Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ବିପର୍ଯ୍ୟୟ ପରିାଳନା: ୫୧ ଟି ବାତ୍ୟା ଆଶ୍ରୟସ୍ଥଳୀରେ ହେଲା ଅଭ୍ୟାସ

ଖୋର୍ଦ୍ଧା: ଗତକାଲି ଜିଲ୍ଲାବ୍ୟାପୀ ବ୍ଲକ ଓ ମ୍ୟୁନିସିପାଲଟିରେ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ଜିଲ୍ଲା ବ୍ୟାପୀ ବିପର୍ଯ୍ୟୟ ପରିାଳନା ଅଭ୍ୟାସ ୫୧ ଗୋଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି। ସେହି ଆଶ୍ରୟସ୍ଥଳୀ ଗୁଡିକରେ ଜିଲ୍ଲା ତଥା ବ୍ଲକ, ପଞ୍ଚାୟତ ଅଧିକାରୀ, ଗ୍ରାମବାସୀମାନଙ୍କର ସମ୍ମୁଖରେ, ଅଗ୍ନିଶମ ଅଧିକାରୀ ଓ ତାଲିମ ପ୍ରାପ୍ତ ଯୁବ ଉଦ୍ଧାରକାରୀ ଦଳ, ପ୍ରାଥମିକ ଚିକିତ୍ସା ଦଳ ଓ ଆପଦାମିତ୍ର ମାନେ ବିଭିନ୍ନ ଜୀବନ ରକ୍ଷାକରି କୌଶଳ ମାନ ପ୍ରଦର୍ଶନ କରିବା ସହିତ, ଜରୁରୀ କାଳୀନ ସହାୟତା ପାଇଁ ରଖାଯାଇଥିବା ବିଭିନ୍ନ ଉପକରଣ ଗୁଡିକୁ ଚଳାଇ ଜନ ସାଧାରଣ ଙ୍କୁ ଦେଖାଇ ଥିଲେ।

Categories
ଆଞ୍ଚଳିକ

ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ବାଣପୁରରେ ‘ଟେବୁଲ ଟପ ଏକ୍ସରସାଇଜ’ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଗକୁ ବର୍ଷା ଋତୁ ଆସିବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ସଭାଗୃହ ମଧ୍ୟରେ ପୃଥକ ଭାବେ ଦୁଇ ଗୋଟି ‘ଟେବୁଲ ଟପ ଏକ୍ସରସାଇଜ’ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବୈଠକରେ ବିଡ଼ିଓ ଶୀତଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ଏନଏସି ବୈଠକରେ ଅଧ୍ୟକ୍ଷ ମିଟୁ ନାୟକ ଅଧ୍ୟକ୍ଷତା କରିଥିଲେ।

ଉକ୍ତ ବୈଠକରେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଏବଂ ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବନ୍ୟା ଓ ବାତ୍ୟା ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସ୍ଥିତିରେ କିପରି ଜୀବନଯାତ୍ରାକୁ ସ୍ୱାଭାବିକ ତୁରନ୍ତ କରାଯାଇପାରିବ, ସେଥିପ୍ରତି ଆଲୋଚନା କରାଯାଇଥିଲା। ସାଧାରଣତଃ ସ୍ୱାସ୍ଥ୍ୟ, ପ୍ରାଣୀଧନ, ପାନୀୟଜଳ, ବିଦ୍ୟୁତ ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ତଳି ଅଞ୍ଚଳ ଗୁଡିକୁ ଚିହ୍ନଟ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆସନ୍ତାକାଲି ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଏନଏସି ର କୃତିବାସ ଭବନଠାରେ ଏ ନେଇ ମକ ଡ୍ରିଲ ଅନୁଷ୍ଠିତ ହେବ। ବନ୍ୟା ଓ ବାତ୍ୟା ସମୟରେ କିପରି ତଳିଆ ଅଞ୍ଚଳର ନାଗରିକମାନଙ୍କୁ ସେଲଟର ହୋମକୁ ସ୍ଥାନାନ୍ତରଣ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଯୋଗାଣ ବିଭାଗ ଓ ପରିମଳ ବିଭାଗ ଅଧିକାରୀଙ୍କୁ ଖାଦ୍ୟ ମହଜୁଦ ରଖିବା ଓ ସ୍ଵଚ୍ଛତା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନକୁ କିପରି ରକ୍ଷା କରାଯାଇପାରିବ, ସେଥିପ୍ରତି ଉଭୟ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।