Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦ୍ରୁତ ବୋଲର ଟି. ନଟରାଜନ କରୋନା ପଜିଟିଭ: ଜାଣନ୍ତୁ, ଆଜିର ମ୍ୟାଚକୁ ନେଇ କ’ଣ କହିଲା ବିସିସିଆଇ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି ନଟରାଜନ କରୋନା ପଜିଟିଭ ବୋଲି ଜଣାପଡିଛି। ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଠିକ ସମୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ବର୍ତ୍ତମାନ, ନଟରାଜନ୍ ଏବଂ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଖେଳାଳି ଏବଂ ଅନ୍ୟ କର୍ମଚାରୀମାନେ ଅଲଗା ହୋଇଯାଇଛନ୍ତି ଏବଂ ଡାକ୍ତରୀ ଦଳ ସେମାନଙ୍କ ଉପରେ ନଜର ରଖିଛନ୍ତି।

ମେଡିକାଲ ଟିମ୍ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ବିଜୟ ଶଙ୍କର, ଟିମ୍ ମ୍ୟାନେଜର ବିଜୟ କୁମାର, ଫିଜିଓଥେରାପିଷ୍ଟ ଶ୍ୟାମ ସୁନ୍ଦର ଜେ, ଡା. ଅଞ୍ଜନା ଭନ୍ନନ, ଲଜିଷ୍ଟିକ୍ସ ମ୍ୟାନେଜର ତୁଶର ଖେଡକର ଏବଂ ନେଟ୍ ବୋଲର ପେରିଆସାମି ଗଣେଶନଙ୍କ ସମେତ ୬ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି। ଏବଂ ଏମାନଙ୍କୁ ଅଲଗା ରଖାଯାଇଛି।

ବିସିସିଆଇ ଅନୁଯାୟୀ, “ଆରଟି- ପିସିଆର ପରୀକ୍ଷଣରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଟି ନାଟାରାଜନ କରୋନା ପଜିଟିଭ୍ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ଲକ୍ଷଣ ନାହାଁ। ଦଳର ବାକି ସଦସ୍ୟଙ୍କୁ ଆଜି ସକାଳ ୫ ଟାରେ ଆରଟି- ପିସିଆର ପରୀକ୍ଷା କରାଯାଇଥିଲା, ସମ୍ପର୍କରେ ଆସିଥିବା ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି। ତେଣୁ ପୂର୍ବ ନିର୍ଦ୍ଧାରିତ ସମୟ ଅନ୍ୟଯାୟୀ, ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜ: ଉମେଶ ଯାଦବଙ୍କ ସ୍ଥାନରେ ସାମିଲ ହେବେ ଟି.ନଟରାଜନ

ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ଉଭୟ ଦଳର ଖେଳାଳି ମଧ୍ୟରେ ଆହତ ସମସ୍ୟା ଦେଖାଯାଇଛି। ଅଷ୍ଟ୍ରେଲିଆ ଦଳର ଅନେକ ଖେଳାଳି ଆହତ ହେବା କାରଣରୁ ସିରିଜରୁ ବାଦ ପଡିଥିବା ବେଳେ ଭାରତୀୟ ଦଳର ଖେଳାଳି ମଧ୍ୟ ଆହତ ହେଉଛନ୍ତି। ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ ବର୍ତ୍ତମାନ ଦ୍ରୁତ ବୋଲର ଉମେଶ ଯାଦବ ଆହତ ହୋଇଛନ୍ତି। ୩୩ ବର୍ଷୀୟ ଏହି ଅନୁଭବୀ ପେସ୍ ବୋଲ୍ ଉମେଶ ଯାଦବ ଅନ୍ୟ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ଟି.ନଟରାଜନଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇଛି। ଏହା ସହିତ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ଟେଷ୍ଟ ଟିମରେ ସାମିଲ କରାଯାଇଛି।

ସିରିଜର ତୃତୀୟ ଟେଷ୍ଟ ୭ ଜାନୁଆରୀରୁ ସିଡନୀରେ ଖେଳାଯିବ। ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ବାମହାତୀ ଦ୍ରୁତ ବୋଲର ଟି.ନଟରାଜନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ଗୋଟିଏ ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚରେ ଖୁବ୍ ଭଲ ପ୍ରଦର୍ଶନ କରି ମୋଟ ୮ ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ୱାର୍ନରଙ୍କ ସମେତ ବିଶ୍ଵର ବହୁ ପୁରୁଖା ଖେଳାଳି ପ୍ରଶଂସା କରିଥିଲେ।