Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣି ଜମ୍ମୁରେ ଟାର୍ଗେଟ କିଲିଂ: କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀମାନେ ପୁଣି ଥରେ ଜମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଶୋପିଆନ୍‌ର ଚୌଦରୀଗୁଣ୍ଡ ଗାଁରୁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରାଯାଇଛି। ସୂଚନା ପାଇବା ମାତ୍ରେ ଉକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା କରାଯାଇଥିବା ବ୍ୟକ୍ତି ଜଣକ ପୁରନ କୃଷ୍ଣ ବୋଲି ଜଣାପଡିଛି।

କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ଏହାପୂର୍ବରୁ ଅଗଷ୍ଟ ମାସ ସ୍ୱାଧୀନତା ଦିବସରେ ତିରଙ୍ଗା ଯାତ୍ରା ସମୟରେ ଦୁଇଜଣ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଉପତ୍ୟକାରେ ଏହି ମାମଲା ବିରୁଦ୍ଧରେ ଲୋକଙ୍କ ମଧ୍ୟରେ କ୍ରୋଧ ବୃଦ୍ଧି ପାଉଛି।

ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟୀ ବୋଲି ଦାବି କରିନାହାଁନ୍ତି। ଏହି ଘଟଣାର ତଦନ୍ତରେ ପୋଲିସ ସମ୍ପୃକ୍ତ ଅଛି।