Categories
ଆଞ୍ଚଳିକ

ଟାଙ୍ଗୀ ବେଆଇନ ପଥର ଖଣିରେ ଚଢାଉ: ତିନୋଟି ପାୱାର ଟିଲର ଜବତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଂଜ୍ ଅଂଚଳରେ ବଢି ଚାଲିଛି ବେଆଇନ ମାଙ୍କଡା ପଥର ଲୁଟ। ମାଫିଆମାନେ ବେଧଡକ ସେମାନଙ୍କ କାରବାର ଚଳାଉଛନ୍ତି। ପଥର ମାଫିଆମାନେ ଜଂଗଲ ଜମିରେ ମାଙ୍କଡା ପଥର ଖଣି କରି କରି ରାଜ୍ୟ ତଥା ରାଜ୍ୟ ବାହାରକୁ ପଥର ଚାଲାଣକରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଛି।

ତେବେ ଆଜି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଟାଙ୍ଗୀ ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ମାନେ ରାମେଶ୍ୱର ଡ଼ିପିଏଫ ଅନ୍ତର୍ଗତ ଖଜୁରୀପଡା ଅଂଚଳରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖଣିରେ ନିରାକାରପୁର ପୋଲିସ ସହ ଅଚାନକ ଚଢ଼ାଉ କରିଥିଲେ।

ଉକ୍ତ ଚଢାଉରେ କରି ତିନୋଟି ପାୱାର ଟିଲର ଜବତ କରିବାକୁ ସକ୍ଷମ ହୋଇଛି ବନବିଭାଗ। ଫଳରେ ମାଫିଆମାନେ ଭୟଭୀତ ହୋଇ କଟର ନେସିନ ଛାଡି ଜଂଗଲ ଭିତରକୁ ପଳାଇ ଯାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଜଙ୍ଗଲି ବାରହା ଶୀକାର କରି ମାଂସ ବେପାର କରୁଥିବା ବେଳେ ଚଢାଉ କଲା ବନ ବିଭାଗ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜଙ୍ଗଲି ବାରହା ଶୀକାର କରି ମାଂସ ବେପାର କରୁଥିବା ବେଳେ ଘର ଭିତରେ ଚଢାଉ ଟାଙ୍ଗୀ ବନ ବିଭାଗ କରିଛି। ଚଡାଉ ବେଳେ ୧୦ କେଜି ବାରହା ମାଂସ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ, ବଡପାରୀ ଗ୍ରାମର କୁନା ପାତ୍ରଙ୍କ ଘରେ ମାଂସ କାଟୁଥିବାର କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ତେଣୁ ରେଂଜ୍ ଅଫିସର ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଧେଶରେ ଫରେଷ୍ଟର ଗୋଲାପ ସେଠୀ ସଦଳ ବଳେ କୁନାଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ତାଙ୍କ ନିକଟରୁ ୧୦ କେଜି ବାରହା ମାଂସ ସହ କେଜି, ପାଲ, ବଟକରା ଓ ଧାରୁଆ ଛୁରୀ ଜବତ କରାଯାଇଥିଲା।

ଜବତ ମାଂସର ନମୁନା ସଂଗ୍ରହ କରାଯାଇ ଟାଙ୍ଗୀ ପ୍ରାଣୀ ଚିକିତ୍ସା ବିଭାଗ ସହାୟତାରେ ଓୟୁଏଟିକୁ ପରିକ୍ଷା ପାଇଁ ପଠାଯାଇଛି। ଏହା ସହ ବଳକା ମାଂସକୁ ଟାଙ୍ଗୀ ବନ ବିଭାଗ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି।

ଅଭିଯୁକ୍ତ କୁନା ପାତ୍ରକୁ ଆଜି କୋର୍ଟ ଚାଲାଣ କରାଯିବା ବୋଲି ରେଂଜ୍ ଅଫିସର କହିଛନ୍ତି। ଏହା ସହ ଏଥିରେ ଯେଉଁମାନେ ଜଡିତ ଅଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଂଜର ଶ୍ରୀ ପଣ୍ଡା କହିଛନ୍ତି।