Categories
ଆଞ୍ଚଳିକ

ବେଗୁନିଆପଡାରେ ଠିକାଦାର ସଙ୍ଘ ଗଠିତ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ବେଗୁନିଆପଡା ବ୍ଲକର ଠିକାଦାର ମାନଙ୍କ ଦ୍ୱାରା ଏକ ନୂତନ ସଂଘ ଗଠିତ ହୋଇଯାଇଛି। ଅମରେଶ୍ୱର ଠିକାଦାର ସଙ୍ଘ ନାମରେ ଏହି ସଙ୍ଘ ଗଠିତ ହୋଇଯାଇଛି। ବ୍ଲକର ସମସ୍ତ ଠିକାଦାର ମାନଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ନାରାୟଣୀ ମନ୍ଦିର ପରିସରରେ ଏକ ବୈଠକ ବସିଥିଲା। ବିଭିନ୍ନ ସମୟରେ ଠିକାଦାର ମାନେ ଭିନ୍ନ ଭିନ୍ନ ସମସ୍ୟାକୁ ନେଇ ଅସୁବିଧା ଭୋଗୁଥିବା ବେଳେ ଏହି ସଂଘ ଜରିଆରେ ସମସ୍ୟାକୁ ସମାଧାନ କରାଯିବ ବୋଲି ଠିକାଦାର ମାନଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି।

ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ଚରଣ ନାୟକ, ଉପସଭାପତି ଜିତେନ୍ଦ୍ର କୁମାର ବେହେରା, ସଂପାଦକ ଗୌରାଙ୍ଗ ଚରଣ ରଥ, ସହ ସମ୍ପାଦକ ଅଶୋକ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସୁରେନ୍ଦ୍ର ଜେନା, ସହ କୋଷାଧ୍ୟକ୍ଷ ଜଗନ୍ନାଥ ଗୌଡ଼ ନିର୍ବାଚିତ ହୋଇଥିଲେ। ଟେଣ୍ଡର ପକାଇବା ଠାରୁ ଆରମ୍ଭ କରି କାମ କରୁଥିବା ସମୟରେ କୌଣସି ଅସୁବିଧା ହେଲେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।