Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର: ପାଳ ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ଜଳିଗଲା ଦାମୀ କାର୍

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଡ ପୋଖରିଆ କଣ୍ଠପୁର ପାଟଣାରେ ପାଳ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ପାଳଗଦା ନିଆଁ ଲାଗିବା ସହ ନିକଟରେ ଥିବା ଦାମୀ କାର୍ ଟି ମଧ୍ୟ ପୋଡି ପାଉଁଶ ହୋଇଯାଇଛି।

ପୋଡି ଯାଇଥିବା କାର୍ ଟି ହ୍ୟୁଣ୍ଡାଇ କମ୍ପାନୀର ହୋଇଥିବା ଜଣା ପଡିଛି। କେହି ଦୁର୍ବୁର୍ତ୍ତ ବିଳମ୍ବିତ ରାତିରେ କାର୍ କୁ ପୋଡିବା ପାଇଁ ପାଳଗଦାରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଛି। ପୋଡି ଯାଇଥିବା କାର୍ ର ମୁଲ୍ୟ ୮ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଜାତୀୟ ରାଜପଥରେ ଏସିଡ ଟ୍ୟାଙ୍କର ଲିକ୍: ଆୟତ୍ତ ଲାଗି ଟାଙ୍ଗୀ ଅଗ୍ନିଶମ ବାହିନୀର ପ୍ରୟାସ ଜାରି

ନୟାଗଡ/ଚାନ୍ଦପୁର: ଆଜି ରାତିରେ ନୟାଗଡ ଜିଲ୍ଲା ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥ ରୟାଲ କଟେଜ ନିକଟରେ ଏକ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଟ୍ୟାଙ୍କରରୁ ଯାନ୍ତ୍ରିକ ତ୍ରୁଟି ଲାଗି ଏସିଡ ଲିକ ହେବାରେ ଲାଗିଛି।

ସୂଚନା ମୁତାବକ ଆଜି ରାତି ୯ ଘଟିକା ପାଖାପାଖି ଗଞ୍ଜାମରୁ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଏକ ଟ୍ୟାଙ୍କର କୋଲକାତା ଅଭିମୁଖେ ଯାଉଥିବାବେଳେ ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ରୟାଲ କଟେଜ ନିକଟରେ ଟ୍ୟାଙ୍କରର ଭାଲବ ଟି ଭାଙ୍ଗିଯାଇଥିଲା। ଫଳରେ ହାଇଡ୍ରୋକ୍ଲୋରିକ ଏସିଡ ଲିକ ହୋଇ ରାଜପଥରେ ବୋହିବାକୁ ଲାଗିଥିଲା। ସଙ୍ଗେସଙ୍ଗେ ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଗାଡିକୁ ରୋଡ଼ ପାର୍ଶ୍ଵକୁ ନେଇଯାଇଥିଲେ। ଏବଂ ଜାତୀୟ ରାଜପଥ ବ୍ଲକ କରି ଆଖ ପାଖ ଅଞ୍ଚଳରୁ ତୁରନ୍ତ ଜନସାଧାରଣଙ୍କୁ ଖାଲି କରିଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସାହାଯ୍ୟରେ ହାଇଡ୍ରୋକ୍ଲୋରିକ ଏସିଡକୁ ଡ଼ାଇଲୁସନ କରିବାରେ ଲାଗିଛି। ତେବେ ଏପ୍ରକ୍ରିୟା ପାଖାପାଖି ଆହୁରି ୨ ଘଣ୍ଟା ଚାଲିବ ବୋଲି ଚାନ୍ଦପୁର ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି।