Categories
ଆଞ୍ଚଳିକ

ବାଲୁଗାଁ: ଘର ଦେବାକୁ କହି ୬ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁରେ ଘର ଦେବାକୁ କହି ୬ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡିଛି। ଦୀର୍ଘ ବର୍ଷେ ବିତି ଯାଇଥିଲେ ସୁଦ୍ଧା ନାଁ ଘର ମିଳିଲା ନାଁ ଦେଇଥିବା ଟଙ୍କା ଫେରସ୍ତ ମିଳିଲା। ପରିଶେଷରେ ଠକେଇ ମାମଲାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ବାଲୁଗାଁ ଗୋପୀନାଥପୁର ଗ୍ରାମର କାମିନୀ ବାଳା ନାୟକ ଏକ ଘର କିଣିବା ପାଇଁ ସେହି ଗ୍ରାମର ଭାସ୍କର ପାଢ଼ୀଙ୍କୁ (୫୬) ଦୀର୍ଘ ବର୍ଷେ ପୂର୍ବରୁ ଅଗ୍ରୀମ ଆକାରରେ ୬ ଲକ୍ଷ ଦେଇଥିଲେ। ଏନେଇ ଶ୍ରୀମତୀ ନାୟକ ବାରମ୍ବାର ଶ୍ରୀ ପାଢ଼ୀଙ୍କୁ ଜଣାଇଲେ ସୁଦ୍ଧା କୌଣସି ଉତ୍ତର ନମିଳିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାଲୁଗାଁ ପୋଲିସ ଅଭିଯୁକ୍ତ ଭାସ୍କର ପାଢ଼ୀକୁ ଠକେଇ ଅଭିଯୋଗରେ ଗିରଫ କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଡିଜିଟାଲ ପଲିସି ଦ୍ୱାରା ବିବାଦ ଏବଂ ଠକେଇ କମିବ: ଆଇଆରଡିଏଆଇ

ନୂଆଦିଲ୍ଲୀ: ଭାରତୀୟ ବୀମା ନିୟନ୍ତ୍ରକ ପ୍ରାଧିକରଣ ବା ଆଇଆରଡିଏଆଇ ଚଳିତମାସ ୯ ତାରିଖରେ ଏକ ନିର୍ଦ୍ଦେଶାବଳୀ ଜାରି କରି ପଲିସିଧାରୀମାନଙ୍କୁ ଡିଜିଲକର ମାଧ୍ୟମରେ ଡିଜିଟାଲ ଇନ୍‍ସ୍ୟୁରାନ୍ସ ପଲିସି ଯୋଗାଇ ଦେବାକୁ ସବୁ ବୀମା କଂପାନୀଙ୍କୁ ପରାମର୍ଶ ଦେଇଛି। ଏଥିରେ କୁହାଯାଇଛି ଯେ ବୀମା କ୍ଷେତ୍ରରେ ଡିଜିଲକର ଉପଯୋଗକୁ ପ୍ରୋତ୍ସାହିତ କରିବାକୁ ସବୁ ବୀମା କଂପାନୀଙ୍କୁ ନିଜର ସୂଚନା ପ୍ରଯୁକ୍ତି ବ୍ୟବସ୍ଥାକୁ ଅନୁକୂଳ କରିବା ଉଚିତ। ଏହାଦ୍ୱାରା ପଲିସିଧାରୀ ଡିଜିଲକର ବ୍ୟବସ୍ଥାରେ ନିଜର ସମସ୍ତ ବୀମା ନଥିପତ୍ର ସୁବିଧା ଓ ସହଜରେ ରଖିପାରିବେ।

ନିର୍ଦ୍ଦେଶାବଳୀରେ ଆହୁରି କୁହାଯାଇଛି ଯେ ବୀମାକାରୀ ସେମାନଙ୍କର ପଲିସିଧାରୀମାନଙ୍କୁ ଡିଜିଲକର ବ୍ୟବହାର ସଂପର୍କରେ ସୂଚିତ କରାଇବାର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ଏହି ବୀମା ପଲିସିଗୁଡିକ କିପରି ଡିଜିଲକରରେ ସ୍ଥାନିତ ହୋଇପାରିବ ସେ ପ୍ରକ୍ରିୟା ମଧ୍ୟ ପଲିସିଧାରୀଙ୍କୁ ବୀମା କଂପାନୀ କର୍ତ୍ତୃପକ୍ଷ ଅବଗତ କରାଇବାର ଜରୁରୀ। ଜାତୀୟ ଇ-ସରକାର ବିଭାଗ ଏବେ ଥିବା ଡିଜିଲକର ଟିମ୍‍ କେନ୍ଦ୍ର ଇଲେକ୍‍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି।

ବୀମା କ୍ଷେତ୍ରରେ ଡିଜିଲକର ପ୍ରବର୍ତ୍ତନ ପାଇଁ ଡିଜିଲକର ଟିମ୍‍ ଆବଶ୍ୟକ ସୁବିଧା ସୁଯୋଗ ଓ ଟେକ୍‍ନୋଲଜି ସହାୟତା ଯୋଗାଇବ। ଡିଜିଲକର ଡିଜିଟାଲ ଇଣ୍ଡିଆର ଏକ ଅଂଶବିଶେଷ। ଏହି ବ୍ୟବସ୍ଥାରେ ପ୍ରକୃତ ବୀମାଧାରୀ ନିଜର ବୀମା ସଂକ୍ରାନ୍ତ ଅସଲି କାଗଜପତ୍ର, ସାର୍ଟିଫିକେଟ ଓ ଦସ୍ତାବିଜ ଆଦିର ଡିଜିଟାଲ ପ୍ରତିରୂପ ପାଇପାରିବେ। ଏହାର ପ୍ରବର୍ତ୍ତନ ଫଳରେ କାଗଜପତ୍ର ବା ନଥିଜନିତ ବୀମା ପଲିସି ଆଦିର ଆବଶ୍ୟକତା ରହିବ ନାହିଁ। ଡିଜିଟାଲ ବ୍ୟବସ୍ଥା ପ୍ରଚଳନ ହେବା ଫଳରେ ଏ କ୍ଷେତ୍ରରେ ସେବା ପ୍ରଦାନ ସଫଳ ଓ ତ୍ୱରିତ ହେବ ଏବଂ ଲୋକମାନେ ବିନା ଝମେଲାରେ ସହଜରେ ତତ୍କାଳ ସେବା ପାଇପାରିବେ।

ବୀମା କ୍ଷେତ୍ରରେ ଏହାର ପ୍ରବର୍ତ୍ତନ ଦ୍ୱାରା ଖର୍ଚ୍ଚ ହ୍ରାସ ପାଇବ। ବୀମା ପଲିସିର କପି ନ ମିଳିବା ଜନିତ ଅଭିଯୋଗ କମିବ। ଏହା ସେବା ଯୋଗାଣ ପ୍ରକ୍ରିୟାକୁ ତ୍ୱରିତ କରିବା ସହିତ କ୍ଲେମ ଫଇସଲା କରିବାରେ ବିଶେଷ ସହାୟକ ହେ। ଏହା ଡିଜିଟାଲ ଇନ୍‍ସ୍ୟୁରାନ୍ସ ପେପର ଦ୍ୱାରା ଠକେଇ, ବିବାଦ ଓ ଅନ୍ୟାନ୍ୟ ତ୍ରୁଟିର ସମ୍ଭାବନା ପ୍ରାୟତଃ ରହିବ ନାହିଁ। ପଲିସିଧାରୀଙ୍କ ସହ ତତ୍କାଳ ଓ ତ୍ୱରିତ ସଂଯୋଗ ସ୍ଥାପନ ହୋଇପାରିବ। ସର୍ବୋପରି ଏହାଦ୍ୱାରା ଉପଭୋକ୍ତାଙ୍କୁ ଉତ୍ତମ ସେବା ଓ ସୁବିଧା ସୁଯୋଗ ଯୋଗାଇ ଦେଇହେବ।

ଇଲେକ୍‍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଡିଜିଟାଲ ବୀମା ପଲିସି ସୁବିଧା ନାଗରିକଙ୍କୁ ଯୋଗାଇ ଦେବାକୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କୁ ଏକ ପତ୍ର ଲେଖିବା ପରେ ଆଇଆରଡିଏଆଇ ପକ୍ଷରୁ ଏହି ଡିଜିଲକର ଆକାଉଣ୍ଟସ ସୁବିଧା ଯୋଗାଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଆଇଆରଡିଏଆଇ ଏହି ମର୍ମରେ ସବୁ ବୀମା କଂପାନୀଙ୍କୁ ଚିଠି ଲେଖି ବୀମାଧାରୀଙ୍କୁ ଡିଜିଲକର ଆକାଉଣ୍ଟ ଓ ପଲିସି ଯୋଗାଇ ଦେବାକୁ ପରାମର୍ଶ ଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏୟାର ଇଣ୍ଡିଆରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଏୟାର ଇଣ୍ଡିଆରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଭଳି ଏକ ଅଭିଯୋଗ ଗୋଳନ୍ଥରା ଥାନାରେ ହୋଇଛି। ଘଟଣାରୁ ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର ଗୁପେଶ୍ୱର ପ୍ରଧାନଙ୍କୁ ଗତ ୭.୬.୨୦୨୦ରେ ଏକ ଫୋନ୍ କଲ୍ ଆସିଥିଲା।

ଯେଉଁଥିରେ ରୋହିତ କୁମାର ଶର୍ମା କହୁଥିବା ଜଣେ ବ୍ୟକ୍ତି ନିଜକୁ ଏୟାର ଇଣ୍ଡିଆର ମ୍ୟାନେଜର ବୋଲି ପରିଚୟ ଦେଇ ଗୁପେଶ୍ୱଣଙ୍କ ସହ ଯୋଗାଯୋଗ ରକ୍ଷା କରି ତୁମେ ଅନ୍‌ଲାଇନ୍‌ରେ ଏୟାର ଇଣ୍ଡିଆ ପାଇଁ ଫର୍ମ ପକାଇଛ ତେଣୁ ତୁମର ଆଧାର କାର୍ଡ଼, ପାନ୍ କାର୍ଡ଼ ଏବଂ ସାର୍ଟିଫିକେଟ୍‌ର ଜେରେକ୍ସ ପଠାଇ ତୁମର ଚାକିରି ହେବ ବୋଲି କହିଥିଲେ। ଗୁପ୍ତେଶ୍ୱର ସମସ୍ତ କାଗଜପତ୍ର ପଠାଇଥିଲେ। ଦୁଇଦିନ ପରେ ଫୋନ୍ କରି ତୁମର ସିଲେକସନ ହୋଇଛି ତୁମେ ୨୫୦୦ ଟଙ୍କା ଡ଼କ୍ୟୁମେଣ୍ଟ ଭେରିଫିକେସନ ଚାର୍ଜ ପଠାଅ ବୋଲି କହିଥିଲେ। ସେ ୧୦.୬.୨୦୨୦ରେ ଏହି ଟଙ୍କା ପଠାଇଥିଲେ।

ପୁଣି ୧୫.୬.୨୦୨୦ରେ ୨୫ହଜାର ୫ଶହ, ୧୯.୬.୨୦୨୦ରେ ୩୨ହଜାର ୫୦୦ ଟଙ୍କା ଆଦି ବିିଭିନ୍ନ କାର୍ଯ୍ୟ ପାଇଁ ପଠାଇବାକୁ କହିବାରୁ ପଠାଇଥିଲେ। ପରେ ୨୯.୬.୨୦୨୦ରେ ସିକ୍ୟୁରିଟି ଡ଼ିପୋଜିଟ୍ କହି ୫୦ ହଜାର ଟଙ୍କା ନେଇଥିଲେ। ଶେଷରେ ୩୦.୬.୨୦୨୦ରେ ଟ୍ରେନିଂ ଫି କହି ୧୨ ହଜାର ୫୦୦ ଟଙ୍କା ପଠାଇଥିଲେ। ସମୁଦାୟ ୧ ଲକ୍ଷ ୨୩ ହଜାର ଟଙ୍କା ପଠାଇଥିଲେ।

ବର୍ତ୍ତମାନ ଟଙ୍କା ନେବା ପରେ ସେ ଆଉ ଫୋନ୍ ଉଠାଉନାହାନ୍ତି। ଗୁପ୍ତେଶ୍ୱର ତାଙ୍କ ସହ ଠକେଇ ହୋଇଛି ଭାବି ଆଜି ଗୋପାଳପୁର ଥାନାରେ ମାମଲା ରୁଜୁ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ମ୍ୟାନେଜର ବୋଲାଉଥିବା ରୋହିତ ଶର୍ମା, ସିଲେକ୍ଟର ଦୁଗ୍ୟନ୍ତ ରାନା, ଟେନର ରାଜେଶ, ପାର୍ଶଲ ସାର ରାମ କୁମାର, ଗୋପାଳ ପ୍ରମୁଖ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଗୋଳନ୍ଥରା ପୋଲିସ୍ ଥାନା କେସ ନଂ୨୨୫/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସେପେଟ ଅନ୍ୟଜଣଙ୍କୁ ମଧ୍ୟଠାରୁ ମଧ୍ୟ ଏଭଳି ଢ଼ଂଗରେ ଠକେଇ ହୋଇଛି। ସଂପୃକ୍ତ ଅନ୍ୟ ଜଣେ ଯୁବକଙ୍କ ସହ ଗୁପ୍ତେଶ୍ୱର ମଧ୍ୟ ଆଜି ଏସ୍‌ପି ପିନାକ ମିଶ୍ରଙ୍କୁ ଅଭିଯୋଗ କରିଛନ୍ତି। ଗୁପେଶ୍ୱର ଜଣେ ଗରିବ ପିଲା ହୋଇଥିବାବେଳେ ଚାକିରି ଆଶାରେ ଧାରଉଦ୍ଧାର କରି ଏତେଟଙ୍କା ଦେଇଛି। ତେଣୁ ଘଟଣାର ଅନୁସନ୍ଧାନ କରି ଟଙ୍କା ଫେରସ୍ତ ଯେପରି ମିଳିଯିବ ସେ ଥାନାଧିକାରୀଙ୍କୁ ଅନୁରୋଧ କରିଛନ୍ତି।