Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ପାଞ୍ଚ ଜଣ ବିଧାୟକଙ୍କ କଟିଲା ଟିକେଟ, ଚାରି ମହିଳା

ଭୁବନେଶ୍ବର: ଆଜି ବିଜେଡିର ଘୋଷଣା ହୋଇଥିବା ନଅ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ଛଅ ଜଣଙ୍କର ଟିକେଟ କାଟିଛି। ସେହିପରି ଏହି ପ୍ରାର୍ଥୀ ତାଲିକାରେ ଦଳ ଚାରି ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ଯେଉଁ ବିଧାୟକଙ୍କର ଟିକେଟ କଟିଛି ସେମାନେ ହେଲେ ବଡଚଣାରୁ ଅମର ଶତପଥୀ। ଛଅ ଥର ବିଧାୟକ ଥିବା ଅମର ତାଙ୍କ ବଦଳରେ ପୁଅଙ୍କୁ ଟିକେଟ ଦେବା ପାଇଁ ଚେଷ୍ଠା କରିଥିଲେ। ହେଲେ ଦଳ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି।

ସେହିପରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରାଙ୍କର ମଧ୍ୟ ଟିକେଟ କଟିଛି। ତାଙ୍କୁ ଦଳ ଭରସା କରି ନାହିଁ। ଅନ୍ୟପକ୍ଷରେ ସେଠାରେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ବର ବେହେରାଙ୍କୁ ଦଳ ଟିକେଟ ଦେଇଛି। ଶଶୀଭୂଷଣ ଦଳର ଜଣେ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ନାହିଁ। ଏପରିକି ସେ ପୂର୍ବରୁ ଲଢିଥିବା ଜୟଦେବ ଆସନ ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି।

ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କର ମଧ୍ୟ ଟିକେଟ କଟିଛି। ସେ ଏଥର ଟିକେଟ ପାଇବେ କି ନାହିଁ ଦ୍ବନ୍ଦରେ ଥିଲେ। ହେଲେ ଦଳ ତାଙ୍କ ଉପରେ ଭରସା ନ କରି ସୁଭାସିନୀ ସାହୁଙ୍କୁ ଟିକେଟ ଦେଇଛି। ସେହିପରି ଚମ୍ପୁଆରୁ ମିନାକ୍ଷୀ ମହନ୍ତଙ୍କ ଟିକେଟ କଟିଛି। ତାଙ୍କ ବଦଳରେ ଦଳ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଟିକେଟ ଦେଇଛି। ଆନନ୍ଦପୁରର ବିଧାୟକ ଭାଗୀରଥି ସେଠୀଙ୍କର ମଧ୍ୟ ଟିକେଟ କଟିଛି। ସେଠାରେ ଦଶ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି।

ଏଥର ନଅ ଜଣିଆ ତାଲିକାରେ ଦଳ ମହିଳାଙ୍କୁ ମଧ୍ୟ ଗୁରୁତ୍ବ ଦେଇଛି। ଏହି ନଅ ଜଣଙ୍କ ମଧ୍ୟରୁ ଚାରି ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେମାନେ ହେଲେ ବାସନ୍ତି ହେମ୍ବ୍ରମ, ବିଦୂସ୍ମିତା ମହାଲିକ, ସୁଭାଶିନୀ ସାହୁ, ବର୍ଷା ପ୍ରିୟଦର୍ଶିନୀ। ମହିଳା ସଂରକ୍ଷଣ ନେଇ ଦଳ ଯେଉଁ ଆଭିମୁଖ୍ୟ ରଖିଛି ତାହା କାର୍ଯ୍ୟକାରୀ କରିବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ନେତ୍ରୀ ତଥା ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ପାଣିଗ୍ରାହି ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ରାଜ୍ୟ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବି ଶ୍ରୀ ସରୋଜ କୁମାର ପାଣିଗ୍ରାହୀ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ସେହିପରି ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କୁମାର ସାହୁ, ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଆଜି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଟେକରାମ ସାହୁ, ଟୁକୁ ସାହୁ, ଡ.ଅଶୋକ ସାହୁ, ଭରତ ପ୍ରଧାନ, ଘନଶ୍ୟାମ ସାହୁ, ଖେଳୱାନ କେଉଟ, ନାରାୟଣ ମାଝୀ, ପିଲାଲାଲ ଜଗତ, କହ୍ନେୟା ଭାଇ, ଶ୍ରୀକାନ୍ତ ପ୍ରଧାନ, ଅନନ୍ତ ସାହୁ, ଦୁଖୁ ଭାଇ, ବୈରାଜ ସାହୁ, ବେଦରାମ ମାଝୀ, ବିଶେଷର ଶବର, ପ୍ରକେଶ ସାହୁ, କୈଳାଶ ପାଣ୍ଡେ,  ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ପୁରୀ ବିଧାନସଭାମଣ୍ଡଳୀରେ ବିଜେଡି ବରିଷ୍ଠ ନେତା ତଥା ଆଇନଜୀବୀ ପ୍ରସନ୍ନ ମିଶ୍ର ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ମିଶ୍ରଙ୍କ ସହ ସୁଶାନ୍ତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପାତ୍ର, ସଞ୍ଜୟ ପ୍ରଧାନ, ରଞ୍ଜନ ପ୍ରଧାନ, ଲିପା ପ୍ରଧାନ, ପ୍ରଭାକର ରାଉତ, ବିକ୍ରମ ଜେନା, ଅନନ୍ତ ପ୍ରଧାନ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱରର ମହିଳା ଉଦ୍ୟୋଗୀ ଶ୍ରୀମତୀ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ସରୋଜ କର, ବରିଷ୍ଠ ନେତା ମହେଶ ମହାନ୍ତି ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।