Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁନ୍ ୨୦୨୨ରେ ଖଣିଜ ଉତ୍ପାଦନ କ୍ଷେତ୍ରରେ ୭.୫ ପ୍ରତିଶତ ଅଭିବୃଦ୍ଧି

ଦିଲ୍ଲୀ: ଜୁନ୍ ୨୦୨୨ ନିମନ୍ତେ ଖନନ ଏବଂ ଉତ୍ତୋଳନ କ୍ଷେତ୍ରର ଖଣିଜ ଉତ୍ପାଦନ ସୂଚକାଙ୍କ ୧୧୩.୪ (ଆଧାର: ୨୦୧୧ – ୧୨ = ୧୦୦) ରେ ରହିଛି, ଯାହା ୨୦୨୧ ବର୍ଷରେ ଜୁନ୍ ମାସର ସ୍ତର ତୁଳନାରେ ୭.୫ ପ୍ରତିଶତ ଅଧିକ ରହିଛି। ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ର ଅସ୍ଥାୟୀ ସଂଖ୍ୟା ଅନୁସାରେ ୨୦୨୨ – ୨୩ ଆର୍ଥିକ ବର୍ଷର ଏପ୍ରିଲ୍ – ଜୁନ୍ ମାସ ମଧ୍ୟରେ ସାମଗ୍ରିକ ଉତ୍ପାଦନରେ ଗତ ବର୍ଷର ଏହି ସମୟ ତୁଳନାରେ ୯.୦ ପ୍ରତିଶତର ଅଭିବୃଦ୍ଧି ଦେଖା ଦେଇଛି।

ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍)ର ଅସ୍ଥାୟୀ ସଂଖ୍ୟା ଅନୁସାରେ ଜୁନ୍, ୨୦୨୨ରେ ମହତ୍ୱପୂର୍ଣ୍ଣ ଖଣିଜର ଉତ୍ପାଦନ ସ୍ତର ଏହି ପ୍ରକାରର ଥିଲା : କୋଇଲା ୬୬୯ ଲକ୍ଷ ଟନ୍, ଲିଗ୍ନାଇଟ୍ ୪୬ ଲକ୍ଷ ଟନ୍, ପ୍ରାକୃତିକ ଗ୍ୟାସ୍ (ବ୍ୟବହାର କରା ଯାଇଥିବା) ୨୭୪୭ ମିଲିୟନ୍ ଘନ ମିଟର, ପେଟ୍ରୋଲିୟମ୍ (ଅଶୋଧିତ) ୨୪ ଲକ୍ଷ ଟନ୍, ବକ୍ସାଇଟ୍ ୧୯୫୦ ହଜାର ଟନ୍, କ୍ରୋମାଇଟ୍ ୩୪୩ ହଜାର ଟନ୍, ଘନୀଭୂତ ତମ୍ବା ୧୦ ହଜାର ଟନ୍, ସୁନା ୮୫ କିଲୋଗ୍ରାମ୍, ଲୁହା ପଥର ୨୦୧ ଲକ୍ଷ ଟନ୍, ଘନୀଭୂତ ସୀସା ୩୦ ହଜାର ଟନ୍, ମାଙ୍ଗାନିଜ୍ ପଥର ୨୩୮ ହଜାର ଟନ୍, ଘନୀଭୂତ ଦସ୍ତା ୧୪୨ ହଜାର ଟନ୍, ଚୂନ ପଥର ୩୩୫ ଲକ୍ଷ ଟନ୍, ଫସ୍ଫୋରାଇଟ୍ ୧୮୯ ହଜାର ଟନ୍, ମ୍ୟାଗ୍ନେସାଇଟ୍ ୮ ହଜାର ଟନ୍ ଏବଂ ୪୪ କ୍ୟାରେଟ୍ର ହୀରା।

ଜୁନ୍ ୨୦୨୧ ତୁଳନାରେ ଚଳିତ ବର୍ଷ ଜୁନ୍, ୨୦୨୨ରେ ସକାରାତ୍ମକ ବୃଦ୍ଧି ଦେଖାଇଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ଗୁଡିକର ଉତ୍ପାଦନରେ ହୀରା (୩୪୦%), ସୁନା (୧୦୭.୩%), ଫସ୍ଫୋରାଇଟ୍ (୪୧.୦%), କୋଇଲା (୩୧.୧%), ଲିଗ୍ନାଇଟ୍ (୨୮.୮%), ଘନୀଭୂତ ଦସ୍ତା (୨୦.୦%), ମାଙ୍ଗାନିଜ୍ ପଥର (୧୯.୩%), ମାଗ୍ନେସାଇଟ୍ (୧୬.୬%) ବକ୍ସାଇଟ୍ (୮.୯%), କ୍ରୋମାଇଟ୍ (୬.୫%), ଘନୀଭୂତ ସୀସା (୪.୨%), ଚୂନ ପଥର (୧.୬%), ଏବଂ ପ୍ରାକୃତିକ ଗ୍ୟାସ୍ (ବ୍ୟବହୃତ) ୧.୩% ଇତ୍ୟାଦି ସାମିଲ୍ ଅଟେ। ନକାରାତ୍ମକ ଅଭିବୃଦ୍ଧି ଦେଖାଇ ଥିବା ଅନ୍ୟ ମହତ୍ୱପୂର୍ଣ୍ଣ ଖଣିଜ ଗୁଡିକର ଉତ୍ପାଦନରେ ପେଟ୍ରୋଲିୟମ୍ (ଅଶୋଧିତ) (-୧.୭%), ଘନୀଭୂତ ତମ୍ବା (-୭.୨%) ଏବଂ ଲୁହା ପଥର (- ୯.୭%) ଅନ୍ତର୍ଭୁକ୍ତ ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁନ୍ ୨୦୨୨ରେ କୋଇଲା ଉତ୍ପାଦନରେ ୩୨.୫୭ ପ୍ରତିଶତ ବୃଦ୍ଧି

ଦିଲ୍ଲୀ: ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟି ହୋଇ ଯାଇଛି। କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ, ଏହି ବର୍ଷ ଜୁନ୍ ମାସରେ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍‌), ସିଙ୍ଗାରେନୀ କୋଲିଆରିଜ୍ କମ୍ପାନୀ ଲିମିଟେଡ୍ (ଏସ୍‌ସିସିଏଲ୍‌) ଏବଂ କାପଟିଭ କୋଇଲା ଖଣି ଗୁଡିକ ୫୧.୫୬ ଏମ୍‌ଟି, ୫.୫୬ ଏମ୍‌ଟି ଏବଂ ୧୦.୪୭ ଏମ୍‌ଟି ଉତ୍ପାଦନ କରି ଯଥାକ୍ରମେ ୨୮.୮୭ ପ୍ରତିଶତ, ୫.୫୦ ପ୍ରତିଶତ ଏବଂ ୮୩.୫୩ ପ୍ରତିଶତର ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଶୀର୍ଷ ୩୭ଟି କୋଇଲା ଖଣି ଗୁଡିକ ମଧ୍ୟରୁ ୨୨ଟି ଖଣିରୁ ୧୦୦ ପ୍ରତିଶତରୁ ଅଧିକ ଉତ୍ପାଦନ କରାଯାଇଥିବା ବେଳେ ଅନ୍ୟ ନଅଟି ଖଣି ଗୁଡିକର ଉତ୍ପାଦନର ପରିମାଣ ୮୦ରୁ ୧୦୦ ପ୍ରତିଶତ ମଧ୍ୟରେ ରହିଛି।

ସମାନ ସମୟରେ , ଅର୍ଥାତ୍ ଜୁନ୍ ୨୦୨୨ରେ କୋଇଲା ଯୋଗାଣରେ ୨୦.୬୯ ପ୍ରତିଶତ ବୃଦ୍ଧି ଘଟି ୭୫.୪୬ ଏମ୍‌ଟି ହୋଇ ଯାଇଛି, ଅପରପକ୍ଷରେ ଜୁନ୍ ୨୦୨୧ରେ ଏହି ଯୋଗାଣର ପରିମାଣ ୬୨.୫୩ ଏମ୍‌ଟି ରହିଥିଲା। ଜୁନ୍ ୨୦୨୨ ସମୟରେ ସିଆଇଏଲ୍ ଏବଂ ଆବଦ୍ଧ କୋଇଲା ଖଣି / ଅନ୍ୟାନ୍ୟ କ୍ରମଶଃ ୫୮.୯୮ ଏବଂ ୧୧.୦୫ ଏମ୍‌ଟି କୋଇଲା ପଠାଇ ଏହି କ୍ଷେତ୍ରରେ ୧୫.୨୦ ପ୍ରତିଶତ ଏବଂ ୮୮.୨୩ ପ୍ରତିଶତ ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଏସ୍‌ସିସିଏଲ୍ ଏହି ମାସରେ ୦.୪୬ ପ୍ରତିଶତର ନକାରାତ୍ମକ ବୃଦ୍ଧି କରିଛି।

ବିଦ୍ୟୁତ୍‌ର ଚାହିଦା କ୍ଷେତ୍ରରେ ଅଭିବୃଦ୍ଧି କାରଣରୁ ଜୁନ୍ ୨୦୨୧ରେ ୪୯.୬୨ ଏମ୍‌ଟି ତୁଳନାରେ ଏହି ବର୍ଷ ଜୁନ୍ ମାସରେ ବିଦ୍ୟୁତ୍ ଉପଯୋଗୀତା ଯୋଗାଣ କ୍ଷେତ୍ରରେ  ୩୦.୭୭ ବୃଦ୍ଧି ଘଟି ୬୪.୮୯ ଏମ୍‌ଟି ହୋଇ ଯାଇଛି।

ଜୁନ୍ ୨୦୨୧ ତୁଳନାରେ ଜୁନ୍ ୨୦୨୨ରେ କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ୨୬.୫୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ଜୁନ୍ ୨୦୨୨ରେ ମୋଟ୍ ବିଦ୍ୟୁତ୍ ଉତ୍ପାଦନ ୨୦୨୧ ତୁଳନାରେ ୧୭.୭୩ ପ୍ରତିଶତ ଅଧିକ ରହିଛି। ତଥାପି, କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ ମେ ୨୦୨୨ରେ ୯୮୬୦୯ ଏମ୍‌ୟୁ ତୁଳନାରେ ଜୁନ୍ ୨୦୨୨ରେ ୯୫୮୮୦ ଏମ୍‌ୟୁ ରହିଛି ଏବଂ ଏହି କ୍ଷେତ୍ରରେ ୨.୭୭ ପ୍ରତିଶତ ନକାରାତ୍ମକ ବୃଦ୍ଧି ହୋଇଛି। ମୋଟ୍ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ଜୁନ୍ ୨୦୨୨ରେ ହ୍ରାସ ପାଇ ୧୩୮୯୯୫ ଏମ୍‌ୟୁ ହୋଇ ଯାଇଛି, ଯାହା ମେ’ ୨୦୨୨ରେ ୧୪୦୦୫୯ ଏମ୍‌ୟୁ ଥିଲା ଏବଂ ଏଥିରେ ୦.୭୬ ପ୍ରତିଶତ ନକାରାତ୍ମକ ବୃଦ୍ଧି ଘଟିଛି।