Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜୀବନ ଜିଇଁବାର ଢଙ୍ଗ ବଦଳାଇଦେବ ୫ଜି: ଆକାଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, ୫ଜି ପ୍ରଯୁକ୍ତିରେ ଭାରତୀୟଙ୍କ ଜୀବନ ଜିଇଁବାର ଢଙ୍ଗ ବଦଳାଇପାରିବାର ଶକ୍ତି ରହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତ୍ତୀ ୱେବିନାର୍‌କୁ ସମ୍ବୋଧିତ କରି ଆକାଶ ଏହା କହିଛନ୍ତି। ମଙ୍ଗଳବାର ଏହି ୱେବିନାର୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ।

ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କର ଶୁଭାରମ୍ଭ ସାରା ବିଶ୍ୱର ସବୁଠୁ ବଡ଼ ୫ଜି ଶୁଭାରମ୍ଭ ଥିଲା ବୋଲି ଆକାଶ ଅମ୍ବାନି କହିଛନ୍ତି। ମାତ୍ର ୫ ମାସ ଭିତରେ ଜିଓ ପକ୍ଷରୁ ପ୍ରାୟ ୪୦ ହଜାର ଟାୱାର ସାଇଟ୍‌ସରେ ୨.୫ ଲକ୍ଷ ୫ଜି ସେଲ୍‌ସ ଲଗାଯାଇଛି। ରିଲାଏନ୍ସ ଜିଓର ଏହି ବଡ଼ ଭିତିଭୂମି ଦ୍ୱାରା ପରିଚାଳିତ କଂପାନିର ଟ୍ରୁ-୫ଜି ସେବା ୨୭୭ ସହରରେ ପହଂଚିଛି। ଆକାଶ ଅମ୍ବାନି ସ୍ପଷ୍ଟ କରିଛନ୍ତି ଯେ ୨୦୨୩ ସୁଦ୍ଧା ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବା ସବୁ ତାଲୁକା, ସବୁ ସହର ଏବଂ ସବୁ ଗାଁରେ ଉପଲବ୍ଧ ହେବ।

ବିଭିନ୍ନ କ୍ଷେତ୍ରରେ ୫ଜି ପ୍ରଯୁକ୍ତି କିଭଳି ବ୍ୟବହାର ହୋଇପାରିବ ଏବଂ ଆମ ଜୀବନ ଉପରେ ତାହାର କ’ଣ ପ୍ରଭାବ ରହିବ ସେ ସମ୍ପର୍କରେ ଆକାଶ ଅମ୍ବାନି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗେମିଂଠାରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ୫ଜିର ଉପଯୋଗିତା ବିଷୟରେ ସେ ପ୍ରକାଶ କରିଥିଲେ। ଆକାଶ କହିଛନ୍ତି ଯେ ୫ଜିର ଲାଭ ହାସଲ କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ରାଉରକେଲା ଓ ବ୍ରହ୍ମପୁର ସହରରେ ଟ୍ରୁ-୫ଜି ସେବା ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହର ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ପୂର୍ବରୁ ଜାନୁଆରି ୫ ତାରିଖରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓ ରୁପାର ସହର କଟକରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା।
ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରାଯିବା ସହ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଆଜିଠାରୁ ଉପଲବ୍ଧ ହୋଇଛି। ଓଡ଼ିଶାର ରାଉରକେଲା ଓ ବ୍ରହ୍ମପୁର ସହର ସମେତ ଛତିଶଗଡ଼ର ରାୟପୁର, ଦୁର୍ଗ ଓ ଭିଲାଇ, ବିହାରର ପାଟ୍‌ନା ଓ ମୁଜାଫରପୁର, ଝାଡ଼ଖଣ୍ଡର ରାଂଚି ଓ ଜାମସେଦପୁର, କର୍ଣ୍ଣାଟକର ବିଜାପୁର, ଉଡୁପି, କଲବୁର୍ଗି ଓ ବେଲାରି, କେରଳର କୋଲାମ, ଆନ୍ଧ୍ରପ୍ରଦେଶର ଇଲୁରୁ ଏବଂ ମହାରାଷ୍ଟ୍ରର ଅମରାବତୀ ସହରରେ ଆଜିଠାରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି।

ରାଉରକେଲା ଓ ବ୍ରହ୍ମପୁର ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯିବା ସହିତ ଏବେ ଓଡ଼ିଶାର ଚାରିଟି ସହରରେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହୋଇଛି। ରାଜ୍ୟର ଏକ ପ୍ରମୁଖ ବ୍ୟବସାୟ ଏବଂ ଶିକ୍ଷା ହବ୍ ଭାବେ ପରିଚିତ ଇସ୍ପାତ ସହର ରାଉରକେଲା ପାଇଁ ଜିଓ ଟ୍ରୁ-୫ଜି ପରିବର୍ତନର ବାର୍ତାବହ ସାବ୍ୟସ୍ତ ହେବ ଏବଂ ଉଭୟ ନାଗରିକ ଓ ପରିଦର୍ଶକମାନଙ୍କୁ ଏହା ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ। ରାଉରକେଲାରେ ଜିଓ ଟ୍ରୁ-୫ଜି ଡାଟା ଏଭଳି ଏକ ସମୟରେ ଆରମ୍ଭ ହୋଇଛି ଯେତେବେଳେ ଚଳିତ ସପ୍ତାହରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍‌କୁ ଏହା ଭୁବନେଶ୍ୱରର ସହ ମିଳିତ ଭାବେ ଆୟୋଜନ କରୁଛି। ସେହିଭଳି ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ ଭାବେ ପରିଚିତ ବ୍ରହ୍ମପୁର ସହରରେ ଜିଓ ବ୍ୟବହାରକାରୀମାନେ ମଧ୍ୟ ଆଗାମୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ବ୍ୟବହାର କରିପାରିବେ। ଏଠାରେ ଉଲ୍ଳେଖଯୋଗ୍ୟ ଯେ ରାଜ୍ୟର ଦୁଇ ତୃତୀୟାଂଶ ଡାଟା ବଜାର ଅଂଶ ଜିଓ ପାଖରେ ରହିଥିବା ବେଳେ ଓଡ଼ିଶାରେ ପ୍ରତିି ତିନି ଜଣ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ଜଣ ଜିଓ ବ୍ୟବହାର କରୁଛନ୍ତି।

ଜାନୁଆରି ୧୪ ତାରିଖରୁ ରାଉରକେଲା ଓ ବ୍ରହ୍ମପୁର ସହରର ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ, ଯାହା ଦ୍ୱାରା ସେମାନେ ବିନା ଅତିିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ହାସଲ କରିପାରିବେ।

ସେବାର ଶୁଭାରମ୍ଭ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ପ୍ର୍ରଯୁକ୍ତି ହେଉଛି ଶ୍ରେଷ୍ଠ ଏକତା ସୃଷ୍ଟିକାରୀ। ମକର ସଂକ୍ରାନ୍ତି, ଲୋହରି, ପୋଙ୍ଗଲ ଓ ବିହୁ ଭଳି ପବିତ୍ର ଉତ୍ସବ ସମୟରେ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରିବା ଏବଂ ଓଡ଼ିଶା, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଭଳି ପାଂଚଟି ରାଜ୍ୟରେ ଏହି ସେବାକୁ ଆହୁରି ଅଧିକ ସହରକୁ ସମ୍ପ୍ରସାରଣ କରିଥିବାରୁ ଜିଓ ଗର୍ବିତ ମନେ କରୁଛି।

ସାରା ଦେଶରେ ଟ୍ରୁ-୫ଜିର ଶୁଭାରମ୍ଭର ଗତି ଆହୁରି ତ୍ୱରାନ୍ୱିତ କରାଯାଇଥିବା ବେଳେ ଆମେ ଏହା ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଜିଓ ଟ୍ରୁ-୫ଜି ସେବାକୁ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଶୁଭାରମ୍ଭ କରାଯାଇଛି। ଆମେ ଚାହୁଛୁ ଯେ ୨୦୨୩ରେ ପ୍ରତି ଜିଓ ଗ୍ରାହକ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଉପଭୋଗ କରନ୍ତୁ।’’

ଆଜିଠାରୁ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ିହୋଇଥିବା ଏହି ନୂଆ ସହରଗୁଡ଼ିକ ହେଉଛି ଦେଶର ପ୍ରମୁଖ ପର୍ଯ୍ୟଟନ, ବାଣିଜ୍ୟ ଓ ଶିଳ୍ପ ସ୍ଥଳ। ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହ ଏହି ଅଂଚଳର ଗ୍ରାହକମାନେ ଶ୍ରେଷ୍ଠ ଟେଲିକମ୍ ଯୋଗାଯୋଗ ସେବା ପାଇବା ସହ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ ଆଦି କ୍ଷେତ୍ରରେ ବ୍ୟାପକ ସୁଯୋଗ ପାଇପାରିବେ।

ଜିଓ ଟ୍ରୁ-୫ଜିକୁ ବ୍ୟାପକ କରିବା ଏବଂ ସାରା ଦେଶର ଗ୍ରାହକମାନଙ୍କ ପାଖରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ପହଂଚାଇବା ସୁନିଶ୍ଚିତ କରିବା ଲାଗି ଆମ ଉଦ୍ୟମରେ ଆମେ ସବୁ ରାଜ୍ୟର ସରକାରଙ୍କ ସହ ମିଶି କାର୍ଯ୍ୟ ଜାରି ରଖିଛୁ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ୫ଜି ସେବା ଆରମ୍ଭ କରିବାରେ ଜିଓ ପ୍ରଥମ ଅପରେଟର

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଦିଲ୍ଲୀ ପରେ ନୋଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଘୋଷଣା କରାଯାଇଛି । ଏଥି ସହିତ ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ଟ୍ରୁ-୫ଜି ସେବା ଆରମ୍ଭ କରିବାରେ ଜିଓ ହେଉଛି ଦେଶର ଏକମାତ୍ର ଟେଲିକମ୍ ଅପରେଟର। ଜିଓ ପକ୍ଷରୁ ଦ୍ରୁତ ଗତିରେ ବିଭିନ୍ନ ସ୍ଥାନରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି। ଦିଲ୍ଲୀ ବ୍ୟତୀତ ମୁମ୍ବାଇ, କୋଲକାତା, ବାରାଣାସୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ନାଥଦ୍ୱାରାରେ ରିଲାଏନ୍ସ ଜିଓ ପକ୍ଷରୁ ପୂର୍ବରୁ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇସାରିଛି। ଏହି ତାଲିକାରେ ଦିଲ୍ଲୀ-ଏନ୍‌ସିଆର୍ ହେଉଛି ସବୁଠୁ ନୂଆ ସ୍ଥାନ।

ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ସିଗ୍‌ନାଲ୍ ଦିଲ୍ଲୀ-ଏନ୍‌ସିଆର୍‌ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଏବଂ କ୍ଷେତ୍ରରେ ମିଳିବ। ଅଧିକାଂଶ ଆବାସିକ ଅଂଚଳ, ହସ୍ପିଟାଲ୍‌, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ କୋଠା, ମଲ୍‌, ପ୍ରମୁଖ ବଜାର, ଟେକ୍ ପାର୍କ ଏବଂ ମେଟ୍ରୋ ଷ୍ଟେସନରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ଉପଲବ୍ଧ ହେବ।

ଏହା ପୂର୍ବରୁ ଦିଲ୍ଲୀରେ ଲକ୍ଷ ଲକ୍ଷ ଗ୍ରାହକ ଜିଓ ଟ୍ରୁ-୫ଜି ସେବାକୁ ବ୍ୟବହାର କରୁଛନ୍ତି। ଏନ୍‌ସିଆର୍ ଅଂଚଳରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ପରେ ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ଅଧୀନରେ ଆମନ୍ତ୍ରଣ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହି ଅଫରରେ ଗ୍ରହକମାନଙ୍କୁ ଅସୀମିତ ୫ଜି ଡାଟା ଏବଂ ୧ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ମିଳିବ। ଏଥିପାଇଁ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ରିଲାଏନ୍ସ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଦେଶର ରାଜଧାନୀ ଏବଂ ଏନ୍‌ସିଆର୍‌ର ଅଂଚଳର ଅଧିକାଂଶ ସ୍ଥାନରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବା ଆମ ପାଇଁ ଗର୍ବର ବିଷୟ। ଜିଓ ଏହାର ଟ୍ରୁ-୫ଜି ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି ଏବଂ ଏହି ଅଂଚଳର ଏକ ବଡ଼ ଭାଗରେ ପୂର୍ବରୁ ଏହା ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିସାରିଛି। ସମଗ୍ର ଦିଲ୍ଲୀ-ଏନ୍‌ସିଆର୍ ଅଂଚଳରେ ୫ଜି ସେବା ପ୍ରଦାନ କରିବାରେ ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର। ସମସ୍ତ ଭାରତୀୟଙ୍କ ନିକଟରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ ଚବିଶ ଘଂଟା କାର୍ଯ୍ୟ କରୁଛନ୍ତି, କାରଣ ଏହି ପ୍ରଯୁକ୍ତି ଲୋକମାନଙ୍କ ଜୀବନରେ ପରିବର୍ତନ ଆଣିପାରିବ।’’