Categories
ଆଞ୍ଚଳିକ

ଜୁରାପାଲି ଗ୍ରାମରେ ଚନ୍ଦନ ଯାତ୍ରା

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ଗ୍ରାମ ପଂଚାୟତର ଜୁରାପାଲି ଗ୍ରାମରେ ଦୁଇ ଦିନ ଧରି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପନ୍ଦର ତାରିଖ ସନ୍ଧ୍ୟାରେ ସରାପାଲି ଜଗନ୍ନାଥ ମନ୍ଦିର ଠାରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଅଣାଯାଇଥିଲା। ଦିବ୍ୟାଙ୍ଗ ମାନଙ୍କ ଦ୍ଵାରା ସଙ୍ଗୀତ ପରିଵେଷଣ ହେଵା ସହିତ ଵିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଷୋହଳ ତାରିଖ ସକାଳ ଆଠ ଘଟିକାରେ ପୂଜା ଆରମ୍ଭ ହୋଇ ସନ୍ଧ୍ୟାରେ ଜୁରାପାଲି ବନ୍ଧରେ ନୌକାରେ ରାଧାକୃଷ୍ଣଙ୍କୁ ପରିକ୍ରମା କରାଯାଇଥିଲା।

ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ନାଟକ ମଂଚସ୍ଥ ହୋଇଥିଲା। ଚନ୍ଦନ ଯାତ୍ରା କମିଟିର ସଭାପତି କରୁଣାକର ପ୍ରଧାନ, ଉପସଭାପତି ପ୍ରଫୁଲ୍ଲ ସ୍ଵାଇଁ ଓ ସମ୍ପାଦକ ମନୋଜ ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସମାରୋହରେ ନିକଟସ୍ଥ ଗ୍ରାମ ଗୁଡ଼ିକର କୀର୍ତ୍ତନ ମଣ୍ଡଳୀ ଓ ନିମନ୍ତ୍ରିତ ଵ୍ୟକ୍ତି ଯୋଗ ଦେଇଥିଲେ।