Categories
ଆଜିର ଖବର ଜାତୀୟ ଖବର

ଝାନ୍‌ସୀ ମେଡିକାଲର ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ଜୀବନ ହାନୀ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଝାନ୍‌ସୀ ମେଡିକାଲ କଲେଜରେ ଅଗ୍ନକାଣ୍ଡ ଯୋଗୁଁ ହୋଇଥିବା ଜୀବନ ହାନୀ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ସକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡିତମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି ବୋଲି ସେ ନିଶ୍ଚିତ କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ହୃଦୟବିଦାରକ! ଉତ୍ତରପ୍ରଦେଶ ସ୍ଥିତ ଝାନ୍‌ସୀ ମେଡିକାଲ କଲେଜରେ ଅଗ୍ନକାଣ୍ଡ ଘଟଣା ମନକୁ ବ୍ୟଥିତ କରିଛି। ଏହି ଘଟଣାରେ ଯେଉଁମାନେ ନିଜର ନିରୀହ ଶିଶୁମାନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା ଯେ, ଏହି ଦୁଃଖ ସହିବାକୁ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି।