Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଓପୋ ସ୍ମାର୍ଟଫୋନରେ ଚାଲିବ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ

ଭୁବନେଶ୍ୱର: ସ୍ମାର୍ଟଫୋନ୍ ନିର୍ମାତା ଓପୋ ଇଣ୍ଡିଆର ଅଧିକାଂଶ ୫ଜି ଡିଭାଇସ୍ ଜିଓର ଷ୍ଟାଣ୍ଡ୍‌ଏଲୋନ୍ ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଛିବା କଂପାନି ପକ୍ଷରୁ ଘୋଷଣା କରାଯାଇଛି। ଓପୋ ସ୍ମାର୍ଟଫୋନ୍‌ଗୁଡ଼ିକରେ ଜିଓ ଟ୍ରୁ-୫ଜି ସେବା ହାସଲ କରାଯାଇପାରିବ। ଓପୋ ପକ୍ଷରୁ କୁହାଯାଇଛି ଯେ ଜିଓ ସହଯୋଗରେ କଂପାନି ଏଭଳି ଡିଭାଇସ୍ ପ୍ରସ୍ତୁତ କରିଛି ଯାହା ଅଲ୍‌ଟ୍ରା ହାଇ-ସ୍ପିଡ୍ ଏବଂ ଲୋ ଲାଟେନ୍ସିରେ କାର୍ଯ୍ୟ କରି ବ୍ୟବହାରକାରୀଙ୍କୁ ଉଲ୍ଲେଖନୀୟ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବ।

ଓପୋ ଇଣ୍ଡିଆର ଯେକୌଣସି ନୂଆ ୫ଜି ସ୍ମାର୍ଟଫୋନ୍ ଷ୍ଟାଣ୍ଡ୍‌ଏଲୋନ୍ ୫ଜି ନେଟ୍‌ୱର୍କରେ କାମ କରିବ। ଭାରତରେ ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ଷ୍ଟାଣ୍ଡ୍‌ଏଲୋନ୍ ୫ଜି ନେଟ୍‌ୱର୍କର ପରିଚାଳନା କରୁଛି। ଷ୍ଟାଣ୍ଡ୍‌ଏଲୋନ୍ ୫ଜି ନେଟ୍‌ୱର୍କରେ ଚାଲୁଥିବା ଡିଭାଇସ୍ ପାଇଁ ଓପୋ ପକ୍ଷରୁ ସଫ୍‌ଟଓୟାର ଅପ୍‌ଡେଟ୍ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଓପୋର ରେନୋ ୮, ରେନୋ ୮ ପ୍ରୋ, ରେନୋ ୭, ଏଫ୍‌୨୧ ପ୍ରୋ ୫ଜି, ଏଫ୍‌୧୯ ପ୍ରୋ+, କେ୧୦ ଏବଂ ଏ୫୨ଏସ୍ ଡିଭାଇସ୍‌ରେ ପୂର୍ବରୁ ସଫ୍‌ଟଓୟାର ଅପ୍‌ଡେଟ୍ କରାଯାଇସାରିଛି। କଂପାନିର ଅନ୍ୟ ମଡେଲ୍‌ଗୁଡ଼ିକରେ ଖୁବ୍‌ଶୀଘ୍ର ସଫ୍‌ଟଓୟାର ଅପ୍‌ଡେଟ୍ କରାଯିବ ବୋଲି ପ୍ରକାଶ କରାଯାଇଛି।

ଓପୋ ଇଣ୍ଡିଆର ଉପାଧ୍ୟକ୍ଷ ଏବଂ ଆର୍‌ଆଣ୍ଡ୍‌ଡି ମୁଖ୍ୟ ତସ୍‌ଲିମ୍ ଆରିଫ୍ କହିଛନ୍ତି ଯେ, “ଓପୋ ଇଣ୍ଡିଆ ଭାରତରେ ୫ଜି ଇକୋସିଷ୍ଟମ୍ ତିଆରି କରିବାକୁ ଉଦ୍ୟମ କରୁଛି। ଏହା ଦ୍ୱାରା ଆମର ଗ୍ରାହକମାନେ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିପାରିବେ। ଯେଉଁ ସହରଗୁଡ଼ିକରେ ୫ଜି ସେବା ଆରମ୍ଭ କରାଯାଇଛି ସେଠାରେ ଗ୍ରାହକମାନେ ଓପୋ ସ୍ମୋର୍ଟଫୋନ୍ ଜରିଆରେ ଟ୍ରୁ-୫ଜିର ଅନୁଭବ ହାସଲ କରିପାରିବେ। ଏଥିପାଇଁ ସମର୍ଥନ ଓ ସହଯୋଗ ପ୍ରଦାନ କରିଥିବାରୁ ଜିଓ ନିକଟରେ ଆମେ କୃତଜ୍ଞ। ଆଗାମୀ ଦିନରେ ଆସିବାକୁ ଥିବା ଆମ ଡିଭାଇସ୍‌ଗୁଡ଼ିକ ଉଭୟ ଷ୍ଟାଣ୍ଡ୍‌ଏଲୋନ୍ ଏବଂ ଅଣ ଷ୍ଟାଣ୍ଡ୍‌ଏଲୋନ୍ ନେଟ୍‌ୱର୍କକୁ ସପୋର୍ଟ କରିବ।’’

ଜିଓ ଟ୍ରୁ-୫ଜି ଓୟାରଲେସ୍ ନେଟ୍‌ୱର୍କର ବୈଷୟିକ ବ୍ୟବସ୍ଥାକୁ ପ୍ରଶଂସା କରି ଓପୋ ଇଣ୍ଡିଆ ପକ୍ଷରୁ ତାହାକୁ ଦୁନିଆର ସବୁଠୁ ଉନ୍ନତ ବ୍ୟବସ୍ଥା ବୋଲି କୁହାଯାଇଛି। ଓପୋ ପକ୍ଷରୁ କୁହାଯାଇଛି ଯେ ଜିଓ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ ଏବଂ କଂପାନି ପକ୍ଷରୁ ଜିଓ ଟ୍ରୁ-୫ଜି ନେଟ୍‌ୱର୍କର ବିଶେଷ ଗୁଣଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି।

ସେଗୁଡ଼ିକ ମଧ୍ୟରେ ରହିଛି ଷ୍ଟାଣ୍ଡ୍‌-ଏଲୋନ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହା ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳ ନୁହେଁ। ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସବୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି। କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି।