Categories
ଧର୍ମ ବିଶେଷ ଖବର

ଆଜି ହେଉଛି ପବିତ୍ର ରାମ ନବମୀ, ଜାଣନ୍ତୁ କେମିତି ପୂଜା କଲେ ମିଳିବ ପ୍ରଭୃଙ୍କ ଆର୍ଶିବାଦ

ଭୁବନେଶ୍ବର: ଚୈତ୍ର ଶୁକ୍ଲ ନବମୀ ତିଥିକୁ ସାଧାରଣତଃ ରାମ ନବମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ମର୍ଯ୍ୟଦା ପୁରୁଷ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ହିନ୍ଦୁ ପୂଜା ପଦ୍ଧତିରେ ରାମ ନବମୀ ଏକ ପବିତ୍ର ତଥା ଗୁରତ୍ବ ପୂର୍ଣ୍ଣ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ରାମ ଭକ୍ତମାନେ ସାରା ଦିନ ଉପବାସ ପାଳନ କରିଥାନ୍ତି।

ତେବେ ଏହି ପୂଜା କିପରି କରାଯିବ, କେମିତି କରିବେ ସେ ନେଇ କିଛି ତଥ୍ୟ ଉପସ୍ଥାପନ କରୁଛୁ।

* ସର୍ବପ୍ରଥମେ, ସ୍ନାନ କର ଏବଂ ପବିତ୍ର ହୁଅନ୍ତୁ ଏବଂ ପୂଜାପାଠ ସାମଗ୍ରୀ ସହିତ ପୂଜା ସ୍ଥାନରେ ବସନ୍ତୁ

* ପୂଜାରେ ତୁଳସୀ ପତ୍ର ଏବଂ ପଦ୍ମ ଫୁଲ ରହିବା ଜରୁରୀ

* ଶୋଦଶୋପଚରର ସମସ୍ତ ଉପାଦାନ ସହିତ ଶ୍ରୀ ରାମଙ୍କୁ ପୂଜା କରନ୍ତୁ

* ଶ୍ରୀ ରାମଙ୍କର ପ୍ରିୟ ପଦାର୍ଥର ଖିର ଏବଂ ଫଳ-ମୂଳକୁ ପ୍ରସାଦ ଭାବରେ ପ୍ରସ୍ତୁତ କରନ୍ତୁ

* ପୂଜା ପରେ, ଘରର କନିଷ୍ଠ ମହିଳା କିମ୍ବା ଝିଅ ଘରର ସମସ୍ତ ଲୋକଙ୍କ କପାଳରେ ତିଲକ ଲଗାଇବା ଉଚିତ୍ ।

ଏଠାରେ ପୂଜା ପଦ୍ଧତି ବିଷୟରେ ବିସ୍ତୃତ ଭାବରେ ଶିଖନ୍ତୁ

ସକାଳୁ ଉଠି ନିୟମିତ କାମ କର, ସ୍ନାନ କର । ପରିଷ୍କାର ପୋଷାକ ପିନ୍ଧି ପୂଜା ଘରକୁ ସଫା କର । ସମସ୍ତ ସାମଗ୍ରୀ ସଂଗ୍ରହ କରି ପିଢା କିମ୍ବା ଆସନ ଉପରେ ବସ । କାଠ ପଟା ବା ପିଢା ଉପରେ ଏକ ନାଲି କପଡା ରଖନ୍ତୁ । ଏହା ଉପରେ ଶ୍ରୀ ରାମଙ୍କର ପ୍ରତିମା ସ୍ଥାପନ କରନ୍ତୁ । ଶ୍ରୀରାମ ପରିବାର ଚିତ୍ରକୁ ମଧ୍ୟ ରଖିପାରିବେ। ଶ୍ରୀ ରାମଙ୍କର ପୁରା ପରିବାର, ଯେଉଁଥିରେ ହନୁମାନ ଚାରି ଭାଇଙ୍କ ସହିତ ସୀତା ମଧ୍ୟ ଦୃଶ୍ୟମାନ ହେଉଥିବେ।

ପୂଜା ପଦ୍ଧତି

ପ୍ରଥମେ ନିମନ୍ତ୍ରଣ: –

ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କୁ ମନେ ମନେ ଡାକନ୍ତୁ: – ଜୟଶ୍ରୀରାମ କହିପାରିବେ

ହାତରେ ଫୁଲ ଏବଂ ଚନ୍ଦନ ସହିତ ଭଗବାନ ରାମଙ୍କୁ ଭକ୍ତିରେ ଉତ୍ସର୍ଗ କରନ୍ତୁ ।

ଫୁଲରୁ ପାଣି ନେଇ ଶ୍ରୀ ରାମଙ୍କ ପାଦ ଧୋଇବା ପାଇଁ ପାଣି ଉତ୍ସର୍ଗ କରନ୍ତୁ ।

ଫୁଲରୁ ପାଣି ନେଇ ଶ୍ରୀ ରାମଙ୍କୁ ପବିତ୍ରତା ପାଇଁ ଜଳ ଅର୍ପଣ କରନ୍ତୁ।

ଏକ ଚାମଚରେ କ୍ଷୀର ଏବଂ ମହୁ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ।

ଫୁଲ ସହିତ ଗାଧୋଇବା ପାଇଁ ଶ୍ରୀ ରାମଙ୍କୁ ଜଳ ଉତ୍ସର୍ଗ କରନ୍ତୁ ।

ପଞ୍ଚାମୃତ ସ୍ନାନ:

ଦୁଗ୍ଧ ସ୍ନାନ- ଫୁଲ ସହିତ କ୍ଷୀର ସ୍ନାନ ପାଇଁ, ଶ୍ରୀ ରାମ ଜୀଙ୍କୁ କ୍ଷୀର ଉତ୍ସର୍ଗ କରନ୍ତୁ, ଏବଂ ପରେ ଶୁଦ୍ଧ ପାଣି ଦିଅନ୍ତୁ ।

ଦହି ସ୍ନାନ- ଫୁଲ ସହିତ ଦହି ସ୍ନାନ ପାଇଁ ଶ୍ରୀରାଙ୍କୁ ଦହି ଉତ୍ସର୍ଗ କରନ୍ତୁ; ଏହା ପରେ, ଶୁଦ୍ଧ ଜଳ ଉତ୍ସର୍ଗ କରନ୍ତୁ ।

ଘୃତ ସ୍ନାନ- ଫୁଲ ସହିତ ଘିଅ ସ୍ନାନ ପାଇଁ ଶ୍ରୀରାମଙ୍କୁ ଘିକୁ ଉତ୍ସର୍ଗ କରନ୍ତୁ; ଏହା ପରେ, ଶୁଦ୍ଧ ଜଳ ଉତ୍ସର୍ଗ କରନ୍ତୁ ।

ମଧୁ ସ୍ନାନ- ଫୁଲ ସହିତ ମହୁ ସ୍ନାନ ପାଇଁ ଶ୍ରୀ ରାମଜୀଙ୍କ ମହୁ ଉତ୍ସର୍ଗ କରନ୍ତୁ; ଏହା ପରେ, ଶୁଦ୍ଧ ଜଳ ଉତ୍ସର୍ଗ କରନ୍ତୁ ।

ଶର୍କରା ସ୍ନାନ – ଫୁଲ ସହିତ ଶର୍କରା ସ୍ନାନ ପାଇଁ ଶ୍ରୀରାମଙ୍କୁ ଶର୍କରା ଉତ୍ସର୍ଗ କରନ୍ତୁ ।

ଶୁଦ୍ଧୋଦକ ସ୍ନାନ- ଫୁଲରୁ ଶୁଦ୍ଧ ପାଣି ନିଅ ଏବଂ ଶୁଦ୍ଧୋଦକ ସ୍ନାନ କରିବା ପାଇଁ ଶ୍ରୀ ରାମଙ୍କୁ ଜଳ ଉତ୍ସର୍ଗ କରନ୍ତୁ ।

ବସ୍ତ୍ର ପରିଧାନ: – ହାତରେ ହଳଦିଆ କପଡା ଧରି ଶ୍ରୀରାମଙ୍କୁ ପୋଷାକ ସମର୍ପଣ କରନ୍ତୁ ।

ସୁବାସ ଅର୍ପଣ: – ହାତରେ ଅତର ଧରି ମନ୍ତ୍ର ଜପ କରି ଶ୍ରୀରାମଙ୍କୁ ଉତ୍ସର୍ଗ କରନ୍ତୁ । ଗଂନ୍ଧ ସର୍ମପାୟାମି

ଫୁଲ: – ହାତରେ ଫୁଲ ଏବଂ ତୁଳସୀ ପତ୍ର ଧରି ଫୁଲ ଏବଂ ତୁଳସୀ ପତ୍ରକୁ ଶ୍ରୀ ରାମଙ୍କୁ ଉତ୍ସର୍ଗ କରନ୍ତୁ ।

ଅଙ୍ଗ ପୂଜା: – ଶ୍ରୀ ରାମ ଜୀଙ୍କର ବିଭିନ୍ନ ଅଂଶ ପାଇଁ ଅକ୍ଷତ ଏବଂ ଫୁଲ ସହିତ ବାମ ହାତରେ ମନ୍ତ୍ର ଜପ କରି, ଅକ୍ଷତଙ୍କୁ ଟିକେ ଦିଅନ୍ତୁ

ଏସବୁ ପରେ ଭୋଗ ପୂଜା କରି ସମସ୍ତଙ୍କୁ ପ୍ରସାଦ ବାଣ୍ଟି ଦିଅନ୍ତୁ। ଯଦି ରାମଚରିତ ମାନସ ପଠନ କରିବାକୁ ଚାହାଁନ୍ତି ତେବେ ଏହି ଦିନ କରିବା ସବୁଠାରୁ ବେଶ ଉପାଦେୟ ଅଟେ।

Categories
ବିଶେଷ ଖବର

ଲୋକସଭାର ପ୍ରଥମ ଅଧିବେଶନ-ଲୋକତନ୍ତ୍ରର ମନ୍ଦିରରେ ଜୟ ଶ୍ରୀରାମ,ଜୟ ମା କାଳୀ ଓ ଆଲ୍ଲା ହୁ ଆକବର

କେଦାର ମିଶ୍ର 

ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଦେଶର ସମ୍ବିଧାନ ଅନୁସାରେ ସମସ୍ତଙ୍କ ପାଇଁ ନ୍ୟାୟ କରିବାକୁ ଶପଥ ନେଉଥିବା ମାନ୍ୟବର ଲୋକସଭା ସଦସ୍ୟମାନେ ପରଷ୍ପରର ଧର୍ମକୁ ନେଇ ଲୋକସଭାରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ବୋଧହୁଏ ଆମ ଲୋକତନ୍ତ୍ର ଲାଗି ସବୁଠୁ ଲଜ୍ଯାକର ଦୃଶ୍ୟ ହୋଇ ରହିବ। ଦ୍ଵିତୀୟ ଥର ଜିତିବା ପରେ ଭାରତୀୟ ଜନତା ପାର୍ଟି ଖୋଲାଖୋଲି ନିଜର ସାମ୍ପ୍ରଦାୟିକ ଚରିତ୍ରକୁ ଏଥର ସଂସଦ ଭିତରେ ଜାହିର କରୁଛି। ବିରୋଧୀ ଦଳର ସଦସ୍ୟ ଓ ସଂଖ୍ୟାଲଘୁ ବର୍ଗର ନିର୍ବାଚିତ ସଦସ୍ୟମାନଙ୍କୁ ଅତି ନିକୃଷ୍ଟ ଭାବରେ ଅପମାନିତ କରାଯାଉଛି।ବିରୋଧୀଙ୍କୁ ଚିଡାଇବା ଲାଗି “ଜୟ ଶ୍ରୀରାମ” ନାରା ଲଗାଯାଉଛି।  “ଜୟ ଶ୍ରୀରାମ” ଆଜି ଆଉ ଏକ ଧାର୍ମିକ ଧ୍ୱନି ହୋଇ ରହିନାହିଁ। ରାଜନୈତିକ ପ୍ରତିଯୋଗୀଙ୍କୁ ଅପମାନିତ କରିବାଲାଗି ବିଜେପି ସଦସ୍ୟମାନେ “ଜୟ ଶ୍ରୀରାମ” ଧ୍ବନିର ଦୁର୍ବ୍ୟବହାର କରୁଛନ୍ତି। ପ୍ରଥମତଃ ସମ୍ବିଧାନର ଶପଥ ନେଉଥିବା ଆମର ଲୋକପ୍ରତିନିଧି ମାନେ ନିଜର ଧାର୍ମିକ ପରିଚୟକୁ ସଂସଦ ଗୃହ ବାହାରେ ଛାଡି ଆସିବା କଥା। ସମ୍ବିଧାନ ଓ ଆଇନର ଶାସନରେ ଆପଣ ସାରା ଭାରତର ପ୍ରତିନିଧି। ଗଣତନ୍ତ୍ରର ଏଇ ସାଧାରଣ ଶିଷ୍ଟାଚାର ବୋଧହୁଏ ଶାସକ ଦଳଠାରୁ ଆଶା କରିବା ବୃଥା!

ଶପଥ ଗ୍ରହଣ ସମୟରେ ବିଜେପି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବରେ ବିରୋଧୀଙ୍କୁ ଅପମାନିତ କରୁଥିବାର ଦୃଶ୍ୟ, ଆମର ଗଣତନ୍ତ୍ର ଲାଗି ଏକ ଭୟଙ୍କର କଳାଦିନର ସଙ୍କେତ ଦେଉଛି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଆଗରେ ମୁଣ୍ଡିଆ ମାରୁଥିବାବେଳେ ତାଙ୍କ ଦଳର ପ୍ରତିନିଧିମାନେ ସମ୍ବିଧାନ ଦ୍ଵାରା ପ୍ରତିଷ୍ଠିତ ଆମର ସଂସଦୀୟ ପରମ୍ପରାକୁ ପଦାଘାତ କରୁଛନ୍ତି। ସଂସଦର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଶପଥ ଗ୍ରହଣ କରିବା ସମୟରେ ଶାସକ ଦଳର ଆଚରଣ ଅତ୍ୟନ୍ତ ଲଜ୍ଜାଜନକ ରହିଥିଲା। ଲୋକସଭାର  ଶପଥ ଗ୍ରହଣ ଉତ୍ସବ ଏକ ସୌହାର୍ଦ୍ଦ୍ୟ ଓ ସଦ୍ଭାବନାମୂଳକ ପରିବେଶରେ ଯଦି ହୋଇ ପାରୁନାହିଁ, ତାହେଲେ ଆଗାମୀ ଦିନରେ ଲୋକସଭା କେମିତି ଚାଲିବ, ତାର ସ୍ପଷ୍ଟ ସଙ୍କେତ ଏଥିରୁ ମିଳିଯାଉଛି।

ଏହି ପୃଷ୍ଠଭୂମିରେ ଆଜି ଆମଲାଗି ସବୁଠୁ ଚିନ୍ତାର ବିଷୟ ହେଉଛି, ଧାର୍ମିକତାର ଆଧାରରେ ଆମେ ସତରେ ବିଭାଜିତ ହୋଇ ସାରିଛୁ କି? ଦେଶର ଶାସକ ଦଳ ନିଜକୁ ହିନ୍ଦୁ ମାନଙ୍କର ପ୍ରତିନିଧି ବୋଲି ଖୋଲାଖୋଲି ଘୋଷଣା କରିବା ଓ ବିରୋଧୀଙ୍କୁ ସଙ୍ଖ୍ୟାଲଘୁଙ୍କ ସମର୍ଥକ ବୋଲି କହିବାର ପ୍ରକ୍ରିୟାରୁ ଏକଥା ତ ସ୍ପଷ୍ଟ ହୋଇ ଯାଉଛି। ଲୋକସଭା ଭିତରେ ତୃଣମୂଳ ଓ ବିଜେପି ମଧ୍ୟରେ ଯେଉଁ ଯୁଦ୍ଧ ଦେଖିବାକୁ ମିଳିଥିଲା, ସେଥିରେ ହିନ୍ଦୁ ଧର୍ମ ଭିତରେ ମଧ୍ୟ ବିଭାଜନର ଏକ ଭୟଙ୍କର ଆଭାସ ମିଳୁଥିଲା। ବିଜେପିର “ଜୟ ଶ୍ରୀରାମ” ନାରା କୁ ଖର୍ବ କରିବାକୁ ତୃଣମୂଳ ସଦସ୍ୟମାନେ “ଜୟ ମା କାଳୀ” ନାରା ଦେଇଥିଲେ। ଇତିହାସରେ ଏକଦା ଶୈବ ଓ ବୈଷ୍ଣବମାନଙ୍କ ଭିତରେ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ତାହାର ପୁରାବୃତ୍ତିର ଏ ସୂଚନା ନୁହେଁ ତ!

ଆମେ ଯେଉଁମାନେ ୧୯୮୯ ମସିହାରୁ ଲୋକସଭା ବିତର୍କ ଓ ଲୋକସଭାର କାର୍ୟକ୍ରମ ଦେଖି ଆସୁଛୁ, ଆମ ଲାଗି ଏହି ଲୋକସଭାର ପ୍ରଥମ ଅଧିବେଶନ ସବୁଠୁ ବେଶୀ ଅପମାନଜନକ ଓ ଚିନ୍ତାଜନକ। ଧାର୍ମିକ ଉନ୍ମାଦର ଏତେ ବେଶୀ ଭୟଙ୍କର ପ୍ରଦର୍ଶନ କେବେ ବି କୌଣସି ଲୋକସଭାରେ ଦେଖିବାକୁ ମିଳିନଥିଲା। ଧାର୍ମିକ ପରିଚୟ ଆଧାରରେ ସଭ୍ୟମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରେ, ସାମାନ୍ୟତମ ଲଜା ଅନୁଭବ କରୁନାହାନ୍ତି। ଆମ ଲୋକ ପ୍ରତିନିଧିଙ୍କ ଆଚରଣରୁ ଯାହା ମନେହେଉଛି, ଆମେ ବୋଧହୁଏ ଏକ ଭୟଙ୍କର ସାଂସ୍କୃତିକ ବିଭାଜନ ଆଡକୁ ମୁହାଁଉଛୁ। ଭାରତୀୟ ନାଗରିକ ଓ ସମ୍ବିଧାନର ଅନୁରକ୍ତ ପ୍ରତିନିଧି ଅପେକ୍ଷା ନିଜ ନିଜର ଧାର୍ମିକ ପରିଚୟକୁ ନେଇ ସଭ୍ୟମାନେ ଅତ୍ୟନ୍ତ ନିକୃଷ୍ଟ ଆଚରଣ ପ୍ରଦର୍ଶନ କରୁଛନ୍ତି। ଶାସକ ଦଳର ପ୍ରରୋଚନାରେ ଏବେ ଲୋକସଭା ଧର୍ମସଭା ପରି ଲାଗୁଛି। ଏକବିଂଶ ଶତାବ୍ଦୀରେ ପୃଥିବୀର ସର୍ବ ବୃହତ ଗାଣତାନ୍ତ୍ରିକ ରାଷ୍ଟ୍ର ଧାର୍ମିକ ଉନ୍ମାଦନାର ରାଷ୍ଟ୍ର ପରି ଦୃଶ୍ୟମାନ ହେବା, ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ।