Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛାତ୍ରର ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳର ଶୁଭ୍ରାଂଶୁ ମହାରଣା ନାମକ ଜଣେ ଛାତ୍ର ନିଜ ମା’ଙ୍କ ଲୁଗା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରକାଶିତ ଖବରରୁ ପ୍ରକାଶ ଯେ, ନରେନ୍ଦ୍ର ମହାରଣାଙ୍କ ପୁଅ ଶୁଭ୍ରାଂଶୁ ଗତ ବୁଧବାର ରାତିରେ ମୋବାଇଲ ଫୋନ ଦେଖୁଥିଲା ଓ ବାପା ଓ ମା ଶୋଇପଡ଼ିଥିଲେ। ସକାଳୁ ପରିବାର ଲୋକେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ଟାଉନ ଥାନାକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ୧୦/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ତଥାପି ଶୁଭ୍ରାଂଶୁ କୋୖଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଏହିଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୈଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଲାଠି ମୁଖ୍ୟ ରାସ୍ତା କୋରେଇସୁଣୀ ମନ୍ଦିର ବନ୍ଧ ହୁଡ଼ାରୁ ଝୁଲୁଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ନାମ କ୍ଷେତ୍ରବାସୀ ସାହୁ ଓ ତା ଘର ଆସ୍କା ରୋଡ଼ ଧୋବା ବନ୍ଧ ହୁଡ଼ା ବୋଲି ଜଣାପଡିଛି।

ଆତ୍ମହତ୍ୟା ର କାରଣ ଜଣାପଡି ନାହିଁ। ଖବର ପାଇ ପରିବାର ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ।ଶବ ଉଦ୍ଧାର କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଲିଟେକନିକ୍ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ କମାପଲ୍ଲୀ ବୈଦ୍ୟନାଥ ନଗର ଠାରେ ଭଡ଼ା ଘରେ ରହୁଥିବା ଜଣେ ଛାତ୍ରର ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ବ୍ରହ୍ମପୁର ପଲିଟେକନିକ୍ ଅନୁଷ୍ଠାନର ମେକାନିକାଲ ବିଭାଗର ଛାତ୍ର ଓ ତାଙ୍କର ନାମ ସାଗର ବେହେରା ବୋଲି ଜଣାପଡିଛି।

ସେ ଅନ୍ୟ ଜଣେ ସାଙ୍ଗ ସହିତ ଏକ ଭଡ଼ା ଘରେ ରହୁଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଛାତ୍ର ମୃତ୍ୟୁର କାରଣ ଜଣାପଡ଼ିନାହିଁ।