Categories
ଆଜିର ଖବର ଜାତୀୟ ଖବର

ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଖୋଦ୍ ନଡ୍ଡା ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ଯାହା ପରେ ସେ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି। ନଡ୍ଡା କହିଛନ୍ତି ଯେ, ତାଙ୍କଠାରେ କରୋନା ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ନିଜକୁ ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି । ଡାକ୍ତରଙ୍କ ପରାମର୍ଶକୁ ଗ୍ରହଣ କରିଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେ କରୋନା ଟେଷ୍ଟ କରାଇବା ସହ ଆଇସୋଲେଟ୍‌ କରନ୍ତୁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ନଡ୍ଡା ପଶ୍ଚିମବଙ୍ଗ ଗସ୍ତ  କରିଥିଲେ । ନଡ୍ଡାଙ୍କ ସହଯୋଗୀ ଆଦିତ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)