ଭୁବନେଶ୍ବର: ଆଜି ରାଜ୍ୟରେ ୮ ଟି ଜିଲ୍ଲାରେ ଟୀକାଦାନ ବନ୍ଦ ରହିଥିବା ବେଳେ ୪୨୭ ଟି କେନ୍ଦ୍ରରେ ଆଜି ଟୀକାଦାନ ଜାରି ରହିଛି। ବର୍ତ୍ତମାନ ୩ ଲକ୍ଷ ୧ ହଜାର ଟୀକା ଓଡିଶାରେ ମହଜୁଦ ଅଛି। ଆଜି ଆଉ ୨ ଲକ୍ଷ ଟୀକା ଓଡ଼ିଶାକୁ ଆସୁଛି। ଆସନ୍ତାକାଲିଠାରୁ ଟୀକାକରଣ ପ୍ରକ୍ରିୟା ସ୍ଵଭାବିକ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
