Categories
ଆଜିର ଖବର ଜାତୀୟ ଖବର

ଟିବି ନିରୋଧକ ଔଷଧ କମ ରହିଥିବା ଖବର ମିଥ୍ୟା

ନୂଆଦିଲ୍ଲୀ: ବିଭିନ୍ନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ଟିବି ନିରୋଧକ ଔଷଧ କମ ରହିଥିବା ଖବର ମିଥ୍ୟା ଓ ଭ୍ରମାତ୍ମକ ଅଟେ। ଦେଶର ସମ୍ବେଦନଶୀଳ ୩୪୭ଟି ଜିଲ୍ଲାରେ ଶହେ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ଏନେଇ ପ୍ରଚାର ପ୍ରସାର କରାଯିବ। ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭାବେ ରୋଗ ଚିହ୍ନଟ, ନିର୍ଦ୍ଦିଷ୍ଟ ସମୟ ଭିତରେ ଡାଇଗ୍ନୋଷ୍ଟିକ ଯନ୍ତ୍ରପାତି ଯୋଗାଇବା ପରି ବିଭିନ୍ନ କାର୍ଯ୍ୟକ୍ରମ ରହିଛି।

ତେବେ ଏନେଇ ୩୪୭ଟି ଜିଲ୍ଲା ସମେତ ସାରା ଦେଶରେ ଟିବି ନିରୋଧକ ଔଷଧ ସହ ଆବଶ୍ୟକୀୟ ଉପକରଣ ଯୋଗାଇବାକୁ ଉଦ୍ୟମ କରାଯିବ। କେନ୍ଦ୍ରୀୟ ଭଣ୍ଡାର ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଔଷଧ ଓ ଉପକରଣର ଷ୍ଟକ ନେଇ ନିୟମିତ ଯାଞ୍ଜ କରାଯିବ ବୋଲି କୁହାଯାଇଛି। ଏନଟିପି ଅଧୀନରେ ସବୁ କେନ୍ଦ୍ରରେ ଡିସେମ୍ବର ୬, ୨୦୨୪ ସୁଦ୍ଧା ଟିବି ନିରୋଧକ ସବୁ ଔଷଧର ଦୁଇ ମାସରୁ ଅଧିକ ଷ୍ଟକ ମହଜୁଦ ରହିଥିବା କୁହାଯାଇଛି।

କ୍ୟାମ୍ପେନ ସମୟରେ ଅର୍ଡର ଅନୁସାରେ ଆବଶ୍ୟକୀୟ ସବୁ ଟିବି ନିରୋଧକ ଔଷଧ ମଗାଇବା ସହ ବିଭିନ୍ନ କେନ୍ଦ୍ରରେ ମହଜୁଦ ରଖାଯିବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ସ୍ତରରେ ଛଅ ମାସ ଯାଏ ବଫର ଷ୍ଟକ ବୃଦ୍ଧି କରାଯିବ ବୋଲି ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।