Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

‘ଟପ୍ ଗିଅର୍’ରେ କରୋନା!, ପ୍ରତିଦିନ ମୁମ୍ବାଇରେ ସଂକ୍ରମଣ ହୋଇପାରନ୍ତି ୫୦ ହଜାରରୁ ୧ ଲକ୍ଷ ଲୋକ

ମୁମ୍ବାଇ: ଓମିକ୍ରନ୍ ଏବଂ କରୋନାର ନୂଆ ଭାରିଆଣ୍ଟ ସମ୍ବନ୍ଧୀୟ ବିପଦ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁମ୍ବାଇ ସହରରେ ଭିଡ଼ ନହେବା ପାଇଁ ସରକାର ପ୍ରତି ୨୪ ଘଣ୍ଟାରେ ଟାସ୍କ ଫୋର୍ସ ସହିତ ଏକ ବୈଠକ କରୁଛନ୍ତି। ମୁମ୍ବାଇରେ ଦୈନିକ ୫୦ ହଜାରରୁ ୧ ଲକ୍ଷ ଲୋକ ସଂକ୍ରମଣ ହେବେ ବୋଲି ଆଶା କରାଯାଉଛି।

ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଅସଲାମ ଶେଖ କହିଛନ୍ତି ଯେ, ସମଗ୍ର ଦେଶରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ବ୍ୟତୀତ ବିଦେଶରେ ମଧ୍ୟ କରୋନା ଭାଇରସ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି। ୟୁରୋପରେ ପ୍ରତିଦିନ ୧.୫ ଲକ୍ଷରୁ ଅଧିକ କରୋନା ରୋଗୀ ମିଳୁଛନ୍ତି। ଯଦି ଏହା ଜାରି ରହେ, ତେବେ ମୁମ୍ବାଇରେ ଦୈନିକ ୫୦ ହଜାରରୁ ୧ ଲକ୍ଷ କରୋନାରେ ଆକ୍ରାନ୍ତ ହୋଇପାରନ୍ତି। ଏହାକୁ ରୋକିବା ପାଇଁ ସରକାର ପ୍ରତି ୨୪ ଘଣ୍ଟାରେ ଟାସ୍କଫୋର୍ସ ସହିତ ଏକ ବୈଠକ କରୁଛନ୍ତି।

ନୂଆ ବର୍ଷ ଉତ୍ସବ ସଂପର୍କରେ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ପ୍ରତିବନ୍ଧକ ଲଗାଯାଇଛି। ଅନେକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କରୋନା ପ୍ରତିବନ୍ଧକ ସତ୍ତ୍ୱେ ଯଦି କେହି ଆଇନ ଉଲଂଘନ କରନ୍ତି, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପୋଲିସକୁ ଏନେଇ ସତର୍କ କରାଯାଇଛି।