Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟିକାର ଅଭାବ: ୧୬ ଟି ଜିଲ୍ଲାରେ ବାଧାପ୍ରାପ୍ତ ହେଲା ଟୀକାକରଣ

ଭୁବନେଶ୍ବର: ଟିକାର ଅଭାବ ଯୋଗୁଁ ଟିକାକରଣରେ ବାଧାପ୍ରାପ୍ତ ହୋଇଛି। ଆଜି ୧୬ ଟି ଜିଲ୍ଲାରେ ଟିକାକରଣ ବାଧାପ୍ରାପ୍ତ ହୋଇଛି। ତେଣୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ। ପ୍ରତ୍ୟେକ ଦିନ ୩ ଲକ୍ଷ ଟିକା ପାଇଁ ଟାର୍ଗେଟ ରଖାଯାଇଥିବା ବେଳେ ଗତକାଲି ମାତ୍ର ୪୯ ହଜାର ଟିକା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କୋଭାକ୍ସିନ ଟିକା ୩ ଲକ୍ଷ ଉପରେ ଥିବା ବେଳେ କୋଭିସିଲ୍ଡ ଟିକା ମାତ୍ର ୧୯ ହଜାର ମହଜୁଦ ରହିଛି। ତେଣୁ ଟିକାର ଅଭାବ ଦେଖାଯାଇଛି। ଯାହାଫଳରେ ଆଜି ୧୬ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି।

ତେବେ ଆଜି ରାଜ୍ୟକୁ ୧ ଲକ୍ଷ କୋଭିସିଲ୍ଡ ଟିକା ଡୋଜ ଆସିବାକୁ ଥିବା ବେଳେ ତାହା ପର୍ଯ୍ୟାପ୍ତ ହେବ ନାହିଁ। ପର୍ଯ୍ୟାପ୍ତ ଟିକା ମିଳିଲେ ୩ ୟ ଲହରୀ ପୂର୍ବରୁ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।