Categories
ଆଜିର ଖବର ଜାତୀୟ ଖବର

ଜେଇଇ-୨୦୨୧ ଆଡଭାନ୍ସଡ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଜେଇଇ ୨୦୨୧ ଆଡଭାନ୍ସଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା କରାଯିବ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ତେବେ ଆଇଆଇଟିରେ ଆଡମିଶନ ପାଇଁ ବାଧ୍ୟତାମୂଳକ ୭୫% ମାର୍କର ସର୍ତ୍ତ ମଧ୍ୟ ହଟାଇ ଦିଆଯାଇଛି। ଚଳିତ ବର୍ଷ ଏହି ପରୀକ୍ଷା ଆଇଆଇଟି ଖଡ଼ଗପୁର ଦ୍ୱାରା କରାଯିବ। ଦେଶର ସମ୍ମାନଜନକ ୨୩ଟି ଆଇଆଇଟିରେ କେବଳ ଜେଇଇ ଆଡଭାନ୍ସ ପରୀକ୍ଷା ମାଧ୍ୟମରେ ପ୍ରବେଶ ଉପଲବ୍ଧ ହୋଇଥାଏ। ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ମେନ୍ ରେ ଭଲ ପ୍ରଦର୍ଶନ କରିଥାନ୍ତି ସେମାନେ ଜେଇଇ ଆଡଭାନ୍ସ ଦେବାର ସୁଯୋଗ ପାଆନ୍ତି।