Categories
ବିଶେଷ ଖବର ରାଜ୍ୟ ଖବର

Jharsuguda Result: ଜିତିବା ରାସ୍ତାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଏହି ଗଣତିରେ ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହୁଛନ୍ତି। ଏଥିସହିତ ଭୋଟ ବ୍ୟବଧାନ ମଧ୍ୟ ପ୍ରତି ରାଉଣ୍ଡରେ ବଢିବାରେ ଲାଗିଛି। ବର୍ତ୍ତମାନ ରାଉଣ୍ଡ ୧୧ ସୁଦ୍ଧା ବିଜେଡିର ଦୀପାଳି ଦାସ ୨୮, ୧୭୦ ଭୋଟରେ ଆଗୁଆ ଅଛନ୍ତି ।

ସୂଚନା ଅନୁସାରେ

ରାଉଣ୍ଡ-୧୧

ବିଜେଡି- ୬୩ ହଜାର ୫୫୮ ଖଣ୍ଡ

ବିଜେପି- ୩୫ ହଜାର ୩୮୮ ଖଣ୍ଡ

କଂଗ୍ରେସକୁ- ୩ ହଜାର ୨୦୮ଟି ଭୋଟ ମିଳିଛି ।

ସେହିପରି ରାଉଣ୍ଡ -୧୨ ଭୋଟ

ବିଜେଡି- ୭୧ ହଜାର ୧୨୧ ଖଣ୍ଡ

ବିଜେପି- ୩୯ ହଜାର ୬୩୬

କଂଗ୍ରେସ- ୩ ହଜାର ୪୬୯ଟି ଭୋଟ ମିଳିଛି ।

ତେବେ ଏମିତି ଯଦି ଟ୍ରେଣ୍ଡ ଜାରି ରୁହେ ତେବେ ବିଜେଡି ପ୍ରାର୍ଥୀ ଦିପାଳି ଦାସ ନିଶ୍ଚିତ ଜିତିବାର ସମ୍ଭାବନା ରହିଛି। ପୂର୍ବରୁ ବିଜେଡି ଯେଉଁ ୫୦ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି ଯେଉଁ ଆକଳନ କରିଥିଲା ତାହା ସତରେ ପରିଣତ ହେବ। ଏହି ଫଳାଫଳରୁ ଅନୁମାନ କରିହେଉଛି ଯେ ଲୋକମାନେ ପୂର୍ବପରି ବିଜେଡି ପ୍ରତି ସମର୍ଥନ ଜାରୀ ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

Jharsuguda Result6: ଆଗରେ ବିଜେଡି, ହାସଲ କଲା ୩୫୬୦୯ ଖଣ୍ଡ ଭୋଟ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଷଷ୍ଠ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ମିଳିଛି ୩୫୬୦୯ ଖଣ୍ଡ ଭୋଟ। ସେହିପରି ବିଜେପିକୁ ୧୯୮୫୮ ଓ କଂଗ୍ରେସକୁ ମାତ୍ର ୧୯୩୯ ଟି ଭୋଟ ମିଳିଛି ।

ତେବେ ୫ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୩୦୦୫୦ଟି ଭୋଟ ମିଳିଥିବାବେଳେ ବିଜେପିକୁ ୧୬୫୦୫ ଓ କଂଗ୍ରେସକୁ ମାତ୍ର ୧୧୫୦ଟି ଭୋଟ ମିଳଥିଲା ।

Categories
ଆଜିର ଖବର ରାଜ୍ୟ ଖବର

Jharsuguda Result: ଦ୍ବିତୀୟ ରାଉଣ୍ଡରେ ମଧ୍ୟ ଦୀପାଳି ଆଗରେ, ବଢିଲା ଭୋଟ ବ୍ୟବଧାନ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଛି। ମିଳିଥିବା ସୂଚନା ଅନୁସାରେ ବିଜେଡିର ଦୀପାଳି ଦାସ ଦ୍ବିତୀୟ ରାଉଣ୍ଡରେ ୧୭୫୪୩ ଖଣ୍ଡ ଭୋଟ୍ ପାଇଛନ୍ତି। ଦ୍ବିତୀୟ ରାଉଣ୍ଡରେ ଦୀପାଳି ୭୭୩୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ଦ୍ଵିତୀୟ ରାଉଣ୍ଡ
ବିଜେଡି – ୧୭୫୪୩
ବିଜେପି- ୯୮୦୯
କଂଗ୍ରେସ -୫୨୧

ପ୍ରଥମ ରାଉଣ୍ଡ ଗଣତିରେ ଦୀପାଳି ଦାସ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ୨୭୦୬  ଭୋଟରେ ଆଗୁଆ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ଝାରସୁଗୁଡାରେ ଦୀପାଳି ଆଗୁଆ, ଦ୍ବିତୀୟରେ ବିଜେପିର ଟଙ୍କଧର

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନର ପ୍ରଥମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ପ୍ରଥମ ରାଉଣ୍ଡ ଫଳ ଅନୁସାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଜେଡିର ଦୀପାଳି ପ୍ରଥମ ରାଉଣ୍ଡରେ ୫୯୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମିଳିଛି ମାତ୍ର ୧୨୩ ଖଣ୍ଡ ଭୋଟ।

ପ୍ରଥମ ରାଉଣ୍ଡ ଗଣତିରେ ବର୍ତ୍ତମାନ ଦୀପାଳି ଦାସ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ୨୭୦୬  ଭୋଟରେ ଆଗୁଆ ଅଛନ୍ତି। ଆଜି ସକାଳୁ ଝାରସୁଗୁଡା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ ଭୋଟ ଗଣତି କରାଯାଇଥିଲା। ଏହାପରେ ଇଭିଏମ ଗଣତି ଆରମ୍ଭ କରାଯାଇଥିଲା।