Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରେମ ନିବେଦନ କରି ବିଫଳ ହେବାରୁ ଆକ୍ରମଣ ଅଭିଯୋଗ: ଝିଅ ଗୁରୁତର, ମାଆ ମୃତ

ଭବାନୀପାଟଣା: ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛି ଯୁବକ। ଯୁବତୀଙ୍କ ମାଆ ଝିଅକୁ ବଂଚାଇବାକୁ ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତର ଛୁରାଘାତରେ ପ୍ରାଣ ହରାଇଛନ୍ତି। ଗତକାଲି ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଂଟା ଗ୍ରାମରେ।

ଯୁବତୀ ଜଣକ ପୋଖରୀରୁ ଗାଧୋଇ ସାରି ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଘଟଣାରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଯୁବତୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ କେସିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି। ଏକ ତରଫା ପ୍ରେମ କରି ବିଫଳ ହେବାରୁ ଉତ୍ୟେକ୍ତ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।