Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ୧୪୦୦ ଜଣ ନାଗରିକ ନେବେ ଟୀକା: ଦ୍ଵିତୀୟ ଡୋଜକୁ ପ୍ରଶାସନର ଗୁରୁତ୍ୱ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧ ହଜାର ୪୦୦ ଲୋକଙ୍କୁ ଟୀକା ଦିଆଯିବ। ତେବେ ବାଣପୁରରେ ଉକ୍ତ ଟୀକା କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ଦିଆଯିବ। କିନ୍ତୁ ଚିଲିକାରେ କେବଳ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ଦ୍ଵିତୀୟ ଡୋଜ ଦିଆଯିବ ଏବଂ ଅନ୍ୟ କେନ୍ଦ୍ର ଗୁଡିକରେ ଉଭୟ ଡୋଜ ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା:

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ(କେବଳ ଦ୍ଵିତୀୟ ଡୋଜ)- ୧୫୦ ଡୋଜ

୨- ଭାଲେରି ଉଚ୍ଚ ବିଦ୍ୟାଳୟ ,ଚାଷଙ୍ଗରା,ସୀଙ୍ଗେଶ୍ୱର ଗ୍ରା.ପ- ୧୦୦ ଡୋଜ

୩- ବ୍ରାହ୍ମଣକୁଶଡିହ ବାତ୍ୟା ଆଶ୍ରୟସ୍ଥଳୀ ,ଆଙ୍କୁଲା ଗ୍ରା.ପ- ୧୦୦ ଡୋଜ

୪- ଲିଙ୍ଗରାଜ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାନନଈରୀ ଗ୍ରା. ପ- ୧୦୦ ଡୋଜ

୫- ଚଣ୍ଡେଶ୍ୱର ପ୍ରାଥମିକ ବିଦ୍ୟାଳୟ , ଚଣ୍ଡେଶ୍ୱର ଗ୍ରା.ପ- ୧୫୦ ଡୋଜ

ପ୍ରଥମ ପର୍ଯ୍ୟାୟ- ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ, ସମୟ- ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

ଦ୍ଵିତୀୟ ପର୍ଯ୍ୟାୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ( ଦ୍ଵିତୀୟ ଡୋଜ), ସମୟ- ଅପରାହ୍ନ ୧ ରୁ ୪ ଘଟିକା

କିପରି ନେବେ:

ଟୀକା କେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ୧୪୫୦ ଜଣ ନାଗରିକ ନେବେ ଟୀକା: ଦ୍ଵିତୀୟ ଡୋଜକୁ ପ୍ରଶାସନର ଗୁରୁତ୍ୱ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧ ହଜାର ୪୫୦ ଲୋକଙ୍କୁ ଟୀକା ଦିଆଯିବ। ତେବେ ବାଣପୁରରେ ଉକ୍ତ ଟୀକା କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ଦିଆଯିବାକୁ ଥିବାବେଳେ ଚିଲିକାରେ କେବଳ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ଦ୍ଵିତୀୟ ଡୋଜ ଦିଆଯିବ ଏବଂ ଅନ୍ୟ କେନ୍ଦ୍ର ଗୁଡିକରେ ଉଭୟ ଡୋଜ ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା:

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ(କେବଳ ଦ୍ଵିତୀୟ ଡୋଜ)- ୨୦୦ ଡୋଜ

୨- ସୀଙ୍ଗେଶ୍ୱର ପ୍ରାଥମିକ ବିଦ୍ୟାଳୟ , ସୀଙ୍ଗେଶ୍ୱର ଗ୍ରା.ପ- ୧୦୦ ଡୋଜ

-ବଡ଼କୂଳ ଉଚ୍ଚ ବିଦ୍ୟାଳୟ ,ବଡ଼କୁଳ ଗ୍ରା.ପ- ୧୦୦ ଡୋଜ

୪- କାଳିଜାଇ ୟୁଜିଏମଇ ବିଦ୍ୟାଳୟ, ମାନସିଂହପୁର ଗ୍ରା. ପ- ୧୦୦ ଡୋଜ

୫- ଚିଲିକା ଉଚ୍ଚ ବିଦ୍ୟାପୀଠ, ହାଟବରଡ଼ି ଗ୍ରା.ପ- ୧୫୦ ଡୋଜ

ପ୍ରଥମ ପର୍ଯ୍ୟାୟ- ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ, ସମୟ- ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

ଦ୍ଵିତୀୟ ପର୍ଯ୍ୟାୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ( ଦ୍ଵିତୀୟ ଡୋଜ), ସମୟ- ଅପରାହ୍ନ ୧ ରୁ ୪ ଘଟିକା

କିପରି ନେବେ:

ଟୀକା କେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟୀକା ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ଆସିଲେ ବିଭିନ୍ନ ବର୍ଗର କର୍ମଚାରୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଟୀକା ପାଇଁ ସମ୍ମୁଖ ଯୋଦ୍ଧା ଭାବେ ରାଜ୍ୟରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ କରାଯାଇଛି। ବନ ଅଧିକାରୀ, ଫରେଷ୍ଟ ଗାର୍ଡ, ବ୍ୟାଙ୍କ କର୍ମଚାରୀ, ବୀମା କମ୍ପାନୀ କର୍ମଚାରୀ, ଏଟିଏମ ଦାୟିତ୍ଵରେ ଥିବା କର୍ମଚାରୀ, ଫିଲିଂ ଷ୍ଟେସନ, କଷ୍ଟମର କେୟାର କର୍ମଚାରୀ, ରେଲୱେ କର୍ମଚାରୀ, ଅମ୍ଳଜାନ ପ୍ଳାଣ୍ଟ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ, ୧୦୮ ହେଲ୍ପ ଲାଇନ ନମ୍ବର କର୍ମଚାରୀ ଏବଂ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଟୀକା ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଏବଂ ପୌରାଞ୍ଚଳ କମିଶନରଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ନେଇ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା

ଭୁବନେଶ୍ବର: ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି କରୋନାକୁ ନେଇ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଯେଉଁ ଆକ୍ରାନ୍ତ ମାସେ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବେ, ସେ ତିନିମାସ ପରେ କରୋନା ଟୀକା ନେଇପାରିବେ। ଆବଶ୍ୟକସ୍ଥଳେ ୬ ସପ୍ତାହ ପରେ ମଧ୍ୟ ଟୀକା ନେଇପାରିବେ।

ଟୀକା ନେବା ପରେ କିମ୍ବା ସୁସ୍ଥ ହୋଇ ଫେରିଥିଲେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵ ରଖିବା ଜରୁରୀ। କରୋନାର ଦ୍ଵିତୀୟ ଲହର ପୂର୍ବାପେକ୍ଷା ଅଧିକ ତୀବ୍ର ରହୁଛି। କୋଭିଡ଼ ନିୟମକୁ ମାନିବାରେ ଢିଲା ହେଲେ ସଂକ୍ରମିତ ହେବା ଆଶଙ୍କା ରହିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ ଏବଂ ହୋମ ଆଇସୋଲେସନରେ ରୁହନ୍ତୁ। ଘରେ ସମସ୍ତେ ପଜିଟିଭ ଥିଲେ ଏକାଠି ରହିପାରିବେ। କିନ୍ତୁ ସମସ୍ତେ ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ।

ଲକ୍ଷଣ ଦେଖା ଦେଲେ ୩ ରୁ ୫ ଦିନ ମଧ୍ୟରେ ଟେଷ୍ଟ କରାଇନିଅନ୍ତୁ। ଟେଷ୍ଟ ରିପୋର୍ଟ ନଆସିବା ଯାଏଁ ନିଜକୁ ଆଇସୋଲେସନରେ ରଖନ୍ତୁ। କରୋନା ଟୀକା ନେଇଥିବା ବ୍ୟକ୍ତି ଯଦି କୌଣସି ଆକ୍ରାନ୍ତଙ୍କ ମଧ୍ୟରେ ଆସନ୍ତି, ତେବେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ। ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ଆସିଲେ ମେ’ ୧ ପରେ ଆରମ୍ଭ ହେବ ଟୀକାକରଣ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ଵର: ମେ’ ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛି। ରାଜ୍ୟକୁ ଟୀକା ଆସିଲେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଆଜି ରାଜ୍ୟକୁ ଆଉ ୯୦ ହଜାର କୋଭିସିଲ୍ଡ  ଟୀକା ଡୋଜ ଆସୁଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫୭ ଲକ୍ଷ ୪ ହଜାର ୯୧୬ ଜଣଙ୍କୁ ଟୀକା ଦିଆଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଆଜିଠାରୁ ଦେଶରେ ଆରମ୍ଭ ହେଲା ଟୀକା ଉତ୍ସବ: ଜାଣନ୍ତୁ ଚିଲିକାରେ ପ୍ରଥମ ଦିନରେ କେତେଜଣ ନେଲେ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଆଜିଠାରୁ ସାରା ଦେଶରେ ଟୀକା ଉତ୍ସବ ପାଳନ କରାଯାଉଛି। ଏହା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ଆଜିଠାରୁ ଟୀକା ଉତ୍ସବ ଆରମ୍ଭ ହୋଇଯାଇଅଛି। ବାଣପୁର ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଉକ୍ତ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆଜିଏହି ଉତ୍ସବକୁ ଉଦଘାଟିତ କରି ଟୀକାକରଣ ପ୍ରକ୍ରିୟାକୁ ଆରମ୍ଭ କରିଛନ୍ତି।

ତେବେ ଆଜି ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକମାନେ ବହୁ ସଂଖ୍ୟାରେ କରୋନା ଟୀକା ନେଇଛନ୍ତି। ପ୍ରଥମ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀରେ ୧୩୩୦ ଜଣ ବ୍ୟକ୍ତି ଟୀକା ନେଇଥିବା ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ବାଣପୁରରେ ୨୮୭ ଜଣ, ଗମ୍ଭାରୀମୁଣ୍ଡାରେ ୧୭୬ ଜଣ  ଏବଂ ସୁନାଖେଳାରେ ୧୯୪ ଜଣ ବ୍ୟକ୍ତି ଟୀକା ନେଇଛନ୍ତି।

ଅନୁରୂପ ଭାବେ ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବାଲୁଗାଁରେ ୩୭୭ ଜଣ ଟୀକା ନେଇଥିବା ବେଳେ ନଈରୀରେ ୮୮ ଜଣ ଏବଂ ଜରିପଡାରେ ୨୦୮ ଜଣ ବ୍ୟକ୍ତି ଟୀକା ନେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସଂସ୍କୃତି

ଚିଲିକା ଦୋଳ ଉତ୍ସବ ନେଇ ଜାରି ହେଲା ଗାଇଡଲାଇନ: ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତଙ୍କୁ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ଅଧ୍ୟକ୍ଷତାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ନଈରୀ ଗ୍ରାମର ବାଇଶି ମୌଜା କମିଟି ଏବଂ ବଉଳାବନ୍ଧ ଗ୍ରାମର ଏଗାର ଦୋଳ କମିଟିର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଏପ୍ରିଲ ୭, ୮, ୯ ତାରିଖ ମଧ୍ୟରେ ଏହି ଉତ୍ସବ ଦୁଇଟି ପାଳନ ହେବ। କେବଳ ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଉକ୍ତ ଦୁଇ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସହମତି ହୋଇଛି। ବିମାନକୁ ସିମୀତ ସଂଖ୍ୟକ ସେବାୟତ (କମିଟି ଦ୍ୱାରା ନିର୍ଦ୍ଧାରିତ) ନେଇ ପଡ଼ିଆକୁ ଯିବେ। ଆତସବାଜି ପ୍ରଦର୍ଶନ ହେବ ନାହିଁ। ସାମାଜିକ ଦୂରତ୍ୱ, ମାସ୍କ ଏବଂ ସାନିଟାଇଜେସନ ବ୍ୟବହାର ବାଧ୍ୟତାମୂଳକ। ଦୋକାନ ବଜାର ପଡିବ ନାହିଁ। ବିମାନ ସହିତ ଆସିବାକୁ ଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ସେବାୟତ ମାନଙ୍କୁ କୋଭିଡ ଟୀକା ଦିଆଯିବ। ୨୪ ଘଣ୍ଟା ପୋଲିସ ଏବଂ ମେଡିକାଲର ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟକାରୀ ହେବ।

ଆସନ୍ତାକାଲିଠାରୁ କଟକଣା ଗୁଡ଼ିକର ତହସିଲ ପ୍ରଶାସନ ଦ୍ୱାରା ପ୍ରଚାର ପ୍ରସାର ହେବ।  ପୋଲିସ ଦ୍ୱାରା ଯାତ୍ରା ସରିବା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ମଦ ଧରପଗଡ଼ ଅଭିଯାନ ଜାରି ରହିବ।  ବାହାରୁ ଯଦି କୌଣସି ବ୍ୟକ୍ତି ଯାତ୍ରା ସମୟରେ ଉକ୍ତ ଅଞ୍ଚଳକୁ ଆସିବେ ତେବେ ସେ ୭ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ।

ଉକ୍ତ ବୈଠକରେ ବିଡ଼ିଓଙ୍କ ସହ ଚିଲିକା ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡ଼ାଙ୍ଗୁଆ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ, ହରିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ, ବଉଳାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ, ୨୨ ମୌଜା କମିଟି ସଭାପତି ଲଳିତ ମୋହନ ପଟ୍ଟନାୟକ, ଏଗାରଦୋଳ କମିଟି ସଭାପତି ହାଡିବନ୍ଧୁ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ସଂକ୍ରମିତ ହେଲେ ହରିୟାଣା ମନ୍ତ୍ରୀ ଅନୀଲ ଭିଜ: ନଭେମ୍ବର ୨୦ରେ ନେଇଥିଲେ ଟୀକା

ଚଣ୍ଡୀଗଡ଼: କରୋନା ଟୀକାକୁ ନେଇ ଲୋକେ ବେଶ ଉତ୍ସାହିତ ଅଛନ୍ତି। ବିଭିନ୍ନ କରୋନା ଟୀକା ପ୍ରସ୍ତୁତ କମ୍ପାନୀଗୁଡିକ ସଫଳତା ହାସଲ କରୁଛନ୍ତି ବୋଲି ଦାବି କରୁଥିବା ବେଳେ ଆଜି ଏକ କମ୍ପାନୀର ସଫଳତା ଉପରେ ଆଶଙ୍କା ସୃଷ୍ଟି କରିଛି।

ତେବେ କୋଭାକ୍ସିନ ଟୀକା ଦେଇଥିବା ହରିୟାଣା ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଜେ ଟ୍ୱିଟ କରି ମନ୍ତ୍ରୀ ଶ୍ରୀ ଭିଜ ଏହି ସୂଚନା ଦେଇଛନ୍ତି। ଆଜି ତାଙ୍କର କୋଭିଡ଼ ରିପୋର୍ଟ ପଜିଟିଭ ଆସିଛି। ସେ ଅମ୍ବାଲାର ସିଭିଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଛି। ଅନେକ ସ୍ୱେଚ୍ଛାସେବୀ ଏହି ଟୀକା ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଗତ ନଭେମ୍ବର ୨୦ରେ ସ୍ୱେଚ୍ଛାସେବୀ ଭାବେ ଶ୍ରୀ ଭିଜ ଟୀକା ନେଇଥିଲେ। କିନ୍ତୁ ସେ କରୋନା ଆକ୍ରାନ୍ତ ହୋଇଥିବାରୁ କୋଭାକ୍ସିନର ସଫଳତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଟୀକା ସମ୍ପର୍କରେ କ’ଣ କହିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ବିଶ୍ବ ମହାମାରୀ କରୋନା ଭୂତାଣୁ ରୋକିବା ଲାଗି ସାରା ବିଶ୍ବରେ ବ୍ୟାପକ ପରୀକ୍ଷା ନୀରିକ୍ଷା, ଗବେଷଣା ଜାରି ରହିଛି। ଅନେକ ଦେଶରେ ଟୀକାର ମାନବ ପରୀକ୍ଷଣ ଆଗୁଆ ପର୍ଯ୍ୟାୟରେ ରହିଛି। ଇତିମଧ୍ୟରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ICMR ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଟୀକା କୋଭାକ୍ସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇ ଯାଇଛି।

ଘରୋଇ ଉଦ୍ୟମରେ ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ ଟୀକାର ସଫଳତା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେ ଏହି ସୂଚନା ଦେବା ସହ ଆଗକୁ କୋଭାକ୍ସିନର ସଫଳତା ନେଇ ଆଶା ବ୍ୟକ୍ତ କରିଛନ୍ତି। ଏହାର ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣରେ ବିଶେଷ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।

ବାୟୋଟେକନୋଲୋଜି ବିଭାଗ ଦ୍ବାରା ମଧ୍ୟ ଗବେଷଣା ଚାଲିଛି। ବିଶ୍ବସ୍ତରରେ ଦେଖିଲେ ଚୀନ କମ୍ପାନି ସିନୋଫାର୍ମ ପ୍ରସ୍ତୁତ କରୁଥିବା ଟୀକାର ମାନବ ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଏହାକୁ ବିଶ୍ବର ପ୍ରଥମ ଟୀକା ଯାହାକି ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିଥିବା କୁହାଯାଉଛି।