Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ଶୁଭାରମ୍ଭ ହେଲା ଭ୍ରାମ୍ୟମାଣ ଜଳଛତ୍ର: ୪ଟି ମାର୍ଗରେ ଯୋଗାଇବ ସେବା

ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଘରେ ରହୁଥିବା ଲୋକ ଅସହ୍ୟ ତାତିକୁ ସହ୍ୟ କରିପାରୁନଥିବା ବେଳେ ଜରୁରୀ କାମରେ ବାହାରକୁ ଯାଉଥିବା ପଥିକଟିର ଅବସ୍ଥା ଆହୁରି ଖରାପ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘ “ଜୟ ଓଡ଼ିଶା” ଦ୍ଵାରା ଏକ ଭ୍ରାମ୍ୟମାଣ ଜଳଛତ୍ରର ପ୍ରଚଳନର ଶୁଭାରମ୍ଭ କରାଯାଇଛି। ଏହା ଆଜି ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ବେଳେ, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଓ ରମାଦେବୀ ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସସେଲର ଅପରାଜିତା ଚୌଧୁରୀ ଏହାର ଉନ୍ମୋଚନ କରିଛନ୍ତି।

ଅନ୍ୟାନ୍ୟ ଅତିଥି ଭାବେ ରମାଦେବୀର ପିଜି କାଉନସିଲ ଚେୟରମ୍ୟାନ ଚଣ୍ଡୀ ରଥ, ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ଜେନେରାଲ ତଥା ‘ମୁକ୍ତା’ ଯୋଜନାର ଉପଦେଷ୍ଟା କୁମାରୀ ଇପ୍ସିତା ସାହୁ, ବିଜୁ ଯୁବ ଜନତା ଦଳର ସେକ୍ରେଟାରୀ ଅମରଜିତ୍ ଗୋଡ଼ ଓ ରମାଦେବୀର ପିଜି ଛାତ୍ରୀ ସୃଷ୍ଟି ମିଶ୍ର ଉପସ୍ଥିତ ଥିଲେ।

ଜନସାଧାରଣଙ୍କ ସେବା ନିମନ୍ତେ ଏହି ଯାନଟି ଭୁବନେଶ୍ୱରର ୪ଟି ରୁଟ ଯଥା ବାଣୀ ବିହାରରୁ ଶିଶୁଭବନ ଛକ, କଟକ ରୋଡ, ଆଚାର୍ଯ୍ୟ ବିହାରରୁ ଏୟାରପୋର୍ଟ ଛକ ଏବଂ ଜୟଦେବ ବିହାର ଛକରୁ ରାଜଭବନ ଛକ ଆଦିରେ ସକ୍ରିୟ ରହିବ। ସହରର ବିଭିନ୍ନ କଲେଜ ଛାତ୍ରଛାତ୍ରୀ, ସଡକରେ ନିରନ୍ତର କାର୍ଯ୍ୟରତ ଅନେକ ଟ୍ରାଫିକ ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିକଟରେ ପହଞ୍ଚି ଜଳସେବା ଯୋଗାଇବା ହେଉଛି ଏହି ଭ୍ରାମ୍ୟମାଣ ଜଳଛତ୍ରର ମୂଳଲକ୍ଷ୍ୟ।

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ପ୍ରେରିତ ହୋଇ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ, ଜନସେବାରେ ନିଜକୁ ନିୟୋଜିତ କରି, ଲୋକଙ୍କୁ ପ୍ରଚଣ୍ଡ ଖରାରୁ ଟିକେ ମୁକ୍ତି ଦେବା ପାଇଁ ଏହା ହେଉଛି ଏକ ଛୋଟ ପ୍ରୟାସ। ଏହି ଯାନଟି ଜଳ ଆବଶ୍ୟକ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ବାକୁ ଚେଷ୍ଟା କରିବ ଓ ଲୋକଙ୍କୁ ଜଳ ଯୋଗାଇବାରେ ସହାୟକ ହେବ ବୋଲି ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।

Categories
ଫଟୋ ଖବର

ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ‘ଜୟ ଓଡ଼ିଶା’ ପକ୍ଷରୁ ଯୁବତୀଙ୍କ ମଟର ସାଇକେଲ ରାଲି

ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ‘ଜୟ ଓଡ଼ିଶା’ ପକ୍ଷରୁ ଯୁବତୀଙ୍କ ମଟର ସାଇକେଲ ରାଲି, ସହିଦ ନଗର ଦୁର୍ଗା ମଣ୍ଡପରୁ ମହିଳା ଥାନାରେ ପହଁଚିଥିଲା ବାଇକ ରାଲି। ମହିଳା ପୋଲିସଙ୍କୁ ସମ୍ବର୍ଦ୍ଧନା ଦେଲା ‘ଜୟ ଓଡ଼ିଶା’।