Categories
ଆଜିର ଖବର ରାଜ୍ୟ ଖବର

ୱେବ ମିଡିଆ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ହେବ: ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ଏହି ଅବସରରେ ପାକ୍ଷୀକ ସମ୍ଵାଦ ପତ୍ର ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଯୁବ ସମାଜ ସେବୀ ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ପାକ୍ଷୀକ ପତ୍ରିକା କଡା ଜବାବ୍ ଉନ୍ମୋଚନ କରିଥିଲେ।

ଏହି ଅବସରରେ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟ ଅତିଥୀ ମାନସ ରଂଜନ ମଙ୍ଗରାଜଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ସଂଘ ପ୍ରବକ୍ତା ସରୋଜ କୁମାର ପାଇକରାୟ ଅତିଥୀ ମାନଙ୍କୁ ସ୍ୱାଗତ କରିଥିଲେ। ଏହା ସହ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂଘର ସଂପାଦକ ମନୋଜ କୁମାର ପଟନାୟକ ସଂପାଦକୀୟ ବୀବରଣୀ ପାଠ କରିଥିଲେ।

ଏହି ସଭାରେ ମୁଖ୍ୟ ଅତିଥୀ ଶ୍ରୀ ମଙ୍ଗରାଜ ଯୋଗ ଦେଇ ସାମ୍ବାଦିକ ମାନଙ୍କର ପେନସନ୍ ନୀତି ଖୁବ୍ ଶିଘ୍ର ପ୍ରଣୟନ କରାଯିବ ବୋଲି କହିଥିଲେ। ଏହା ସହ ରାଜ୍ୟରେ ଥିବା ୱେବ ମିଡିଆ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ ବୋଲି ସଭାରେ ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଲା ଟାଙ୍ଗୀ ବ୍ଲକ ସାମ୍ବାଦିକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପାହାଡ ଜଙ୍ଗଲ ଘେରା ଗ୍ରାମାଂଚଳର ଜନ ସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଅଣ୍ଟା ଭିଡିଛି। ସାମ୍ବାଦିକ ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଉପାନ୍ତ ଅଂଚଳ ନର ମାନବୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି। ଭୁବନେଶ୍ୱରର ନେତ୍ରମ ଓ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ମିଳିତ ସହଭାଗିତାରେ ଏହି ଶିବିର ଆୟୋଜନ କରାଯାଇଛି।

ଉକ୍ତ ଶିବିରରେ ଅଭିଜ୍ଞ ଡାକ୍ତର ରାଜ କୁମାର କର ତାଙ୍କ ସହଯୋଗୀ ମାନଙ୍କ ସହ ଯୋଗଦେଇ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରୋଗୀ ମାନଙ୍କର ଚକ୍ଷୁ ଚିକିତ୍ସା କରାଇଛନ୍ତି।
ଛୋଟ ଛୋଟ ପିଲା ମାନଙ୍କର ଚକ୍ଷୁ ସହ ବୟସ୍କ ଲୋକମାନଙ୍କର ଚକ୍ଷୁ ପରୀକ୍ଷା ଏହି ଶିବିରରେ କରାଯାଇଛି।

ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ଚଷମା ପ୍ରଦାନ କରାଯାଇଛି। ଏହା ସହ ଚକ୍ଷୁରେ ଅସ୍ତ୍ରୋପ୍ରଚାର କରିବା ପାଇଁ ରୋଗୀ ମାନଙ୍କୁ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।

ଏହି ଚିକିତ୍ସା ଶିବିରରେ ବାଲୁଗାଁ, ବାଣପୁର, ନାଚୁଣୀ, ଟାଙ୍ଗୀ, କୁହୁଡି, ମଙ୍ଗଳାଯୋଡି ଆଦି ଅଂଚଳରୁ ଲୋକେ ପହଞ୍ଚି ମାଗଣା ଚକ୍ଷୁ ପରୀକ୍ଷା କରାଇଛନ୍ତି। ତେବେ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ରିସ୍ନା ମାନଧାତା, ରାଜ୍ୟ ଖାଉଟି ସୁରକ୍ଷା ସଂଗଠନ ସଭାପତି ସୋମନାଥ ପଟ୍ଟନାୟକ, ନେତ୍ରମ ସଂଯୋଯକ ଉପେନ୍ଦ୍ର ଖୁଣ୍ଟିଆ, ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ସଂଘର ଏଭଳି କାର୍ଯ୍ୟକୁ ଭୁରୁଭୁରି ପ୍ରଶଂସା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘ ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ଉପ ସଭାପତି ମନୋଜ ନାଇଡୁ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରବକ୍ତା ସରୋଜ କୁମାର ପାଇକରାୟ, ଵରିଷ୍ଠ ସାମ୍ଵାଦିକ ବିକ୍ରମ କେଶରୀ ସାହୁ, ବିଭୁତି ଭୁଷଣ ଦାସ, ରାକେଶ ମହାନ୍ତି, କମଳ ଲୋଚନ ପାଇକରାୟ, ସୁଧୀର କୁମାର ବେହେରା, ରଜନୀ କାନ୍ତ ମିଶ୍ର, ରାମ ଚନ୍ଦ୍ର ପରିଡା, ପ୍ରଶାନ୍ତ କୁମାର ବେହେରା, ରାକେଶ କୁମାର ଜଗଦ୍ଦେବ, ଅନନ୍ତ ପ୍ରଧାନ, ଶଙ୍କର ବେହେରା, ସ୍ଥାନୀୟ ଶିକ୍ଷକ ଗୋପାଳ ସେନ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଦେଶୀ ପକ୍ଷୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ୩ ଦିନ ଧରି ବିଦେଶୀ ପକ୍ଷୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଥିଲା। ଆଜି ଏହି କାର୍ଯ୍ୟକ୍ରମର ଉଦଯାପନ ଦିବସ ଥିଲା। ପ୍ରଥମ ଦିନ ସୋରଣ ଗ୍ରାମରେ ଏହି ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେଇଥିଲେ।

ଦ୍ଵିତୀୟ ଦିନ ମଙ୍ଗଳା ଯୋଡି ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ  ପ୍ରାକ୍ତନ ଖୋର୍ଦ୍ଧା ଉପ ଜିଲାପାଳ ଦେବରାଜ ସେନାପତି ଅତିଥି ଭାବେ ଯୋଗଦେଇଥିଲେ।

ସେହିଭଳି ଭୁଷଣ୍ଡ ପୁର ମେଳଣ ପଡିଆରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁଷଣ୍ଡପୁର ଅଂଚଳର ଜନ ସାଧାରଣଙ୍କ ସହଯୋଗରେ ଏକ ଶୋଭାଯାତ୍ରା ବାହାରି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ସଂଘ ସଭାପତି  ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ କୁମାର ପଟନାୟକ, ମୁଖପାତ୍ର ସରୋଜ କୁମାର ପାଇକରାୟ, ଉପଦେଷ୍ଟା ପ୍ରଦୋଶ କୁମାର ଦାସ, ବନ୍ୟ ପ୍ରାଣୀ ବିଭାଗ ରେଂଜର ଚୁଡାରାଣୀ ମୁର୍ମୁ, ଟାଙ୍ଗୀ ବ୍ଲକ ବିଜେଡି ଯୁବ ସଭାପତି  ଚିନ୍ମୟ କୁମାର ପୃଷ୍ଟି, ସମିତି ସଭ୍ୟ ରାଜ କିଶୋର ନାୟକ, ବରିଷ୍ଠ ଆଇନ୍ ଜୀବି ଅନିଲ କୁମାର ପଟ୍ଟନାୟକ, ଭୁଷଣ୍ଡପୁର ଆଂଚଳିକ ଉନ୍ନୟନ କମିଟିର ସଭାପତି   ଶ୍ରୀ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦେଶୀ ପକ୍ଷୀ ସୁରକ୍ଷା ସଂପର୍କରେ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ।