍ୱାସ ଦୃଢ଼ ହେଉଛି ଏବଂ ଦେଶରେ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜିନିବେଶ ହେବାରେ ଲାଗିଛି । ରପ୍ତାନି, ଉତ୍ପାଦନ ଓ ସେବା କ୍ଷେତ୍ର ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି । ମାତ୍ର ୫ ବର୍ଷରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳି ଭାରତର ନୂତନ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି । “ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମିରେ ଅଗ୍ରଗତି ବିକାଶର ନୂତନ ଗତିକୁ ସୁନିଶ୍ଚିତ କରୁଛି । ଭୌତିକ ଭିତ୍ତିଭୂମିରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେଉଛି । ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଇପିଏଫଓ ପେରୋଲରେ ପାଖାପାଖି ୫ କୋଟି ପଞ୍ଜୀକରଣ ହୋଇଛି । ସେଥି ମଧ୍ୟରୁ ପ୍ରଥମ ଥର ପାଇଁ ୩.୫ କୋଟି ଇପିଏଫଓ ପରିସରକୁ ଆସିଛି ଅର୍ଥାତ୍ ଏହା ସେମାନଙ୍କର ପ୍ରଥମ ଆନୁଷ୍ଠାନିକ ବ୍ଲକ । ୨୦୧୪ ପରେ ଦେଶରେ ଷ୍ଟାର୍ଟଅପ୍‌ର ଅଭୂତପୂର୍ବ ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ , ସେତେବେଳେ ତାହାର ସଂଖ୍ୟା ୧୦୦ ଥିବା ବେଳ ଆଜି ୧ ଲକ୍ଷରୁ ଅଧିକ ହେବ । ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ୍ ହ୍ୟାଣ୍ଡସେଟ୍ ନିର୍ମାତା । ୨୦୧୪ ତୁଳନାରେ ପ୍ରତିରକ୍ଷା କ୍ଷେତ୍ରର ରପ୍ତାନି ପରିମାଣ ୨୩ ଗୁଣ ବୃଦ୍ଧି ପାଇଛି । ମୁଦ୍ରା ଯୋଜନା ଯୁବପିଢ଼ିଙ୍କୁ ରୋଜଗାର ସୃଷ୍ଟିକାରୀ କରୁଛି ବୋଲି ସେ କହିଥିଲେ । ଏହି ଯୋଜନାରେ ୮ କୋଟି ପ୍ରଥମ ଥର ଉଦ୍ୟୋଗୀ ସୃଷ୍ଟି ହୋଇଥିବା ବେଳେ ଗତ ୯ ବର୍ଷ ମଧ୍ୟରେ ଭାରତରେ ୫ ଲକ୍ଷ ସାଧାରଣ ସେବା କେନ୍ଦ୍ର ଖୋଲାଯାଇଛି ବୋଲି ସେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଘଟୁଥିବା ସକାରାତ୍ମକ ବିକାଶ ପାଇଁ ରାଜନୈତିକ ସ୍ଥିରତା, ନୀତି ସ୍ପଷ୍ଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଶ୍ରେୟ ଦେଇଛନ୍ତି । ବିଗତ ୯ ବର୍ଷ ମଧ୍ୟରେ ଦୁର୍ନୀତି ରୋକିବା ପାଇଁ ସରକାର ସଚ୍ଚୋଟ ପ୍ରୟାସ କରିଛନ୍ତି ଏବଂ ଦଲାଲଙ୍କୁ ନିୟନ୍ତ୍ରଣ କରିବା ଏବଂ ବ୍ୟବସ୍ଥାରେ ଥିବା ଫାଙ୍କକୁ ବନ୍ଦ କରିବା ପାଇଁ ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସଚ୍ଚୋଟ ମାନଙ୍କୁ ପୁରସ୍କୃତ କରାଯାଉଥିବା ବେଳେ ଅସାଧୁ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଦେଶର ବିକାଶ ଯାତ୍ରା ଜାରି ରଖିବା ପାଇଁ ସ୍ୱଚ୍ଛ, ସ୍ପଷ୍ଟ ଏବଂ ସ୍ଥିର ଶାସନ ବାଧ୍ୟତାମୂଳକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯଦି ଭାରତର ଯୁବପିଢ଼ି ସଂକଳ୍ପବଦ୍ଧ ହୁଅନ୍ତି, ତେବେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ ହେବାରୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ କହିଥିଲେ । ସମଗ୍ର ବିଶ୍ୱ ଏବେ ଭାରତ ଏବଂ ଏହାର ଯୁବବର୍ଗଙ୍କ ସାମର୍ଥ୍ୟକୁ ଚିହ୍ନି ପାରୁଥିବାରୁ ଆଶାର ସହ ଭାରତ ଆଡକୁ ଚାହିଁରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ବିଶ୍ୱର ପ୍ରଗତି ପାଇଁ ଭାରତ ଏବଂ ଏହାର ଯୁବବର୍ଗଙ୍କ ପ୍ରଗତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୁବଗୋଷ୍ଠୀଙ୍କ ଭାବନା ହିଁ ପ୍ରଧାନମନ୍ତ୍ରୀଙ୍କୁ ଦେଶ ତରଫରୁ ପ୍ରତିଶ୍ରୁତି ଦେବା ପାଇଁ ସକ୍ଷମ କରିଥାଏ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଯେତେବେଳେ ସେ ବିଶ୍ୱ ମଞ୍ଚରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରନ୍ତି ସେତେବେଳେ ଭାରତର ଯୁବପିଢ଼ି ହିଁ ତାଙ୍କ ପଛରେ ପ୍ରେରଣା ଭାବେ ରହିଥାନ୍ତି ।  “ମୋର ଶକ୍ତି ଭାରତର ଯୁବବର୍ଗଙ୍କ ମଧ୍ୟରେ ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଭାରତର ଯୁବବର୍ଗଙ୍କ ଉନ୍ନତ ଭବିଷ୍ୟତ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବେ ବୋଲି ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ ।

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ଯୁବବର୍ଗଙ୍କ ଅବଦାନରେ ପ୍ରଭାବିତ ହୋଇ ପ୍ରଧାନମନ୍ତ୍ରୀ ଗାନ୍ଧୀ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୧, ୨୦୨୩ରେ ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିବାକୁ ସେମାନଙ୍କୁ ନିବେଦନ କରିଥିଲେ । ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ତାଙ୍କର ଦ୍ୱିତୀୟ ଅନୁରୋଧ ଥିଲା । ସପ୍ତାହକ ମଧ୍ୟରେ ଅତି କମରେ ୭ ଜଣଙ୍କୁ ୟୁପିଆଇ ପରିଚାଳନା କିପରି କରାଯିବ ସେ ସମ୍ପର୍କରେ ଶିଖାଇବାକୁ ସେ କହିଛନ୍ତି । ତାଙ୍କର ତୃତୀୟ ଅନୁରୋଧ ଥିଲା ଭୋକାଲ୍ ଫର୍ ଲୋକାଲ ବିଷୟରେ । ପର୍ବପର୍ବାଣୀ ସମୟରେ ‘ମେଡ୍ ଇନ୍ ଇଣ୍ଡିଆ’ ଭାରତରେ ତିଆରି ଉପହାର କିଣିବା ପାଇଁ ସେ କହିଥିଲେ ଏବଂ ସ୍ୱଦେଶୀ ଜିନିଷ ବ୍ୟବହାର କରିବାକୁ ନିବେଦନ କରିଥିଲେ । ଦୈନନ୍ଦିନ ବ୍ୟବହୃତ ଜିନିଷର ତାଲିକା ପ୍ରସ୍ତୁତ କରିବା ସହ ସେଥି ମଧ୍ୟରୁ କେତେ ବିଦେଶୀ ନିର୍ମିତ ତାହା ଯାଞ୍ଚ କରିବାକୁ ସେ କହିଥିଲେ । ସେ କହିଛନ୍ତି ଯେ ଆମ ପାଇଁ ଅଜଣା ଅନେକ ବିଦେଶୀ ନିର୍ମିତ ଜିନିଷ ଆମ ଜୀବନକୁ ଜବରଦଖଲ କରିଛି ଏବଂ ଦେଶକୁ ବଞ୍ଚାଇବା ପାଇଁ ସେଥିରୁ ମୁକ୍ତି ପାଇବା ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ ।

ଭାରତର କଲେଜ ଏବଂ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ‘ଭୋକାଲ୍ ଫର୍ ଲୋକାଲ୍‌’ ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ପାରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଖଦିକୁ କ୍ୟାମ୍ପସର ଏକ ଫ୍ୟାଶନ ସାମଗ୍ରୀ କରିବାକୁ ଅନୁରୋଧ କରିଥିଲେ । ଖଦି ଫ୍ୟାସନ ସୋ ଆୟୋଜନ କରିବା  ଏବଂ କଲେଜ ସାଂସ୍କୃତିକ ଉତ୍ସବରେ ବିଶ୍ୱକର୍ମା ମାନଙ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଜିର ଯୁବପିଢ଼ି ଓ ଭବିଷ୍ୟତ ପିଢ଼ିର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ତିନୋଟି ନିବେଦନ କରିଛନ୍ତି ତାହା ଉଲ୍ଲେଖ କରି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ସଂକଳ୍ପ ନେଇ ଯୁବପିଢ଼ି ଆଜି ଭାରତ ମଣ୍ଡପମ୍ ଛାଡ଼ିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମର ମହାପୁରୁଷ ମାନଙ୍କ ପରି ଆମକୁ ଦେଶ ପାଇଁ ମୃତ୍ୟୁବରଣ କରିବା ପାଇଁ ସୁଯୋଗ ମିଳିନାହିଁ,  କିନ୍ତୁ ଦେଶ ପାଇଁ ବଞ୍ଚିବାର ସମସ୍ତ ସୁଯୋଗ ଆମ ପାଖରେ ରହିଛି । ସେ କହିଥିଲେ ଯେ ଏକ ଶତାବ୍ଦୀ ପୂର୍ବେ ଯୁବପିଢ଼ି ସ୍ୱାଧୀନତାର ମହାନ ଲକ୍ଷ୍ୟ ଉପରେ ନିଷ୍ପତ୍ତି ନେଇଥିଲେ ଏବଂ ଦେଶବ୍ୟାପୀ ଶକ୍ତି ଦେଶକୁ ଉପନିବେଶବାଦୀ ଶକ୍ତିରୁ ମୁକ୍ତ କରିଥିଲା । “ବନ୍ଧୁଗଣ, ମୋ ସହିତ ଚାଲ, ମୁଁ ଆପଣ ମାନଙ୍କୁ ନିମନ୍ତ୍ରଣ କରୁଛି । ୨୫ ବର୍ଷ ଆମ ସାମ୍ନାରେ ଅଛି, ୧୦୦ ବର୍ଷ ପୂର୍ବେ ଯାହା ଘଟିଥିଲା, ସେମାନେ ସ୍ୱରାଜ ପାଇଁ ପଦକ୍ଷେପ ନେଇଥିଲେ, ଆମେ ସମୃିଦ୍ଧି (ସମୃଦ୍ଧି) ପାଇଁ ଆଗକୁ ଯିବା ବୋଲି ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ । ଆତ୍ମନିର୍ଭର ଭାରତ ସମୃଦ୍ଧିର ନୂତନ ଦ୍ୱାର ଉନ୍ମୁକ୍ତ କରିଛି ଏବଂ ଆତ୍ମବିଶ୍ୱାସକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି ବୋଲି ସେ କହିଛନ୍ତି । ସେ ଭାରତକୁ ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ପରିଣତ କରିବାର ପ୍ରତିଶ୍ରୁତିକୁ ଦୋହରାଇ ଥିଲେ, ସେଥିପାଇଁ ମୋତେ ମା’ ଭାରତୀ ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଆପଣଙ୍କ ସମର୍ଥନ ଏବଂ ସହଯୋଗ ଦରକାର ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଜି-୨୦ ଜନ ଭାଗିଦାରୀ ଆନ୍ଦୋଳନରେ ଦେଶର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଦକ୍ଷତା ବିକାଶ ଅନୁଷ୍ଠାନର ରେକର୍ଡ ପରିମାଣର ୫ କୋଟିରୁ ଅଧିକ ଯୁବକ ଯୁବତୀ  ଅଂଶଗ୍ରହଣ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି – ୨୦ ଅଧ୍ୟକ୍ଷତାକୁ ନେଇ ସଚେତନତା  ସୃଷ୍ଟି କରିବା ଏବଂ ବିଭିନ୍ନ ଜି – ୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି – ୨୦ ବିଶ୍ୱ ବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତର ବିଶ୍ୱ ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରଥମେ ୭୫ଟି ବିଶ୍ୱ ବିଦ୍ୟାଳୟ ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ଶେଷରେ ଏହି ପଦକ୍ଷେପ ଭାରତର ୧୦୧ଟି ବିଶ୍ୱବିଦ୍ୟାଳୟରେ ଏହାର ପହଂଚକୁ ବିସ୍ତାର କରିଥିଲା ।

ଜି-୨୦ ବିଶ୍ୱ ବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ବ୍ୟାପକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ, ପ୍ରଥମେ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ପାଇଁ ଏକ କାର୍ଯ୍ୟକ୍ରମ ଭାବରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ  ଶୀଘ୍ର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାରେ ଲାଗିଲା ଏବଂ ଏହା ଆହୁରି ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚିଲା ।

ଜି -୨୦ ବିଶ୍ୱ ବିଦ୍ୟାଳୟ କନେକ୍ଟ ଫିନାଲେରେ ଅଂଶଗ୍ରହଣକାରୀ ବିଶ୍ୱ ବିଦ୍ୟାଳୟର ପ୍ରାୟ ୩,୦୦୦  ଛାତ୍ରଛାତ୍ରୀ, ଅଧ୍ୟାପକ ଓ କୁଳପତି ଯୋଗ ଦେଇଥିବା ବେଳେ ସାରା ଦେଶରୁ ଛାତ୍ରଛାତ୍ରୀ ମାନେ ଏହି ଲାଇଭ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଯୁବ ଶକ୍ତି ଦ୍ୱାରା ଭାରତରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଜି-୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ଉତ୍ସାହୀ ଯୁବକଙ୍କ ସହ ଯୋଗ ଦେଇ ଆନନ୍ଦିତ। ଯୁବ ଶକ୍ତି ଦ୍ୱାରା ଭାରତରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଜି-୨୦ ୟୁନିଭର୍ସିଟି କନେକ୍ଟ ଫିନାଲେ ରେ ଉତ୍ସାହୀ ଯୁବକଙ୍କ ସହ ଯୋଗ ଦେଇ ଆନନ୍ଦିତ।

Categories
ବିଶେଷ ଖବର

“ଜି-୨୦ କାଳରେ ଭାରତ ବିଶ୍ବମିତ୍ର ଭାବେ ଉଭା ହୋଇଛି”: ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସଂସଦର ସ୍ବତନ୍ତ୍ର ଅଧିବେଶନ ଅବସରରେ ଲୋକସଭାରେ ନିଜର ଅଭିଭାଷଣ ରଖିଛନ୍ତି। ସେପ୍ଟେମ୍ବର ୧୮ରୁ ୨୨, ୨୦୨୩ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଧିବେଶନ ବସୁଛି। ଗୃହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସଂସଦୀୟ ଯାତ୍ରାର ୭୫ ବର୍ଷର ସ୍ମୃତି ରୋମନ୍ଥନର କ୍ଷଣ। ପୁରୁଣା ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତର ସ୍ବାଧୀନତା ପୂର୍ବରୁ ରାଜକୀୟ ଆଇନ ପ୍ରଣୟନ ପରିଷଦ ଥିବାବେଳେ, ସ୍ବାଧୀନତା ପରେ ଏହା ଭାରତର ସଂସଦ ଭାବେ ପରିଚୟ ଲାଭ କରିଥିଲା। ବିଦେଶୀ ଶାସକଙ୍କ ଦ୍ବାରା ଏହି ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଭାରତୀୟଙ୍କ କଠିନ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ ପାଇଁ ଏହାର ବିକାଶ ଘଟିଥିଲା। ୭୫ ବର୍ଷର ଯାତ୍ରାରେ ଏହି ସଦନ ଅତ୍ୟନ୍ତ ଉତ୍ତମ ପ୍ରଥା ଓ ପରମ୍ପରା ସୃଷ୍ଟି କରିଛି ଯାହା ଅନ୍ୟମାନଙ୍କ ଅବଦାନ ଓ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଛି। “ଆମେ ନୂତନ ଭବନକୁ ସ୍ଥାନାନ୍ତରିତ ହେଉଛୁ ସତ, ହେଲେ ଏହି ଭବନ ଭବିଷ୍ୟତ ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ, କାରଣ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅମୃତ କାଳର ପ୍ରଥମ ଆଲୋକରେ ନୂତନ ବିଶ୍ବାସ, ସଫଳତା ଓ ସାମର୍ଥ୍ୟ ପ୍ରତିଭାତ ହେଉଛି ଏବଂ କିପରି ଭାରତର ସଫଳତାକୁ ବିଶ୍ବ ଆଲୋଚନା କରୁଛି ପ୍ରଧାନମନ୍ତ୍ରୀ ତାହାର ଅବତାରଣା କରିଥିଲେ। “ଆମର ୭୫ ବର୍ଷର ସଂସଦୀୟ ଗଣତନ୍ତ୍ରରେ ସମୂହ ଉଦ୍ୟମର ଏହା ଫଳ” ବୋଲି ସେ କହିଥିଲେ।

ଚନ୍ଦ୍ରଯାନ-୩ର ସଫଳତା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଭାରତୀୟ ସାମର୍ଥ୍ୟର ଏହା ଆଉ ଏକ ଗତି, ଯାହା ଆଧୁନିକତା, ବିଜ୍ଞାନ, ବୈଷୟିକ ଜ୍ଞାନ, ଆମ ବୈଜ୍ଞାନିକମାନଙ୍କ କ୍ଷମତା ଓ ୧୪୦ କୋଟି ଭାରତୀୟଙ୍କ ଶକ୍ତି ଯୋଡ଼ି ହୋଇ ରହିଛି। ବୈଜ୍ଞାନିକମାନଙ୍କ ସଫଳତା ନିମନ୍ତେ ସେ ଗୃହ ଓ ଦେଶ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ନାମ ଶିଖର ସମ୍ମିଳନୀ ପାଇଁ ଗୃହ କିପରି ଅତୀତରେ ଦେଶର ଉଦ୍ୟମର ପ୍ରଶଂସା କରିଥିଲା ତା’ର ସ୍ମୃତିଚାରଣ କରିବା ସହ ଜି-୨୦ର ସଫଳତା ୧୪୦ କୋଟି ଭାରତୀୟଙ୍କର, ଏହା କୌଣସି ବ୍ୟକ୍ତି ବା ଦଳର ନୁହେଁ ବୋଲି ସେ କହିଥିଲେ। ଦେଶର ୬୦ରୁ ଅଧିକ ସ୍ଥାନରେ ୨୦୦ରୁ ଅଧିକ ବୈଠକ ଭାରତୀୟ ବିବିଧତାର ସଫଳତା ଓ ଏହି ସଫଳତା ହିଁ ଜି-୨୦ର ସଫଳତା। ଜି-୨୦ ଅଧ୍ୟକ୍ଷତା କାଳରେ ଆଫ୍ରିକୀୟ ସଂଘର ସାମିଲ ଘଟଣା ପାଇଁ ଭାରତ ସବୁବେଳେ ନିଜକୁ ଗର୍ବିତ ମନେ କରିବ। ଆଫ୍ରିକୀୟ ଅର୍ନ୍ତଭୁକ୍ତୀକରଣ ଏକ ଭାବଗତ କ୍ଷଣ ବୋଲି ସେ କହିଥିଲେ।

ଭାରତୀୟ ସାମର୍ଥ୍ୟ ନେଇ କେତେକ ବ୍ୟକ୍ତିଙ୍କ ନକାରାତ୍ମକ ମନୋଭାବ ସନ୍ଦେହ ସୃଷ୍ଟି କରୁଥିବା ନେଇ ସେ କହିଥିଲେ ଯେ ଜି-୨୦ର ଘୋଷଣାପତ୍ରରେ ସହମତି ପ୍ରକାଶ ପାଇବା ସହ ଏହାର ଭବିଷ୍ୟତ ରୋଡ୍ ମ୍ୟାପ୍ ମଧ୍ୟ ଅଙ୍କାଯାଇଛି। ଭାରତୀୟ ଜି-୨୦ ଅଧ୍ୟକ୍ଷତା ନଭେମ୍ବର ଶେଷ ପର୍ଯ୍ୟନ୍ତ ଥିବାବେଳେ, ଦେଶ ଏହାର ସମ୍ପୂର୍ଣ୍ଣ ଉପଯୋଗ କରିବା, ଏଥିସହ ସେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ପି-୨୦ ସମ୍ମିଳନୀ (ସଂସଦୀୟ-୨୦) ଆୟୋଜନ କରିବାକୁ ମଧ୍ୟ ସେ ସମର୍ଥନ ଜଣାଇଥିଲେ।

“ଭାରତ ନିଜକୁ ‘ବିଶ୍ବମିତ୍ର ଭାବେ’ ଆସୀନ କରିପାରି ଥିବାରୁ ଏହା ଏକ ଗର୍ବର ବିଷୟ ଓ ସମଗ୍ର ବିଶ୍ବ ଭାରତକୁ ବନ୍ଧୁ ଭାବେ ପାଇବାକୁ ବ୍ୟଗ୍ର। ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମେ ପାଇଥିବା ଆମର ସଂସ୍କାର ଏହାର କାରଣ। ସବକା ସାଥ, ସବକା ବିକାଶ ମନ୍ତ୍ର ବିଶ୍ବକୁ ଆମ ସହ ଚାଲିବାକୁ ଆମକୁ ଏକାଠି କରିଛି” ବୋଲି ସେ କହିଥିଲେ।

ଗୋଟିଏ ପରିବାର ନୂଆ ଘରକୁ ଯିବା ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂସଦ ଭବନରୁ ବିଦାୟ ନେବା ନିଶ୍ଚିତ ଭାବେ ଏକ ଭାବପ୍ରବଣ ମୁହୂର୍ତ୍ତ। ଗୃହର ବିଭିନ୍ନ ଘଟଣା ପ୍ରବାହକୁ ନେଇ ସେ କହିଥିଲେ ଯେ ଏହି ସଦନ ମୂକ ସାକ୍ଷୀ ଥିବା ଅନେକ ଘଟଣାବଳୀ ଗୃହର ରହିଛି। “ଏହାର ଗୌରବ ମଧ୍ୟ ଆମର’” ବୋଲି ସେ କହିଥିଲେ। ନବ ଭାରତ ଗଠନ ନିମନ୍ତେ ଦେଶ ଅସଂଖ୍ୟ ଘଟଣାର ସାକ୍ଷୀ ରହିଛି। ସଂସଦ ଭବନର ଏହି ୭୫ ବର୍ଷର ଇତିହାସ ଆଜି ସାଧାରଣ ନାଗରିକଙ୍କ ପାଇଁ ସମ୍ମାନ ଜଣାଇବାର ଏକ ସୁଯୋଗ।

ପ୍ରଧାନମନ୍ତ୍ରୀ ଯେତେବେଳେ ପ୍ରଥମ ଥର ସଂସଦ ସଦସ୍ୟ ବନିଲେ, ସେ କିପରି ଭବନକୁ ନତମସ୍ତକ ହୋଇ ତାଙ୍କର ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ ତା’ର ସ୍ମୃତିଚାରଣ କରିଥିଲେ। ଏହା କିପରି ଏକ ଭାବପ୍ରବଣତାର ମୁହୂର୍ତ୍ତ ଥଲା ସେ ତାହା କଳ୍ପନା କରିପାରୁ ନ ଥିଲେ ମଧ୍ୟ କହିଥିଲେ ଯେ “ଭାରତୀୟ ଗଣତନ୍ତ୍ରର ଏହା ହେଉଛି ଶକ୍ତି, ଯେତେବେଳେ ଗୋଟେ ଗରିବ ପିଲା ରେଳ ଷ୍ଟେସନରେ ଜୀବନ ଜୀବିକା ନିମନ୍ତେ ଚାହା ବିକ୍ରି କରୁଥିଲା ସେ ସଂସଦରେ ପହଂଚିପାରିଛି। ଦେଶ ମତେ ଏତେ ସ୍ନେହ, ସମ୍ମାନ ଓ ଆଶୀର୍ବାଦ ଦେବ ତାହା ମୁଁ କେବେ ମଧ୍ୟ ଭାବି ନ ଥିଲି” ବୋଲି ସେ କହିଥିଲେ।

ସଂସଦର ଫାଟକରେ ଖୋଦିତ ହୋଇଥିବା ଉପନିଷଦର ବାକ୍ୟକୁ ଉଦ୍ଧାର କରି ଶ୍ରୀ ମୋଦୀ କହିଥିଲେ ଯେ ମୁନିଋଷିଗଣ କହିଛନ୍ତି ଯେ ଜନସାଧାରଣଙ୍କ ନିମନ୍ତେ କବାଟ ଖୋଲି ଦିଅ ଓ ଦେଖ କିପରି ସେମାନେ ନିଜର ଅଧିକାର ପାଉଛନ୍ତି। ଏଭଳି ଦୃଢ଼ୋକ୍ତିର କ’ଣ ଯଥାର୍ଥତା ରହିଛି, ବର୍ତ୍ତମାନ ଓ ଅତୀତର ସଦସ୍ୟମାନେ ତା’ର ସାକ୍ଷୀ ରହିଛନ୍ତି।

ସମୟ ଗତି ସହ ତାଳ ଦେଇ କିପରି କିପରି ପରିବର୍ତ୍ତନ ଘଟୁଛି ଓ ସମାଜର ପ୍ରତ୍ୟେକ ଗୋଷ୍ଠୀର ଲୋକ କିପରି ପ୍ରତିନିଧିତ୍ବ କରୁଛନ୍ତି ତା’ ଉପରେ ଆଲୋକପାତ କରିଥିଲେ। “ସମୂହ ବାତାବରଣ ଜନସାଧାରଣଙ୍କ ପୂର୍ଣ୍ଣ କ୍ଷମତା ସହ ସେମାନଙ୍କ ଆକାଂକ୍ଷା ପୂରଣ କରୁଛି ବୋଲି ସେ କହିଥିଲେ। ମହିଳା ସାଂସଦମାନଙ୍କ ଅବଦାନ ଗୃହ ମର୍ଯ୍ୟାଦା ବୃଦ୍ଧି କରୁଛି ବୋଲି ସେ କହିଥିଲେ।

ଏକ ହାରାହାରି ହିସାବ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଗୃହକୁ ୭୫୦୦ରୁ ଅଧିକ ଲୋକ ପ୍ରତିନିଧିତ୍ବ କରିଥିବା ବେଳେ ସେମାନଙ୍କ ମଧ୍ୟରେ ହାରାହାରି ୬୦୦ ଜଣ ମହିଳା ପ୍ରତିନିଧି ଅଛନ୍ତି। ଶ୍ରୀ ଇନ୍ଦ୍ରଜିତ୍ ଗୁପ୍ତାଜୀ ଏହି ଗୃହରେ ପ୍ରାୟ ୪୩ ବର୍ଷ ଧରି ପ୍ରତିନିଧି ଥିବାବେଳେ, ଶ୍ରୀ ସାଫିକୁର ରହେମାନ ୯୩ ବର୍ଷରେ ମଧ୍ୟ ସାଂସଦ ରହିଥିଲେ। କୁମାରୀ ଚନ୍ଦ୍ରାଣୀ ମୁର୍ମୁ ମାତ୍ର ୨୫ ବର୍ଷ ବୟସରେ ଗୃହକୁ ନିର୍ବାଚିତ ହୋଇଥିବା ସେ ପ୍ରକାଶ କରିଥିଲେ।

ଗୃହଟି ଯୁକ୍ତିତର୍କ ଓ ବ୍ୟଙ୍ଗ ସତ୍ତ୍ବେ ଗୋଟିଏ ପରିବାର ଭଳି ହୋଇଥିବା ବେଳେ, ତିକ୍ତତା ଗୃହରେ ବେଶୀଦିନ ନ ରହିବା ଗୋଟିଏ ବଡ଼ ଗୁଣ ବୋଲି ଶ୍ରୀ ମୋଦୀ କହିଥିଲେ। କିପରି ଭୟଙ୍କର ଦେହ ଖରାପ ସତ୍ତ୍ବେ ଓ ବୈଶ୍ବିକ ମହାମାରୀ କାଳରେ ମଧ୍ୟ ସଦସ୍ୟମାନେ ଗୃହରେ ଉପସ୍ଥିତ ରହି ନିଜର କର୍ତ୍ତବ୍ୟ ତୁଲାଇଛନ୍ତି।

ସ୍ବାଧୀନତାର ପ୍ରାରମ୍ଭରେ ନୂତନ ଦେଶ ଯୋଗୁ କେତେକ ସଂଶୟବାଦ ଥିଲେ ମଧ୍ୟ ସଂସଦର ଶକ୍ତି ଯୋଗୁ ସମସ୍ତ ସନ୍ଦେହ ଭୁଲ ପ୍ରମାଣିତ ହୋଇଛି।

୨ ବର୍ଷ ୧୧ ମାସ ଧରି ଚାଲିଥିବା ସମ୍ବିଧାନ ସଭା ଏହି ସଦନରେ ବସିଥିବା ବେଳେ, ସମ୍ବିଧାନ ଗୃହୀତ ହୋଇ ଲାଗୁ ମଧ୍ୟ ହୋଇଥିଲା। “ଗତ ୭୫ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ସଫଳତା ସାଧାରଣ ଜନତାଙ୍କ ଆସ୍ଥା ସଂସଦ ଉପରେ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇଛି” ବୋଲି ସେ କହିଥିଲେ। ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର କଲାମ, ଡକ୍ଟର ରାମନାଥ କୋବିନ୍ଦଙ୍କ ଠାରୁ ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ ରାଷ୍ଟ୍ରପତିମାନଙ୍କ ଅଭିଭାଷଣ ଯୋଗୁ ଗୃହ ବେଶ ଲାଭବାନ ହୋଇଛି।

ପଣ୍ଡିତ ନେହେରୁ, ଲାଲ ବାହାଦୂର ଶାସ୍ତ୍ରୀଙ୍କ ଠାରୁ ଅଟଳ ବିହାରୀ ବାଜପେୟୀ ଓ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଭାବେ ନେତୃତ୍ବ ନେଇ ଦେଶକୁ ଦିଗଦର୍ଶନ ଦେଇଛନ୍ତି ଓ ଏହି ଅବସରରେ ସେ ସେମାନଙ୍କ ସଫଳତାର କାହାଣୀ ଉପରେ ଆଲୋକପାତ ପ୍ରଯୁଜ୍ୟ ବୋଲି କହିଥିଲେ। ସେ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାମ ମନୋହର ଲୋହିଆ, ଚନ୍ଦ୍ରଶେଖର, ଲାଲକୃଷ୍ଣ ଆଡଭାନୀ ପ୍ରମୁଖ କିପରି ଆଲୋଚନାକୁ ସମୃଦ୍ଧ କରିବା ସହ ସାଧାରଣ ନାଗରିକଙ୍କ ସ୍ବରକୁ ଉପସ୍ଥାପିତ କରିଥିଲେ ତା’ର ବର୍ଣ୍ଣନା କରିଥିଲେ। କେତେକ ବିଦେଶାଗତ ନେତାଙ୍କ ଭାଷଣ କିପରି ସେମାନଙ୍କ ଭାରତ ପ୍ରତି ସମ୍ମାନକୁ ପ୍ରତିପାଦିତ କରିଛି ତାହାର ମଧ୍ୟ ସେ ଆଲୋଚନା କରିଥିଲେ। ନେହୁରୀ ଜୀ, ଶାସ୍ତ୍ରୀ ଜୀ ଓ ଇନ୍ଦିରା ଜୀଙ୍କୁ କିପରି ଦେଶ ସେମାନଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ହରାଇଛି ସେଭଳି କଷ୍ଟକର ସମୟର ମଧ୍ୟ ସେ ସ୍ମୃତିଚାରଣ କରିଥିଲେ।

ଅନେକ ଆହ୍ବାନ ସତ୍ତ୍ବେ ବାଚସ୍ପପତିଗଣ ଖୁବ୍ ନିପୁଣତାର ସହ ଗୃହକୁ ଚଳାଇଛନ୍ତି। ନିଜର ନିଷ୍ପତ୍ତିରେ ସେମାନେ ଅନେକ ବିଷୟର ନଜିରମାନ ଦେଇଥିଲେ। ଦୁଇ ଜଣ ମହିଳାଙ୍କ ସମେତ ୧୭ ଜଣ ବାଚସ୍ପତି, ଶ୍ରୀ ମାଭଲକରଙ୍କ ଠାରୁ ଶ୍ରୀମତୀ ସୁମିତ୍ରା ମହାଜନ ଓ ଶ୍ରୀ ଓମ୍ ବିର୍ଲା ପର୍ଯ୍ୟନ୍ତ ସମସ୍ତେ କିପରି ସବୁ ଦଳକୁ ଧରି ଗୃହ ଚଳାଇଥିଲେ ତଥା କର୍ମଚାରୀଙ୍କ ମଧ୍ୟ କୁଶଳତାକୁ ସେ ପ୍ରଶଂସା କରିଥିଲେ।

ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଏହା କେବଳ ଭବନ ଉପରେ ନୁହେଁ, ବରଂ ଗଣତନ୍ତ୍ରର ଜନନୀ ଉପରେ ଆକ୍ରମଣ ଥିଲା ବୋଲି ସେ କହିଥିଲେ। “ଏହା ଭାରତର ଆତ୍ମା ଉପରେ ଆକ୍ରମଣ ଥିଲା” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ମଝିରେ କହିଥିଲେ। ଆତଙ୍କବାଦୀ ଓ ଗୃହ ମଧ୍ୟରେ ଯେଉଁମାନେ ଠିଆ ହୋଇ ସଦସ୍ୟମାନଙ୍କୁ ରକ୍ଷା କରିଛନ୍ତି ସେହି ବୀରମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ନ କରି ମଧ୍ୟ ଯେଉଁ ଉତ୍ସର୍ଗୀ ଭାବାପନ୍ନ ସାମ୍ବାଦିକମାନେ ସଂସଦର ଘଟଣାବଳୀର ବିବରଣୀ ସଂଗ୍ରହ କରୁଥିଲେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ମଧ୍ୟ ମନେ ପକାଇଥିଲେ। ପୁରୁଣା ସଂସଦ ଭବନକୁ ବିଦାୟ ଦେବା ସେମାନଙ୍କ ନିମନ୍ତେ ଆହୁରି କଷ୍ଟକର କାରଣ ସେହି ସାମ୍ବାଦିକଗଣ ଏଥିସହ ସଦସ୍ୟମାନଙ୍କ ତୁଳନାରେ ଅଧିକ ଯୋଡ଼ି ହୋଇଥିଲେ ବୋଲି କହିଥିଲେ।

ନାଦବ୍ରହ୍ମର ପୂଜାବିଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଞ୍ଚଳ ଏକ ତୀର୍ଥସ୍ଥଳୀ ପାଲଟି ଯାଇଛି, ସେତେବେଳେ ୭୫୦୦ ପ୍ରତିନିଧିଙ୍କ ସ୍ବର ସଂସଦରେ ଗୁଞ୍ଜରି ଉଠିଛି। ଏଥିପାଇଁ ଭବନ ତୀର୍ଥସ୍ଥଳ ପାଲଟିଯାଇଛି। “ସଂସଦରେ ଭଗତ ସିଂ ଓ ବଟୁକେଶ୍ବର ଦତ୍ତ ବ୍ରିଟିଶମାନଙ୍କ ମଧ୍ୟରେ ସେମାନଙ୍କ କାର୍ଯ୍ୟ ଓ ପରାକ୍ରମ ବଳରେ ଆତଙ୍କ ଖେଳାଇଥିଲେ। ଯେତେବେଳେ ‘ମଧ୍ୟରାତ୍ରୀ ଉପନୀତ’ ପଣ୍ଡିତ ଜବାହରଲାଲ ନେହେରଙ୍କୁ ସେହି ଗୁଞ୍ଜରଣ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ। ସେ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରସିଦ୍ଧ ଭାଷଣକୁ ଉଦ୍ଧାର କରି କହିଥିଲେ, “ସରକାର ଆସିବେ ଓ ଯିବେ, ଦଳ ଗଠିତ ହେବ ଓ ଭାଙ୍ଗିବ। ଦେଶ ବଂଚିବା ଉଚିତ ଓ ଗଣତନ୍ତ୍ର ବଞ୍ଚି ରହିବା ଉଚିତ।”

ପ୍ରଥମ ମନ୍ତ୍ରିମଣ୍ଡଳର ସ୍ମୃତିଚାରଣ କରି ଶ୍ରୀ ମୋଦୀ କହିଥିଲେ ଯେ ବାବା ସାହେବ ଆମ୍ବେଦକର ବିଶ୍ବର ବିଭିନ୍ନ ଦେଶ ଭଲ ଭଲ ନୀତିକୁ ସ୍ଥାନ ଦେଇଥିଲେ। ନେହେରୁ ମନ୍ତ୍ରିମଣ୍ଡଳରେ ବାବା ସାହେବ ଆମ୍ବେଦକରଙ୍କ ଚମତ୍କାର ଜନନୀତି ବିଷୟରେ ସେ କହିଥିଲେ। ପ୍ରଧାନମନ୍ତ୍ରୀ ଦଳିତମାନଙ୍କ ଉତଥାନ ପାଇଁ ବାବା ସାହେବ କିପରି ଶିଳ୍ପାୟନ ପ୍ରତି ଗୁରୁତ୍ବ ଦେଉଥିଲେ ଓ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶର ପ୍ରଥମ ଶିଳ୍ପମନ୍ତ୍ରୀ ଭାବେ କିପରି ପ୍ରଥମ ଶିଳ୍ପ ନୀତି ଆଣିଥିଲେ ତା’ର ସେ ଉଦାହରଣ ଦେଇଥିଲେ।

ଏ ସେହି ଗୃହ ଯେଉଁଠି ଲାଲ ବାହାଦୂର ଶାସ୍ତ୍ରୀ ୧୯୬୫ ଯୁଦ୍ଧରେ ଭାରତର ସୈନିକମାନଙ୍କ ପରାକ୍ରମ ସମ୍ପର୍କରେ କହିଥିଲେ। ଶାସ୍ତ୍ରୀଜୀଙ୍କ ଦ୍ବାରା ସବୁଜ ବିପ୍ଳବର ନିଅଁ ମଧ୍ୟ ଏହି ଗୃହରେ ପଡ଼ିଥିଲା। ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ ବାଂଲାଦେଶ ସ୍ବାଧୀନତା ସଂଗ୍ରାମ ମଧ୍ୟ ଏହି ଗୃହରେ ଆଲୋଚିତ ହୋଇଥିଲା। ଗଣତନ୍ତ୍ର ଉପରେ ଜରୁରୀକାଳୀନ ପରିସ୍ଥିତି ସମୟରେ କିପରି ଆକ୍ରମଣ ହୋଇ ପରେ ପୁଣି ଜନତାଙ୍କ ଶକ୍ତି ଯୋଗୁ ଜୁରୁରୀ ପରିସ୍ଥିତି ପ୍ରତ୍ୟାହୃତ ହୋଇଥିଲା ତା’ ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଚରଣ ସିଂଙ୍କ ନେତୃତ୍ବରେ ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ସୃଷ୍ଟି ନେଇ ସେ ପ୍ରକାଶ କରିଥିଲେ। ମତାଧିକାର ବୟସ ସୀମା ୨୧ରୁ ୧୮କୁ ହ୍ରାସ ନିଷ୍ପତ୍ତି ଏହି ଗୃହରେ ହୋଇଥିଲା। ଦେଶ ଯେତେବେଳେ ଆର୍ଥିକ ବିପତ୍ତି ଆଡ଼କୁ ଗତି କରୁଥିଲା ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ନେତୃତ୍ବ ଆର୍ଥିକ ନୀତି ମଧ୍ୟ ଦେଶ ଏହି ଗୃହରେ ଗ୍ରହଣ କରିଥିଲା। ସେ ମଧ୍ୟ ଅଟଳ ଜୀଙ୍କ ସର୍ବଶିକ୍ଷା ଅଭିଯାନ ଉପରେ ଆଲୋକପାତ କରିଥିଲେ। ଆଦବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ତାଙ୍କ ସମୟରେ ହୋଇଥିଲା। “ଭୋଟ ପାଇଁ ନୋଟ” ହେରଫେର ମଧ୍ୟ ଗୃହରେ ଆଲୋପାତ ହୋଇଥିଲା।

ଯୁଗ ଯୁଗ ଧରି ବାକି ପଡ଼ିଥିବା ଐତିହାସିକ ନିଷ୍ପତ୍ତି ଯେପରିକି ଧାରା ୩୭୦, ଜିଏସଟି, ଓଆରଓପିଓ ଗରୀବଙ୍କ ନିମନ୍ତେ ଶତକଡ଼ା ୧୦ ଭାଗ ସ୍ଥାନ ସଂରକ୍ଷଣ ଏହି ଭବନରେ ନିଆ ଯାଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗୃହ ଗଣତନ୍ତ୍ରର ଅନେକ ଉତଥାନ ପତନ ସତ୍ତ୍ବେ ଜନସାଧାରଣଙ୍କ ଆସ୍ଥାର କେନ୍ଦ୍ର ହୋଇ ରହିଆସିଛି। ଯେତେବେଳେ ଅଟଳ ବିହାରୀଙ୍କ ସରକାର ମାତ୍ର ଗୋଟିଏ ଭୋଟରେ ହାରି ଯାଇଥିଲା, ସେ ତା’ର ସ୍ମରଣ କରିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ତିନିଟି ନୂତନ ରାଜ୍ୟ ଛତିଶଗଡ଼, ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡ ଅଟଳ ଜୀଙ୍କ ସମୟରେ ସୃଷ୍ଟି ହୋଇଥିଲା ତା’ ଉପରେ ଆଲୋକପାତ କରିଥିଲେ ଓ କ୍ଷମତା ହାସଲ ନିମନ୍ତେ ତେଲେଙ୍ଗାନା ସୃଷ୍ଟି କିପରି ହୋଇଥିଲା ତା’ର ସମାଲୋଚନା କରିଥିଲେ। ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏହା କରାଯାଇଥିବାରୁ କୌଣସି ରାଜ୍ୟରେ ଏହାର ଉତ୍ସବ ମଧ୍ୟ ପାଳିତ ହୋଇ ନ ଥିଲା।

ସମ୍ବିଧାନ ସଭା କିପରି ଏହାର ସଦସ୍ୟମାନଙ୍କ ଭତ୍ତା ହ୍ରାସ କରିବା ସହ ଗୃହ କ୍ୟାଣ୍ଟିନ ରିହାତି କିପରି ଉଚ୍ଛେଦ କରାଗଲା ତା’ ଉପରେ ଶ୍ରୀ ମୋଦୀ ସ୍ମରଣ କରିଥିଲେ। ବୈଶ୍ବିକ ମହାମାରୀ କାଳରେ କିପରି ସଦସ୍ୟମାନେ ସେମାନଙ୍କ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି ଖର୍ଚ୍ଚ କରିବା ସହ ଶତକଡ଼ା ୩୦ ଭାଗ ଦରମା କାଟ ପାଇଁ ଆଗେଇ ଥିଲେ, ପ୍ରଧାନମନ୍ତ୍ରୀ ତାହାର ଉଦାହରଣ ଦେଇଥିଲେ। ଲୋକ ପ୍ରତିନିଧି ଆଇନରେ ପରିବର୍ତ୍ତନ ପାଇଁ କିପରି ସଦସ୍ୟଗଣ ଶୃଙ୍ଖଳିତ ଉପାୟ କାର୍ଯ୍ୟ କରିଥିଲେ ସେ ବିଷୟ ମଧ୍ୟ ସେ କହିଥିଲେ।

ବର୍ତ୍ତମାନ ସଦସ୍ୟଗଣ ପୁରୁଣା ସଂସଦ ଭବନକୁ ବିଦାୟ ଦେଇ କିପରି ନୂଆ ଭାବନାକୁ ଯାଉଥିବାରୁ ସେମାନେ ଅତ୍ୟନ୍ତ ଭାଗ୍ୟବାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଆଜିର ଏହି ପଦକ୍ଷେପ ୭୫୦୦ ପ୍ରତିନିଧିଙ୍କ ନିମନ୍ତେ ଗର୍ବର ମୁହୂର୍ତ୍ତ କାରଣ ସେ ସଂସଦର ଚାରିକାନ୍ଥ ମଧ୍ୟରୁ ହିଁ ପ୍ରେରଣା ଲାଭ କରିଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ।

ଉଦବୋଧନ ଶେଷରେ ପ୍ରଧାନମନ୍ତ୍ରୀ ସଦସ୍ୟଗଣ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ନୂତନ ଭବନକୁ ଯିବେ ବୋଲି ଆଶା ପ୍ରକଟ କରିବା ସହ ଏଭଳି ଐତିହାସିକ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

“୨୨ ଟି ଦେଶ ଭାରତ ସହିତ ଟଙ୍କାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ”: ପଢନ୍ତୁ ଅର୍ଥମନ୍ତ୍ରୀ କହିଥିବା ୧୦ ଟି ବଡ କଥା

ନୂଆଦିଲ୍ଲୀ: ଜି -୨୦ ଶିଖର ସମ୍ମିଳନୀର ସଫଳତା ତଥା ଭାରତର ଅର୍ଥନୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଏନଡିଟିଭି ସହ ଏକ ବିଶେଷ ବାର୍ତ୍ତାଳାପରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଥିବା ୧୦ ଟି ବିଷୟ ଉପରେ ଆସନ୍ତୁ ଜାଣିବା…

ଭାରତର ଅର୍ଥନୀତି ଏବଂ ଜି -୨୦ ର ସଫଳତା ଉପରେ ଅର୍ଥମନ୍ତ୍ରୀଙ୍କ ଠାରୁ ୧୦ ଟି ବଡ଼ ଜିନିଷ:

୧- ଜି -୨୦ ର ସମସ୍ତ ପ୍ରସଙ୍ଗରେ ଭାରତ ସହମତି ହାସଲ କରିଛି। ୟୁକ୍ରେନ ଏବଂ ଋଷ ପ୍ରସଙ୍ଗରେ ସମସ୍ତ ଜି -୨୦ ଦେଶ ମଧ୍ୟରେ ଏକ ସାଧାରଣ ସହମତି ପ୍ରକାଶ ପାଇଛି।

୨- ୨୨ ଟି ଦେଶ ଭାରତ ସହିତ ଟଙ୍କାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ। ଜି -୨୦ ସଦସ୍ୟ ଦେଶମାନେ ଭାରତ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଗ୍ଲୋବାଲ ସାଉଥର ସ୍ୱର ଉପରେ ପିଏମ ମୋଦୀଙ୍କ ଗୁରୁତ୍ୱ ରହିଛି।

୩- ଜି -୨୦ ସାମୂହିକ ଭାବରେ କ୍ରିପ୍ଟୋ, ବୈଶିକ ଋଣ, ବ୍ରେଟନ୍ ଉଡ୍ସ ଇନଷ୍ଟିଚ୍ୟୁସନ- ଇଣ୍ଟରନାସନାଲ ମନିଟାରି ଫୋରମ୍ ଏବଂ ବିଶ୍ଵ ବ୍ୟାଙ୍କରେ ସଂସ୍କାରର ଆବଶ୍ୟକତା ଭଳି ଆଲୋଚନା କରାଯାଇଥିଲା।

୪- ବିକାଶର ଆବଶ୍ୟକତାକୁ ଭାରତ ବୁଝୁଛି। ଜି-୨୦ ପାଇଁ ଅନେକ ସହରରେ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦେଶ ଭାରତର ବିବିଧତା ଏବଂ ସଂସ୍କୃତି ଦେଖିଥିଲେ।

୫- ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ଭାରତର ଏକ ନୂତନ ଭାବମୂର୍ତ୍ତି ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱ ଭାରତର ଚମତ୍କାର ସଂସ୍କୃତି ଦେଖିଲା।

୬- ଡିଜିଟାଲ କ୍ଷେତ୍ରରେ ଭାରତ ଏକ ନୂତନ ପରିଚୟ ସୃଷ୍ଟି କରିଛି। ଡିଜିଟାଲ୍ ଟେକ୍ନୋଲୋଜି MSME ପାଇଁ ଲାଭଦାୟକ ପ୍ରମାଣିତ କରୁଛି।

୭- ମୋଦୀ ସରକାରଙ୍କ ଏହି ଯୋଜନାରେ ସମସ୍ତେ ଉପକୃତ ହୋଇଛନ୍ତି। ଉଜ୍ଜ୍ୱଲା ସମେତ ସମସ୍ତ ଯୋଜନାରେ କୌଣସି ଭେଦଭାବ ହୋଇନାହିଁ।

୮- ବିରୋଧୀ ସନାତନ ଧର୍ମକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ଏହା କେବଳ ବିରୋଧୀଙ୍କ ପାଇଁ ସନାତନ ବିରୋଧ ନୁହେଁ ବରଂ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ହିନ୍ଦୁମାନଙ୍କୁ ବିରୋଧ କରିବା।

୯- ଧର୍ମନିରପେକ୍ଷତା ନାମରେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛି। ଯେଉଁମାନେ ଦେଶ ଭାଙ୍ଗୁଛନ୍ତି ସେମାନଙ୍କ ସହ କଂଗ୍ରେସ ଛିଡା ହୋଇଛି। ସମଗ୍ର ବିରୋଧୀ ଏକ ଗୋଷ୍ଠୀର ଅଂଶ ଯାହା ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛି।

୧୦- ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ମିଶନ୍ ଚନ୍ଦ୍ରଯାନରେ ମହିଳାଙ୍କ ଅଂଶଗ୍ରହଣ ସମସ୍ତଙ୍କ ପାଇଁ ଏକ ପ୍ରେରଣା।

Categories
ଆଜିର ଖବର ଜାତୀୟ ଖବର

‘ଏହା ଏକ ସଫଳ ଆୟୋଜନ’: ଜି -୨୦ ଓ ଦିଲ୍ଲୀ ଘୋଷଣାନାମା ଉପରେ ଏଭଳି କହିଲା ଆମେରିକା

ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ପାଇଁ ଆମେରିକା ଭାରତକୁ ପ୍ରଶଂସା କରିଛି। ଆମେରିକା ଜି -୨୦ ଆୟୋଜନକୁ ସଫଳତା ଘୋଷଣା କରିଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ ନେତାଙ୍କ ସମ୍ମିଳନୀ ରବିବାର ପୂର୍ଣ୍ଣ ଉତ୍ସାହ ସହିତ ଶେଷ ହୋଇଥିଲା। ଏହି ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଭଳି ନେତାମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସମସ୍ତ ନେତା ଜି -୨୦ ରେ ବିଶ୍ଵସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଜି -୨୦ ବିଷୟରେ ଚର୍ଚ୍ଚା କରିଛନ୍ତି। ସେ କହିଛନ୍ତି ଯେ, ‘ଆମେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁ ଯେ ଏହା ସଫଳ ହୋଇଛି। ଜି-୨୦ ଏକ ବଡ ସଂଗଠନ।

ଦିଲ୍ଲୀର ଘୋଷଣାନାମାରେ କ’ଣ କୁହାଯାଇଥିଲା?:

ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଦିଲ୍ଲୀ ଘୋଷଣାନାମା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସମସ୍ତ ଦେଶକୁ ଆଞ୍ଚଳିକ ଅଖଣ୍ଡତା, ସାର୍ବଭୌମତ୍ଵତ୍ୱ ଏବଂ ରାଜନୈତିକ ସ୍ବାଧିନତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ଋଷ ଏହି ଘୋଷଣାନାମା ଠାରୁ ଦୂରତା ବଜାୟ ରଖିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଯେ, ସେଠାରେ ଅନେକ ସଦସ୍ୟ ଅଛନ୍ତି ଯେଉଁମାନେ ଭିନ୍ନ ମତ ରଖିଥିଲେ। ଆମେ ସ୍ଵୀକାର କରୁଛୁ ଯେ, ଜି-୨୦ ଏକ ବିବୃତ୍ତି ଜାରି କରିଛି ଯେଉଁଥିରେ ଏହା ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ଵକୁ ସମ୍ମାନ ଦେବା ବିଷୟରେ କୁହାଯାଇଛି।

ମୁଖପାତ୍ର କହିଛନ୍ତି ଯେ, ଦିଲ୍ଲୀ ଘୋଷଣାନାମାରେ କୁହାଯାଇଛି ଯେ ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ଵ ଭଳି ନୀତି ଉଲ୍ଲଂଘନ ହେବ ନାହିଁ। ଜି -୨୦ ଦେଶ ଦ୍ଵାରା ଜାରି ଏହି ବିବୃତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୟୁକ୍ରେନ ଉପରେ ଋଷର ଆକ୍ରମଣ ଦ୍ୱାରା ସମାନ ନୀତି ଉଲ୍ଲଂଘନ କରାଯାଇଛି। ଜି -୨୦ ଶିଖର ସମ୍ମିଳନୀରେ ଦିଲ୍ଲୀ ଘୋଷଣାନାମା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି, କାରଣ ଋଷକୁ ସମାଲୋଚନା ନକରି ଭାରତ ଏହା ମାଧ୍ୟମରେ ସମସ୍ତ ଦେଶକୁ ଏକାଠି କରିବାରେ ସଫଳ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା:

ସୂତ୍ରରୁ ପ୍ରକାଶ ଯେ ଜି -୨୦ ର ଭାରତ ଅଧ୍ୟକ୍ଷତାରେ ଅନେକ ଠୋସ୍ ଫଳାଫଳ ହାସଲ କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ନିର୍ଣ୍ଣାୟକ ନେତୃତ୍ୱ ଏବଂ ଗ୍ଲୋବାଲ୍ ସାଉଥ୍ ସ୍ୱରକୁ ସମର୍ଥନ କରି ପ୍ରଶଂସା କରିଥିଲେ। ବିଶ୍ଵର ବିଭିନ୍ନ ଦେଶର ନେତାମାନେ ଭାରତର ଆୟୋଜନକୁ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବାରୁ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା-ଆମେରିକାର ମିଳିତ ବିବୃତି

ନୂଆଦିଲ୍ଲୀ: ଆମେ, ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନେତାମାନେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ଏକତ୍ରିତ ହୋଇଛୁ। ଆମର ପାରସ୍ପରିକ ଦୁନିଆ ପାଇଁ ସମସ୍ୟାର ସମାଧାନ କରିବା ଲାଗି ଆନ୍ତର୍ଜାତିକ ଆର୍ଥିକ ସହଯୋଗର ପ୍ରମୁଖ ମଞ୍ଚ ଭାବରେ ଜି-୨୦ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାକୁ ଆମେ ଦୋହରାଇବା ନିମନ୍ତେ ଆମେ ଏକାଠି ହୋଇଛୁ।

ଜି-୨୦ର ବର୍ତ୍ତମାନର ଅଧ୍ୟକ୍ଷତା ଏବଂ ପରବର୍ତ୍ତୀ ତିନୋଟି ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରୁଥିବା ରାଷ୍ଟ୍ର ଭାବରେ ଆମେ ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା କରିବା ପାଇଁ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ହୋଇଥିବା ଐତିହାସିକ ପ୍ରଗତିକୁ ଆଗକୁ ବଢ଼ାଇବୁ। ଏହି ପରିପ୍ରେକ୍ଷୀରେ, ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷଙ୍କ ସହ ମିଶି, ଆମେ ଉନ୍ନତ, ବୃହତ ଏବଂ ଅଧିକ ପ୍ରଭାବଶାଳୀ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ନିର୍ମାଣ ପାଇଁ ଜି-୨୦ର ପ୍ରତିବଦ୍ଧତାକୁ ସ୍ୱାଗତ କରୁଛୁ। ଜି-୨୦ ମାଧ୍ୟମରେ ମିଳିତ ଭାବେ କାର୍ଯ୍ୟ କରି ଏକ ଉନ୍ନତ ଭବିଷ୍ୟତ ଦିଗରେ ଆମ ଲୋକମାନଙ୍କୁ ସମର୍ଥନ କରିବା ପାଇଁ ଆମେ କ’ଣ କରିପାରିବୁ ତାହା ଏହି ପ୍ରତିବଦ୍ଧତାରେ ପ୍ରତିଫଳିତ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ଇତିହାସ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ପାଇଁ ପ୍ରଶଂସା କରିଛନ୍ତି ଏବଂ ସମର୍ଥନ ଓ ସହଯୋଗ ପାଇଁ ଜି-୨୦ର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନୂଆଦିଲ୍ଲୀ ନେତାଙ୍କ ଘୋଷଣାପତ୍ରର ଡିଜିଟାଲ କପି ସେୟାର କରି ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାକୁ ଗ୍ରହଣ କରିବା ଇତିହାସ ସୃଷ୍ଟି କରିଛି। ସହମତି ଓ ଭାବନାରେ ଏକାଠି ହୋଇ ଆମେ ଏକ ଉନ୍ନତ, ଅଧିକ ସମୃଦ୍ଧ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭବିଷ୍ୟତ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଉଛୁ। ସମର୍ଥନ ଓ ସହଯୋଗ ପାଇଁ ଜି-୨୦ର ସମସ୍ତ ସଦସ୍ୟଙ୍କୁ ମୁଁ କୃତଜ୍ଞତା ଜଣାଉଛି।‘‘

Categories
ଆଜିର ଖବର ଜାତୀୟ ଖବର

ଘୋଷଣାପତ୍ର ମାଧ୍ୟମରେ ଭାରତ ଦେଇଥିବା ବାର୍ତ୍ତା ଆଗାମୀ ବର୍ଷରେ ବିଶ୍ୱ ଏହି ପଥ ଅନୁସରଣ କରିବ: ରାଜୀବ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଜି -୨୦ ର ଭାରତର ଅଧ୍ୟକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟନ୍ତ ପରିଭାଷିତ। ଏହାର ଗୋଟିଏ ପ୍ରମାଣ ହେଉଛି, ଏଭଳି ଭୌଗୋଳିକ ଦୃଷ୍ଟିରୁ କଷ୍ଟସାଧ୍ୟ ସମୟରେ ମଧ୍ୟ ବିଶ୍ଵର ସମସ୍ତ ଦେଶ ଏହି ଘୋଷଣା ପତ୍ରକୁ ଗ୍ରହଣ କରୁଛନ୍ତି ଏବଂ ସହମତ ହେଉଛନ୍ତି। ଗୋଟିଏ ପ୍ରକାରେ ଆମର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ତଥା ଆମ ଦେଶର ନେତୃତ୍ୱ ବିଷୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଅଟେ।

ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଭାରତ ଯେଉଁ ବାର୍ତ୍ତା ଦେଉଛି, ବିକାଶ, ସମୃଦ୍ଧି, ସମ୍ପତ୍ତି, ଡିପିଆଇ, ସ୍ଥିରତା ବିଷୟରେ ଏହି ବାର୍ତ୍ତା ବିଶ୍ଵର ଦେଶଗୁଡିକ ଗ୍ରହଣ କରୁଛନ୍ତି, ଏହି ବାର୍ତ୍ତା ଆଗାମୀ ବର୍ଷ ଏବଂ ଦଶନ୍ଧି ଦଶନ୍ଧି ଧରି ବିଶ୍ୱକୁ ଏହି ପଥରେ ରଖିବ।

ସେ କହିଛନ୍ତି ଯେ, ଡିପିଆଇ ସମ୍ବନ୍ଧରେ ବିଶ୍ଵର ସମସ୍ତ ଦେଶ ତଥା ଲୋକ ବିଶ୍ବାସ କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜୀ ନଅ ବର୍ଷ ପୂର୍ବେ ୨୦୧୫ ରେ ଦେଶ ସମ୍ମୁଖରେ ରଖିଥିଲେ, ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବୁ। ଏହାର ଶକ୍ତି ହେଉଛି, ଯାହା ବିଶ୍ଵର ଦେଶଗୁଡିକ ପାଞ୍ଚ ଦଶନ୍ଧି ମଧ୍ୟରେ ଯାହା କରିପାରିନଥିଲେ, ଆମେ ଏହାକୁ ନଅ ବର୍ଷ ମଧ୍ୟରେ କରିଛୁ। ମୁଁ ବିଶ୍ଵାସ କରେ ଯେ DPI ର ବର୍ଣ୍ଣନା ଏବଂ DPI ରେ ହୋଇଥିବା ଚୁକ୍ତିନାମା ବିଶ୍ଵର ସବୁ ଦେଶ ଉପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ।

Categories
ବିଶେଷ ଖବର

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ନେତାମାନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପହଞ୍ଚିଥିବା ନେତାମାନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି।  

ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ଏକ୍ସ ରେ ଲେଖିଛନ୍ତି:

“ଭାରତକୁ ସ୍ୱାଗତ, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ । ଆମର ବୈଠକକୁ ଅପେକ୍ଷା କରିଛି।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଲକ୍ସେ ରେ ଲେଖିଛନ୍ତି:

“ସମ୍ପୂର୍ଣ୍ଣ ସହମତ, କ୍ରିଷ୍ଟାଲିନା ଜର୍ଜିଏଭା। ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଏବଂ ଆମ ସମୟର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକୁ ହ୍ରାସ କରିବା ଏବଂ ଆମର ଯୁବକମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ସୁନିଶ୍ଚିତ କରିବା । ଆପଣ ଦିଲ୍ଲୀ ରେ ପହଞ୍ଚିବା ପରେ ଆମ ସଂସ୍କୃତି ପ୍ରତି ଆପଣ ଯେଉଁ ସ୍ନେହ ଦେଖାଇଛନ୍ତି ତାହାକୁ ମଧ୍ୟ ମୁଁ ପ୍ରଶଂସା କରୁଛି।’’

ୟୁରୋପୀୟ ସଂଘ ଆୟୋଗର ସଭାପତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଏକ୍ସେ ରେ ଲେଖିଛନ୍ତି:

‘‘ଜି-୨୦ ଶିଖର ସମ୍ମିଳନୀ ପାଇଁ ଉର୍ସୁଲା ଭନ୍ ଡେର୍ ଲେଏନ୍ ଆପଣଙ୍କୁ ଦିଲ୍ଲୀରେ ଦେଖି ଆନନ୍ଦିତ। ଇୟୁ କମିଶନଙ୍କ ସମର୍ଥନ ଏବଂ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ। ସାମୂହିକ ଭାବରେ, ଆମେ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବୁ। ଫଳପ୍ରଦ ବିଚାର ବିମର୍ଶ ଓ ସହଯୋଗୀ ପଦକ୍ଷେପ ପାଇଁ ମୁଁ ଅପେକ୍ଷା କରିଛି।’’

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ଏକ୍ସେ ରେ ଲେଖିଛନ୍ତି:

“ଋଷି ସୁନକଙ୍କୁ ସ୍ୱାଗତ! ଏକ ଫଳପ୍ରଦ ଶିଖର ସମ୍ମିଳନୀ ପାଇଁ ମୁଁ ଅପେକ୍ଷା କରିଛି ଯେଉଁଠାରେ ଆମେ ଏକ ଉତ୍ତମ ପୃଥିବୀ ପାଇଁ ଏକାଠି କାମ କରିପାରିବା।’’

ସ୍ପେନର ପ୍ରତିନିଧି ଦଳକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ସ୍ପେନର ରାଷ୍ଟ୍ରପତିଙ୍କୁ ସମ୍ବୋଧିତ କରି ଏକ୍ସ ରେ ଲେଖିଛନ୍ତି:

‘‘ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶୀଘ୍ର ଆରୋଗ୍ୟ କାମନା କରୁଛି ପେଡ୍ରୋ ସାଞ୍ଚେଜ୍। ଆଗାମୀ ଜି-୨୦ ଶିଖର ସମ୍ମିଳନୀ ରେ ଆମେ ଆପଣଙ୍କ ମତାମତକୁ ହରାଇବୁ। ଏଥିସହିତ ଭାରତ ଆସିଥିବା ସ୍ପେନ୍ ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ।’’

ଆର୍ଜେଣ୍ଟିନାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଏକ୍ସେରେ ଲେଖିଛନ୍ତି ଯେ, ‘‘ରାଷ୍ଟ୍ରପତି ଆଲବର୍ଟ ଫର୍ଣାଡେଜ ଭାରତ ଆପଣଙ୍କୁ ଭବ୍ୟ ସ୍ବାଗତ କରୁଛି, ଜି-୨୦ ସମ୍ମିଳନୀ ଅବସରରେ ଆପଣଙ୍କ ମତାମତ ଅପେକ୍ଷରେ ରହିଛୁ’’

ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଏକ୍ସେରେ ଲେଖିଛନ୍ତି ଯେ, ”୭, ଲୋକ କଲ୍ୟାଣ ମାର୍ଗରେ ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ବହୁତ ଖୁସି। ଆମର ବୈଠକ ବହୁତ ଫଳପ୍ରଦ ହୋଇଛି। ଆମେ ଅନେକ ବିଷୟ ଉପରେ ଆଲୋଚନା କରିବାକୁ ସକ୍ଷମ ହୋଇଥିଲୁ ଯାହା ଭାରତ ଏବଂ ଆମେରିକା ମଧ୍ୟରେ ଅର୍ଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସଂଯୋଗକୁ ଆହୁରି ଆଗକୁ ବଢାଇବ। ବିଶ୍ବର ଉନ୍ନତି ପାଇଁ ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ”

Categories
ବିଶେଷ ଖବର

ଭାରତ-ବାଂଲାଦେଶ ମଧ୍ୟରେ ଦ୍ଵିପାକ୍ଷିକ ବୈଠକ: ଏହି ସବୁ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି। 9-10 ସେପ୍ଟେମ୍ବର 2023 ରେ ଜି-20 ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ହସିନା ଅତିଥି ଦେଶ ଭାବରେ ଭାରତ ଗସ୍ତ କରିଛନ୍ତି।

ରାଜନୈତିକ ଏବଂ ସୁରକ୍ଷା ସହଯୋଗ, ସୀମା ପରିଚାଳନା, ବାଣିଜ୍ୟ ଏବଂ ସଂଯୋଗୀକରଣ, ଜଳ ସମ୍ପଦ, ପାୱାର ଏବଂ ଏନର୍ଜି, ବିକାଶ ସହଯୋଗ, ସାଂସ୍କୃତିକ ଏବଂ ଲୋକଙ୍କ ସହ ସମ୍ପର୍କ ସହିତ ଦ୍ୱିପାକ୍ଷିକ ସହଯୋଗର ସମ୍ପୂର୍ଣ୍ଣ କାର୍ଯ୍ୟ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି। ଏହି ଅଞ୍ଚଳର ସାମ୍ପ୍ରତିକ ବିକାଶ ଏବଂ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଚାଟୋଗ୍ରାମ୍ ଏବଂ ମୋଙ୍ଗଲା ବନ୍ଦରର ବ୍ୟବହାର ଏବଂ ଭାରତ-ବାଂଲାଦେଶ ଫ୍ରେଣ୍ଡସିପ୍ ପାଇପଲାଇନର କାର୍ଯ୍ୟକାରିତା ଉପରେ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବାକୁ ନେତାମାନେ ସ୍ୱାଗତ କରିଛନ୍ତି। ଆଇଏନଆର ରେ ଦ୍ୱିପାକ୍ଷିକ ବାଣିଜ୍ୟର ସମାଧାନ ପାଇଁ କାର୍ଯ୍ୟକ୍ଷମତା ପାଇଁ ସେମାନେ କୃତଜ୍ଞତା ଜଣାଇଥିଲେ ଏବଂ ଉଭୟ ପାର୍ଶ୍ୱରେ ଥିବା ବ୍ୟବସାୟ ଗୋଷ୍ଠୀଙ୍କୁ ଏହାକୁ ଉପଯୋଗ କରିବାକୁ ଉତ୍ସାହିତ କରିଥିଲେ।

ସାମଗ୍ରୀ, ସେବାରେ ବାଣିଜ୍ୟକୁ ଅନ୍ତର୍ଭୁକ୍ତ କରିବା ଏବଂ ପୁଞ୍ଜି ନିବେଶର ସୁରକ୍ଷା ତଥା ପ୍ରୋତ୍ସାହନକୁ ନେଇ ସେମାନେ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) ଉପରେ ଆଲୋଚନା କରିଥିଲେ।

ବିକାଶ ସହଯୋଗ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ସନ୍ତୋଷ ବ୍ୟକ୍ତ କରି ସେମାନେ ଏକ ସୁବିଧାଜନକ ତାରିଖରେ ନିମ୍ନଲିଖିତ ପ୍ରକଳ୍ପଗୁଡ଼ିକର ମିଳିତ ଉଦ୍‌ଘାଟନ ପାଇଁ ସହମତି ପ୍ରକାଶ କରିଥିଲେ:

i. ଅଗରତାଲା- ଅଖରୁଆ ରେଲ ଲିଙ୍କ୍

ii. ମୈତ୍ରୀ ପାୱାର ପ୍ଲାଣ୍ଟର ୟୁନିଟ୍- II

iii. ଖୁଲନା-ମୋଙ୍ଗଲା ରେଳ ଲିଙ୍କ୍

ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ପାଇଁ ସେମାନେ ନିମ୍ନଲିଖିତ ଏମଓୟୁ ବିନିମୟକୁ ସ୍ୱାଗତ କରିଥିଲେ:

i. ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଏବଂ ବାଂଲାଦେଶ ବ୍ୟାଙ୍କ ମଧ୍ୟରେ ଡିଜିଟାଲ୍ ପେମେଣ୍ଟ ମେକାନିଜିମରେ ସହଯୋଗ ଉପରେ ବୁଝାମଣାପତ୍ର ।

ii. 2023-2025 ପାଇଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ (ସିଇପି) ର ନବୀକରଣ ଉପରେ ବୁଝାମଣାପତ୍ର।

iii. ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର) ଏବଂ ବାଂଲାଦେଶ କୃଷି ଅନୁସନ୍ଧାନ ପରିଷଦ (ବିଏଆରସି) ମଧ୍ୟରେ ବୁଝାମଣା ପତ୍ର।

ଆଞ୍ଚଳିକ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ମିଆଁମାରର ରାଖିନ୍ ରାଜ୍ୟରୁ ବିସ୍ଥାପିତ ହୋଇଥିବା ଏକ ମିଲିୟନରୁ ଅଧିକ ଲୋକଙ୍କୁ ଅବସ୍ଥାପିତ କରିବାରେ ବାଂଲାଦେଶର ଭାରକୁ ନେଇ କୃତଜ୍ଞତା ଜଣାଇଛନ୍ତି ଏବଂ ଶରଣାର୍ଥୀମାନଙ୍କର ନିରାପଦ ତଥା ନିରନ୍ତର ପ୍ରତ୍ୟାବର୍ତ୍ତନ ଦିଗରେ ସମାଧାନ ପାଇଁ ଭାରତର ଗଠନମୂଳକ ତଥା ସକରାତ୍ମକ ଆଭିମୁଖ୍ୟ ଜଣାଇଛନ୍ତି।

ନିକଟରେ ବାଂଲାଦେଶ ଘୋଷଣା କରିଥିବା ଇଣ୍ଡୋ-ପାସିଫିକ୍ ଦୃଷ୍ଟିକୋଣକୁ ଭାରତୀୟ ଦଳ ସ୍ୱାଗତ କରିଛି। ନେତାମାନେ ସେମାନଙ୍କର ବ୍ୟାପକ ବ୍ୟାପାରକୁ ତୀବ୍ର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବାକୁ ସହମତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ହାସିନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସରକାର ଏବଂ ଭାରତର ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଦୁଇ ନେତା ସବୁ ସ୍ତରରେ ପାରସ୍ପରିକ ଆଲୋଚନା ଜାରି ରଖିବାକୁ ଆଶା ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଜି-୨୦ ଶିଖର ସମ୍ମିଳନୀ ଏକ ମାନବ କୈନ୍ଦ୍ରିକ ଓ ସାମଗ୍ରିକ ବିକାଶର ନୂତନ ପଥ ପ୍ରଦର୍ଶିତ କରିବ ବୋଲି ବିଶ୍ବାସ ପ୍ରକଟ କରିଛନ୍ତି। ଭାରତର ଜି-୨୦ ସଭାପତିତ୍ବ ସାମଗ୍ରିକ, ଅଭିଳାଷିତ, ନିଷ୍ପତ୍ତିମୂଳକ ଓ କାର୍ଯ୍ୟାନୁଷ୍ଠାନ ଗୁଡ଼ିକୁ ଦୃଢ଼ତାର ସହ ଉପସ୍ଥାପନ କରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ଅବହେଳିତ ଜନତାଙ୍କ ସେବା ନେଇ ଗାନ୍ଧିଜୀଙ୍କ ଅଭିଯାନ ସହ ସମକକ୍ଷ ହେବାର ଗୁରୁତ୍ବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରଗତିକୁ ଆଗେଇ ନେବାରେ ମାନବ କୈନ୍ଦ୍ରିକ ପଦ୍ଧତି ଉପରେ ଭାରତ ଅଧିକ ଗୁରୁତ୍ବ ଦିଏ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ‘ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ’କୁ ନେଇ ବୈଠକରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି। ଏହା ବିଶ୍ବ ସମୁଦାୟର ମୁଖ୍ୟ ଉଦବେଗ ଗୁଡ଼ିକ ଉପରେ ଗୁରୁତ୍ବାରୋପ କରିବ ଓ ମଜଭୁତ, ନିରନ୍ତର, ସାମଗ୍ରିକ ଓ ସନ୍ତୁଳିତ ଅଭିବୃଦ୍ଧିକୁ ଆଗେଇ ନେବ। ଅନେକ ନେତା ଓ ପ୍ରତିନିଧି ମୁଖ୍ୟଙ୍କ ସହ ସେ ଦ୍ବିପାକ୍ଷିକ ବୈଠକ କରିବେ ଓ ତାହା ବନ୍ଧୁତ୍ବ ଓ ସହଯୋଗକୁ ଆହୁରି ମଜଭୁତ କରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ମହାମହିମ ରାଷ୍ଟ୍ରପତି ସେପ୍ଟେମ୍ବର ୯, ୨୦୨୩ ଦିନ ନେତୃବୃନ୍ଦଙ୍କ ନିମନ୍ତେ ଏକ ନୈଶ୍ୟ ଭୋଜିର ଆୟୋଜନ କରିବେ। ସେପ୍ଟେମ୍ବର ୧୦ ତାରିଖ ଦିନ ନେତୃବୃନ୍ଦ ରାଜଘାଟ ଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଉଦଯାପନୀ ସମାରୋହରେ ସେହିଦିନ ଜି-୨୦ ନେତାଗଣ ‘ଏକ ଭବିଷ୍ୟତ’ ଏକ ପରିବାର ଓ ‘ ଏକ ସୁସ୍ଥ ଧରିତ୍ରୀ’ର ସ୍ଥାୟୀ ଓ ନିରନ୍ତର ଏବଂ ସମାନ ତଥା ସମନ୍ବିତ ଦୃଷ୍ଟିକୋଣ ନେଇ ପରସ୍ପର ଆଲୋଚନା କରିବେ।

ଏକ୍ସରେ ଏକ ଥ୍ରେଡ୍ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ନୂଆଦିଲ୍ଲୀର ଐତିହ୍ୟସମ୍ପନ୍ନ ଭାରତ ମଣ୍ଡପମରେ ସେପ୍ଟେମ୍ବର ୯-୧୦, ୨୦୨୩ରେ ଅଷ୍ଟାଦଶ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରି ଭାରତ ଖୁବ୍ ଆନନ୍ଦିତ। ଏହି ଜି-୨୦ ସମ୍ମିଳନୀ ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହୋଇଛି। ଆଗାମୀ ଦୁଇ ଦିନରେ ବିଶ୍ବର ନେତାମାନଙ୍କ ସହ ଫଳପ୍ରଦ ଆଲୋଚନା ହେବ ବୋଲି ମୁଁ ଆଶା କରୁଛି।

ନୂଆଦିଲ୍ଲୀର ଜି-୨୦ ଶିଖର ବୈଠକ ଏକ ମାନବ କୈନ୍ଦ୍ରିକ ଓ ସାମଗ୍ରିକ ବିକାଶ ପାଇଁ ନୂତନ ପଥ ପ୍ରଦର୍ଶନ କରିବ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ୟୁକ୍ରେନ ଯୁଦ୍ଧକୁ ନେଇ ଜି-୨୦ ବିଭାଜିତ ହେବା ପରେ ଶେର୍ପା ବୈଠକରେ ‘ଦିଲ୍ଲୀ ଘୋଷଣାନାମା’ ଉପରେ ହୋଇନାହିଁ ସହମତି

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଜି-୨୦ ଶିଖର ସମ୍ମିଳନୀରେ ‘ଦିଲ୍ଲୀ ଘୋଷଣାନାମା’କୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶେଷ ହୋଇଥିବା ଚୂଡ଼ାନ୍ତ ଶେର୍ପା ବୈଠକ ବିନା ସହମତିରେ ଶେଷ ହୋଇଥିବାରୁ ବିବାଦ ଦେଖାଦେଇଛି।

ବିଶ୍ୱକୁ ଦୃଷ୍ଟିରେ ରଖି ବିବାଦର ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପୁଜିଥିଲା, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ନୀତିକୁ ନେଇ ବହୁମୁଖୀ ଜଟିଳତା। ଏସବୁ ମତଭେଦ ଦୂର କରି ସହମତିରେ ପହଞ୍ଚିବା ଏବେ ନେତାଙ୍କ ଉପରେ ନିର୍ଭର କରୁଛି।

ୟୁକ୍ରେନ୍ ସଂଘର୍ଷକୁ ନେଇ ଭିନ୍ନ ଭିନ୍ନ ମତ

ୟୁକ୍ରେନ୍ ସଂଘର୍ଷର ସମାଧାନ କରୁଥିବା ଅନୁଚ୍ଛେଦ ଉପରେ ଭାରତର ପ୍ରସ୍ତାବ ଉଭୟ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ରୁଷ-ଚୀନ୍ ଗୋଷ୍ଠୀର ଦାବି ପୂରଣ କରିବା ପାଇଁ ସଂଘର୍ଷ କରୁଥିବାବେଳେ ମଧ୍ୟମ ବାଟ ଖୋଜିବାରେ ଅସମର୍ଥ ହୋଇପଡ଼ିଛି। ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ସଂଘ ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ନିଜର ଆପତ୍ତି ପ୍ରକାଶ କରି ଦାବି କରିଛନ୍ତି ଯେ ଏହି ପ୍ରସ୍ତାବ ୟୁକ୍ରେନରେ ରୁଷିଆର ସାମରିକ କାର୍ଯ୍ୟକଳାପକୁ ଯଥେଷ୍ଟ ସମାଧାନ କରୁନାହିଁ।

ଋଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜାକର୍ତ୍ତାରେ ଏହି ଅଚଳାବସ୍ଥାକୁ ଦୂର କରିବା ପାଇଁ ସାକ୍ଷାତ୍‍ କରିବା ପରେ ପରିସ୍ଥିତି ଗମ୍ଭୀର ହୋଇଥିଲା, ଯାହା ଭୂ-ରାଜନୈତିକ ଜଟିଳତାକୁ ଦୃଷ୍ଟିରେ ରଖି ହର୍କୁଲିନ ସାବ୍ୟସ୍ତ ହୋଇଥିଲା।

ନେତାଙ୍କ ଘୋଷଣା ପତ୍ର ଜାରି କରିବାରେ ଅସମର୍ଥ ପ୍ରଥମ ପ୍ରିଜାଇଡିଂ ଦେଶ ହେବାର ଅଦୃଶ୍ୟ ରେକର୍ଡରୁ ଦୂରେଇ ଯିବାକୁ ଭାରତ ପ୍ରୟାସ କରୁଥିବାବେଳେ ଦୋଷ ରେଖା ଗଭୀର ହେବାରେ ଲାଗିଛି। ୟୁକ୍ରେନରେ ରୁଷିଆର କାର୍ଯ୍ୟକଳାପକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଖୋଲାଖୋଲି ନିନ୍ଦା କରିବାକୁ ପ୍ରୟାସ କରୁଛନ୍ତି, ଯାହାକୁ ଉଭୟ ଚୀନ୍ ଏବଂ ରୁଷିଆ କଡ଼ା ବିରୋଧ କରୁଛନ୍ତି।

ଜଳବାୟୁ ପରିବର୍ତ୍ତନ: ଏକ ଆକର୍ଷଣୀୟ ବିନ୍ଦୁ

ୟୁକ୍ରେନ ପ୍ରସଙ୍ଗର ସମାନ୍ତରାଳଭାବେ ଜଳବାୟୁ ପରିବର୍ତ୍ତନ ନୀତି ଏକ ପ୍ରମୁଖ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ସେର୍ପା ଆଲୋଚନାରେ ଜୀବାଶ୍ମ ଇନ୍ଧନ ବ୍ୟବହାର, ନବୀକରଣଯୋଗ୍ୟ ଶକ୍ତି ବେଞ୍ଚମାର୍କ ଏବଂ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ଲକ୍ଷ୍ୟକୁ ଅନ୍ତର୍ଭୁକ୍ତ କରି ପ୍ରମୁଖ ଜଳବାୟୁ ରଣନୀତି ଉପରେ ଏକ ଗଭୀର ମତଭେଦ ପ୍ରକାଶ ପାଇଥିଲା।
୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ଏବଂ ୨୦୩୫ ସୁଦ୍ଧା ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନରେ ଯଥେଷ୍ଟ ହ୍ରାସ ଆଣିବାର ପାଶ୍ଚାତ୍ୟ ପ୍ରସ୍ତାବକୁ ରୁଷ୍, ଚୀନ୍ ଏବଂ ସାଉଦି ଆରବ ସମେତ ଅନ୍ୟ ଦେଶମାନଙ୍କ ମଧ୍ୟରେ ଭାରତ ନିଜକୁ ବିରୋଧ କରୁଛି।

ସାଉଦି ଆରବ ବିଶେଷଭାବେ ଚିନ୍ତିତ କାରଣ ଏହା ଏକ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ଅର୍ଥନୀତି। ଅକ୍ଷୟ ଶକ୍ତିକୁ ସ୍ଥାନାନ୍ତର କରିବା ଏବଂ ଅନ୍ୟ ଜ୍ଞାନଭିତ୍ତିକ କ୍ଷେତ୍ରକୁ ବିସ୍ତାର କରିବାକୁ ଚେଷ୍ଟା କରୁଥିବାବେଳେ ଏହି ପରିବର୍ତ୍ତନ ପାଇଁ ଏକ ଦଶନ୍ଧି ସମୟ ଲାଗିପାରେ। ଜି-୭ ରାଷ୍ଟ୍ରଗୁଡ଼ିକ ଦ୍ରୁତ ଗତିରେ ନିଟ୍-ଶୂନ୍ୟ ପ୍ରତିଶ୍ରୁତିକୁ ବୃଦ୍ଧି କରିବା ପାଇଁ ଜୋରଦାର ତତ୍ପରତା ପ୍ରକାଶ କରୁଥିବା ଜଣାପଡ଼ୁଛି, ଯାହାକୁ ବିକାଶଶୀଳ ରାଷ୍ଟ୍ରମାନେ ସେମାନଙ୍କ ଶକ୍ତି ଆବଶ୍ୟକତା ଏବଂ ଅର୍ଥନୈତିକ ଗତିପଥକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି।
ବିକାଶଶୀଳ ଦେଶମାନଙ୍କ ତୁଳନାରେ ବିକଶିତ ବିଶ୍ୱର ‘ପ୍ରଥମ ମୁଭର୍ସ ଫାଇଦା’ ବିଷୟରେ ଭାରତ କହୁଛି ଏବଂ ତେଣୁ ଜଳବାୟୁ ପରିବର୍ତ୍ତନର ବିପଦର ମୁକାବିଲା କରିବା ସମୟରେ ବିକାଶ କରିବାରେ ସକ୍ଷମ ହେବା ପାଇଁ ଗ୍ଲୋବାଲ ସାଉଥକୁ ପର୍ଯ୍ୟାପ୍ତ ସମୟ ଏବଂ ପାଣ୍ଠି ମିଳିବା ଉଚିତ।

ବିଶ୍ୱବ୍ୟାପୀ ଧନୀ ରାଷ୍ଟ୍ରମାନେ ୨୦୨୦ ସୁଦ୍ଧା ଗରିବ ରାଷ୍ଟ୍ରମାନଙ୍କୁ ବାର୍ଷିକ ୧୦୦ ବିଲିୟନ ଡଲାର ଜଳବାୟୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦେଇଥିବା ପ୍ରତିଶ୍ରୁତିରୁ ବଞ୍ଚିତ ହୋଇଛନ୍ତି, ଯାହା ଗ୍ଲୋବାଲ ୱାର୍ମିଂ ସହିତ କୌଣସି ସମ୍ପର୍କ ନ ଥିବା ଅସୁରକ୍ଷିତ ଦେଶମାନଙ୍କୁ ସାହାଯ୍ୟ କରିବାରେ “ଐତିହାସିକ” ପ୍ରଦୂଷଣକାରୀଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅସ୍ଥାୟୀ ଭବିଷ୍ୟତ ଏବଂ ଆଗକୁ ରାସ୍ତା

ଏକ ମିଳିତ ‘ଦିଲ୍ଲୀ ଘୋଷଣାନାମା’ରେ ପହଞ୍ଚିବାର ସମ୍ଭାବନାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବାବେଳେ ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ରହିଛି। ସେପ୍ଟେମ୍ବର ୯-୧୦ରେ ନେତାମାନେ ଏକାଠି ହେଉଥିବାବେଳେ ଜି-୨୦ ରାଷ୍ଟ୍ରଗୁଡ଼ିକ କିପରି ଭିନ୍ନ ଭିନ୍ନ ଦୃଷ୍ଟିକୋଣର ଏହି ମୋଜାଇକକୁ ନେଭିଗେଟ୍ କରିବେ ଏବଂ ଏହି ବିଶ୍ଵ ସ୍ତରରେ ସେମାନେ ସହମତିର ସମ୍ଭାବ୍ୟ ବାଟ ସୃଷ୍ଟି କରିବେ, ଯାହାର ପ୍ରଭାବ ଶିଖର ସୀମା ଅତିକ୍ରମ କରି ଆଗାମୀ ଦିନରେ ଭୂ-ରାଜନୈତିକ ଦୃଶ୍ୟପଟକୁ ଆକାର ଦେବ।

ଚଳିତ ବର୍ଷ ଶେଷ ଆଡ଼କୁ ସଂଯୁକ୍ତ ଆରବ ଏମିରେଟ୍ସରେ ହେବାକୁ ଥିବା ଆଗାମୀ ସିଓପି-୨୮ ବୈଠକ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଉଭା ହୋଇଛି, ଯେଉଁଠାରେ ଜଳବାୟୁ ଆଲୋଚନା ଆରମ୍ଭ ହେବ, ଯେଉଁଥିରେ ଦେଶଗୁଡ଼ିକ ସେମାନଙ୍କ କାର୍ଡକୁ ନିକଟରେ ଧରି ସମୟ ପୂର୍ବରୁ ହାତ ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରିବେ। ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରୁ ପରଦା ଉଠିବା ପରେ ସମସାମୟିକ ବିଶ୍ୱ ଦୃଶ୍ୟପଟର ଜଟିଳତାକୁ ପ୍ରତିଫଳିତ କରି ଜଟିଳ ଭୂ-ରାଜନୈତିକ ଜଟିଳତାରେ ପରିପୂର୍ଣ୍ଣ ଏକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି। ଏହା ଦେଖିବାକୁ ବାକି ରହିଲା ଯେ ସଂଘର୍ଷ ଉପରେ ସହମତି ବିଜୟ ଲାଭ କରିପାରିବ କି ନାହିଁ, ଯାହା କ୍ରମଶଃ ଧ୍ରୁବୀକୃତ ବିଶ୍ୱରେ ଏକୀକୃତ ପ୍ରଗତିର ମାର୍ଗ ସୃଷ୍ଟି କରିବ କି ନାହିଁ।

Categories
ବିଶେଷ ଖବର

ଜି-୨୦ ଅବସରରେ ପ୍ରଧାନମନ୍ତ୍ରୀ କରିବେ ୧୫ଟି ଦ୍ୱିପାକ୍ଷିକ ବୈଠକ: ତାଲିକାରେ ବାଇଡେନ୍, ସୁନାକ, ମାକ୍ରୋନ୍

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ବିଭିନ୍ନ ନେତାଙ୍କ ସହ ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି।

ସେପ୍ଟେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦୀ ମରିସସ, ବାଂଲାଦେଶ ଏବଂ ଆମେରିକାର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

ସେପ୍ଟେମ୍ବର ୯ରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ, ଜାପାନ, ଜର୍ମାନୀ ଏବଂ ଇଟାଲୀର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

ଏହାବ୍ୟତୀତ ସେପ୍ଟେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ମଧ୍ୟାହ୍ନ ଭୋଜନ ବୈଠକ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ କାନାଡା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋଙ୍କ ସହ ସାକ୍ଷାତ୍‍ କରିବା ସହ କୋମୋରୋସ୍, ତୁର୍କୀ, ୟୁଏଇ, ଦକ୍ଷିଣ କୋରିଆ, ୟୁରୋପୀୟ ସଂଘ/ଇସି, ବ୍ରାଜିଲ୍ ଏବଂ ନାଇଜେରିଆର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

ଜି-୨୦ ନେତା ସମ୍ମିଳନୀରେ ୟୁରୋପୀୟ ସଂଘର ୩୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏବଂ ଶୀର୍ଷ ଅଧିକାରୀ ଏବଂ ନିମନ୍ତ୍ରିତ ଅତିଥି ଦେଶ ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେବେ।

ଜି-୨୦ ପାଇଁ ପ୍ରସ୍ତୁତ ହେଉଛି ଦିଲ୍ଲୀ

ଅନ୍ୟପକ୍ଷରେ ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାବେଳେ ପୁଲିସ, ଅର୍ଦ୍ଧସାମରିକ ବାହିନୀ ଓ ଅନ୍ୟାନ୍ୟ ଏଜେନ୍ସି ସହରରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଦିଲ୍ଲୀର ପ୍ରଗତି ମଇଦାନରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀ ପୁଲିସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ ମାର୍କଓ ମହିଳା ବାହିନୀ, ବର୍ଦ୍ଧିତ ପାଟ୍ରୋଲିଂ ଏବଂ ସୀମାନ୍ତ ଅଞ୍ଚଳରେ କଡ଼ା ଚେକିଂ କରାଯାଇଛି।

ଦିଲ୍ଲୀ ପୁଲିସକୁ ୫୦ ହଜାରରୁ ଅଧିକ ସୁରକ୍ଷାକର୍ମୀ, କେ୯ ଡଗ୍ ସ୍କ୍ୱାଡ୍ ଓ ମାଉଣ୍ଟେଡ୍ ପୁଲିସ ସହଯୋଗ କରୁଛନ୍ତି।

ବିମାନବନ୍ଦରଠାରୁ ଆରମ୍ଭ କରି ହୋଟେଲ ଏବଂ ହୋଟେଲଠାରୁ ଆରମ୍ଭ କରି ଜି-୨୦ ଶିଖର ସମ୍ମିଳନୀ ସ୍ଥଳ ପର୍ଯ୍ୟନ୍ତ ବିଦେଶୀ ପ୍ରତିନିଧିମାନଙ୍କୁ ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦିଲ୍ଲୀ ପୁଲିସକୁ ଭାରତୀୟ ବାୟୁସେନା ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ ଏସ୍ ଜି) ଏବଂ କେତେକ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ଭଳି ସ୍ୱତନ୍ତ୍ର କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ସହଯୋଗ କରୁଛନ୍ତି।

Categories
ବିଶେଷ ଖବର

ଜି-୨୦ ରାତ୍ରୀ ଭୋଜନରେ ଯୋଗ ଦେବେ ନୀତୀଶ କୁମାର, ମମତା ବାନାର୍ଜୀ

ନୂଆଦିଲ୍ଲୀ: ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପାରମ୍ପରିକ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ବୋଲି ନିମନ୍ତ୍ରଣ ପତ୍ରରେ ଲେଖିବା ପରେ ରାଷ୍ଟ୍ରପତିଙ୍କ ଜି-୨୦ ରାତ୍ରୀ ଭୋଜନ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିବା ସହ ସରକାର ଦେଶର ନାମ ପରିବର୍ତ୍ତନ କରି ଭାରତ ରଖିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।

ବିବାଦ ବଢ଼ୁଥିବାବେଳେ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍ ଡି ଦେବେଗୌଡ଼ାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ପ୍ରାୟ ୫୦୦ ବ୍ୟବସାୟୀ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଥିବା ଏହି ରାତ୍ରୀ ଭୋଜନରେ ସେମାନେ ଯୋଗ ଦେବେ କି ନାହିଁ ତାହା ଏପର୍ଯ୍ୟନ୍ତ ଦୁହେଁ ନିଶ୍ଚିତ କରିନାହାଁନ୍ତି।

ଏହି ରାତ୍ରୀ ଭୋଜନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି। ଜେଡିୟୁ ମୁଖ୍ୟ ଶନିବାର ପୂର୍ବାହ୍ନ ୧୦ଟା ୪୫ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଜୁଲାଇ ୨୦୨୨ ପରେ ଏହା ସେମାନଙ୍କର ପ୍ରଥମ ସାକ୍ଷାତ୍‍ ହେବ ବୋଲି ଏହି ଉତ୍ସବରେ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।

ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ରାତ୍ରି ଭୋଜନ ପାଇଁ ଦିଲ୍ଲୀ ଯିବେ ବୋଲି ନିଶ୍ଚିତ କରିଥିଲେ। ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏକ ସରକାରୀ ବିଜ୍ଞପ୍ତିରେ ଭାରତ ବିଷୟରେ ଉଲ୍ଲେଖ କରି ହଠାତ୍ କେବଳ ଭାରତ ବ୍ୟବହାର କରିବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବାର ଗୋଟିଏ ଦିନ ପରେ ଏହି ଖବର ଆସିଛି। ଜି-୨୦ ରାତ୍ରୀ ଭୋଜନରେ ଯୋଗ ଦେବା ପାଇଁ ତୃଣମୂଳ ମୁଖ୍ୟଙ୍କ ନିଷ୍ପତ୍ତିକୁ ଶାସକ ବିଜେପି ସ୍ୱାଗତ କରିଛି।

ସେପ୍ଟେମ୍ବର ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଆମେରିକା, ବ୍ରିଟେନ୍, କାନାଡା ଏବଂ ୟୁରୋପୀୟ ସଂଘ ସମେତ ବିଭିନ୍ନ ଦେଶର ଶୀର୍ଷ ନେତାମାନେ ଯୋଗ ଦେବେ। ବିଦେଶୀ ପ୍ରତିନିଧିଙ୍କୁ ସ୍ୱାଗତ କରିବା ପାଇଁ ନବନିର୍ମିତ ଭାରତ ମଣ୍ଡପମ, ପ୍ରଗତି ମଇଦାନରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।
ଶନିବାର ହେବାକୁ ଥିବା ରାଷ୍ଟ୍ରପତିଙ୍କ ଜି-୨୦ ରାତ୍ରୀ ଭୋଜନ ଶଙ୍ଖ ଆକାରରେ ଡିଜାଇନ୍ କରାଯାଇଥିବା ୩୦୦ ନିୟୁତ ଡଲାର ମୂଲ୍ୟର ଏକ ନୂତନ ସ୍ଥାନରେ ଅନୁଷ୍ଠିତ ହେବ, ଯେଉଁଥିରେ ଭାରତୀୟ ଖାଦ୍ୟର ଏକ ମେନ୍ୟୁ ରହିବ, ଯେଉଁଥିରେ ଦେଶଦ୍ୱାରା ପ୍ରୋତ୍ସାହିତ ଶସ୍ୟ ବାଜରା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଏହି କାର୍ଯ୍ୟକ୍ରମର ଭବ୍ୟତାକୁ ଆହୁରି ବଢ଼ାଇବା ସହ ଶାସ୍ତ୍ରୀୟ ଓ ସମସାମୟିକ ସଙ୍ଗୀତର ବିଭିନ୍ନ ଶୈଳୀକୁ ନେଇ ୩ ଘଣ୍ଟିଆ ସଙ୍ଗୀତ ପରିବେଷଣ କରାଯିବ।

‘ଗନ୍ଧର୍ବ ଆତୋଦ୍ୟମ୍’ ଗ୍ରୁପ୍ ପକ୍ଷରୁ ‘ଭାରତ ବଦ୍ୟା ଦର୍ଶନମ୍: ମ୍ୟୁଜିକାଲ୍ ଜର୍ନି ଅଫ୍ ଇଣ୍ଡିଆ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଭାରତୀୟ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଯଥା ସନ୍ତୁର, ସାରଙ୍ଗୀ, ଜଳ ତରଙ୍ଗ ଓ ଶେହନାଇ ପ୍ରଦର୍ଶିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଜି -୨୦ ରାତ୍ରୀ ଭୋଜନରେ ଯୋଗଦେବେ ନାହିଁ ମଲ୍ଲିକାର୍ଜୁନ ଖଡଗେ, ରାଷ୍ଟ୍ରପତିଙ୍କ ପକ୍ଷରୁ ମିଳିଲା ନାହିଁ ନିମନ୍ତ୍ରଣ

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଇ ନାହାଁନ୍ତି। ରାତ୍ରୀ ଭୋଜନରେ ଯୋଗଦେବା ପାଇଁ ବିରୋଧୀ ଦଳର ନେତାମାନଙ୍କୁ ରାଷ୍ଟ୍ରପତି ନିମନ୍ତ୍ରଣ ପଠାଇଥିଲେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ସିଏମ ନୀତୀଶ କୁମାର ସେପ୍ଟେମ୍ବର ୯ ତାରିଖରେ ଆୟୋଜିତ ରାତ୍ରୀ ଭୋଜନରେ ଅଂଶଗ୍ରହଣ କରୁଥିବା ନିଶ୍ଚିତ କରିଛନ୍ତି।

ଏନଡିଟିଭି ରିପୋର୍ଟ ଅନୁଯାୟୀ ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟ କହିଛି ଯେ ତାଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇ ନାହିଁ। ମଲ୍ଲିକାର୍ଜୁନ ଖଡଗେ ଦେଶର ସର୍ବବୃହତ ବିରୋଧୀ ଦଳ କଂଗ୍ରେସର ରାଷ୍ଟ୍ରୀୟ ସଭାପତି। ଶନିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ରାତ୍ରୀ ଭୋଜନ ଆୟୋଜନ କରାଯାଇଛି। ଦିଲ୍ଲୀର ପ୍ରଗତି ମଇଦାନରେ ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତ ଭାରତ ମଣ୍ଡପମରେ ଏହି ରାତ୍ରୀ ଭୋଜନ କରାଯିବ। ଏଠାରେ ଏକ ଛୋଟ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଜି -୨୦ ସମ୍ମିଳନୀ ପାଇଁ ସ୍ୱତନ୍ତ୍ର ସଚିବ ମୁକ୍ତେଶ ପରଦେଶୀ କହିଛନ୍ତି ଯେ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାତ୍ରୀ ଭୋଜନ ମଧ୍ୟ ଆୟୋଜିତ ହୋଇଛି।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାରା ବିଶ୍ୱରୁ ୪୦୦ ଅତିଥି ଅଂଶଗ୍ରହଣ କରିବେ। ଏଥିରେ ୭୮ କଳାକାର ଅତିଥିମାନଙ୍କ ସାମ୍ନାରେ ଦେଶର ସଂଗୀତ ଉପସ୍ଥାପନ କରିବେ। କଳାକାରମାନେ ୩୪ ହିନ୍ଦୁସ୍ତାନୀ, ୧୮ କର୍ନାଟିକି ଏବଂ ୧୪ ଲୋକ ବାଦ୍ୟଯନ୍ତ୍ର ବ୍ୟବହାର କରିବେ। ଅଗଷ୍ଟ ୩୧ରୁ ଦେଶର ବିଭିନ୍ନ କଳାକାରମାନେ ତିନି ଘଣ୍ଟିଆ ଉପସ୍ଥାପନା ପାଇଁ ପ୍ରସ୍ତୁତ ହେଉଛନ୍ତି।

Categories
ବିଶେଷ ଖବର

‘ଇଣ୍ଡିଆ-ଭାରତ’ ବିତର୍କକୁ ଡେଇଁଲା ଚୀନର ଗ୍ଲୋବାଲ ଟାଇମ୍ସ, ଜି-୨୦ ଉପରେ ଦେଉଛି ଜ୍ଞାନ, ନିଜର କର୍ମ ଭୁଲିଗଲା ଡ୍ରାଗନ

ବେଜିଂ: ଆମ ଦେଶର ନାମକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ଚାଲିଛି । ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ରାଷ୍ଟ୍ରପତି ପଠାଇଥିବା ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ପରିବର୍ତ୍ତେ ଇଂରାଜୀରେ ‘ରାଷ୍ଟ୍ରପତି ଅଫ୍ ଭାରତ’ ଲେଖାଥିଲା। ଏହାପରେ ଏବେ ଇଣ୍ଡିଆ ନାମ ଉଚ୍ଛେଦ ହେବ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛି। ଗ୍ଲୋବାଲ ଟାଇମ୍ସ କହିଛି ଯେ ଭାରତ ଯାହା ଚାହିଁବ ତାହା ନିଜକୁ ଡାକିବା ଉଚିତ। କିନ୍ତୁ ବଡ଼ ପ୍ରଶ୍ନ ହେଉଛି, ଭାରତ ବ୍ୟାପକ ଅର୍ଥନୈତିକ ସଂସ୍କାର କରିପାରିବ କି?

ଗ୍ଲୋବାଲ ଟାଇମ୍ସ କହିଛି ଯେ, ଡିସେମ୍ବରରେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିଥିଲେ, ସେତେବେଳେ ସେ କହିଥିଲେ ଯେ ଭାରତର ଅଧ୍ୟକ୍ଷତା ଅନ୍ତର୍ଭୁକ୍ତ, ଉଚ୍ଚାକାଂକ୍ଷୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟମୁଖୀ ହେବ। ଏଥିରୁ ସ୍ପଷ୍ଟ ଯେ ଭାରତ ନିଜର ଜି-୨୦ ରାଷ୍ଟ୍ରପତିତ୍ୱକୁ ଅନ୍ତର୍ଜାତୀୟ ପ୍ରଭାବ ବିସ୍ତାର ପାଇଁ ବ୍ୟବହାର କରିବାକୁ ଚାହୁଁଛି। ଗ୍ଲୋବାଲ ଟାଇମ୍ସ ସ୍ୱୀକାର କରିଛି ଯେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଏବଂ ଏହି ପଥରେ ଆଗକୁ ବଢ଼ୁଛି।

‘ଭାରତ କଥା ସାରାବିଶ୍ୱ ଶୁଣିବ’

ଏହାପରେ ଗ୍ଲୋବାଲ ଟାଇମ୍ସ କଟାକ୍ଷ କରିବା ଆରମ୍ଭ କରିଛି। ଗ୍ଲୋବାଲ ଟାଇମ୍ସ ଲେଖିଛି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଜି-୨୦ ଅଧ୍ୟକ୍ଷତା ଜରିଆରେ ଭାରତ ବିଶ୍ୱକୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ଏହି ସମୟରେ ଭାରତ ଯାହା କହିବ, ଲୋକମାନେ ଅଧିକ ଧ୍ୟାନ ଆକର୍ଷଣ କରିବେ ଆଶା କରୁଛି, ଭାରତ ଏହାର ସଦୁପଯୋଗ କରି ଏହାକୁ ନିଜ ପାଇଁ ବିକାଶର ପ୍ରେରକ ଶକ୍ତିରେ ପରିଣତ କରିବାରେ ସକ୍ଷମ ହେବ।

ଭାରତୀୟ ଲୋକମାନେ ନିଜ ଦେଶକୁ ଯାହା କହିବାକୁ ଚାହୁଁଛନ୍ତି ତାହା କହିବାର ସ୍ୱାଧୀନତା ଅଛି, କିନ୍ତୁ ନାମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ଅର୍ଥନୈତିକ ବ୍ୟବସ୍ଥାରେ ବଡ଼ ଧରଣର ଉନ୍ନତି ଆଣିପାରିବ କି? ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରଭାବରେ ଅର୍ଥନୈତିକ ଉନ୍ନତି ଏବଂ ଉନ୍ନତି ପାଇଁ ଏହା ହେଉଛି ଚାବିକାଠି। ବୈପ୍ଳବିକ ସଂସ୍କାର ବିନା ଭାରତ ବିକାଶ ହାସଲ କରିପାରିବ ନାହିଁ। ଭାରତ ଯେତେବେଳେ ବିଶ୍ୱ ପାଇଁ ନିଜର ବଜାର ଖୋଲିଛି, ସେତେବେଳେ ଏହାର ବିକାଶ ଏକ ଦୃଢ଼ ଗତି ହାସଲ କରିଛି।

ଚୀନ୍ କମ୍ପାନୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା

ଗ୍ଲୋବାଲ ଟାଇମ୍ସ ଚୀନକୁ ନେଇ ନିଜର ଲେଖା ଶେଷ କରିଛି। ୨୦୧୪ରେ ମେକ୍ ଇନ୍ ଇଣ୍ଡିଆ ଆରମ୍ଭ ହେବା ପରଠାରୁ ଭାରତକୁ କିପରି ଉତ୍ପାଦନ ମହାଶକ୍ତିରେ ପରିଣତ କରାଯାଇପାରିବ ସେ ନେଇ ଅନେକ ଆଲୋଚନା ଚାଲିଛି। ଏହି ଲକ୍ଷ୍ୟ ହାସଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଏହାର ଏଫଡିଆଇ ନିୟମକୁ ଉଦାର କରିବା ଏବଂ ଚୀନ୍ ସମେତ ବିଶ୍ୱର କମ୍ପାନୀଗୁଡ଼ିକୁ ବିନା ଭେଦଭାବରେ ନିବେଶ ପରିବେଶ ପ୍ରଦାନ କରିବା। ନିକଟରେ ଭାରତ ଚୀନର ଇଲେକ୍ଟ୍ରିକ୍ କାର୍ ନିର୍ମାତା ବିୱାଇଡିର ୧ ବିଲିୟନ ଡଲାର ପୁଞ୍ଜିନିବେଶ ଉପରେ ରୋକ୍ ଲଗାଇଛି।

ତେବେ ନାମ ପରିବର୍ତ୍ତନ ପାଇଁ ପ୍ରସିଦ୍ଧ ଥିବାବେଳେ ଚୀନ୍ ଏହି ନାମକୁ ନେଇ ଯେଉଁ ବିବାଦ ସୃଷ୍ଟି କରିଛି ତାହା ଉପରେ ଜ୍ଞାନ ଦେଉଛି। ପୂର୍ବତନ ଭାରତୀୟ କୂଟନୀତିଜ୍ଞ କନୱାଲ ସିବଲ ଟ୍ୱିଟ୍ କରି ଲେଖିଛନ୍ତି, ‘ଆଶ୍ଚର୍ଯ୍ୟ ଲାଗୁଛି ଯେ ଚୀନ୍ ଆମକୁ ନାମ ପରିବର୍ତ୍ତନ ଉପରେ ଭାଷଣ ଦେଉଛି। ପେକିଂ ବେଜିଂ, ପୂର୍ବ ତୁର୍କିସ୍ତାନ ଜିନଜିଆଙ୍ଗ, କାଣ୍ଟନ ଗୁଆଙ୍ଗଡଙ୍ଗ, ସିଆନ ସିଆନ, ତିବ୍ଦତ ଜିଆଙ୍ଗରେ ପରିଣତ ହେଲା। ବିସ୍ତାରବାଦୀ ଉଦ୍ଦେଶ୍ୟ ପାଇଁ ନାମ ମଧ୍ୟ ପରିବର୍ତ୍ତନ କରାଯାଉଛି। ଅରୁଣାଚଳକୁ ଜଗନାନ କୁହାଯାଏ। ଆମ ଜମିର ସ୍ଥାନଗୁଡିକ ୩ ଥର ନାମ ପରିବର୍ତ୍ତନ କରାଯାଇଥିଲା।’

Categories
ବିଶେଷ ଖବର

ଜି-୨୦ ସମୟରେ କ’ଣ କରିବେ ଓ କ’ଣ କରିବେ ନାହିଁ? ମନ୍ତ୍ରୀମାନଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଜି-୨୦କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କୁ ସ୍ୱତନ୍ତ୍ର ପରାମର୍ଶ ଦେଇଛନ୍ତି। ଜି-୨୦ ସମୟରେ ମନ୍ତ୍ରୀମାନଙ୍କୁ ଦିଲ୍ଲୀରେ ରହିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁ ମନ୍ତ୍ରୀମାନେ ଡ୍ୟୁଟିରେ ଅଛନ୍ତି ସେମାନେ ସମୟର ବିଶେଷ ଯତ୍ନ ନେବା ଉଚିତ। ଭିଭିଆଇପି ସଂସ୍କୃତିଠାରୁ ଦୂରେଇ ରହିବାକୁ ମୋଦି ମନ୍ତ୍ରୀମାନଙ୍କୁ କହିଛନ୍ତି। ଯଦି କୌଣସି ମନ୍ତ୍ରୀ ଅନ୍ୟ ଦେଶର ପ୍ରତିନିଧିଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚନ୍ତି, ତେବେ ସେ ସମ୍ପୂର୍ଣ୍ଣ ସୂଚନା ନେଇ ପହଞ୍ଚନ୍ତୁ। ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି ଏବଂ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ମୋଦି ତାଙ୍କ ମନ୍ତ୍ରୀମାନଙ୍କୁ ଠିକ୍ ସମୟରେ ନିଜ କର୍ତ୍ତବ୍ୟରେ ପହଞ୍ଚିବାକୁ କହିଥିଲେ। ଯାତ୍ରା ପାଇଁ ଶଟଲ୍ ବ୍ୟବହାର କରନ୍ତୁ। ଭାରତର ପ୍ରତିନିଧି ଭାବରେ ଆପଣ ରହିବେ ଏବଂ ଏଥିପାଇଁ ଆପଣଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ ବୁଝିବାକୁ ପଡ଼ିବ। ଏହି ବୈଠକରେ ବୈଦେଶିକ ସଚିବ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଜି-୨୦ ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ବୈଦେଶିକ ସଚିବ ବିନୟ କ୍ୱାତ୍ରା ଓ ଅନ୍ୟ ଅଧିକାରୀମାନେ ଜି-୨୦ ଶିଖର ସମ୍ମିଳନୀ ସମ୍ପର୍କରେ ମନ୍ତ୍ରିପରିଷଦକୁ ଅବଗତ କରାଇଥିଲେ।

ସେପ୍ଟେମ୍ବର ୯-୧୦ରେ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଭାରତ ସରକାର ଜି-୨୦ ଇଣ୍ଡିଆ ଆପ୍ ଲଞ୍ଚ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମସ୍ତ ମନ୍ତ୍ରୀଙ୍କୁ ଏହି ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଆପ୍ ଜରିଆରେ ମନ୍ତ୍ରୀମାନେ ବିଦେଶୀ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିପାରିବେ।

ବୈଦେଶିକ ସଚିବ ବିନୟ କ୍ୱାତ୍ରା ଏବଂ ଅନ୍ୟ ଅଧିକାରୀମାନେ ବୁଧବାର କେନ୍ଦ୍ର ମନ୍ତ୍ରୀ ପରିଷଦକୁ ଏଠାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ବିଷୟରେ ଅବଗତ କରାଇଥିଲେ। କେନ୍ଦ୍ର କ୍ୟାବିନେଟ୍ ବୈଠକ ପୂର୍ବରୁ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଅନୌପଚାରିକ ଆଲୋଚନାରେ ଏହି ସମ୍ମିଳନୀ ଭାରତ ଏବଂ ଏହାର ବିଶ୍ୱସ୍ତରୀୟ ଭାବମୂର୍ତ୍ତି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମନ୍ତ୍ରୀମାନଙ୍କୁ ଜଣାଇଥିଲା।