ରେଢ଼ାଖୋଲ (କନ୍ଦର୍ପ ବେହେରା): ଜଣେ ବିବାହିତା ମହିଳାର ଅଶ୍ଳୀଳ ଫଟୋ ଭାଇରାଲ କରି ଜଣେ ପୂର୍ବତନ ପ୍ରେମିକ ଗିରଫ ହୋଇଥିବା ଜଣାପଡିଛି। ଗିରଫ ଯୁବକ ଜଣଙ୍କ ହେଲେ ରେଢ଼ାଖୋଲ ସହରର ଯଦୁମଣିପାଟଣା ସାହିର ରୂପକ ପ୍ରଧାନ(୨୨)।
ସୂଚନା ଯୋଗ୍ୟ ଯେ, ରୂପକ ପ୍ରଧାନ ଉକ୍ତ ମହିଳାଙ୍କ ସହିତ ବିବାହ ପୂର୍ବରୁ ୮ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲା। ତେବେ ପ୍ରେମ ସମ୍ପର୍କ ବିଛିନ୍ନ ପରେ ଯୁବତୀ ଜଣଙ୍କ ରେଢ଼ାଖୋଲ ସହରର ଜଣେ ଯୁବକଙ୍କୁ ଗତ ଫେବୃଆରୀ ମାସରେ ବିବାହ କରିଥିଲେ। ପୂର୍ବରୁ ରୂପକ ଜୈନିକ ବିବାହିତ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ କୁ ନିଜ ମୋବାଇଲରେ ରଖିଥିଲେ।
ଗତ ୪ ତାରିଖରେ ରୂପକ ପ୍ରଧାନ ବିବାହିତା ମହିଳାର ଅଶ୍ଳୀଳ ଫଟୋ କୁ ପ୍ରେମିକାର ସ୍ୱାମୀଙ୍କ ମୋବାଇଲ କୁ ପଠାଇ ଦେଇଥିଲେ। ତା ସହିତ ଅନ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ କରି ଦେଇଥିଲେ। ଏହା ଜାଣିବା ପରେ ମହିଳାଙ୍କ ସ୍ୱାମୀ ଗତ ୭ ତାରିଖରେ ରେଢ଼ାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ କ୍ରମେ ଏ ସଂକ୍ରାନ୍ତରେ ରେଢ଼ାଖୋଲ ପୋଲିସ କେସ ନଂ ୧୨୪/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରେମିକ ରୂପକ ପ୍ରଧାନ କୁ ପୋସ୍କୋ କୋର୍ଟରେ ଚାଲାଣ କରାଯାଇଥିବା ରେଢ଼ାଖୋଲ ଥାନା ଅଧିକାରୀ ଚନ୍ଦ୍ର ମୋହନ ସିଂ ସୂଚନା ଦେଇଛନ୍ତି। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।