Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା, ଦଳରୁ ଇସ୍ତଫା ଦେଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜୁରାଟରେ ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ଏଠାରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ବ୍ୟାସ ଶେଷରେ ବିଜେପି ଛାଡିଛନ୍ତି। ଜୟ ନାରାୟଣ ବ୍ୟାସ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସିଦ୍ଧପୁର ଆସନରୁ ବ୍ୟାସ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ।

ନିକଟରେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିଥିଲେ, ଯିଏକି କଂଗ୍ରେସ ପକ୍ଷରୁ ଗୁଜରାଟର ସ୍ୱତନ୍ତ୍ର ନିର୍ବାଚନ ଅଧିକାରୀ। ସେବେଠାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା। ଏହା ଦେଖିବାକୁ ହେବ ଯେ, ଦୀର୍ଘ ଦିନ ଧରି ବିଜେପିରେ ରହିଆସିଥିବା ଜୟନାରାୟଣ ବ୍ୟାସ କେଉଁ ଦଳରେ ଯୋଗ ଦେଉଛନ୍ତି?

ପ୍ରକାଶ ଯେ ୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।