Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରୁନ୍ଧା ଘରେ ଟଙ୍କା ଗଣି କର୍ମଚାରୀ ଅସୁସ୍ଥ, ଲାଗିଲା ଅକ୍ସିଜେନ ସିଲିଣ୍ଡର, ୨୫ଟି ମେସିନ ନିୟୋଜିତ

ଭୁବନେଶ୍ବର: ଚାରିଦିନ ଧରି ଚାଲିଛି ଟଙ୍କା ଗଣତି ଯେ, ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ। ମଦଭାଟିରୁ ଜବତ ସମସ୍ତ ଟଙ୍କା ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମୁଖ୍ୟାଳୟରେ ଭର୍ତ୍ତି କରାଯାଇ ଗଣତି ଚାଲିଛି। ହେଲେ ରୁନ୍ଧା ଘରେ ଗଦାଗଦା ଟଙ୍କା ଓ କର୍ମଚାରୀ ରହିବାରୁ ସେଠାରେ ଅମ୍ଲଜାନ ଅଭାବ ରହୁଛି। ଫଳରେ କର୍ମଚାରୀମାନେ ହାଲିଆ ହୋଇପଡୁଛନ୍ତି। ଏହାକୁ ଦୂର କରିବା ପାଇଁ ଆଇଟି ବିଭାଗ ତରଫରୁ ସେଠାରେ ଅକ୍ସିଜେନ ସିଲିଣ୍ଡର ନିୟୋଜିତ କରାଯାଉଛି।

ବର୍ତ୍ତମାନ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ବସ୍ତା ପରେ ବସ୍ତା ଟଙ୍କା ଆସିବାରୁ ସେଠାରେ ମଧ୍ୟ ଏକ ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଛି। ମୋଟ ୧୭୬ଟି ବ୍ୟାଗ ସେଠାରେ ରଖାଯାଇଛି। ସେଥିମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୪ଟି ବ୍ୟାଗ୍ ଗଣା ହେବ। ଶନିବାର ରବିବାର ଛୁଟି ଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣତିରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ୫୦ରୁ ଅଧିକ ବ୍ୟାଙ୍କ କର୍ମଚାରୀ ଏହି ଟଙ୍କା ଗଣାରେ ନିୟୋଜିତ ଅଛନ୍ତି।

ଏସବୁ ଗଣତି କାର୍ଯ୍ୟ ତଦାରଖ କରିବା ପାଇଁ ମଧ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ୨୫ଟି ମେସିନରେ ଟଙ୍କା ଗଣା ଯାଉଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନକୁ ଗଚ୍ଛିତ ରଖାଯାଇଛି। ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। କାରଣ ପୂର୍ବରୁ ଟଙ୍କା ଗଣି ଗଣି ମେସିନ ମଧ୍ୟ ଖରାପ ହୋଇଯାଉଛି।

ଗୋଟିଏ ପଟେ ଟଙ୍କା ଗଣତି ସରି ନ ଥିବା ବେଳେ ଅନ୍ୟପଟେ ଚଢାଉ ମଧ୍ୟ ଶେଷ ହୋଇପାରୁ ନାହିଁ। ଗତକାଲି ଆଇଟି ବିଭାଗ ଅଧିକାରୀ ଟିଟିଲାଗଡରେ କେତେକ ସ୍ଥାନ ଉପରେ ଚଢାଉ କରିଥିଲେ। ସେଠାରେ ମଧ୍ୟ ଟଙ୍କା ଗଣତି ଚାଲିଛି। ତେବେ ଏ ପର୍ଯ୍ୟନ୍ତ କେତେ ଟଙ୍କା ମିଳିଛି ତାହା ଜଣାପଡି ନ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା 300 କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ତେବେ ଶେଷ ହେବା ବେଳକୁ ଏହା 500 କୋଟି ଟପିବ ବୋଲି ଜଣାପଡିଛି।

ତେବେ ଅଶ୍ଚର୍ଯ୍ୟର କଥା ଯେ, ଏହି ଜବତ ଟଙ୍କାରେ ରହିଛି 10, 20, 50, 100 ଏବଂ 500 ଟଙ୍କିଆ ବଣ୍ଡଲ। ଏହାକୁ ନେଇ ଆଇଟି ବିଭାଗର ସନ୍ଦେହ ବୃଦ୍ଧି ପାଇଛି। ଯେଉଁମାନେ କ୍ୟାସ ରଖନ୍ତି ସେମାନେ ସର୍ବାଧିକ ମୂଲର ନୋଟ ଯଥା 500 ଟଙ୍କିଆ ବଣ୍ଡଲ ଗଚ୍ଛିତ କରନ୍ତି। କାରଣ 500 ଟଙ୍କିଆ ବଣ୍ଡଲ ରଖିଲେ ତାହା କମ ସ୍ଥାନ ଅଧିକାର କରିଥାଏ। ହେଲେ ଏହି ସାହୁ ବ୍ରଦର୍ସ ସବୁଠାରୁ କମ ମୂଲ୍ୟର ଟଙ୍କା ବଣ୍ଡଲ ରଖିବା ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଏହି ଟଙ୍କା ଜବତ ଏକ ସର୍ବକାଳୀନ ରେକର୍ଡ ବୋଲି ଜଣାପଡିଛି। ଏତେ ଟଙ୍କା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କଂଗ୍ରେସରୁ ରାଜ୍ୟସଭା ସାଂସଦ ଥିବା ଧୀରଜ ସାହୁ ଏବଂ ତାଙ୍କ ସଂପର୍କୀୟ ସହ ତାଙ୍କ କର୍ମଚାରୀଙ୍କ ଘର ଏବେ ବି ଚଢାଉ ଜାରୀ ରହିଛି। ତାଙ୍କର ନିଜ ଲୋକ ବୋଲି କୁହାଯାଉଥିବା ସୁନ୍ଦରଗଡର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ଘରେ ଏବଂ ତାଙ୍କର ରାଜ୍ୟ ବାହାରେ ଥିବା ଅଫିସରେ ଚଢାଉ ଜାରୀ ରହିଛି।

ତେବେ ସମସ୍ତ ଚଢାଉ ଏବଂ ଟଙ୍କା ଗଣତି ଆଜି ସଂଧ୍ୟା ସୁଦ୍ଧା ଶେଷ ହୋଇଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

“୨୨ ଟି ଦେଶ ଭାରତ ସହିତ ଟଙ୍କାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ”: ପଢନ୍ତୁ ଅର୍ଥମନ୍ତ୍ରୀ କହିଥିବା ୧୦ ଟି ବଡ କଥା

ନୂଆଦିଲ୍ଲୀ: ଜି -୨୦ ଶିଖର ସମ୍ମିଳନୀର ସଫଳତା ତଥା ଭାରତର ଅର୍ଥନୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଏନଡିଟିଭି ସହ ଏକ ବିଶେଷ ବାର୍ତ୍ତାଳାପରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଥିବା ୧୦ ଟି ବିଷୟ ଉପରେ ଆସନ୍ତୁ ଜାଣିବା…

ଭାରତର ଅର୍ଥନୀତି ଏବଂ ଜି -୨୦ ର ସଫଳତା ଉପରେ ଅର୍ଥମନ୍ତ୍ରୀଙ୍କ ଠାରୁ ୧୦ ଟି ବଡ଼ ଜିନିଷ:

୧- ଜି -୨୦ ର ସମସ୍ତ ପ୍ରସଙ୍ଗରେ ଭାରତ ସହମତି ହାସଲ କରିଛି। ୟୁକ୍ରେନ ଏବଂ ଋଷ ପ୍ରସଙ୍ଗରେ ସମସ୍ତ ଜି -୨୦ ଦେଶ ମଧ୍ୟରେ ଏକ ସାଧାରଣ ସହମତି ପ୍ରକାଶ ପାଇଛି।

୨- ୨୨ ଟି ଦେଶ ଭାରତ ସହିତ ଟଙ୍କାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ। ଜି -୨୦ ସଦସ୍ୟ ଦେଶମାନେ ଭାରତ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଗ୍ଲୋବାଲ ସାଉଥର ସ୍ୱର ଉପରେ ପିଏମ ମୋଦୀଙ୍କ ଗୁରୁତ୍ୱ ରହିଛି।

୩- ଜି -୨୦ ସାମୂହିକ ଭାବରେ କ୍ରିପ୍ଟୋ, ବୈଶିକ ଋଣ, ବ୍ରେଟନ୍ ଉଡ୍ସ ଇନଷ୍ଟିଚ୍ୟୁସନ- ଇଣ୍ଟରନାସନାଲ ମନିଟାରି ଫୋରମ୍ ଏବଂ ବିଶ୍ଵ ବ୍ୟାଙ୍କରେ ସଂସ୍କାରର ଆବଶ୍ୟକତା ଭଳି ଆଲୋଚନା କରାଯାଇଥିଲା।

୪- ବିକାଶର ଆବଶ୍ୟକତାକୁ ଭାରତ ବୁଝୁଛି। ଜି-୨୦ ପାଇଁ ଅନେକ ସହରରେ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦେଶ ଭାରତର ବିବିଧତା ଏବଂ ସଂସ୍କୃତି ଦେଖିଥିଲେ।

୫- ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ଭାରତର ଏକ ନୂତନ ଭାବମୂର୍ତ୍ତି ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱ ଭାରତର ଚମତ୍କାର ସଂସ୍କୃତି ଦେଖିଲା।

୬- ଡିଜିଟାଲ କ୍ଷେତ୍ରରେ ଭାରତ ଏକ ନୂତନ ପରିଚୟ ସୃଷ୍ଟି କରିଛି। ଡିଜିଟାଲ୍ ଟେକ୍ନୋଲୋଜି MSME ପାଇଁ ଲାଭଦାୟକ ପ୍ରମାଣିତ କରୁଛି।

୭- ମୋଦୀ ସରକାରଙ୍କ ଏହି ଯୋଜନାରେ ସମସ୍ତେ ଉପକୃତ ହୋଇଛନ୍ତି। ଉଜ୍ଜ୍ୱଲା ସମେତ ସମସ୍ତ ଯୋଜନାରେ କୌଣସି ଭେଦଭାବ ହୋଇନାହିଁ।

୮- ବିରୋଧୀ ସନାତନ ଧର୍ମକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ଏହା କେବଳ ବିରୋଧୀଙ୍କ ପାଇଁ ସନାତନ ବିରୋଧ ନୁହେଁ ବରଂ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ହିନ୍ଦୁମାନଙ୍କୁ ବିରୋଧ କରିବା।

୯- ଧର୍ମନିରପେକ୍ଷତା ନାମରେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛି। ଯେଉଁମାନେ ଦେଶ ଭାଙ୍ଗୁଛନ୍ତି ସେମାନଙ୍କ ସହ କଂଗ୍ରେସ ଛିଡା ହୋଇଛି। ସମଗ୍ର ବିରୋଧୀ ଏକ ଗୋଷ୍ଠୀର ଅଂଶ ଯାହା ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛି।

୧୦- ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ମିଶନ୍ ଚନ୍ଦ୍ରଯାନରେ ମହିଳାଙ୍କ ଅଂଶଗ୍ରହଣ ସମସ୍ତଙ୍କ ପାଇଁ ଏକ ପ୍ରେରଣା।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଟଙ୍କାଠାରୁ ବି ବେଶ୍ ମୂଲ୍ୟବାନ ଏହି ଜିନିଷ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚାଣକ୍ୟ ନୀତି: ଟଙ୍କା ଦୁନିଆର ସବୁକିଛି ନୁହେଁ। ଟଙ୍କା ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଟଙ୍କା ହେଉଛି ସବୁକିଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଅଛି। ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ଧନ ନଷ୍ଟ ହେବା ପରେ ଆସିପାରେ, କିନ୍ତୁ ଥରେ ଏସବୁ ଜିନିଷ ଚାଲିଯିବା ପରେ ତାହା ଆଉ ଫେରେ ନାହିଁ। ତେବେ ଚାଣକ୍ୟଙ୍କ ହିସାବରେ କଣ ସେହି ଜିନିଷ, ଯାହା ଟଙ୍କା ଅପେକ୍ଷା ବେଶ୍ ମୂଲ୍ୟବାନ  ଏବଂ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା….

ଅର୍ଥ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ:

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ। କୌଣସି ପରିସ୍ଥିତିରେ ଧର୍ମ ଛାଡିବା ଉଚିତ୍ ନୁହେଁ। ଜଣେ ସର୍ବଦା ଧର୍ମର ମାର୍ଗ ଅନୁସରଣ କରିବା ଉଚିତ୍। ଧର୍ମର ପଥରେ ଚାଲୁଥିବା ବ୍ୟକ୍ତି ଜୀବନରେ ସମ୍ମାନ ପାଇଥାଏ। ଧର୍ମ ପାଇଁ ଟଙ୍କା ବଳିଦାନରେ କିଛି ଭୁଲ ନାହିଁ।

ଟଙ୍କା ଅପେକ୍ଷା ପ୍ରେମ ଅଧିକ ମୂଲ୍ୟବାନ:

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ପ୍ରେମ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ। ପ୍ରେମ ପାଇଁ ଟଙ୍କା ପ୍ରତ୍ୟାଖ୍ୟାନ କରିବାରେ କିଛି ଭୁଲ୍ ନାହିଁ। ତୁମେ ଟଙ୍କା ରୋଜଗାର କରିପାରିବ କିନ୍ତୁ ତୁମେ କାହାର ପ୍ରେମ କିଣି ପାରିବ ନାହିଁ। ସମ୍ପର୍କର ଗୁରୁତ୍ୱକୁ ସର୍ବଦା ବୁଝିବା ଉଚିତ୍। ଯଦିଓ ପ୍ରେମ ପାଇଁ ଟଙ୍କା ନଷ୍ଟ ହୁଏ, ତେବେ କୌଣସି ଅସୁବିଧା ନାହିଁ।

ଆତ୍ମ ସମ୍ମାନ ଟଙ୍କାଠାରୁ ଅଧିକ ମୂଲ୍ୟବାନ:

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେକୌଣସି ବ୍ୟକ୍ତିଙ୍କ ପାଇଁ ତାଙ୍କର ଆତ୍ମ ସମ୍ମାନ ସର୍ବଦା ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ। ଟଙ୍କା ରୋଜଗାର କରିବା ପାଇଁ ଜଣେ କେବେବି ଆତ୍ମ ସମ୍ମାନ ହରାଇବା ଉଚିତ୍ ନୁହେଁ। ତୁମେ ହଜିଯାଇଥିବା ଟଙ୍କା ପାଇ ପାରିବ କିନ୍ତୁ ଆତ୍ମ ସମ୍ମାନ ହରାଇବା ପରେ ତାହା ମିଳିବା କଷ୍ଟକର।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କ ନିକଟରୁ ଟଙ୍କା, ସ୍କୁଟି ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଲୁଟ ହୋଇଥିବା ବେଳେ ଆଜି ସମାନ ଢଙ୍ଗରେ ବାଣପୁର ଥାନା ଅଞ୍ଚଳରୁ ଏକ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କ ନିକଟରୁ ଟଙ୍କା ଏବଂ ଅନ୍ୟାନ ଜିନିଷ ଲୁଟି ଲୁଟେରା ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନା ଅନୁଯାୟୀ ଆଜି ସକାଳେ ବାଲୁଗାଁସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ଅଞ୍ଚଳର ଜନୈକ ମହିଳା ବାଣପୁର ଥାନା ଅନ୍ତର୍ଗତ ପଣସଡିହ ଗ୍ରାମରୁ ମିଟିଙ୍ଗ ସାରି ଗ୍ରୁପ ପଇସା ନେଇ ଦଣ୍ଡିଗାଡ଼ିଆ ଗ୍ରାମକୁ ନିଜ ସ୍କୁଟିରେ ଯାଉଥିବା ବେଳେ ଦଣ୍ଡିଗାଡ଼ିଆ ଗ୍ରାମର ଅଧେ କିଲୋମିଟର ପୁର୍ବରୁ ହଠାତ ଏକ ବାଇକରେ ତିନି ଜଣ ଦୁର୍ବୁତ୍ତ ମୁହଁରେ ମାସ୍କ ପିନ୍ଧି ଆସିଥିଲେ ଏବଂ ଜନୈକ ମହିଳାଙ୍କୁ ଡରାଇ ଧମକାଇ ତାଙ୍କ ନିକଟରୁ ୧୮ ହଜାର ୫୬୫ ଟଙ୍କା, ମୋବାଇଲ, ସ୍କୁଟି ଏବଂ ଏକ ଟ୍ୟାଵଲେଟ ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ମହିଳା ଜଣକ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ଶେଷ ଅପଡେଟ ସୁଦ୍ଧା ପୋଲିସ ଖୁଣ୍ଟୁପଲ୍ଲୀ ଗ୍ରାମ ନିକଟରୁ ଏକ ସ୍କୁଟି ଜବତ କରିଛି।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଦୁନିଆରେ ଟଙ୍କାଠାରୁ ମଧ୍ୟ ଏହି ଜିନିଷ ବେଶ୍ ମୂଲ୍ୟବାନ, ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଚାଣକ୍ୟ ନୀତି: ଟଙ୍କା ଦୁନିଆର ସବୁକିଛି ନୁହେଁ। ଟଙ୍କା ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଟଙ୍କା ହେଉଛି ସବୁକିଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଅଛି। ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ଧନ ନଷ୍ଟ ହେବା ପରେ ଆସିପାରେ, କିନ୍ତୁ ଥରେ ଏସବୁ ଜିନିଷ ଚାଲିଯିବା ପରେ ତାହା ଆଉ ଫେରେ ନାହିଁ। ତେବେ ଚାଣକ୍ୟଙ୍କ ହିସାବରେ କଣ ସେହି ଜିନିଷ, ଯାହା ଟଙ୍କା ଅପେକ୍ଷା ବେଶ୍ ମୂଲ୍ୟବାନ  ଏବଂ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା….

ଅର୍ଥ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ:

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଧନ ଅପେକ୍ଷା ଧର୍ମ ଅଧିକ ଗୁରୁତ୍ୱପୂର୍ଣ୍ଣ। କୌଣସି ପରିସ୍ଥିତିରେ ଧର୍ମ ଛାଡିବା ଉଚିତ୍ ନୁହେଁ। ଜଣେ ସର୍ବଦା ଧର୍ମର ମାର୍ଗ ଅନୁସରଣ କରିବା ଉଚିତ୍। ଧର୍ମର ପଥରେ ଚାଲୁଥିବା ବ୍ୟକ୍ତି ଜୀବନରେ ସମ୍ମାନ ପାଇଥାଏ। ଧର୍ମ ପାଇଁ ଟଙ୍କା ବଳିଦାନରେ କିଛି ଭୁଲ ନାହିଁ।

ଟଙ୍କା ଅପେକ୍ଷା ପ୍ରେମ ଅଧିକ ମୂଲ୍ୟବାନ:

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ପ୍ରେମ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ। ପ୍ରେମ ପାଇଁ ଟଙ୍କା ପ୍ରତ୍ୟାଖ୍ୟାନ କରିବାରେ କିଛି ଭୁଲ୍ ନାହିଁ। ତୁମେ ଟଙ୍କା ରୋଜଗାର କରିପାରିବ କିନ୍ତୁ ତୁମେ କାହାର ପ୍ରେମ କିଣି ପାରିବ ନାହିଁ। ସମ୍ପର୍କର ଗୁରୁତ୍ୱକୁ ସର୍ବଦା ବୁଝିବା ଉଚିତ୍। ଯଦିଓ ପ୍ରେମ ପାଇଁ ଟଙ୍କା ନଷ୍ଟ ହୁଏ, ତେବେ କୌଣସି ଅସୁବିଧା ନାହିଁ।

ଆତ୍ମ ସମ୍ମାନ ଟଙ୍କାଠାରୁ ଅଧିକ ମୂଲ୍ୟବାନ:

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେକୌଣସି ବ୍ୟକ୍ତିଙ୍କ ପାଇଁ ତାଙ୍କର ଆତ୍ମ ସମ୍ମାନ ସର୍ବଦା ଟଙ୍କା ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ। ଟଙ୍କା ରୋଜଗାର କରିବା ପାଇଁ ଜଣେ କେବେବି ଆତ୍ମ ସମ୍ମାନ ହରାଇବା ଉଚିତ୍ ନୁହେଁ। ତୁମେ ହଜିଯାଇଥିବା ଟଙ୍କା ପାଇ ପାରିବ କିନ୍ତୁ ଆତ୍ମ ସମ୍ମାନ ହରାଇବା ପରେ ତାହା ମିଳିବା କଷ୍ଟକର।

Categories
ଆଜିର ଖବର ଜାତୀୟ ଖବର

ଆତ୍ମହତ୍ୟାର ଧମକ ଦେଇ ବିବାହ କଲେ ଯୁବକ: ପରେ ପତ୍ନୀଙ୍କ ଅଳଙ୍କାର, ଟଙ୍କା ଧରି ହେଲେ ଫେରାର

କୋଲକୋତା: ଜଣେ ଯୁବକ ଫେସବୁକରେ ବନ୍ଧୁତା ସ୍ଥାପନ କରି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଯୁବତୀଜଣଙ୍କ ବିବାହ ପାଇଁ ରାଜି ନହେବାରୁ ସମ୍ପୃକ୍ତ ଯୁବକଜଣଙ୍କ ଆତ୍ମହତ୍ୟାର ଧମକ ଦେଇ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଯୁବକଜଣଙ୍କ ପତ୍ନୀଙ୍କ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଧରି ଫେରାର ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଅଭିଷେକ ଆର୍ଯ୍ୟା ନାମକ ଜଣେ ଯୁବକ କୋଲକୋତାର ଦୀପାଲି (ଛଦ୍ମ ନାମ) ନାମକ ଜଣେ ଯୁବତୀଙ୍କ ମଧ୍ୟରେ ଫେସବୁକ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୋଇଥିଲା। ପରେ ଅଭିଷେକ ପ୍ରେମ ନିବେଦନ କରିଥିଲେ। ଏପରିକି ଦୀପାଲି ବିବାହ ନକଲେ ବ୍ଲେଡ଼ ଦ୍ଵାରା ଗଳା କାଟି ଆତ୍ମହତ୍ୟା କରିବେ ବୋଲି ଅଭିଷେକ ଧମକ ଦେଇଥିଲେ। ଏହା ପରେ ତାଙ୍କର ବିବାହ ହୋଇଥିଲା।

କିନ୍ତୁ ବିବାହ ପରେ ଅଭିଷେକ ତାଙ୍କ ପତ୍ନୀଙ୍କ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଏପରି ଘଟଣା ପରେ ମହିଳାଜଣଙ୍କ ପତିଙ୍କ ଘର ଉତ୍ତରପ୍ରଦେଶ ଯାଇଥିଲେ। କିନ୍ତୁ ଅଭିଷେକଙ୍କ ଘର ବନ୍ଦ ଥିବାରୁ ଦୀପାଲୀ ଫତେପୁର ପୋଲିସ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ପୋଲିସ ଶୀଘ୍ର ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ଦୀପାଲିଙ୍କୁ ପ୍ରତୁଶ୍ରୁତି ଦେଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ମାତିଛନ୍ତି ଲୁଟେରା: ମହିଳାଙ୍କଠାରୁ ଛଡାଇ ନେଲେ ସୁନା ଚେନ୍‌ ଓ ଟଙ୍କା

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ: ହାଇଓ୍ବେରେ ଲୁଟେରା ମାତିଛନ୍ତି। ଟାଙ୍ଗୀ ଏନ୍‌ଏଚ୍‌-୧୬ ରେ ଲୁଟେରା ମାତିଥିବାର ସୂଚନା ମିଳିଛି। ଦୁଇଟି ପଲସର୍‌ ବାଇକରେ ୨ ମୁଖା ପିନ୍ଧା ଲୁଟେରା ଜଣେ ସ୍କୁଟିକୁ ଅଟକାଇ ଲୁଟ୍‌ କରିଛନ୍ତି। ସ୍କୁଟିରେ ସ୍ବାମୀ ସ୍ତ୍ରୀ ଦୁଇଜଣ ଯାଉଥିବାବେଳେ ଚାନ୍ଦପୁର ଥାନା ରୟାଲ୍‌ ଢାବା ନିକଟରେ ଏହି ଲୁଟେରାମାନେ ଲୁଟ୍‌ କରିଛନ୍ତି। ଲୁଟେରାମାନେ ମହିଳାଙ୍କଠାରୁ ସୁନା ଚେନ୍‌ ସହ ୬ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଲୁଟ୍‌ ସମୟରେ ମହିଳା ଜଣକ ଆହତ ହୋଇଛନ୍ତି। ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।