Categories
ଆଜିର ଖବର ରାଜ୍ୟ ଖବର

ବିରୋଧୀ ଦଳ ନେତାଙ୍କୁ ଆକ୍ଷେପ କରି ସାମ୍ବିଧାନିକ ପଦକୁ ନଷ୍ଟ କରିଛି ବିଜେଡି : ସୋନାଲୀ ସାହୁ

ଭୁବନେଶ୍ୱର : ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ବିଜୁ ଜନତା ଦଳର ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ପାଗଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ସାମ୍ବିଧାନିକ ପଦର ଗାରିମାକୁ ନଷ୍ଟ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି ।

ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଅସୁସ୍ଥ ଥିବା ସତ୍ୱେ ବିଧାନସଭାକୁ ଆସି ନିଜ ସାମ୍ବିଧାନିକ ଦାୟୀତ୍ୱ ନିର୍ବାହ କରୁଛନ୍ତି । ଅନ୍ୟ ପଟେ ଦଳୀୟ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିବା ପାଇଁ କୁଂଠାବୋଧ କରୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଜୟନାରାୟଣଙ୍କ ପାଖରେ ଯଦି ଏତେ ତଥ୍ୟ ଅଛି ତେବେ ସେ କୋର୍ଟ ଯିବାକୁ ଡରୁଛନ୍ତି କାହିଁକି ?

ଭୁବନେଶ୍ବର: ରାଜ୍ୟର ଏକ ଚାଞ୍ଚଲ୍ୟ ଖେଳାଇଥିବା ହତ୍ୟାକାଣ୍ଡ ମଧ୍ୟ ରାଜନୈତିକ ପଶାପାଲିରୁ ବର୍ତ୍ତି ପାରୁ ନାହିଁ। ରାଜ୍ୟର ଜଣେ ଟାଣୁଆ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବେଶ କିଛି ଦିନ ଧରି ରାଜ୍ୟ ବିଜେପି ରାଜନୀତି କରିବାରେ ଲାଗିଛି। ଏହି ହତ୍ୟାକାଣ୍ଡ ନେଇ କେତେ ବେଳେ କିଏ କଣ କହୁଛି ତାହାର ହିସାବ ନାହିଁ।

ବିଧାନସଭା ଆରମ୍ଭରେ ଆଜି ଏହିପରି ଏକ ରୋମାଞ୍ଚକର ତଥ୍ୟ ପ୍ରଦାନ କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ ନବ ଦାସ ହତ୍ୟାର ଚାରିଦିନ ପୂର୍ବରୁ 5ଟି ସଚିବ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଫୋନ କଲ ରେକର୍ଡ କରାଯାଉ। ତାର ଅର୍ଥ ଏହି ଦୁଇଜଣ ନବ ଦାସଙ୍କୁ କଣ କହିଥିଲେ ତାହା ଯାଞ୍ଚ କରାଯାଉ। ତେବେ ଆଶ୍ଚର୍ଯ୍ୟର କଥା ଏହା ସେ ଗୃହ ଭିତରେ କହି ନ ଥିଲେ। ଗୃହ ବାହାରେ ସାମ୍ବାଦିକଙ୍କୁ କହିଥିଲେ।

ତେବେ ପ୍ରଶ୍ନ ଉଠିଛି ଯେ, ଜୟନାରାୟଣଙ୍କ ପାଖରେ ଏହାର କିଛି ତଥ୍ୟ ଯଦି ଅଛି ତେବେ ସେ ଗୃହ ଭିତରେ କହିବାକୁ ଡରିଲେ କାହିଁକି। ଏହା ହୋଇପାରେ କି, ଏହି ମନ୍ତବ୍ୟର କୌଣସି ଭିତ୍ତି ନ ଥିବାରୁ ସେ ଗୃହରେ କହି ବିବରଣୀ ସ୍ଥାନିତ ନ ହେବାକୁ ଚାହିଁ ଥାଇପାରନ୍ତି। ଅନ୍ୟପକ୍ଷରେ ଏତେବଡ ପ୍ରମାଣ ଯଦି ଜୟନାରାୟଣଙ୍କ ପାଖରେ ଅଛି ତେବେ ସେ କୋର୍ଟରେ ସତ୍ୟପାଠ ମାଧ୍ୟମରେ ଅବଗତ ନ କରାଇ ମିଡିଆ ଆଗରେ କାହିଁକି ବଖାଣି ହେଲେ।

କାରଣ ଜୟନାରାୟଣ ଭଲ ଭାବରେ ଜାଣନ୍ତି ଯେ କୌଣସି ଭିତ୍ତି ନ ଥିବା କଥା କେବଳ ମିଡିଆରେ କହିଦେଲେ ତାହା ସାରା ରାଜ୍ୟରେ ତୁମ୍ବି ତୋଫାନ ସୃଷ୍ଟି କରିବ। ସେ ଏହା ମଧ୍ୟ ଜାଣନ୍ତି ଯେ, ମିଡିଆ ବ୍ୟକ୍ତବ୍ୟକୁ କୌଣସି କୋର୍ଟ ପ୍ରମାଣ ସ୍ବରୂପ ଗ୍ରହଣ କରିବ ନାହିଁ। ତେଣୁ ସେ ଉପଯୁକ୍ତ ଫୋରମରେ ନ କହି କେବଳ ହୋହାଲ୍ଲା କରିବା ପାଇଁ ଜୟ ନାରାୟଣ ଏପରି କହିଛନ୍ତି। ଯାହା ଗଣତନ୍ତ୍ର ପାଇଁ କେବେ ବି ଶୁଭକର ନୁହେଁ।

Categories
ଆଜିର ଖବର ରାଜ୍ୟ ଖବର

BREAKING NEWS: ଜୟ ନାରାୟଣ ମିଶ୍ରଙ୍କ ଜୟ ହେଲା, ମିଳିଲା ବିରୋଧୀ ଦଳ ନେତା ଦାୟିତ୍ବ

ଭୁବନେଶ୍ବର: ଶେଷରେ ବିଜେପି ବିଧାୟକ ଜୟନାରାୟଣଙ୍କ ଜୟ ହୋଇଛି। ସେ ବିରୋଧୀ ଦଳର ନେତା ଭାବେ ମନୋନିତ ହୋଇଛନ୍ତି। ଆଜି ଏ ନେଇ ବିଜେପି ରାଜ୍ୟ ସହ ପ୍ରଭାରୀ ତାଙ୍କ ନାମ ଘୋଷଣା କରିଛନ୍ତି। ବିରୋଧୀ ଦଳର ନେତା ଥିବା ପ୍ରଦୀପ୍ତ ନାୟକ ଅସୁସ୍ଥତା ପାଇଁ ତାଙ୍କ ବଦଳରେ ଜୟ ନାରାୟଣଙ୍କୁ ଏହି ଦାୟିତ୍ବ ଦିଆଯାଇଛି।

ପୂର୍ବରୁ ଜୟନାରାୟଣଙ୍କୁ ଏହି ଦାୟିତ୍ବ ଦିଆଯିବାର ସମ୍ଭାବନା ଥିଲା। ହେଲେ ସେତେବେଳେ ତାଙ୍କୁ ମନୋନିତ ନ କରି ପ୍ରଦୀପ୍ତ ନାୟକଙ୍କୁ ବଛାଯାଇଥିଲା। ବର୍ତ୍ତମାନ ପ୍ରଦୀପ୍ତ ନାୟକ ଅସୁସ୍ଥତା ପରେ ପୁଣି ଥରେ ଜୟନାରାୟଣଙ୍କ ନାମ ଚର୍ଚ୍ଚାକୁ ଆସିଥିଲା।

ବର୍ତ୍ତମାନ ବିଜେପି ବିଧାନସଭାରେ ନିଜର ବିରୋଧକୁ ଜୋରଦାର କରିବ ବୋଲି ଆଶା କରାଯାଉଛି।