Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଶ୍ୱର ଅଗ୍ରଣୀ ବିଳାସପୂର୍ଣ୍ଣ ସ୍କିନ୍ କେୟାର ବ୍ରାଣ୍ଡ ‘ଅଗଷ୍ଟିନସ୍ ବେଡ଼ର୍’ ର ଭାରତରେ ଶୁଭାରମ୍ଭ

ମୁମ୍ବାଇ: ରିଲାଏନ୍ସ ରିଟେଲର ଓମିନି ଚାନେଲ ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ‘ଟିରା’ ପକ୍ଷରୁ ଭାରତରେ ବିଶ୍ୱର ଅଗ୍ରଣୀ ବିଳାସପୂର୍ଣ୍ଣ ସ୍କିନ କେୟାର ଏବଂ ହେୟାର କେୟାର ବ୍ରାଣ୍ଡ ‘ଅଗଷ୍ଟିନସ୍ ବେଡ଼ର୍’ ର ଶୁଭାରମ୍ଭ କରାଯାଇଛି। ଏହି ବ୍ରାଣ୍ଡ ଏହାର ଅତ୍ୟାଧୁନିକ ବିଜ୍ଞାନଆଧାରିତ ସୂତ୍ର ପାଇଁ ଜଣାଶୁଣା, ଯାହା ୩୦ ବର୍ଷର ଅନୁସନ୍ଧାନ ଏବଂ ଟିଏଫସି ୮ ଜ୍ଞାନକୌଶଳ ଉପରେ ଆଧାରିତ। ଏହି ଜ୍ଞାନକୌଶଳ ଶରୀରର ପ୍ରାକୃତିକ ଦକ୍ଷତାକୁ ସକ୍ରିୟ କରି ତ୍ୱଚାକୁ ଠିକ କରିବା ଏବଂ ପୁନର୍ଜୀବିତ କରିବାରେ ସହାୟକ ହୋଇଥାଏ।

ଟିରାର ସହ-ପ୍ରତିଷ୍ଠାତା ଭକ୍ତି ମୋଦୀ କହିଛନ୍ତି ଯେ, “ଆମର ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ଭାରତୀୟ ଗ୍ରାହକମାନଙ୍କୁ ଉଭୟ ବିଶ୍ୱ ଏବଂ ଘରୋଇ କ୍ଷେତ୍ରର ଶ୍ରେଷ୍ଠ ବ୍ରାଣ୍ଡଗୁଡିକ ଉପଲବ୍ଧ କରାଇବା। ‘ଅଗଷ୍ଟିନସ୍ ବେଡ଼ର୍ ର ଶୁଭାରମ୍ଭ ଭାରତରେ ଆମର ବିଳାସପୂର୍ଣ୍ଣ ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସଶକ୍ତ କରିବ। ଏହା ଆମ ଗ୍ରାହକମାନଙ୍କ ପାଇଁ ଏକ ଖାସ ସୁଯୋଗ।”

ଅଗଷ୍ଟିନସ୍ ବେଡ଼ର୍ ର ସିଇଓ ଚାର୍ଲ୍ସ ରୋସିୟର୍ କହିଛନ୍ତି ଯେ, “ଟିରା ସହ ଏହି ସହଭାଗୀତା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ ଏହା ଆମକୁ ବିଶ୍ୱର ସବୁଠାରୁ ଉତ୍ସାହଭରା ସୌନ୍ଦର୍ଯ୍ୟ ବଜାରରେ ପ୍ରବେଶ କରିବାର ସୁଯୋଗ ଦେଉଛି। ଅଗଷ୍ଟିନସ୍ ବେଡ଼ର୍ କଲେକ୍ସନ ଟିରାର ଅନଲାଇନ୍ ପ୍ଲାଟଫର୍ମ ଏବଂ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅବସ୍ଥିତ ନିର୍ଦ୍ଦିଷ୍ଟ ଟିରା ଷ୍ଟୋରଗୁଡିକରେ ମଧ୍ୟ ଉପଲବ୍ଧ ରହିଛି।