Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଡିଜିଟାଲ କମ୍ୟୁନିକେସନ ପ୍ରଦର୍ଶନୀ: ଜିଓ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନକୁ ନେଇ ବିପୁଳ ଉତ୍ସାହ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ଦ୍ୱେିତ ମହାନଗରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ ସହିତ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଡିଜିଟାଲ କମ୍ୟୁନିକେସନ ନେଇ ଆୟୋଜିତ ଦୁଇଦିନିଆ ପ୍ରଦର୍ଶନୀରେ ଜିଓ ଏକ ସ୍ୱତନ୍ତ୍ର ଲାଇଭ୍ ୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରିଛି, ଯାହା ବହୁସଂଖ୍ୟକ ଛାତ୍ରଛାତ୍ରୀ, ଯୁବବର୍ଗଙ୍କ ସହିତ ବିଭିନ୍ନ କ୍ଷେତ୍ରରୁ ବହୁ ସଂଖ୍ୟକ ବୃତିଧାରୀଙ୍କୁ ଆକୃଷ୍ଟ କରୁଛି। ଜିଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଓ କମ୍ୟୁନିଟି କ୍ଲିନିକ ମେଡିକାଲ କିଟ୍‌, ଶିକ୍ଷା, କ୍ଲାଉଡ ଗେମିଙ୍ଗ, ସ୍ମାର୍ଟ ଅଫିସ, ସ୍ମାର୍ଟ ସିଟି ଏବଂ ବୈପ୍ଳବିକ ଏଆର-ଭିଆର୍ ଉପକରଣ, ଜିଓ ଗ୍ଲାସ୍ ଆଦିରେ ୫ଜିର ଅନ୍ତର୍ନିବେଶୀ ଫାଇଦା ସମ୍ପର୍କରେ ଲାଇଭ୍ ପ୍ରଦର୍ଶନ କରିଛି। ଏହି ଫାଇଦାଗୁଡିକ ଓଡ଼ିଶାର ଜନସାଧାରଣଙ୍କ ଜୀବନରେ ରୂପାନ୍ତରଣକାରୀ ପରିବର୍ତନ ଆଣିବ।

ପ୍ରଦର୍ଶିତ ହୋଇଥିବା କେତେକ ୫ଜି ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ସଂକ୍ଷିପ୍ତ ବର୍ଣ୍ଣନା:

ଜିଓ ଟ୍ରୁ-୫ଜି ସ୍ପିଡ ଟେଷ୍ଟ: ଜିଓ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ରେ ଲାଇଭ୍ ସ୍ପିଡ ଟେଷ୍ଟ ଜରିଆରେ ଜିଓ ଉଚ୍ଚ ବ୍ୟାଣ୍ଡୱିଡ୍‌ଥ ଏବଂ ଲୋ ଲାଟେନ୍ସି ପ୍ରଦର୍ଶନ କରିଛି ଏବଂ ସେଥିରେ ହାରାହାରି ୫ଜି ସ୍ପିଡ ୧.୫ ଜିବିପିଏସ୍ ରହିଛି।

ସ୍ୱାସ୍ଥ୍ୟଯତ୍ନ- ଗୋଟିଏ ବ୍ୟାଗ୍‌ରେ କ୍ଲିନିକ: ଜିଓ ଟ୍ରୁ ୫ଜି ସମର୍ଥିତ ଗୋଷ୍ଠୀ କ୍ଳିନିକଗୁଡିକ ସୀମିତ ସ୍ୱାସ୍ଥ୍ୟଯତ୍ନ ସୁବିଧା ଉପଲବ୍ଧ ହେଉଥିବା ଅଂଚଳଗୁଡିକୁ ‘କ୍ଲିନିକ ଇନ୍ ଏ ବ୍ୟାଗ୍‌’ ପ୍ଲାଟଫର୍ମ ଜରିଆରେ ପାରାମେଡିକ୍ସ ଉପଯୋଗରେ ଗୁଣାତ୍ମକ ସ୍ୱାସ୍ଥ୍ୟଯତ୍ନ ପ୍ରଦାନକାରୀ ସ୍ପେଶାଲିଷ୍ଟମାନଙ୍କୁ ଉପଲବ୍ଧ କରାଇବ ଅଥବା ଆଶା କର୍ମୀମାନେ ଷ୍ଟେଥୋସ୍କୋପ, ଇସିଜି ମେସିନ, ଗ୍ଲୁକୋଜ ମନିଟର, ଇଏନଟି ପ୍ରୋବ୍ ଭଳି ଉପକରଣ ଗୋଟିଏ ବ୍ୟାଗ୍ ରେ ଧରି ଦୂରଦୂରାନ୍ତରେ ଥିବା ରୋଗୀଙ୍କ ନିକଟରେ ପହଁଚିବେ ଏବଂ ଉକ୍ତ ପରୀକ୍ଷା ତଥ୍ୟକୁ ବାସ୍ତବକାଳୀନ ଭିତିରେ ଜିଓ ଟ୍ରୁ-୫ଜି ଜରିଆରେ ଯେକୌଣସି ସ୍ଥାନରେ ଥିବା ଜଣେ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଅବଗତ ଦିଆଯାଇପାରିବ। ତାହାସହିତ ଏକ କ୍ଳିନିକ ମ୍ୟାନେଜମେଂଟ ପ୍ଲାଟଫର୍ମ ରହିଛି ଯେଉଁଥିରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଇଏମଆର୍‌, ରୋଗୀ ଦେଖାକରିବା ସମୟ ଏବଂ ଅନ୍ୟାନ୍ୟ ବିସ୍ତୃତ ବିବରଣୀ ସ୍ଥାନପାଇବ, ଯେଉଁଗୁୂଡିକ ଯେକୌଣସି ସ୍ୱାସ୍ଥ୍ୟସେବା କ୍ଲିନିକ ଦକ୍ଷତାର ସହିତ କାର୍ଯ୍ୟକାରିତା ନିମନ୍ତେ ନିତାନ୍ତ ଆବଶ୍ୟକ।

ସ୍ଥାନ ଏବଂ ଜନସଂଖ୍ୟା ନିର୍ବିଶେଷରେ ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ପହଁଚାଇବା କ୍ଷେତ୍ରରେ ସଫଳତା ହାସଲ ଦିଗରେ ଏହା ଏକ ବିଶାଳ ପ୍ରୟାସ ହୋଇଛି।

କ୍ଲାଉଡ ଗେମିଙ୍ଗ: ଜିଓ ଟ୍ରୁ ୫ଜିର ଅତ୍ୟନ୍ତ ସ୍ୱଳ୍ପ ଲାଟେନ୍ସି ଏବଂ ଉଚ୍ଚ ବ୍ୟାଣ୍ଡୱିଡ୍‌ଥ ବଳରେ ଗେମର୍‌ମାନେ ଏଣିକି ଜିଓକ୍ଳାଉଡ ଗେମିଙ୍ଗରେ ଓଟିଟି ଅନୁରୂପ ସେବା ପାଇପାରିବେ, ଯେଉଁଠାରେ ସେମାନେ ଯେକୌଣସି ସ୍ଥାନରେ ଥାଇ ବ୍ୟୟବହୁଳ ହାର୍ଡୱେର ଆବଶ୍ୟକ ନକରି ଅଥବା ବ୍ୟୟବହୁଳ ଗେମ୍ ଟାଇଟଲ୍ ପୃଥକ ଭାବରେ ଖରିଦ ନକରି ଉଚ୍ଚ ମାନର ଗେମ୍‌ର ସୁଯୋଗ ନେବାକୁ ସମର୍ଥ ହେବେ।

ସ୍ମାର୍ଟ ଅଫିସ: ଜିଓ ଟ୍ରୁ-୫ଜି କନେକ୍ଟିଭିଟି  ଏବଂ ଜିଓ ଏୟାରଫାଇବର ବଳରେ ପରିଚାଳିତ ହେଉଥିବା କାର୍ଯ୍ୟାଳୟଗୁଡିକ ଜିଓ ଏୟାରଫାଇବର, କ୍ଲାଉଡ ପିସି, ଭିଡିଓ ଟେଲିଫୋନି ଏବଂ ଡିଜିଟାଲ ସାଇନେଜ୍ ଭଳି ସହଜ ଏବଂ ଓୟାରଲେସ୍ ପ୍ଲଗ୍ ଆଣ୍ଡ ପ୍ଲେ ସମାଧାନ ବଳରେ ଅଧିକ ସ୍ମାର୍ଟ ହେବାକୁ ଯାଉଛି।

ସ୍ମାର୍ଟ ମିଟରିଂ ଆଣ୍ଡ ସ୍ମାର୍ଟ ଲାଇଟିଂ: ଜିଓ ଟ୍ରୁ-୫ଜି ରିଅଲ ଡାଟା ପ୍ରୋସେସିଂ, ସିଫ୍ଟ ଟୁ ଏଜ୍ କ୍ଳାଉଡ ଦିଗରେ ସହାୟକ ହେବା ସହିତ ବିବିଧ ଉପକରଣରେ ଏକାଧିକ ଷ୍ଟ୍ରିମିଂକୁ ସମର୍ଥ କରାଇବ। ଏଥିସହିତ ସ୍ଥାପନା କ୍ଷେତ୍ରରେ କୌଣସି ସୀମା ନରଖି ପାରମ୍ପରିକ କେବଲିଂ ଠାରୁ ସିସିଟିଭିର ଦ୍ରୁତ ମୁତୟନକୁ ୫ଜି ସମର୍ଥ କରାଇବ।

ଜିଓ-ଗ୍ଲାସ ଏଆର-ଭିଆର୍ ଡିଭାଇସ: ଜିଓ-ଗ୍ଲାସ୍ ବ୍ୟବହାରକାରୀଙ୍କୁ ଜିଓ ଟ୍ରୁ-୫ଜି ବଳରେ ସଶକ୍ତ ଭାରତର ପ୍ରଥମ ମିଶ୍ରିତ ରିଅଲିଟି ଜିଓ ଗ୍ଲାସ୍ ସହିତ ଶିକ୍ଷା ଆହରଣର ଭବିଷ୍ୟତ ସମ୍ପର୍କରେ ଅନୁଭୂତି ହାସଲ ପାଇଁ ସମର୍ଥ କରାଇବ।

ପରିବର୍ଦ୍ଧିତ ରିଅଲିଟିକୁ ବ୍ୟବହାର କରି ସ୍କୁଲଗୁଡିକ ଏଣିକି ଏକ ‘୩ଡି ରିଅଲିଟି ଲାବ୍‌’ ସ୍ଥାପନ କରିପାରିବେ ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ ପାଠ୍ୟକ୍ରମରୁ ବିଷୟଗୁଡିକୁ ଜିଓ ଗ୍ଲାସ୍ ପିନ୍ଧି ଦେଖିପାରିବେ। ଏହାକୁ ସୁଯୋଗ ନେବାପାଇଁ ରହିଥିବା ଏକ ବିକଳ୍ପ ମଧ୍ୟରେ ଜଣେ ଶିକ୍ଷକ ଏକମାତ୍ର ଜିଓ ଗ୍ଲାସ ପରିଧାନ କରି ୩ଡି ବିଷୟବସ୍ତୁକୁ ନେଇ ଭାବ ବିନିମୟ କରିବେ ଏବଂ ପରେ ତାହାକୁ ୨ଡି ପରଦାରେ ପ୍ରସାରଣ କରାଯାଇ ଜିଓ ଟ୍ରୁ ୫ଜିରେ ଇଂଟରନେଟ ଜରିଆରେ ୨ଡିରେ ସ୍କୁଲଗୁଡିକ ସହିତ ସହଭାଗିତା କରାଯାଇପାରିବ। ଜିଓ ଏକ୍ସପେରିଏନ୍ସ ଜୋନ୍‌ରେ ଆଜି ଅନେକ ଛାତ୍ରଛାତ୍ରୀ ଏବଂ ବୃତିଧାରୀ ଜିଓ-ଗ୍ଲାସ୍ ଏଆର-ଭିଆର୍‌  ପରିଧାନ କରି ଏହାର ଅନୁଭୂତି ଲାଭ କରିଥିଲେ।

ଜିଓ ଗ୍ଲାସ୍ ଛାତ୍ରଛାତ୍ରୀଙ୍କର ଏକାଗ୍ରତାରେ ବୃଦ୍ଧି ଘଟାଇବା ସହିତ ଶିକ୍ଷାଜାରି ରଖିବା ହାର ୩୦%ରୁ ଅଧିକ ବଜାୟ ରଖୁଛି। ଶିକ୍ଷକମାନେ ବିହେଭିଅରାଲ୍ ଆନାଲିଟିକ୍ସ ଜରିଆରେ ଛାତ୍ରଛାତ୍ରୀଙ୍କ ଶିକ୍ଷାହାସଲ ଯାତ୍ରା ଉପରେ ଦୃଷ୍ଟି ରଖିପାରିବେ, ୩ଡି ବିଷୟବସ୍ତୁ ନିୟନ୍ତ୍ରଣ କରିପାରିବେ ଏବଂ ଟାବ୍‌ଲେଟରେ ଅଳ୍ପକିଛି କ୍ଲିକ୍ କରି ଶିକ୍ଷା ଆହରଣ ଯାତ୍ରାକୁ ଗେମିଫାଏ କରିପାରିବେ। ଛାତ୍ରଛାତ୍ରୀ ୩ଡି ବିଷୟବସ୍ତୁ ସହିତ ସେମାନଙ୍କର ଭାବ ବିନିମୟ କରିପାରିବେ ଏବଂ ସେମାନଙ୍କ ନିଜସ୍ୱ ଗତିରେ ବିଭିନ୍ନ ଚିନ୍ତାଧାରା ଅନୁଧ୍ୟାନ କରିପାରିବେ, ଯାହା ସେମାନଙ୍କୁ ଅଧିକ ଭଲଭାବରେ ଶିକ୍ଷାଗ୍ରହଣ ଏବଂ ତାହା ଦୀର୍ଘକାଳ ମନେରଖିବାରେ ସହାୟକ ହେଉଛି।

କେବଳ ଜିଓର ଷ୍ଟାଣ୍ଡଆଲୋନ୍ ଟ୍ରୁ-୫ଜି ନେଟୱର୍କ ତାହାର ହାଇ ବ୍ୟାଣ୍ଡୱିଡ୍‌ଥ ଏବଂ ଲୋ ଲାଟେନ୍ସିକୁ ନେଇ ଭାରତରେ ପ୍ରତିଟି ସ୍କୁଲ ଏବଂ ପ୍ରତ୍ୟେକ ଛାତ୍ରକୁ ଉଚ୍ଚ ଗୁଣମାନ, ଭାବ ବିନିମୟକାରୀ, ୩ଡି ଶିକ୍ଷା ଆହରଣ ବିଷୟବସ୍ତୁ ଯୋଗାଇ ଦେଇପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଂଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍‌କୁ ପ୍ରଦାନ କରିବ। ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଂଚିବା ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ। ଭବିଷ୍ୟତରେ ମେଡିକାଲ୍ ଶିଳ୍ପର ଚେହେରା କେଉଁଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ସହଜରେ ଅନୁମାନ କରାଯାଇପାରିବ।

ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ୦ ଓ ଅଲ୍‌ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ। ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ। ଏହି ରୋବୋଟିକ୍ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗ୍ରାମୀଣ ରୋଗୀଙ୍କ ସହ ଯୋଡ଼ିପାରିବ। ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ ଭଳି ମୌଳିକ ମେଡିକାଲ୍ ଆବଶ୍ୟକତା ପାଇଁ ଗ୍ରାମାଂଚଳର ଲୋକମାନଙ୍କୁ ଆଉ ସହର ଆସିବାକୁ ପଡ଼ିବନି ଏବଂ ସେମାନେ ଘରେ ବସି ରିପୋର୍ଟ ହାସଲ କରିପାରିବେ।

ରିଲାଏନ୍ସ ପକ୍ଷରୁ ଦୀପାବଳିରେ ୫ଜି ସେବାର ଶୁଭାରମ୍ଭ କରାଯିବ। ନିଜର ଟ୍ରୁ-୫ଜି ନେଟୱର୍କର ହାଇ-ସ୍ପିଡ୍ ଓ ଲୋ-ଲେଟେନ୍ସି ଜରିଆରେ ଜୀବନର ନିତିିଦିନିଆ କାମରେ ଲାଗୁଥିବା ବହୁ ବୈଷୟିକ ସମାଧାନ ଉପରେ ମଧ୍ୟ ରିଲାଏନ୍ସ ଜିଓ କାର୍ଯ୍ୟ କରୁଛ। ସେଥି ମଧ୍ୟରୁ ଗୋଟିଏ ହେଉଛି ଜିଓ ୫ଜି ହେଲ୍‌ଥକେୟାର ଅଟୋମେସନ। କୋଭିଡ୍ ମହାମାରୀ ସମୟରେ ହସ୍ପିଟାଲ୍‌ର ଆଇସୋଲେସନ୍ ୱାର୍ଡରେ କିଛି ଆଗ ଧାଡ଼ିର କର୍ମୀଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା। ରିଲାଏନ୍ସ ଜିଓ ଏଭଳି ରୋବୋଟ୍ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ସେହିଭଳି ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବା କାର୍ଯ୍ୟ କରିପାରିବ।

କ୍ଲାଉଡ୍ ଭିତିକ ୫ଜି ନିୟନ୍ତ୍ରିତ ରୋବଟ୍‌ଙ୍କ ବ୍ୟବହାର ଯୋଗୁଁ ତ୍ରୁଟିର କୌଣସି ଆଶଙ୍କା ହିଁ ରହିବ ନାହିଁ ବୋଲି କହିଲେ ଭୁଲ ହେବନାହିଁ। ରୋବଟ୍ ଫ୍ଲିଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଦ୍ୱାରା ରକ୍ଷଣାବେକ୍ଷଣ ଓ ସାନିଟାଇଜେସନ ମାନବମାନଙ୍କ ତୁଳନାରେ ଅଧିକ ସହଜ ହେବ ଏବଂ ସବୁଠୁ ବଡ଼ କଥା ହେଉଛି ଏହା ଦ୍ୱାରା ହଜାର ହଜାର ଆଗଧାଡ଼ିର କର୍ମୀ ଏବଂ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ।