Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ରାତିରେ ଖୋଲା ରହିବ ଭୁବନେଶ୍ବରର ଜୟଦେବ ବାଟିକା

ଭୁବନେଶ୍ବର : ଏଣିକି ରାତି ୯ଟା ଯାଏ ଖୋଲା ରହିବ ଭୁବନେଶ୍ବର ଜୟଦେବ ବାଟିକା। ଏ ନେଇ ନିଷ୍ପତି କରିଛି ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ଜୟଦେବ ବାଟିକାର ପ୍ରାକୃତିକ ଶୋଭାକୁ ଲୋକମାନେ ରାତିରେ ଦେଖିବାରୁ ସୁଯୋଗରୁ ବଞ୍ଚିତ ହେଉଥିଲେ। ସେଥିପାଇଁ ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି।

ପୂର୍ବରୁ କେବଳ ଦିନ ସମୟରେ ଖୋଲା ରହୁଥିବା ବେଳେ ଏବେ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଫଳରେ ସନ୍ଧ୍ୟାରେ ଜୟଦେବ ବାଟିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକ କୃତ୍ରିମ ଜଳପ୍ରପାତ, ନଈ, ଜଳଫୁଆରାର ମଜା ଉଠାଇ ପାରିବେ। ବିନା ଭୟରେ ବାଟିକା ପରିସରରେ ବୁଲିବା ସହ ସେଲ୍ଫି ବି ନେଇପାରିବେ।

ତେବେ ରାତିରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଟିକେଟ ଦର ଅଧିକ କରାଯାଇଛି। ସେହିପରି ଦୁଇ ଚକିଆ, ଚାରି ଚକିଆ ଯାନର ପ୍ରବେଶ ଶୁଳ୍କ ମଧ୍ୟ ଅଧିକ କରାଯାଇଛି। ନିଷ୍ପତି ଅନୁସାରେ ଦିନ ବେଳା ୧୨ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା କରାଯାଇଛି।

ସେହିପରି ଦିନବେଳା ସାଇକେଲ ପ୍ରବେଶ ଶୁଳ୍କ ୫ ଟଙ୍କା ଥିବା ବେଳେ ଅପରାହ୍ନରେ ୧୦ଟଙ୍କା କରାଯାଇଛି। ଦିନବେଳା ଦୁଇଚକିଆ ପ୍ରବେଶ ଶୁଳ୍କ ୩୦ ଟଙ୍କା ଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା ହୋଇଛି।

ସେହିପରି ତିନି ଚକିଆ ଯାନକୁ ଦିନବେଳା ୫୦ଟଙ୍କା ଥିବା ବେଳେ ଅପରାହ୍ନରେ ୮୦ଟଙ୍କା ରଖାଯାଇଛି। ୪ ଚକିଆ ଯାନ ପ୍ରବେଶ ଲାଗି ଦିନ ବେଳା ୧୦୦ ଟଙ୍କା ରଖାଯାଇଥିବା ବେଳେ ଅପରାହ୍ନରେ ୧୫୦ ଟଙ୍କା କରାଯାଇଛି।

ତେବେ ସଂଧ୍ୟାରେ ପର୍ଯ୍ୟଟକମାନେ ସୁବିଧାର ବୁଲାବୁଲି କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ କଡା କରାଯାଇଛି। ବିଶେଷ କରି ପାର୍କର ଅନ୍ଧାରିଆ ସ୍ଥାନରେ ଏହି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କରାଯାଇ ତୀକ୍ଷ୍ମ ନଜର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସିଲା ନୂଆବର୍ଷ, ଭୁବନେଶ୍ବରରେ ବଣଭୋଜି କରିବା ପାଇଁ ଜଙ୍ଗଲ ବିଭାଗ ଦେଲା ଅନୁମତି

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜଧାନୀରେ ବଣଭୋଜି ପାଇଁ ଅନୁମତି ମିଳିବ। ସେହିପରି ସବୁଜ ପର୍ଯ୍ୟଟନ ଭ୍ରମଣ ପାଇଁ ମଧ୍ୟ ଅନୁମତି ମିଳିବ ବୋଲି ଜଣାପଡିଛି। କରୋନା ଯୋଗୁଁ ଏସବୁ ବଣଭୋଜୀ ବାରଣ କରାଯାଇଥିଲା। ବର୍ତ୍ତମାନ କରୋନା କଟକଣା ଭିତରେ ଏସବୁ ଭୋଜି କରିବା ପାଇଁ ଅନୁମତି ପ୍ରଦାନ କରାଯିବ। ଯଦି କେହି ଏକ କଟକଣା ନ ମାନିବେ ତେବେ ସେମାନଙ୍କ ଭୋଜିକୁ ଅଧାରୁ ବନ୍ଦ କରିଦିଆଯିବ ବୋଲି କୁହାଯାଇଛି।

ମୁଖ୍ୟତଃ ଭୁବନେଶ୍ବରର ନନ୍ଦନକାନନର ବଟନିକାଲ ଗାର୍ଡନ ଏବଂ ଖଣ୍ଡଗିରି ନିକଟରେ ଥିବା ଜୟଦେବ ବାଟିକାରେ ଏହି ବଣଭୋଜୀ ପାଇଁ ଅନୁମତି ରହିଛି। ଯେଉଁମାନେ ଏହି ସ୍ଥାନରେ ବଣଭୋଜୀ କରିବେ ସେମାନେ ପିଣ୍ଢି ବୁକିଂ ଅନଲାଇନରେ କରିପାରିବେ। ବର୍ତ୍ତମାନ ନୂଆବର୍ଷ ଆସୁଥିବାରୁ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଲୋକମାନେ ବଣଭୋଜୀ କରିଥାନ୍ତି। ତାହାକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୟଦେବ ବାଟିକାରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର : ଭୁବନେଶ୍ୱର ଜୟଦେବ ବାଟିକା ଭିତରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ଭୁବନେଶ୍ବର ସ୍ଥିତ ଜୟଦେବ ବାଟିକାର 53 ନମ୍ବର ପିଣ୍ଡି ନିକଟରେ ଥିବା ଏକ ଥୁଣ୍ଟା ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିକଟରେ ସାଇକେଲ ଚାବି ସହ 10 ଟଙ୍କିଆ ନୋଟ୍ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ । ତେବେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ି ନାହିଁ ଖବର ପାଇବା ପରେ ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Jaydev vatika, bbsr - YouTube