Categories
ଆଜିର ଖବର ରାଜ୍ୟ ଖବର

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ପାଇଁ ଦୁଃଖ ଖବର, ଚାଲିଗଲେ ତାଙ୍କ ମାତା ନଳିନୀ ପ୍ରଭା

ଭୁବନେଶ୍ୱର: ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମାତା ଶ୍ରୀମତୀ ନଳିନୀ ପ୍ରଭା ଷଡଙ୍ଗୀଙ୍କ ଗତକାଲି ରାତ୍ରିରେ ୮୪ ବର୍ଷ ବୟସରେ ଦେହାନ୍ତ ଘଟିଛି । ସ୍ୱର୍ଗତଃ ନଳିନୀ ପ୍ରଭା ଷଡଙ୍ଗୀ ଜଣେ ସରଳ, ମେଳାପୀ ଓ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତଃ ନଳିନୀ ପ୍ରଭା ଷଡଙ୍ଗୀଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

Categories
ଆଞ୍ଚଳିକ

ପୁରୀର ସମସ୍ତ ସାହିରେ ଆୟୋଜିତ ସାହି ଯାତରେ ଭାଗ ନେଲେ ସମ୍ବିତ ପାତ୍ର ଓ ଜୟନ୍ତ ଷଡ଼ଙ୍ଗୀ

ପୁରୀ: ପୁରୀର ମହାନ ପରମ୍ପରା ସାହି ଯାତରେ ଭରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥି ସମ୍ବିତ ପାତ୍ର, ପୁରୀ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହିତ ଭାଗ ନେଇଛନ୍ତି। ସମ୍ବିତ ପାତ୍ର ଓ ଜୟନ୍ତ ଷଡ଼ଙ୍ଗୀ ସାହି ଯାତରେ ଭାଗ ନେବା ସହିତ ସାହି ଲୋକଙ୍କ ସହିତ ସମ୍ବାଦ କରି ସାହିର ସୁବିଧା ଅସୁବିଧା ବୁଝିଛନ୍ତି ଓ ନିର୍ବାଚନର ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିବା ପାଇଁ ଅନୁରୋଧ କରିଛନ୍ତି।

ଏହି ଅବସରରେ ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ” ଆମ ପୁରୀର ସାହି ଯାତ ମହାନ ଉତ୍କଳୀୟ ନାଟ୍ୟ ପରମ୍ପରାର ନିଦର୍ଶନ। ସନାତନ ଧର୍ମର ପୌରାଣିକ ବିଷୟ ବସ୍ତୁକୁ ସମାଜର ପ୍ରତ୍ୟେକ ବର୍ଗ ନିକଟରେ ପହଞ୍ଚାଇବା ପାଇଁ ଏହା ପ୍ରମୁଖ ମାଧ୍ୟମ। ଏହା ସହିତ ପୁରୀର ସାହି ଯାତ ଆମ ମହାନ ସଂସ୍କୃତିର ପ୍ରକଟିକରଣର ମଧ୍ୟ ଏକ ମାଧ୍ୟମ। ”

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ କଣ ପୁରୀରୁ ଛିଡା ହେବେ କି? ଦୁଇ ଟାଣୁଆ ନେତାଙ୍କ ଥଇଥାନ ପରେ ପୁରୀବାସୀଙ୍କ ବଢୁଛି ଆଶା

ଭୁବନେଶ୍ବର: ନବୀନ ପଟ୍ଟନାୟକ କଣ ଏଥର ପୁରୀ ନିର୍ବାଚନ ମଣ୍ଡଳିରୁ ଛିଡା ହେବେ କି? ଏହିପରି ଏକ ବଡ ପ୍ରଶ୍ନ ବର୍ତ୍ତମାନ ପୁରୀ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲୁଛି। କାରଣ ହେଲା ଗତକାଲି ନବୀନ ବିଜେଡିର ଦୁଇଜଣ ଟାଣୁଆ ନେତାଙ୍କୁ ଥଇଥାନ କରିଦେଲେ। ଯେଉଁମାନେ ପୁରୀରେ ପ୍ରାର୍ଥୀ ହେବା ପାଇଁ ବଡ ଦାବୀଦାର ଥିଲେ।

ଗତକାଲି ବିଜୁ ଯୁବ ଜନତାର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଛି। ତା ପୂର୍ବରୁ ବିଜେଡି ପୁରୀ ସଦର ପଞ୍ଚାୟତ ସମିତ ଅଧ୍ୟକ୍ଷ ଦିବାକାର ପାତ୍ରଙ୍କୁ ପୁରୀ ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି। ଏହି ଦୁଇ ନେତାଙ୍କର ପୁରୀ ନିର୍ବାଚନ ମଣ୍ଡଳିରେ ଭଲ ସଂଗଠନ ରହିଛି। ଆଉ ଉଭୟ ମଧ୍ୟ ଏଥର ଟିକେଟ ଆଶାୟୀ ଥିଲେ। ଏହି ଦୁଇ ନେତାଙ୍କ ଥଇଥାନ ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ପୁରୀ ପରି ଐତିହ୍ୟ ନିର୍ବାଚନ ମଣ୍ଡଳିରେ କିଏ ହେବ ବିଜେଡିର ବିଧାୟକ ପ୍ରାର୍ଥୀ।

ପୁରୀର ବିଜେଡି ନେତା ମହେଶ୍ବର ମହାନ୍ତିଙ୍କର ବିୟୋଗ ପରେ ତାଙ୍କ ପୁତ୍ର ସୁନୀଲ ମହାନ୍ତି ଟିକେଟ ଲବିରେ ଅଛନ୍ତି। ସେ ବାପାଙ୍କ ସଂଗଠନକୁ ପୁଣି ଆଗକୁ ନେବେ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ ପୁରୀର ଜୟନ୍ତ ଷଡଙ୍ଗୀ ମଧ୍ୟ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି। କାରଣ ସେ ବିଜେପି ସଂଗଠନ ପ୍ରତି ଆଉ ନଜର ଦେଉ ନାହାଁନ୍ତି। ଯଦି ଜୟନ୍ତ ବିଜେଡିକୁ ଆସିବେ ତେବେ ପୁରୀର ବିଜେପି ଭୋଟ ନିଶ୍ଚିତ ଭାଗଭାଗ ହୋଇଯିବ। ଫଳରେ ବିଜେଡି ଏଥର ପୁରୀକୁ ଅକ୍ତିୟାର କରିନେବ ବୋଲି ଆଶା ରଖିଛି।

ଅନ୍ୟପଟେ ପୁରୀରେ ଏପରି ଗୋଳିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଗଠନ ଓ ଅନେକ ପୁରୀବାସିନ୍ଧା ଖୋଦ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରନ୍ତୁ ବୋଲି ଦାବୀ କରୁଛନ୍ତି। କେତେକ ସେବକ ଗୋଷ୍ଠୀ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ ମଧ୍ୟ କରିଥିବାର ଜଣାପଡିଛି। ଅନ୍ୟପଟେ ନବୀନ ପୁରୀ ସହରକୁ ଯେପରି ବିଶ୍ବ ସ୍ତରୀୟ କରିଛନ୍ତି ଏଥିରେ ପୁରୀବାସୀ ବେଶୀ ଖୁସି ଅଛନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁରୀବାସୀଙ୍କୁ ଏକ ନୂଆ ପରିଚୟ ଦେଇଛି। ସେଥିପାଇଁ ପୁରୀବାସୀ ନବୀନଙ୍କର ଋଣ ଶୁଝାଇବା ପାଇଁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଚିନ୍ତା କରିଛନ୍ତି।

ତେବେ ପୁରୀର ଦୁଇ ନେତା ଶୁଭାଶିଷ ଏବଂ ଦିବାକରଙ୍କୁ ଦଳ ସନ୍ତୁଷ୍ଠ କରାଇବା ପରେ ବର୍ତ୍ତମାନ ସେଠାକାର ବିଜେଡି କନ୍ଦଳ ସମାପ୍ତ ହୋଇଯାଇଛି। ବର୍ତ୍ତମାନ ଦଳ ଯାହାକୁ ଛିଡା କଲେ ମଧ୍ୟ ଏହି ଦୁଇ ଟାଣୁଆ ନେତାଙ୍କର ସମର୍ଥନ ରହିବ। ଯଦି କୌଣସି କାରଣରୁ ନବୀନ ପଟ୍ଟନାୟକ ଛିଡା ନ ହୁଅନ୍ତି ତେବେ ସୁନୀଲ ମହାନ୍ତିଙ୍କ ପାଇଁ ସମସ୍ତ ରାସ୍ତା ଖୋଲିଯିବ।ଏପରିକି ଦଳ ଯଦି ମହିଳ କାର୍ଡ ଖେଳିବା ପାଇଁ ଚାହେଁ, ତେବେ ସୁନୀଲଙ୍କ ଧର୍ମପତ୍ନୀଙ୍କୁ ଛିଡା କରିବା କିଛି ଅସମ୍ଭବ ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।