Categories
CBSE10TH CBSE12th ବିଶେଷ ଖବର

ଏପ୍ରିଲ୍ ୨୬ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ପାଇଁ ଟର୍ମ-୨ ପାଇଁ ତାରିଖ ଘୋଷଣା କରିଛି। ଉଭୟ ଶ୍ରେଣୀର ପରୀକ୍ଷା ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହେବ। ଗଣମାଧ୍ୟମ ସୂଚନା ଅନୁଯାୟୀ, ଏପ୍ରିଲ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଫଲାଇନ ମୋଡରେ ହେବ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଏବଂ କୋଭିଡ-୧୯ ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଫଲାଇନ ମୋଡରେ ଦ୍ୱିତୀୟ ଟର୍ମ ବୋର୍ଡ ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ବୋଲି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସନୟାମମ ଭରଦ୍ୱାଜ କହିଛନ୍ତି।

Image

ଏହା ପ୍ରଥମ ଥର ପାଇଁ ସିବିଏସ୍ଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଚୂଡ଼ାନ୍ତ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରୁଛି। ଦେଶର କରୋନା ପରିସ୍ଥିତି ଯୋଗୁଁ ଏହା କରାଯାଉଛି। ଗତ ବର୍ଷ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ବୋର୍ଡ ପରୀକ୍ଷା ପରିଚାଳନା କରିବାରେ ସକ୍ଷମ ହୋଇନଥିଲା ଏବଂ ଫଳାଫଳ ପ୍ରସ୍ତୁତ କରିବା ପାଇଁ ବିକଳ୍ପ ମୂଲ୍ୟାଙ୍କନ ଯୋଜନାକୁ ବ୍ୟବହାର କରିବାକୁ ପଡିଥିଲା।